Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Inspirational

5.0  

Dr.Sashi Bhushan Mohapatra

Inspirational

ସେ ରାସ୍ତାରେ ଯାତ୍ରା

ସେ ରାସ୍ତାରେ ଯାତ୍ରା

1 min
441



ହୃଦୟର ସ୍ପନ୍ଦନ ଥକିବା ଯାଏଁ

ଯିଏ ଝଡ଼କୁ ସାମ୍ନା କରନ୍ତି

ସବୁ ଦୁଃଖ ଯନ୍ତ୍ରଣାକୁ

ଛାତିରେ ଚାପି ଧରି

ସନ୍ତାନର ଓଠରେ

ହସଟିଏ ଖେଳନ୍ତି

ସେମାନେ ମାତା ପିତା |


ରକ୍ତକୁ ପାଣି କରି

ଆଖିରୁ ଲୁହ ନିଗାଡ଼ି ନିଗାଡ଼ି

ଜୀବନଟା ସାରା ସେମାନେ

ନୈତିକତାର ପାଠ ପଢ଼ାନ୍ତି,

ପ୍ରେରଣାର ଉତ୍ସ ହୋଇ

ଆଗକୁ ଯିବାର ରାସ୍ତା ଦେଖାନ୍ତି|


ଏମିତି ଆଉ କିଏ ଅଛି ଯେ

ଜୀବନଟା ସାରା ଜଳି ଜଳି

ସଂଜୀବନୀ ଶକ୍ତି ଭରିଦିଅନ୍ତି ?


ନିଷ୍ପଲକ ନୟନରେ

ନୂଆ ସମ୍ଭାବନାର ବିକଳ୍ପ

ସ୍ୱପ୍ନରେ ଅହରହ ମଗ୍ନ ଥିବା

ମଣିଷ ସେମାନେ |

ଆମେ ଦେଖୁଥିବା ସ୍ବପ୍ନସବୁ

ସେମାନେ ଦେଖାଇଛନ୍ତି ,

ସତ ପଥର ଯେଉଁ ରାସ୍ତା

ସେମାନେ ଜୀବନରେ ବାଛିଛନ୍ତି

ଆଗକୁ ଯିବାର ବାଟ ଭାବି

ସେ ରାସ୍ତାରେ ଯାତ୍ରା କରୁଛି |



Rate this content
Log in

Similar oriya poem from Inspirational