ଆମ ପରିବାର
ଆମ ପରିବାର
ପରିବାର ଆମ ଅଟେ ସ୍ୱର୍ଗ ସମ
ତୁଳନା ତାହାର ନାହିଁ
ପିତା ଆଉ ମାତା ଚଳନ୍ତି ଦେବତା
ଜଗତରେ ଶ୍ରେଷ୍ଠ ସେହି ..
ଆମେ ଯେ ଓଡ଼ିଆ ପରବ ଆମର
ବାର ମାସେ ତେର ଅଟେ
ପରିବାର ସହ ଏକତ୍ର ହୋଇଣ
ଆନନ୍ଦ ଉଲ୍ଲାସେ କଟେ ..
ଦୋଳ, ଦଶହରା, ରଜ, ଦୀପାବଳି
ପାଳୁ ଯେବେ ମିଳିମିଶି
ସ୍ବର୍ଗୀୟ ଭାବନା ମନେ ଭରିଯାଏ
ଦୁଃଖ ପାଲଟିଣ ଖୁସି ..
ବରଷା ପାଗରେ ପକୁଡି, ଚା' ସାଥେ
ଗପ ପେଡି ଯାଏ ଖୋଲି
କଥା କଟାକଟି ମିଛ ରାଗ ରୁଷା
ଗୀତ, ନାଚ, ଅନ୍ତାକ୍ଷରୀ ..
ରାକ୍ଷୀ ପୂର୍ଣ୍ଣିମାରେ ସଜବାଜ ହୋଇ
ସଜାଡି ପୂଜାର ଥାଳି
ଭାଇ ହାତେ ରାକ୍ଷୀ ବାନ୍ଧିଦେବା ପରେ
ଖୁସିରେ ଉଠଇ ଝଳି ..
ଏହିପରି କେତେ ସୁଖଦ ଘଟଣା
ପରିବାରେ ମିଳିଥାଏ
ତା ଛତ୍ର ଛାୟାରେ ରହିଥିଲେ ଆମେ
ଦୁଃଖ ଶୋକ ଚାଲିଯାଏ