ଡାକିଥାନ୍ତି ଯାହାଙ୍କୁ ମୁଁ,'ବାପା'
ଡାକିଥାନ୍ତି ଯାହାଙ୍କୁ ମୁଁ,'ବାପା'
ଜୀବନ ଯାତ୍ରା ତୁମର କେବଳ ଆରମ୍ଭ ହିଁ ଆରମ୍ଭ
ନାହିଁ ତାର କେବେ ଅନ୍ତ
ଜନ୍ମ ତୁମର ପୂର୍ଣ୍ଣ ଆନନ୍ଦରେ ଭରା
ନାମ ଯେ ପୂର୍ଣ୍ଣାନନ୍ଦ,
ଯିଏ ସକ୍ଷମ ହୋଇପାରିଛି ଆଣିବାରେ
କାହାର ଅନ୍ଧକାରମୟ ଜୀବନରେ
ଭରପୁର ଆନନ୍ଦ |
ଧୂପର ଧୂଆଁରେ କେବେ ତ
ପୁଣି କେବେ ଆକ୍ତାମାକ୍ତା ଅନ୍ଧାରର ଛାତିରେ
କେବେ ପୁଣି ବାରୂଦର ବିକଟାଳ ଗନ୍ଧ ସାଥିରେ
ଚାଲୁଥାଅ ତୁମେ ପରା ପୂର୍ଣ୍ଣ ଏକ ଜହ୍ନ ପରି
ବିନା କାହା ସାହାରାରେ, ନିଜ କର୍ତ୍ତବ୍ୟର ସେତୁରେ |
ଜାଳୁଥାଅ ତୁମେ ଅହରହ ନିଜକୁ
ପ୍ରଜ୍ଵଳିତ ଦୀପଶିଖାର ଅଗ୍ନି ପରି
କାହାର ଭୋକିଲା ପେଟରେ ଦାନାଟିଏ ଦେବାର ଆକାଂକ୍ଷାରେ
ନିଶି ଆଉ ଦିବାରେ
ପ୍ରତି ମୁହୂର୍ତ୍ତରେ |
ଦୁଃଖର ଉତ୍ତାପରେ କେବେ ଲାଲ ହୁଏନା ଛାତି ତୁମର
କାରଣ ପୂର୍ଣ୍ଣ ଆନନ୍ଦରେ ଭରା ପୂର୍ଣ୍ଣାନନ୍ଦ ଯେ ନାମ ତୁମର
ସେଇଥିପାଇଁ ତ ସଭିଁଙ୍କ ହୃଦୟରେ ତୁମେ ରହିଅଛ ଚିର ଅମର |
ଆଜି ବି ବଞ୍ଚିଛି ସେଇ ଅମୂଲ୍ୟ ଚକ୍ଷୁ ଦୁଇ ତୁମର
ଯାହା ଫେରାଇ ଆଣିଛି ପୂର୍ଣ୍ଣିମାର ଆଲୋକିତ ଜ୍ୟୋତି
ଅନ୍ଧକାରମୟ ଏକ ଜୀବନରେ କାହାର |
ହେ ପୂଣ୍ୟାତ୍ମା,
ତୁମେ ତ ରହିବ ଜିଇଁ , ପ୍ରତି ଜନ ହୃଦୟରେ
ମାଟି ,ପାଣି ଆଉ ଆକାଶର ପରମ ବ୍ୟାପ୍ତିରେ
ମୁକ୍ତା ପରି ଝଟକୁଥିବା ଛୋଟ ତାରା ଫୁଲ ହୋଇ
ଯୁଗଯୁଗ ପାଇଁ ଏଇ ଧରଣୀ ଛାତିରେ |
ବିଞ୍ଚିଦିଅ ଆଉଥରେ ମୁହୂର୍ତ୍ତକପାଇଁ ଆସି
ଆନନ୍ଦର ପ୍ରୀତି ଫୁଲ, ଆମ ବିବ୍ରତ ଜୀବନରେ
ଏତିକି କାମନା ମୋର
ମୋ ହୃଦୟରେ ଅଙ୍କିତ ତୁମ ସେଇ ସ୍ମିତହାସ୍ୟ
ଚିତ୍ର ଫଳକ ନିକଟରେ |
ରୋଜା ପଣ୍ଡା
ପୂର୍ଣ୍ଣ ନନ୍ଦ ଭବନ
ନେତାଜୀ ନଗର, ମଧୁପାଟଣା,