Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics Others

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Others

ଗୁଜବ୍‌

ଗୁଜବ୍‌

1 min
6.9K


ଦୀପକ ମିଶ୍ର


ଦିନ ଭଳି

ଜହ୍ନ ପଡ଼ିବା କଥା

ଆଦୌ ଗୁଜବ୍‌ ନୁହଁ ॥

ଖରାଭଳି

ଜହ୍ନରେ ବି ଛାଇ ପଡ଼େ ।

ମୁର୍ଦ୍ଦାର ହସିବା କଥା

ଆଦୌ ଗୁଜବ୍‌ ନୁହେଁ,

ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା

କରିଥିବା ତରୁଣୀ ପ୍ରିୟମ୍ବଦାର

ମୁହଁ ମୁଁ ଦେଖିଛି ପୂର୍ଣ୍ଣିମା ରାତିରେ;

କୋକେଇରେ ଚିତ୍‌କରି ଶୁଆଇବା ବେଳେ

ସେ ଯେମିତି ମୁଚ୍‌କି ମୁଚ୍‌କି ହସି

ଉଡ଼ାଇ ଦେଉଥିଲା ସଂଭାବ୍ୟ ପୁରୁଷର ମୁହଁ;

ଏତେ ସୁନ୍ଦର ବିମଳ ହସ

ଏତେ ଦୀର୍ଘ ସମୟ ପାଇଁ

ତା’ ଓଠରେ, ତା ଆଖିରେ

ଏବଂ ସର୍ବୋପରି ତା’ ମୁଖମଣ୍ଡଳରେ

ଏତେ ଜୀବନ୍ତ ହୋଇ ରହି ନଥିଲା

ତା’ ଜୀବିତାବସ୍ଥାରେ ॥

କୁହୁଡ଼ି ଭଳି

ଛାଇ ଘୋଟିବା କଥା

ଆଦୌ ଗୁଜବ୍‌ ନୁହଁ ।

ଟିକେ ଆଗେ ମା’ କୋଳରେ

ହଇଚଇ ସୃଷ୍ଟି କରି ଏବେ

ଝୁଲଣାରେ ନିଶ୍ଚିନ୍ତରେ ଶୋଇଥିବା

ଦକ୍ଷିଣା ରଞ୍ଜନର ମୁହଁକୁ ଚାହିଁ;

ସ୍ୱପ୍ନରେ ସ୍ୱପ୍ନରେ ଆସେ ଭାସି

ଅଯାଚିତ ସ୍ମୃତିର କୁହୁଡ଼ି

କେଉଁ ସୁଦୂର ଜନ୍ମର ଓ ଛୁଆଟିର

ମୁହଁ ମୋତେ ଦିଶୁଥାଏ

ନିରନ୍ଦ୍ର ଅନ୍ଧାର ଭିତରେ

ସ୍ୱଳ୍ପାଲୋକିତ ପ୍ରାଚୀନ ମନ୍ଦିର॥

ପାଣିରେ ତ ଯିଏ ନାଇଁ ସିଏ

ପାରିବ ପହଁରି,

ପବନର ଢେଉ କାଟି

କେତେଜଣ ଆସନ୍ତି ଉତୁରି ?

ଗର୍ଭବତୀ ନଈ ହେଉ

ବା

ପ୍ରଚଣ୍ଡ ଝଡ଼ର ବିଷାଦ ହେଉ

କେତେଜଣ ସମ୍ମୁଖୀନ ହୋଇଛନ୍ତି ସ୍ମୃତିକୁ ତାଙ୍କର

ସାଦାସିଧା ମଣିଷ ଭାବରେ ??

ବିରହର ସ୍ମୃତି ଯେ

ଅଯଥା ବିଷାଦ ହେବ

ଏ ଗୁଜବ୍‌ ବିଶ୍ୱାସ କରିବା ଭଳି

ମୁଁ ନୁହେଁ ମୁର୍ଖ କି ପାମର ॥

ସମାପ୍ତ


Rate this content
Log in

Similar oriya poem from Classics