ଅସ୍ତିତ୍ବର ସନ୍ଧାନେ
ଅସ୍ତିତ୍ବର ସନ୍ଧାନେ
ଅଧା ରାସ୍ତା ଅତିକ୍ରମ କଲାପରେ
ପର୍ୟାଲୋଚନା ଚାଲେ ଜୀବନ ର
କିଛି ବି ଆଖିଦୃଶିଆ ହାସିଲ ନାହିଁ
ନା ସମ୍ପତ୍ତି ନା କୋଠାବାଡି
ପରିବାରର ବୋଝ ମୁଣ୍ଡେଇବା ବଦଳରେ ମନେ ହୁଏ
ନିଜେ ହି ଏକ ରକମର ବୋଝ
ନା ସମାଜ ରେ ପ୍ରତିଷ୍ଠା,
ନା ସମାଜ କୁ ଫେରାଯାଇଛି କିଛି ପ୍ରତିଦାନରେ
ମୁଁ କିଏ ?
କଣ ଏ ଜୀବନର ଲକ୍ଷ୍ୟ, କେଜାଣି ?
ନାହିଁ ନାହିଁ ରେ ଯାଇ ସାରିଛି ଅଧା ରାସ୍ତା
ବ୍ୟର୍ଥ ଏ ଜୀବନ....
ଧିକ ଏ ପୁରୁଷପଣିଆ ....