କିଏ ଜାଣିଥିଲା
କିଏ ଜାଣିଥିଲା
ଗହୀର ବିଲରେ ଧାନଫୁଲ ଖୋଜି
ମୁଣ୍ଡରେ ରଙ୍ଗ ମାଖିଲା ବେଳେ
ପବନ ସାଥୀରେ ଦିନଗୁଡାକ ବି ଉଡିଯିବ
ଏକଥା କିଏ ଜାଣିଥିଲା ?
ଶୀତର କାକର ଦେଖି ଘାସଫୁଲରେ
ନିଜପାଇଁ ସ୍ବପ୍ନଟିଏ ଆଙ୍କିଲା ବେଳକୁ
କାକର ଭଳି ସ୍ବପ୍ନ ବି ମିଳେଇ ଯିବ
ଏକଥା କିଏ ତ କହି ନଥିଲା ।
ଦିଗନ୍ତର ସୀମା ଡେଇଁ
ସୂର୍ଯ୍ଯ ଯେବେ ଡାକୁଥାଏ କଅଁଳ କିରଣ ମେଲି
ଏସବୁ ଅଳୀକ ବୋଲି
ମନକୁ ତ କେବେ ବି ଛୁଇଁ ନଥିଲା ।
ହଁ ନୂଆ ନୂଆ ଦିଶୁଥିବା
ପରିଚିତ ପୃଥିବୀଟା କେବଳ ଚିପୁଡି ନିଏ
ନିଜ ଆବଶ୍ଯକର ସତ୍ତାଟିକକ
ଆଉ ପଡି ରହିବ
ତୁଛା ହିସାବ ନିକାଶ କରୁଥିବା
ଜୀବନଟେ ବୋଲି କିଏ ଜାଣିଥିଲା ।