Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Sahoo

Abstract Inspirational Others

4.0  

Chinmaya Kumar Sahoo

Abstract Inspirational Others

ଭଉଣୀ

ଭଉଣୀ

1 min
341


ଭଉଣୀ,

ଖାଲି ପରିଚୟ ଟେ ନୁହେଁ କେଉଁ ତୁଚ୍ଛ ସମ୍ପର୍କର

ଏକ ଅଭିମାନ, ଏକ ଅନୁଭୂତି

ନିଜର ବୋଲି ଭାବି କାହା ଉପରେ ଗର୍ବ କରିବାର

ନିଜଠୁ ଅଧିକ କାହାକୁ ଭଲ ପାଇବାର

ଯେଉଁ ଭଲ ପାଇବାରେ ନଥାଏ

କିଛି ଲୁକ୍କାୟିତ ଲାଳସା ଅବା କିଛି ପାଇବାର ଆଶା

ଥାଏ କେବଳ ନିଶ୍ଵାର୍ଥପର ସ୍ନେହ,ଶ୍ରଦ୍ଧା,ଆବେଗ......


ଆବେଗ,

ଭାଇ ର ଭଉଣୀ ପାଇଁ 

ତାର ସୁଖ, ସମୃଦ୍ଧି ଓ ସୁରକ୍ଷା ପାଇଁ

ତା ପାଦରେ ଯେମିତି କଣ୍ଟା ଟେ ନ ଫୁଟୁ

ତା ଚଲା ପଥ ରେ କୌଣସି ବାଧା ନ ରହୁ

ଆଉ ତା ଆଖିରୁ କେବେ ଲୁହ ନ ଝରୁ

ଝରୁ କେବଳ ତା ଓଠରୁ ଦୁଇ ଧାର ହସ, 

ଆଖିରୁ ସାହସ ର ବନ୍ହି ଆଉ ହୃଦୟରୁ ଅଦମ୍ୟ ବିଶ୍ୱାସ......


ବିଶ୍ୱାସ,

ନିଜକୁ ସ୍ୱତନ୍ତ୍ର ପରିଚୟ ଦବାର

ନିଜ ସ୍ୱାଭିମାନ କୁ ବଜାୟ ରଖିବାର

ନିଜକୁ ନିଜେ ମଜବୂତ କରି ଗଢି ତୋଳିବାର

ଆଉ ଏ ସ୍ୱାର୍ଥପର ଦୁନିଆ ରେ 

ନିଜ ସ୍ୱାର୍ଥ ପାଇଁ ନିଜ ପରିଧିକୁ ଟିକେ ବିସ୍ତାର କରିବାର

ଯେଉଁଠି ପ୍ରତିଟି ନିଶ୍ୱାସ ରେ ଥିବ ଆତ୍ମବିଶ୍ଵାସ

ପ୍ରତିଟି ନିରବତାରେ ଥିବା ଆତ୍ମସମୀକ୍ଷା

ଆଉ ପ୍ରତିଟି ହସ ରେ ଥିବ ଆତ୍ମସନ୍ତୋଷ......


ସନ୍ତୋଷ,

ଭଉଣୀର ଖୁସି ରେ ଭାଇ ହୃଦୟରେ କୂଳ ଲଂଘୁଥିବା

ଅସୁମାରୀ ଆନନ୍ଦ, ଆଖି କୋଣରେ ଜକେଇ ଆସୁଥିବା

କେଇ ଟୋପା ଅଶ୍ରୁ ଅବା ଗର୍ବରେ ଫୁଲି ଉଠୁଥୁବା 

ଛାତି ଯାହା ଦିନେ ନିଜ ଖୁସିରେ ନିରବ ରହିଥିବା

କୋହ ହଉ କି ନିଜ କଷ୍ଟରେ ଯନ୍ତ୍ରଣା ଜର୍ଜରିତ ଥିବା

ଭଙ୍ଗା ମନ ର ଦରଭଙ୍ଗ। ସପନ......


ସପନ,

ଭଉଣୀକୁ ରାଜକୁମାରି ପରି ଗଢି ତୋଳିବାର

ତା ପାଇଁ ଆକାଶରୁ ଚାନ୍ଦ ତୋଳି ଆଣିବାର

ତାର ସବୁ ଅଳୀ ଅର୍ଦଳି କୁ ସହି ତା ଅବୁଝା ମନକୁ ସାନ୍ତ୍ବନା ଦବାର

ତା ଖୁସି ପାଇଁ ଦୁନିଆ ଆଗେ ଠିଆ ହୋଇ ଲଢିବାର

ତାକୁ ବୋଝ ନୁହଁ ନିଜ ଅଧିକାର ସାବ୍ୟସ୍ତ କରିବାର

ଆଉ ତାକୁ ନିଜ ସାହସ ଗର୍ବ ଆଉ ସ୍ୱାଭିମାନ ବୋଲାଇବାର

ସବୁ ସମ୍ପର୍କରୁ ଶ୍ରେଷ୍ଠ ଗୋଟେ ପରିଚୟ ଦବାର

ଭାଇ ଜନ୍ମ କୁ ଯଥାର୍ଥ , କୃତାର୍ଥ ଆଉ ସ୍ଵୀକୃତ କରିବାର......



Rate this content
Log in

Similar oriya poem from Abstract