Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କାଉଡି ଭାଇ

କାଉଡି ଭାଇ

1 min
6.8K



ଡକ୍ଟର ଚାଇନା ପ୍ରଧାନ


କାଉଡିଭାଇରେ କାଉଡିଭାଇ

ସଅଳ ଚାଲ ଶିବ ନାମ ଗାଇ ।

ନୂଆ ବସ୍ତ୍ର ପିନ୍ଧି ଯାଅ ମନ୍ଦିର

ତୁମ୍ଭ କାନ୍ଧେ ଅଛି ପାଣିର ଭାର ।

ମହାଦେବଙ୍କ ମହିମା ଅପାର

ଅଶେଷ ନାମରେ ଖ୍ୟାତ ସେ ହର ।

ସିଏ ଲିଙ୍ଗରାଜ ସେ ଲୋକନାଥ

ସିଏ ସଦାଶିବ ସେ ଭୋଳାନାଥ ।

ଯିଏ ଡାକୁ ତାଙ୍କୁ ଯେଉଁ ନାମରେ

ପୂଣ୍ୟ ଫଳ ଲଭେ ସିଏ ସଂସାରେ ।

ଶ୍ରାବଣ ମାସ ପ୍ରତି ସୋମବାରେ

ମୁକ୍ତି ମିଳେ ପାଣି ଦେଲେ ଭକ୍ତିରେ ।

ଏଣୁ ଯାଉ କାଉଡି ଭାଇ ତୁହି

ବରଷା ଖରାକୁ ଖାତିରି ନାହିଁ ।

ଶିବଙ୍କ ମନ୍ଦିରେ ପହଞ୍ଚତ୍ୟାଇ

ଭୋଗ କରିଥାଉ ତୁ ଖୁସି ହୋଇ ।

ତୋର ଦୁଃଖ ତୁହି ଦେବୁ ଜଣାଇ

ବିଶ୍ୱ ହିତ କଥା କହିବୁ ଯାଇ ।

ଭାଗ୍ୟବାନ ତୁହି କାଉଡି ଭାଇ

ତୋ ଭାବ ଭକ୍ତିର ତୁଳନା ନାହିଁ ।

ଧନ୍ୟ ଧନ୍ୟ ତୁହି କାଉଡି ଭାଇ

ଶିବଙ୍କୁ ଡାକିବା ଏକାଠି ହୋଇ ।

ଶିବ ସାଧିଥାନ୍ତି ଜଗତ ହିତ

ହେ ପ୍ରଭୁ ଘେନ କୋଟି ଦଣ୍ଡବତ ।


Rate this content
Log in

Similar oriya poem from Classics