Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Inspirational Abstract Others

1.9  

Sujat Kumar Sahoo

Inspirational Abstract Others

ଜନନୀ

ଜନନୀ

1 min
14.8K


ଜନନୀ ମା ଜନ୍ମ ଭୂମି ସ୍ଵର୍ଗାଦପି ଗରୀ... ୟସୀ  

                 ମା’... ଧରିତ୍ରୀ 

ଅନ୍ତର ମୋର ବ୍ୟାକୁଳି ଉଠେ

          ତୋହର ପରଶ ପାଇଁ..

ଗାଉଛି ତୋର ଅନ୍ତରେ ଗୀତ  

           ପୂରୁବ ଜନମ ପାଇଁ ।

ଗାଇବି ନୀତି ସକାଳ ସଂଜେ

           ଅନ୍ତରେ କୀର୍ତ୍ତି ତୋହର...

ଅନ୍ତର ମୋର ପବିତ୍ର ହେବ

           ଶୁଣି ଯେ ନାମ ତୋହର ।

ଜୟ ଜନନୀ ଉତ୍କଳ ଭୂମି 

            ପବିତ୍ର ବକ୍ଷ ଯାହାର ...

ସେକୋଳେ ମୋର ଜନମ ହେଉ 

            କାଳ-କାଳ ଚିର-ଚିର ।

ଦେଖିଛି ତୋର ବଣ -ପାହାଡ଼ 

            ବିଲ-ବନ ଗୁହା-ଦରି...

ବୁଲିଛି କେତେ ତୋ କୋଳେ ହସି 

            ନାଚ-ଗୀତ ଗାଇ ଗାଇ ।

ଜନନୀ ମା’ ଜନ୍ମ ଭୂମି ସ୍ଵର୍ଗାଦପି ଗରୀୟସୀ...

               ମା’.... ଧରିତ୍ରୀ ....।

ସୁନ୍ଦରତାର ତୁ ଗନ୍ତାଘର 

            ସକଳ ଦେଶର ରାଣୀ 

ତୋ କୋଳେ ଯେତେ ସନ୍ତାନ ଛନ୍ତି 

            ପବିତ୍ର ତାଙ୍କର ବାଣୀ ।

      ତୁ ଆମ ଉତ୍କଳ ଜନନୀ 

ଜନନୀ ମା ଜନ୍ମ ଭୂମି ସ୍ଵର୍ଗାଦପି ଗରୀୟସୀ 

                 ମା’... ଧରିତ୍ରୀ.....

                 ଉତ୍କଳ ଜନନୀ ।

ମସ୍ତକେ ଜାର ସୋହୁଛି ଟୀକା 

            ସତ ସତ ମନ୍ଦିର ର...

ସେହି ଜନନୀ ଉତ୍କଳ ଭୂମି  

            ସ୍ୱର୍ଗ ଠାରୁ ବଡ଼ ମୋର ।

           ପବିତ୍ର ଭାରତ ମାତାର...

           ପବିତ୍ର ଭାରତ ମାତାର...

କୋଟି ସନ୍ତାନ ଚରଣେ ତୋର 

          କରୁଛନ୍ତି ନମସ୍କାର...

ଆଶିଷ ଦିଅ-ଆଶିଷ ଦିଅ 

          ମାଆ... ମନେ ତାଙ୍କର । 

ତୁହି ଜନନୀ ଉତ୍କଳ ଭୂମି ସ୍ଵର୍ଗ ଠାରୁ ବଡ ମୋର 

           ସ୍ଵର୍ଗ ଠାରୁ ବଡ଼ ମୋର....

ସୁଜାତ *   


Rate this content
Log in

Similar oriya poem from Inspirational