Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics Inspirational

ଭୋଗ ଓ ତ୍ୟାଗ

ଭୋଗ ଓ ତ୍ୟାଗ

1 min
6.8K


ରୋମାଣ୍ଟିକ କବି ମାୟାଧର ମାନସିଂହ


କରିବା କିସ ଗୋ ସଖି,ଭୋଗ ଆଉ ତ୍ୟାଗ

ଗ୍ରହଣ କରିବା କା'ରେ, କା'ରେ ପରିତ୍ୟାଗ ?

କହିଲା ବିଦୁଷି ପ୍ରିୟା- କି ସୁଖ ଭୋଗରେ ?

ଅଧମ ପ୍ରବୃତ୍ତି ଆଉ ସ୍ଥୁଳ ଇନ୍ଦ୍ରିୟରେ

ତୃପ୍ତି ଖାଲି ମିଳେ ତହିଁ;ମାନବ ଆତ୍ମାର

ଦୈବତ ପିପାସା ତହିଁ ନୁହେଁ ମେଣ୍ଟିବାର ।

ଆତ୍ମାର ନିର୍ମଳ ପ୍ରେମ ଢାଳ ମୋ ଆତ୍ମାରେ

ସେଇ ମୋ ପରମ ଭୋଗ ।ମୋ ପ୍ରେମ-ବାହାରେ

ଦେଖ ଯାଅ ପଥେ ପଥେ ଦୁଃଖ ଅତ୍ୟାଚାର

ନଗ୍ନ ବର୍ବରତା ଘେନି କରଇ ବିହାର

କେହ୍ନେ ତବ ଜାତି-ଦେଶେ; ପତିତ ଦଳିତ

ଚିତ୍କାରେ ପୂରଇ ବାୟୁ ।ଦିଅ ତବ ଚିତ୍ତ

ହତଭାଗ୍ୟ,ନିଃସହାୟ, ଦରିଦ୍ର ସେବାରେ,

ଜୀବନରେ ମୂଲ୍ୟ ଦିଅ ସେହି ବଞ୍ଚିବାରେ ।

ସମାପ୍ତ


Rate this content
Log in

Similar oriya poem from Classics