ବୁଢା ବରଗଛ
ବୁଢା ବରଗଛ
ସମ୍ପର୍କର ଢେରରେ ବନ୍ଧା ଏଇ ଜୀବନ
ଖୁବଶୀଘ୍ର ହୃଦୟ ପରକୁ କରିନିଏ ନିଜର
ଆଗ ପଛ ବୁଝେ ନାହିଁ ସେ କିଛି ତ
ସଭିଙ୍କ ଖୁସି ପାଇଁ ନିତି ପିଇଯାଏ ବିଷ
ତା ବିଶ୍ୱାସ ଭରସା ସହ ଖେଳନ୍ତି ଖେଳ
ଆଖି ଲୁହ ପିଇଯାଏ ସବୁତକ ଓଠ
କିନ୍ତୁ ହୃଦୟରେ କଷ୍ଟ ରହିଯାଏ ଚିରନ୍ତନ
ବାସ୍ ଯେମିତି ଏ ବୁଢା ବରଗଛ
ସେମିତି ପରା ଏଇ ମନୁଷ୍ୟର ହୃଦୟ.......
ପ୍ରମିଳା