ଜୀବନ
ଜୀବନ
ଜୀବନ ଯୌବନ ଗର୍ବ ଅଭିମାନ
ସବୁ ଅଟେ କ୍ଷଣ ସ୍ଥାୟୀ,
ସମୟର ମହା ପ୍ରଳୟ ସ୍ରୋତରେ
ସବୁତ ଯାଏ ମିଳାଇ l
ରୂପର ମାଧୁର୍ଯ୍ୟ ରହେ ନାହିଁ ଏଠି
ଗୁଣ ହିଁ ଅମୂଲ୍ୟ ମୂଲ୍ୟ,
କାଳର କରାଳ ବିଭୀଷିକା ମଧ୍ୟେ
ସମୟ କରେ ତାଛଲ୍ୟ l
ପାଣି ଫୋଟକାର ଜୀବନ ଅଟଇ
ଖାଲିଟାରେ ଅଭିମାନ,
ମୋର ମୋର କହି ଆବୋରି ବସନ୍ତି
ସବୁ କିଛି ମୂଲ୍ୟ ହୀନ l
ମାତୃ ପିତୃ ଠାରୁ ଅମୂଲ୍ୟ ସମ୍ପତି
ଦୁନିଆରେ କିଛି ନାହିଁ,
ତାଙ୍କ ଆଶୀର୍ବାଦ ଯିଏ ପାଇଛି,
ଦୁଃଖ ତା ଜୀବନେ ନାହିଁ l
ଲକ୍ଷେ ଦାନପୁଣ୍ୟ କଲେ କିସ ହେବ
ଭକ୍ତି ନଥିବା ଜୀବନ,
ଜୀବନ୍ତେ ଆହାର ନଦେଇ ମୁଠେ
ମଲେ ଦେଲେ ଭୁରି ଭୋଜନ l
ଅଜ୍ଞାନେ ଅନ୍ଧାରେ ଯିଏ ଡୁବି ଅଛି
ସେ କି ଜାଣିବ ବିକାଶ,
ଆଲୋକ ବିହୁନେ ଦୀପ ଶିଖା ଟି
କେମନ୍ତେ କରିବ ପ୍ରକାଶ l
ସୁକାନ୍ତି ହୋତା