Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ସ୍ଵାଧୀନତା

ସ୍ଵାଧୀନତା

1 min
6.8K


ଦେବଦତ୍ତ ମିଶ୍ର



ଫୁଙ୍ଗୁଳା ଛାତି, ଭୋକିଲା ପେଟ ପାଇଁ

କ’ଣ ଫରକ ପଡେ

ସ୍ବାଧିନତାର ଅର୍ଥ ?

ସେ ସତୁରି ହେଉ କି ଏକସ୍ତରି

ଫି’ ବର୍ଷ ସ୍ଵାଧୀନତା ଆସେ l

ଏବେ ବି

ରାସ୍ତା କଡ଼ରେ ବିତିଯାଏ ଜୀବନ

ଟ୍ରାଫିକରେ ଭିକ ମାଗେ

ଗୋଟିଏ ନିଷ୍ପାପ ମୁହଁ

ଦୁଇଟି ରେଖା ହିନ ପାପୁଲି l

ସେ ମୁହଁରୁ ଜାଣି ହୁଏନି

ହସ ଓ କାନ୍ଦର ପରିଚୟ

ସୁଖ ଓ ଦୁଃଖର ଠିକଣା l

ଲୁହ ଦିଶେ ଲହୁ ଭଳି l

ପୁଣି ଏକ ସ୍ଵାଧୀନତା ଦିବସ କଟିଯାଏ

ପ୍ଲାଷ୍ଟିକ ପତାକା ଗୋଟେଇ ଗୋଟେଇ

ବାସ

ଏଇ ବୋଧେ ସ୍ଵାଧୀନତା l


Rate this content
Log in

Similar oriya poem from Inspirational