Madhusmita Prusty

Abstract

4  

Madhusmita Prusty

Abstract

ଉତ୍ତର ଅପେକ୍ଷାରେ

ଉତ୍ତର ଅପେକ୍ଷାରେ

2 mins
186



ତନୁ ଏବଂ ଶୁଭକାନ୍ତ ଦୁଇଜଣ ପତିପତ୍ନୀ । କାହିଁ କେଉଁ ଅଜଣା ମୁହୂର୍ତ୍ତରେ ସେମାନଙ୍କର ସାକ୍ଷାତ ହେଇଥିଲା ଏକ ମିସକଲ ଜରିଆରେ ! ପ୍ରଥମେ ବନ୍ଧୁତା ଏବଂ ପରେ ତାହା ଭଲ ପାଇବାରେ ରୂପାନ୍ତରିତ ହେଲା । ସେ ଭଲ ପାଇବାରେ ଏତେ ଅତ୍ମୀୟତା ଏବଂ ବିଶ୍ୱାସ ରହିଥିଲାଯେ, ଦୁହେଁ କେହି କାହାକୁ ଦଣ୍ଡେ ମୂର୍ଛି ପାରୁନଥିଲେ । ସମୟର ସ୍ରୋତ ଅବାରିତ ଧାବମାନ ଭଳି ସେମାନଙ୍କ ସ୍ନେହ ମମତା ଦୁହିଁଙ୍କୁ ବିବାହର ବନ୍ଧନରେ ବାନ୍ଧିଦେଲା ତାହାପୁଣି ବହୁ ଘାତ ପ୍ରତିଘାତକୁ ସାମ୍ନା କରିବା ପରେ । ସେ ଯାହାହେଉ ସବୁକିଛି ଠିକ ଚାଲୁଥିଲା । ଦୁଇ ବର୍ଷର ବ୍ୟବଧାନ ପରେ ଦୁହେଁ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କଲେ ଏକ ପୁତ୍ର ସନ୍ତାନ ପାଇ ଆଉ କିଛି ବର୍ଷର ବ୍ୟବଧାନ ପରେ ଶୁଭକାନ୍ତ ନିଜ ରୋଜଗାର ହରାଇଲେ । ବ୍ୟବସାୟରେ ବହୁତ କ୍ଷତି ସହିଲେ । ଏହି ସମସ୍ୟା ଯୋଗୁଁ ଦୁହିଁଙ୍କର ପାରିବାରିକ ସୁଖଶାନ୍ତି ବ୍ୟାହତ ହେଲା । ଏଥିପାଇଁ ବହୁତ ସମୟରେ ଦୁହିଁଙ୍କର ଝଗଡା ମଧ୍ୟ ଲାଗିଲା । ଏହା ଭିତରେ ତନୁର ଶରୀରରେ କିଛି ରୋଗ ସୃଷ୍ଟି ହେଲା । ସେ ଧିରେ ଧିରେ ରୋଗଗ୍ରସ୍ତ ହେଇ ଚିଡଚିଡା ସ୍ୱଭାବର ହେଇଗଲା ସ୍ୱାମୀଙ୍କର ରୋଜଗାର ରହିଲା ନାହିଁ । ଏହା ଭିତରେ ଆଉ ଏକ ସମସ୍ୟା ଉପୁଜିଲା, ତନୁର ଶାରୀରିକ ଏବଂ ମାନସିକ ସ୍ତରରେ ମଧ୍ୟ ବହୁତ କିଛି ପରିବର୍ତ୍ତନ ଆସିଗଲା । ହେଲେ ଏସବୁକୁ ଶୁଭକାନ୍ତ ଦୃଷ୍ଟି ନଦେଇ, ରୋଗର ନିବାରଣ ନକରି ସମସ୍ତ ପ୍ରକାର ଇଚ୍ଛା ଆକାଂକ୍ଷାକୁ ପୂରଣ କରିବା ପାଇଁ ଚେଷ୍ଟା କରୁଥିଲେ । ଟିକେ ମଧ୍ୟ ଦୟା ଆସୁନଥିଲା ତାଙ୍କ ମନରେ । ବିଚାରି ତନୁ ଏତେ ଅଭାବରେ ଥାଇ ମଧ୍ୟ କେଵେ କୌଣସି ପ୍ରକାର ଜିନିଷ ପାଇଁ ଅଳି କରୁନଥିଲା । କାରଣ ଅଭାବ କଣ ସେ ଜାଣିଥିଲା, ବାସ୍ ତାର ସମସ୍ୟା ଏତିକିରେ ସରି ନଥିଲା ପତିପତ୍ନୀଙ୍କର ଅନ୍ତରୀଣ ସମସ୍ୟା ବେଳକୁ ବେଳ ଉଗ୍ରରୂପ ନେଲା । ଦୁହିଁଙ୍କ ମଧ୍ୟରେ ସବୁଦିନ ଝଗଡା ଲାଗିରହିଲା।


ବିଚାରି ତନୁ ରୋଗ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା । ଘରର ଯାବତୀୟ କାମ ସହିତ ଛୋଟ ପୁଅର ଦାୟିତ୍ୱ ଏବଂ ପାଠପଢା ସବୁ ସେ ବୁଝୁଥିଲା । ଶୁଭକାନ୍ତ କେବେବି ଏସବୁ ପ୍ରତି ଧ୍ୟାନ ଦେଉନଥିଲେ । ହେଲେ ନିଜର କାମନାର ମୋହରେ ସେ ଏତେ ଗ୍ରସିତ ଥିଲେଯେ ନିଜ ପତ୍ନୀର ଶାରୀରିକ ଅସୁସ୍ଥତା ପ୍ରତି ତାଙ୍କର କେଵେ ଧ୍ୟାନ ଯାଉ ନଥିଲା । ତନୁ ବହୁତ ଈଶ୍ୱର ବିଶ୍ୱାସୀ ଥିଲା । ସବୁ ଦୁଃଖ ସେ କେବଳ ଈଶ୍ୱରଙ୍କୁ କାନ୍ଦି କାନ୍ଦି ଜଣାଉଥିଲା । ଯେବେ କେଵେ ଏସବୁ କଥା ନିଜ ବାପଘର ଆଗରେ କହୁଥିଲା, ସେଠାରୁ କେବଳ ଏଇ ଭର୍ଚ୍ଛନା ମିଳୁଥିଲା କି ତୁ ନିଜ ଇଚ୍ଛାରେ ବିବାହ କରିଛୁ, ଏବେ କହିଲେ ଆମେ କଣ କରିବୁ । ବିଚାରି ତନୁ ନିଜ ଜୀବନକୁ ଏବେ ବୋଝ ବୋଲି ମାନୁଛି । ସ୍ୱାମୀଙ୍କ ଇଚ୍ଛା ପୂରଣ ପାଇଁ ସେ ନିଜକୁ ଅକ୍ଷମ ମାନୁଛି। ଏବେ ନିଜ ଜୀବନରେ ତାପାଇଁ ଦୁଇଟି ରାସ୍ତା ।ନିଜକୁ ଶେଷ କରିଦେବ ନଚେତ ଘର ଛାଡି କେଉଁଆଡେ ଚାଲିଯିବ । ହେଲେ କିଛି ଜାଣିପାରୁନି ସେ କଣ କରିବ କେବଳ ଉତ୍ତର ଅପେକ୍ଷାରେ ଅଛି ବିଚାରି।


Rate this content
Log in

Similar oriya story from Abstract