Madhusmita Prusty

Children Stories Inspirational Children

4  

Madhusmita Prusty

Children Stories Inspirational Children

କୁନା ଓ କୁନି (ଶିଶୁଗଳ୍ପ )

କୁନା ଓ କୁନି (ଶିଶୁଗଳ୍ପ )

2 mins
206


କୁନା ଓ କୁନି ଦୁହେଁ ଭାଇ ଭଉଣୀ |ଦୁହେଁ ଗୋଟିଏ ଶ୍ରେଣୀରେ ପାଠ ପଢ଼ନ୍ତି | କୁନା ପାଠପଢ଼ାରେ ଅତି ଦୁର୍ବଳ ଥିବାବେଳେ କୁନି ଶ୍ରେଣୀରେ ସବୁବେଳେ ପ୍ରଥମ ହୁଏ |ଏସବୁ ଦେଖି ସେମାନଙ୍କ ବାପା, ମା ବହୁତ ମନଦୁଃଖ କରନ୍ତି ଏବଂ କୁନାକୁ ଭଲ ମଣିଷ କରିବା ପାଇଁ ଚେଷ୍ଟା ଜାରି ରଖନ୍ତି |କୁନା କିପରି ଭଲ ପାଠ ପଢିବ ସେଥିପାଇଁ ତାଙ୍କ ବାପାଙ୍କ ମୁଣ୍ଡରେ ଗୋଟେ ଉପାୟ ଆସିଲା | କୁନାକୁ ହାତଘଡି ବହୁତ ଭଲ ଲାଗେ |ବାପା ଥରେ ବଜାରକୁ ଯାଇ ଗୋଟେ ହାତଘଡି ଆଣିଲେ ଏବଂ କହିଲେ 

କୁନି ମୁଁ ଏଇ ଘଡିଟି ତୁମ ପାଇଁ ଆଣିଛି |ଏହା ଦେଖି କୁନା କାନ୍ଦିବାକୁ ଲାଗିଲା ଏବଂ କହିଲା ବାପା କୁନି ପାଇଁ ତ ହାତଘଡି ଆଣିଲେ ଆଉ ମୋ ପାଇଁ କାହିଁ ? ବାପା କହିଲେ କୁନି ସବୁବେଳେ ଶ୍ରେଣୀରେ ପ୍ରଥମ ହେଉଛି ଆଉ ତୁମେ ସବୁବେଳେ ଦୁଷ୍ଟାମୀ କରି କମ ନମ୍ବର ରଖୁଛ, ସେଥିପାଇଁ ଏ ଘଡିଟି କୁନିର |କୁନା ଏହା ଶୁଣି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା |ବାପା କହିଲେ ତୁମେ ଯଦି ଭଲ ପାଠ ପଢିବ ତେବେ ମୁଁ ଏ ଘଡି ତୁମକୁ ନିଶ୍ଚୟ ଦେବି |

ଘଡି ପାଇବା ଆଶାରେ କୁନା ଆଉ ଦୁଷ୍ଟାମୀ ନକରି ପାଠ ପଢ଼ାରେ ମନଦେଲା ଏବଂ ଭଲ ନମ୍ବର ରଖି ଶ୍ରେଣୀରେ ଉତୀର୍ଣ୍ଣ ହେଲା |ଏହା ଦେଖି କୁନାର ବାପା ବହୁତ ଖୁସି ହେଲେ ଏବଂ ତାକୁ ହାତଘଡିଟି ଦେଇ କହିଲେ, ତୁମେ ଜାଣିଛ କୁନା ମୁଁ କଣ ପାଇଁ ତୁମକୁ ଏ ଘଡି ଦେଲିନି, କାରଣ ମୁଁ ଚାହୁଁଥିଲି ତୁମେ ସମୟର ମୂଲ୍ୟ ବୁଝ ଏବଂ ଭଲ ପାଠ ପଢି ଜଣେ ଭଲ ମଣିଷ ହୁଅ ବୋଲି |ଏହା ଶୁଣି କୁନା ବାପାଙ୍କ କୋଳକୁ ଦୌଡି ଯାଇ ଗେହ୍ଲା ହେଇ କହିଲା, ବାପା ମୁଁ ଏଥର ଆପଣଙ୍କ କଥା ମାନିବି ଏବଂ ସମୟର ଉଚିତ ବିନିଯୋଗ କରିବି ଏବଂ ଭଲ ମଣିଷ ହେବି |ବାପା ଏହା ଶୁଣି ବହୁତ ଖୁସି ହୋଇ କୁନାକୁ ଆଶିଷ ଦେଲେ |

   

ପିଲାମାନେ ଦେଖିଲତ କୁନା କିପରି ସମୟର ମୂଲ୍ୟ ବୁଝି ଭଲ ପାଠ ପଢି ଶ୍ରେଣୀରେ ଉତୀର୍ଣ୍ଣ ହେଲା ଏବଂ ଭଲ ମଣିଷ ହେଲା |ତୁମେ ଵି ସମସ୍ତେ ଠିକ ସମୟରେ ଠିକ କାମ କର ଏବଂ ସମୟର ମୂଲ୍ୟକୁ ବୁଝି ଭଲ ମଣିଷ ହୁଅ |ଆଜି ପାଇଁ ଏତିକି, ମୁଁ ପୁଣି ଆସିବି ଆଉ ଏକ ସୁନ୍ଦର କାହାଣୀ ସହିତ |

             


Rate this content
Log in