Madhusmita Prusty

Tragedy

4  

Madhusmita Prusty

Tragedy

ଦିବ୍ୟ ଅନୁଭୂତି (ମୋକ୍ଷ)

ଦିବ୍ୟ ଅନୁଭୂତି (ମୋକ୍ଷ)

3 mins
393



1998 ମସିହାର କଥା ମୋର ଜେଜେ ଏ ଧରାଧାମରୁ ବିଦାୟ ନେବାର ସମୟ କୌଣସି ତିଥି ବାର ମନେନାହିଁ ମୋରକେବଳ ତାଙ୍କର ଦିବ୍ୟ ମୃତ୍ୟୁର ଅନୁଭୂତି ମନେଅଛି ଜୀବନରେ ବହୁତ ପ୍ରଶଂସା ସାଉଁଟିଥିବା ଏବଂ ସୁଦୀର୍ଘ ପଥରେ ଅନେକ ବାଧାବିଘ୍ନକୁ ହସିହସି ସାମ୍ନା କରିଥିବା ଜଣେ ସ୍ନେହୀ ଏବଂ ନିଷ୍କପଟ ମଣିଷ ଥିଲେ ମୋ ଜେଜେ ସବୁ କାର୍ଯ୍ୟରେ ସିଦ୍ଧହସ୍ତ ଏମିତି ଅନେକ ଗୁଣର ଅଧିକାରୀ ଥିଲେ ମୋ ଜେଜେ ବହୁତ ଭଲ ରୋଷେଇ ଜାଣିଥିଲେ ସେ ବେଳେବେଳେ ରୋଷେଇ ଘରେ ପସି ଏକା ଏକା କେତେକଣ ତିଆରି କରିଦିଅନ୍ତି ମୋ ଜେଜେଙ୍କର ଗୋଟେ ପ୍ରିୟ ଖାଦ୍ୟ ଥିଲା ଆଲୁରେ ତିଆରି ବରା ସେ ଖୁବ୍ ସୁନ୍ଦର ଭାବରେ ତିଆରି କରନ୍ତି ଏହାକୁ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ ସେହି ବରା |


          ଜୀବନରେ ଅନେକ ଗୁଣର ଅଧିକାରୀ ହେଇଥିବା ଜଣେ ଉଦାର ମଣିଷ ଶେଷରେ ବୟସର ଅପରାହ୍ନରେ ବହୁତ କଷ୍ଟ ପାଇଥିଲେ ଜଳାତଙ୍କ ରୋଗରେ ପୀଡିତ ହୋଇ ଗୋଟେ ଆଖି ମଧ୍ୟ ହରାଇଥିଲେ ଶେଷ ସମୟରେ ଯେଉଁ ଜିନିଷ କେବେ ଖାଇନଥିଲେ ତାକୁ ମଧ୍ୟ ଖାଇବା ପାଇଁ ଇଚ୍ଛାକଲେ ତାହାଥିଲା ଅଣ୍ଡା ମନଭରି ଖାଇଥିଲେ ମୃତ୍ୟୁ ପୂର୍ବରୁ ଏହାପରେ କୌଣସି ଇଛା ଶେଷ ନଥିଲା ସତେ ଯେମିତି ଲାଗିଲା ତାଙ୍କର ଆଉ କୌଣସି ଜିନିଷରେ ଲୋଭ କି ଆଶକ୍ତି ନାହିଁ ସମସ୍ତେ ଜାଣନ୍ତି ଯେତେବେଳେ ମଣିଷର ସବୁ ଆଶା ପୁରଣ ହେଇଯାଏ ସେତେବେଳେ ପରଂବ୍ରହ୍ମଙ୍କୁ ପାଇବାର ଇଛା ସ୍ୱତଃ ଜାଗ୍ରତ ହୁଏ ଜେଜେଙ୍କ କ୍ଷେତ୍ରରେ ମଧ୍ୟ ସେଇୟା ହେଲା ଯେଉଁଦିନ ଜେଜେଙ୍କର ମୃତ୍ୟୁ ହେଲା ସେଦିନ ଠିକ୍ ସଂନ୍ଧ୍ୟା 5.30ରେ ତାଙ୍କର ଶରୀର ଫୁଲିବା ଆରମ୍ଭ କରିଥିଲା ପ୍ରଥମେ ପାଦରୁ ଫୁଲା ଆରମ୍ଭ ହୋଇ ଧୀରେ ଧୀରେ ଆଗକୁ ବଢିଥିଲା ସେତେବେଳେ ଜେଜେ ତାଙ୍କ ତୁଣ୍ଡରେ କେବଳ ଗୋଟିଏ ନାମ ଉଚ୍ଚାରଣ କରୁଥିଲେ "ହେ ନାରାୟଣ" ମୁଁ ଜେଜେଙ୍କ ପାଖରେ ବସିଥିଲି ଏବଂ ଜେଜେଙ୍କ ଏପରି ଅବସ୍ଥା ଦେଖି ମୋତେ ବହୁତ ଡର ଲାଗୁଥିଲା ସମସ୍ତେ କହିଲେ ଜେଜେ ଆଉ ବଞ୍ଚିବେନି ସେଥିପାଇଁ ନିର୍ମାଲ୍ୟ ପାଣି ତାଙ୍କ ପାଟିରେ ଦେଉଥିଲେ ଏବଂ ନିଜର ପରିଚୟ ପଚାରୁଥିଲେ ଜେଜେ ସମସ୍ତଙ୍କର ନାଁ ମଧ୍ୟ ସଠିକ୍ କହିଥିଲେ ତୁଣ୍ଡବାରୀ ଧୀରେ ଧୀରେ ସମୟ ଗଡ଼ି ଚାଲିଲା ଏବଂ ଛାତି ଫୁଲିବାକୁ ଲାଗିଲା ପରେ ମୁହଁ ମଧ୍ୟ ସୂର୍ଯ୍ୟ ଅସ୍ତ ହେବାପାଇଁ ଯାଉଥିଲେ, ଜେଜେ "ହେ ନାରାୟଣ, ହେ ନାରାୟଣ"ଉଚ୍ଚାରଣ କରୁଥିଲେ ମୃତ୍ୟୁ ସମୟ ଉପନୀତ ହେଲା ଘଣ୍ଟାରେ ଠିକ୍ 6ଟା ବାଜିଥିଲା ମନ୍ଦିରରେ ଶଙ୍ଖ,ଘଣ୍ଟଘଣ୍ଟା ବାଜି ଉଠିଲା ଠିକ୍ ସେଇ ସମୟରେ ମୋ ଜେଜେ "ହେ ନାରାୟଣ"କହି ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ |

          ଏହି ଘଟଣାରେ ମୁଁ ବହୁତ ମର୍ମାହତ ହେଲି ମୋ ଆଖିରୁ ଟୋପେ ବି ଲୁହ ବାହାରିଲା ନାହିଁ ସମସ୍ତେ ବହୁତ ବ୍ୟସ୍ତ ହେଇପଡିଲେ ଯେ ମୋ ଆଖିରୁ କାହିଁକି ଲୁହ ଆସୁନି ଦେଖି ଜେଜେଙ୍କୁ ସୁସଜ୍ଜିତ ଗାଡ଼ିରେ ସ୍ୱର୍ଗଦ୍ୱାର ନିଆଗଲା ତଥାପି ମୁଁ କାନ୍ଦିଲି ନାହିଁ ମୋର ଏପରି ଅବସ୍ଥା ଦେଖି 15 ଦିନ ପରେ ମୋତେ ପିଉସୀ ମାଙ୍କ ଘରକୁ ପଠାଇ ଦିଆଗଲା ହୁଏତ ମନ ପରିବର୍ତ୍ତନ ହେବ ଏୟା ଭାବି ଦୁଇ ତିନିଦିନ ଭଲରେ କଟିଲା ତୃତୀୟ ଦିନର ଠିକ୍ 3ଟା ସମୟରେ ମୁଁ ଡ୍ରଇଂ ରୁମ୍ ରେ ବସିଥିବା ସମୟରେ ଜେଜେଙ୍କର ସ୍ମୃତି ସବୁ ମନେପଡ଼ିଲା ଅନ୍ୟମାନେ ନିଜ କାମରେ ସବୁ ଵ୍ୟସ୍ତଥିଲେ ମୋ ଆଡକୁ କାହାର ଧ୍ୟାନ ନଥିଲା ସ୍ମୃତିରେ ଜଡ଼ସଡ଼ ମନଟି ଭାଂଗିପଡ଼ିଲା ସେଇ ମୁହୂର୍ତ୍ତରେ ଧାରା ଶ୍ରାବଣର ବାରିଧାରା ବର୍ଷୀବା ପରି ହୃଦୟ ତଳର କୋହ ସବୁ ଅମାନିଆଁ ହେଇ ଆଖି କୋଣରୁ ଝରିବା ଆରମ୍ଭ କଲେ ସେଦିନ ଜେଜେଙ୍କ ସ୍ମୃତିରେ ମୁଁ ଏମିତି ତଲ୍ଲୀନ ହେଇଯାଇଥିଲିଯେ ସମୟର ଜ୍ଞାନ ମୋର ହୃଦବୋଧ ହେଲାନାହିଁ କେବଳ ଅଶ୍ରୁ ହିଁ ଅଶ୍ରୁ ଥିଲା ମୋ ସାମ୍ନାରେ ସେଦିନ ସେଇ ଅମାନିଆଁ ଲୁହ ବନ୍ଦ୍ ହେବାର ନାଁ ନେଲାନି ଯେତେବେଳେ ଅନ୍ୟମାନେ ମୋର ଅନୁପସ୍ଥିତି ଅନୁଭବ କଲେ ମୋତେ ଏକାନ୍ତରେ କାନ୍ଦୁଥିବାର ଦେଖିବାକୁ ପାଇଲେ ସମସ୍ତେ ବହୁତ ବୁଝାସୁଝା କଲେ ହେଲେ ମୋର ଲୁହ ଝରିବା ବନ୍ଦ୍ ହେଲାନି ପିଉସୀ ମା ଏବଂ ତାଙ୍କ ପରିବାର ମୋତେ ଏପରି ଦେଖି ବହୁତ ଡ଼ରିଗଲେ ସଂଗେ ସଂଗେ ଘରକୁ ଫୋନ୍ ଯୋଗେ ସବୁକଥା ଜଣାଇଲେ ମା ମୋ ସହିତ କଥା ହେଇ ବୁଝାଇବା ପରେ ମୋର ମନ ବୁଝିଲା ଏବଂ ଲୁହ ମଧ୍ୟ ଥମିଥିଲା ସେଦିନ ରାତ୍ରି 8 ଟା ରେ ମୁଁ ସ୍ଥିର ହେଲି |


          ଏତେ ଭଲପାଇବା ଥିଲା ମୋର ମୋ ଜେଜେଙ୍କ ପାଇଁ ଆଜି ମଧ୍ୟ ମନେପଡିଲେ କୋହ ଆସେ ମନରେ ଆଉ ଜେଜେଙ୍କ ସେଇ ସରଳ ସ୍ନେହଭରା ଚେହେରା ମୋ ଆଖି ଆଗକୁ ଚାଲିଆସେ ସତରେ ଏପରି ସମ୍ପର୍କ ଏବଂ ଏପରି ସ୍ମୃତିକୁ ନିଜ ମାନସପଟ୍ଟରୁ କେହି କେବେ ଭୁଲାଇ ପାରିବନି ଏହା ମୋ ପାଇଁ ଚିର ସ୍ମରଣୀୟ ହେଇ ରହିବ ବଂଚିଥିବା ପର୍ଯ୍ୟନ୍ତ ଏକ ଦିବ୍ୟ ମୃତ୍ୟୁର ପଥିକ ଥିଲେ ମୋ ଜେଜେ ଶେଷରେ ପରଂବ୍ରହ୍ମରେ ଲୀନ ହେଇଗଲେ |



Rate this content
Log in

Similar oriya story from Tragedy