Madhusmita Prusty

Tragedy

3  

Madhusmita Prusty

Tragedy

ନରରୂପୀ ନାରାୟଣ

ନରରୂପୀ ନାରାୟଣ

3 mins
186



ଏ ଘଟଣା ଦୀର୍ଘ ବର୍ଷର । ମୋର ଯାହା ମନେଅଛି ଏହା 2003 ମସିହା ମାର୍ଚ୍ଚ 17 ତାରିଖର ଘଟଣା ।ମୁଁ ସେତେବେଳେ ଏକ ଏନ.ଜି.ଓ ରେ କାମ କରୁଥିଲି ।ପ୍ରାୟତଃ କିଛି ନାଁ କିଛି ସମସ୍ୟା ପ୍ରତିଦିନ ଆସୁଥିଲା ଆମ ନଜରକୁ । ସେଥିରୁ କିଛି ସମସ୍ୟାର ସମାଧାନ ପାଇଁ ଆମର ସମସ୍ତ ସଦସ୍ୟ ଏବଂ କିଛି ସାଧାରଣ ଲୋକଙ୍କୁ ନେଇ ଦିଲ୍ଲୀ ଯିବାପାଇଁ ଯୋଜନା କରାଗଲା ।ସମସ୍ତ ବ୍ୟବସ୍ଥା କରାଯିବା ପରେ ମାର୍ଚ୍ଚ 15 ତାରିଖକୁ ଦିନଧାର୍ଯ୍ୟ କରାଗଲା । ପ୍ରାୟତଃ 12ଶହ ରୁ 15ଶହ ଲୋକଙ୍କୁ ନେଇ ଦିଲ୍ଲୀ ଯିବାପାଇଁ ବ୍ୟବସ୍ଥା କରାଗଲା । ଦୁଇଟି ଟ୍ରେନର କିଛି କିଛି ବଗି ରିଜର୍ଵ କରାଗଲା ।ରାତ୍ରି 10ଟା ରେ ସମସ୍ତେ ଷ୍ଟେସନରେ ପହଁଚିଲେ ।ଏହାପରେ ଦିଲ୍ଲୀ ଅଭିମୁଖେ ବାହାରିଲୁ ସମସ୍ତେ ।


ଦୀର୍ଘ 48ଘଣ୍ଟା ପରେ ସମସ୍ତେ ପହଁଚିଲେ ଦିଲ୍ଲୀରେ ।ଯେହେତୁ ସକାଳ ସମୟ ଥିଲା ସମସ୍ତେ ପ୍ରଥମେ ନିଜର ନିତ୍ୟକର୍ମ ସମାପନ କଲେ ଏବଂ ତାଲକୋଟ୍ରା ଷ୍ଟାଡିଅମରେ ପହଁଚିଲେ ଏକ ବିଶାଳ ରାଲିରେ । ସେଠାରେ ଆମର ଏକ ସଭା ରଖା ଯାଇଥିଲା,ବହୁ ମାନ୍ୟଗଣ୍ୟ ମନ୍ତ୍ରୀ ଏବଂ ସମାଜସେବୀ ମାନେ ଯୋଗ ଦେଇଥିଲେ ସଭାରେ । ପ୍ରାୟ ତିନି ଚାରିଘଣ୍ଟା ଅନୁଷ୍ଠିତ ହେଇଥିଲା ସେ ସଭା । ଏହାପରେ ଆମର ଅଫିସର କିଛିଜଣ ସଦସ୍ୟ ସେଠାରୁ କିଛି ଜିନିଷ ସ୍ମୃତି ରୂପେ କିଣିବା ପାଇଁ ଚାହିଁଲେ । ପାଖରେ ଥିବା କରୋଲ ବାଗ ମାର୍କେଟକୁ ଯିବାପାଇଁ ଆମେ ପାଖାପାଖି 10ଜଣ ସଦସ୍ୟ ବାହାରିଲୁ । ସେଠିକାର ବସ ଚଳାଚଳର ନିୟମ ବିଷୟରେ ଆମକୁ ଜଣା ନଥିଲା ।ବସ ଚାଲୁଥିବା ସମୟରେ ଚଢିବା ଏବଂ ଓଲ୍ହାଇଵା ହୁଏତ ସେଠାକାର ଲୋକ ମାନଙ୍କ ପାଇଁ ସହଜ ଥିଲା, କିନ୍ତୁ ଆମପାଇଁ ନୁହେଁ । କୌଣସିମତେ ବସରେ ଚଢ଼ିଗଲୁ । 


ଯେତେବେଳେ ମାର୍କେଟ ପାଖେଇ ଆସିଲା ସେତେବେଳେ ବସ ଟିକେ ସ୍ଲୋ ହେଲା । ମୋ ସାଙ୍ଗରେ ଆସିଥିବା ସମସ୍ତେ ଓଲ୍ହାଇ ପଡିଲେ ହେଲେ ମୁଁ ଏକା ରହିଗଲି ବସରେ । ଯେହେତୁ ମୁଁ ବହୁତ ପଛରେ ଠିଆ ହୋଇଥିଲି ସେଥିପାଇଁ ଏପରି ହେଲା । ପରେ କାହାକୁ ନପାଇ ମୁଁ ବହୁତ ଡରିଯାଇଥିଲି ଏବଂ ସଙ୍ଗେ ସଙ୍ଗେ ବସ ରୋକୋ, ବସ ରୋକୋ ବୋଲି ଜୋରରେ ପାଟିକଲି । କଣ୍ଡକ୍ଟର ମୋତେ ପଚାରିଲେ ଆପ ଉନ ଲୋଗୋନ କେ ସାଥ ଥେ କ୍ୟା । ମୁଁ କହିଲି ହାଁ । ତାପରେ ସେ ବସ ଟିକେ ସ୍ଲୋ କଲେ । ମୁଁ ଯଷ୍ଟ ଓଲ୍ହେଇଲା ବେଳକୁ ବସ ସ୍ପିଡ୍ ବଢିଗଲା । ମୁଁ କଚାଡ଼ି ହେଇ ତଳେ ପଡ଼ିଗଲି । ମୋ ପଛରେ ପାଖାପାଖି 40ରୁ 50ବସ ଜୋରରେ ବ୍ରେକ ଦେଇ ଅଟକିଗଲେ । ମୁଁ ଦେଖିଲି ମୁଁ ଗୋଟେ ବସର ଠିକ ତଳେ ପଡିଛି ଏବଂ ମୋ ପଛରେ ବସକୁ ଆଗକରି ଦୁଇ ହାତ ପ୍ରସାରି ଜଣେ ଭଦ୍ରବ୍ୟକ୍ତି ଠିଆ ହୋଇଛନ୍ତି । ମୋତେ ଏତେ ଜୋରରେ ଆଘାତ ଲାଗିଥିଲା ଯେ ମୁଁ ଉଠି ପାରୁ ନଥିଲି । ସେଇ ଭଦ୍ରବ୍ୟକ୍ତି ଜଣକ ମୋତେ ପଚାରିଲେ ଆପ କୋ ଲଗିତୋ ନହିଁ । ଏହି ସମୟରେ ମୋର ଅନ୍ୟ ସାଥିମାନେ ପହଂଚିଗଲେ । କିଛି ସମୟ ପାଇଁ ସେମାନେ ଭାବି ନେଇଥିଲେକି ମୁଁ ବସତଳେ ଚାପି ହେଇଯାଇଛି ବୋଲି । ମୋତେ ଜୀବିତ ଦେଖି ସେମାନେ ବହୁତ ଖୁସି ହୋଇଗଲେ । ସେତେବେଳେ ମୋର ସେ ମହାନ ବ୍ୟକ୍ତି ଯିଏକି ମୋ ଜୀବନ ରକ୍ଷାକଲେ ତାଙ୍କ କଥା ମନେ ନଥିଲା , କାରଣ ଜୋରରେ ପଡିବା ଯୋଗୁଁ ମୋତେ ବହୁତ କଷ୍ଟ ହେଉଥିଲା । 


ଏବେବି ମନେପଡିଲେ ଦେହ ଶୀତେଇ ଉଠେ ସେ ଘଟଣାକୁ ଭାବି । କିଏ ସେ ମହାନ ମଣିଷ ଯିଏ ନିଜ ଜୀବନକୁ ବାଜି ଲଗେଇ ମୋର ଜୀବନ ରକ୍ଷାକଲେ । ସେ ନିଶ୍ଚୟ ମୋ ପାଇଁ ନରରୂପୀ ନାରାୟଣ । ଏତେବଡ଼ ବିପଦରୁ କୌଣସି ସାଧାରଣ ଲୋକ ଏପରି କରି ନପାରେ କାରଣ ମୋର ଯାହା ମନେ ଅଛି ସେ ବସ ଦୁର୍ଘଟଣା ବେଳେ ପାଖାପାଖି କେହି ନଥିଲେ । ଏହି ଅନୁଭୂତି ମୋର ମନରେ ସବୁଦିନ ପାଇଁ ଏକ ଅଭୁଲା ସ୍ମୁତି ହୋଇ ରହିଯାଇଛି ।ଏବେ ଲୋକବାଣୀରେ ପ୍ରଚଳିତ କଥାର ସତ୍ୟତା ଯଥାର୍ଥ ରୂପ ନେଇଛି । "ଯାହାକୁ ରଖିବେ ଅନନ୍ତ, କିକରି ପାରେ ବଳବନ୍ତ " ।


Rate this content
Log in

Similar oriya story from Tragedy