Satyabati Swain

Tragedy

3  

Satyabati Swain

Tragedy

ଉଠ ପ୍ଲିଜ଼

ଉଠ ପ୍ଲିଜ଼

3 mins
707


ଏଇତ ସେ ଘରକୁ ଆଠ ଦିନ ତଳେ ଆସିଥିଲା ବାହା ହେବାକୁ । ଘରେ ତା ନବ ବିବାହିତ ସ୍ତ୍ରୀ । ଟିକିଏ ପୂର୍ବରୁ କଥା ହେଉଥିଲା ହସି ହସି । ଶୁଭେଚ୍ଛା ଜଣାଉଁଥିଲା ଭାଲେଣ୍ଟାଇନ ଡେ ର । କଥା ଦେଉଥିଲା ଆଉ କିଛିଦିନ ପରେ ଛୁଟି ନେଇ ଯିବ ଘରକୁ ।

ପଚାରି ବୁଝୁଥିଲା ବାପା ବୋଉ କଥା । ତା ସୁନାନାକୀ ନାକ କାନ୍ଦୁରି ଭଉଣୀ କେମିତି ଅଛି???ଚଗଲା ଭାଇଟା ପଢୁଛି ନା ଫୋନ୍ ରେ ଖାଲି ବାଇ ହେଉଛି । ଆଉ ତୁନି କି ପଚାରୁଥିଲା ତୁମେ" ଭଲ ଅଛ ତ" "ମୋ କଥା ମନେ ପଡୁଛି ନା ଭୁଲି ଗଲଣି"

ଫୋନ୍ ସେ ପଟୁ ଭାସି ଆସୁଥିଲା ଅଭିମାନିଆ ପ୍ରେମ ପୂର୍ଣ୍ଣ ଭାରି କଣ୍ଠ ସ୍ୱର । ସ୍ୱର ରେ ଲାଜ ନେସି ହୋଇଯାଉଥିଲା ଗୋଟା ପଣେ । ପୁରୁଷ ସାଥୀଟି ଏପଟେ ଛଟ ପଟ ହେଉଥିଲା । ଜଳ ଜଳ ଦିଶି ଯାଉଥିଲା ଚିର ଇପ୍ସିତ ସ୍ତ୍ରୀର ଲାଜୁଆ ଅଭିମାନ ଭରା ଚାହାଣି । ବୋଧ ଦେଉଥିଲା ଅପେକ୍ଷା ଭଲ ମିଠା । ଛୁଟି ମିଳୁ ତୁମକୁ ଏଥର ଯାଇ ନେଇ ଆସିବି । କିଛି ଦିନ ସାଙ୍ଗ ହୋଇ ବଞ୍ଚିବା" ।

ବାପା ପଚାରୁଥିଲେ ପୁଅ ଭଲ ଅଛୁ ତ! ତୁ କେବେ ଆସିବୁ ଘରକୁ । ହସି ହସି ପୁଅ କହୁଥିଲା ହଁ ବାପା ସେ ଭଲ ଅଛି । ଛୁଟି ପାଇଁ ଦରଖାସ୍ତ ଦେଇଛି । ସୁପାରିଶ ହୋଇଗଲେ ସେ ଘରକୁ ଯିବ । ଏଥରକ ଗଲେ ସମସ୍ତେ ସାଙ୍ଗ ହୋଇ ନାନୀ ଘରକୁ ଯିବା । ବୋଉ ସୁଗାର ଟିକେ କମିଲାଣି ନା ନାହିଁ??ବୋଉକୁ କହିବ ତା ଖାଇବା ପିଇବାରେ ଅବହେଳା କରିବନାହିଁ । ତୁମେ ବୋଉକୁ ଟିକେ ଡରେଇବ ତ.... ନଲେ ସମସ୍ତଙ୍କ କଥା ବୁଝୁ ବୁଝୁ ସେ ନିଜ କଥା କେତେବେଳେ ଭୁଲି ଯାଇଥିବ ।

କ'ଣ ନିର୍ଲିପ୍ତ ବାବୁ!ଚାକିରୀ ବାକିରି କରି ଆମକୁ ଭୁଲି ଗଲ । ତୁ ନାହିଁ ବୋଲି ଖଟି ଆଉ ଜମୁନି । ଯାହା କହ ତୋ ବିନା ଗୋଟେ ଘଣି । ହେ ପାଣିଚିଆ ଲାଗୁଛି ବେ । କେବେ ଆସିବୁ ସାଙ୍ଗ!ନିଶି ତୋ ବାଟ ଚାହିଁ ବସିଛି । ସେ କହୁଥିଲା ତୁ ଏଥର ଆସିଲେ ତା ସହ ବିବାହ ପ୍ରସ୍ତାବ ପଡିବ କାଳେ । ବାଃ ସାଙ୍ଗ ଦୂରରେ ଥାଇ ବି ପକ୍କା କରି ରଖିଛୁ ପ୍ରସ୍ତାବ ହୋ ହୋ ହସରେ ଫାଟି ପଡୁଥିଲା ଫୋନ୍ ଏପାଖ ଓ ସେ ପାଖ ।

ଧନ!!କେମିତି ଅଛୁ ମୋ ସୁନା । ଖାଇବା ପିଇବା ଠିକ୍ ଠାକ୍ କରୁଛୁ ନା ରାଜାତୁ ଗଲୁ ଯେ ମୋତେ ଅନ୍ଧ କରି ଦେଇ ଯାଇଛୁ । ବାବୁରେ!ଦେହ ପା ଯତ୍ନ ନେବୁ । ମୋ ଗୁଣ୍ଠୁଣି ହାତୀ ଟା ନିଜକୁ ଜଗିବୁ । ଶଙ୍ଖାଳିରେ କେବେ ଆସିବୁ ଘରକୁ । ସୁଉଁ ସୁଉଁ କାନ୍ଦ ଶୁଭୁଥିଲା । ମା କଣ୍ଠ ବାଷ୍ପରୁଦ୍ଧ । ପ୍ରବୋଧନା ଦେଇ ପୁଅ କହୁଥିଲା ତୁ ଏମିତି ବ୍ୟସ୍ତ ହେଲେ ହେବ ମାତୋ ପୁଅ ବା ଏବେ ବଡ଼ ହୋଇ ଗଲାଣି । ଯିଏ ଦେଶକୁ ଜଗୁଛି ସେ କଣ ନିଜକୁ ଜଗି ପାରିବନାହିଁଛୁଟି ମିଳି ଗଲେ ଯିବି ମା । ମନ ଉଣା କରନା ।

ପାଞ୍ଚ ବର୍ଷର ଝିଅ ମିଷ୍ଟି କହୁଥିଲା ବାବା ମୋ ସ୍କୁଲ ଫଙ୍କସନକୁ ଆସିବତ ଏଥର । ମୁଁ ଭାରତ ମାତା ହୋଇଛି । ଆସିଲେ ଦେଖିବ ମୁଁ କେତେ ସୁନ୍ଦର ରୋଲ କରିଛି । ଆର ବର୍ଷ ଆସି ନଥିଲ । ଏ ବର୍ଷ ଆସିବ ନା???ଫୋନ୍ ରେ ବାପା କହୁଥିଲା ଛୁଟି ମିଳିଲେ ନିଶ୍ଚେ ଯିବି ମିଷ୍ଟି ମା ।

ଭାଇ!!ତୁଏଥରକ ଆସିଲେ ତୋତେ ଗୋଟେ ସର୍ପ୍ରାଇଜ୍ ଦେବି । ମୋ ପାଇଁ କିନ୍ତୁ ମୋ ବରାଦ ମୁତାବକ ଜିନିଷ ଆଣିବାକୁ ପଡିବ । ଓହୋ କେତେ ତେଲଉଛୁ ହୁଣ୍ଡି ଗେହ୍ଲଇ ଭଉଣୀ । କହ କଣ କଣ ନେବି?? । ଏଥର ଛୁଟି ମିଳିଲେ ତୋ ବରାଦ ମୁତାବକ ସବୁ ନିଶ୍ଚୟ ନେବି । ଏଥର ଖୁସି ତ..... ମୋ ଭାଇ ପରି କିଏ ହେବ । ଭଉଣୀ କଥାରେ ଖୁସି ଚହଲୁଥିଲା ।

ଆହା କଣହେଲା ପୁଲୱାମା ଜିଲ୍ଲାର ଅବନ୍ତି ପୁରର ଗୋରିପୁରର ଭୟଙ୍କର ବିସ୍ଫୋରଣ କଣ କଲା ସ୍ତ୍ରୀ,ବାପା,ମା, ସାଙ୍ଗ,ଝିଅ,ଭଉଣୀ ଅନେଇଛନ୍ତି ବାଟ ।

ସମସ୍ତଙ୍କୁ କଥା ଦେଇଥିଲେ ଛୁଟି ମିଳିଲେ ଯିବେ । କିନ୍ତୁ ହେଲା ଆଉ କେଉଁଠି!ସ୍ୱାମୀ,ପୁଅ,ଭାଇ,ବାପା,ସାଙ୍ଗ କାହିଁ???କାହିଁ ତା ଶରୀର । ଶବ ବି ନାହିଁ । ବିସ୍ଫୋରଣ ରେ ମାଂସ, ହାଡ଼ ଛିଟିକି ପଡିଛି ଏଣେ ତେଣେ ।

ଏଇ ଟିକିକ ଆଗରୁ କଥା ହେଉଥିଲେ ସେମାନେ ହସି ହସି ଘର ଲୋକଙ୍କ ସଙ୍ଗେ । କିଛି ଚିନ୍ତା କରିବା ପୂର୍ବରୁ ହଠାତ୍ ସବୁ ଶେଷ । ଆଜୀବନ ଛୁଟି ହୋଇଗଲା ସେମାନଙ୍କର..........

ସେମାନଙ୍କୁ ଆମେ ସହିଦ ସମ୍ମାନ ଦେଲୁ । ଅମର ରହେ ଅମର ରହେ କହି କମ୍ପେଇଲୁ । ଶୋଭାଯାତ୍ରା କଲୁ । କିଏ ବାଢିଲା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । କିଏ କହିଲା ହେ ବୀର ସହିଦ ତୁମକୁ ସଲାମ । ପୁଣି କିଏ କ୍ୟାଣ୍ଡେଲ ,ଦୀପ୍,ଜ୍ୟୋତି ଜଳାଇ ଅମର ସହିଦଙ୍କ ଆତ୍ମାର ସଦଗତି କାମନା କଲେ । ପ୍ରତିଟି ହୃଦୟ କରୁଣ,ଶୋକାକୁଳ । ସରକାର ଦେଲେ ଅନୁକମ୍ପା ମୂଳକ ସାହାଯ୍ୟ ।

କିଛି ଲୋକେ ପ୍ରତିଶୋଧ ନେବା ରଡି ଛାଡିଲେ । ପଡୋଶୀ ଦେଶ ତୀବ୍ର ସମାଲୋଚନା,ନିନ୍ଦା କଲେ ଏପରି ଆତଙ୍କବାଦୀ ଆକ୍ରମଣକୁ । କିଛି ଦିନ ସରଗରମ ହୋଇ ଉଠିବ ମନ ମଣିଷ,ସମାଜ,ଅବସ୍ଥା ଓ ବ୍ୟବସ୍ଥା ।

କିନ୍ତୁ କଣ ହେବ ସେ ନଵ ବିବାହିତ ସ୍ତ୍ରୀ ଟିର!!କଣ ସେ ଜୀଇଁ ଥାଉ ଥାଉ ମରିଗଲାନି କି

କଣ ହେବ ବାପା ମାଙ୍କର ଆଶା ବାଡ଼ି ହରାଇ କେମିତି ଛାଲିବେ ବାକି ବାଟକଣ ହେବ ପାଞ୍ଚ ବର୍ଷ ଶିଶୁ କନ୍ୟାଟିର ପାଇବ ତ ଉପଯୁକ୍ତ ବଢ଼ିବା,ପଢିବା ଗଢ଼ିବା ସୁଯୋଗଭଉଣୀ ଟି କଣ ଏମିତି ଅପେକ୍ଷା ରଖିବ ତା ଭାଇ ଫେରିବା ବାଟକୁ । ଏମାନଙ୍କ ଜନ୍ମ, ବଞ୍ଚିବା,ଆଶା,ଭବିଷ୍ୟତର କଣ ହେବ!ଅଛି କାହା ପାଖେ କିଛି ଉତ୍ତର!

ଆମେ ସମସ୍ତେ ଶ୍ରୀଖଣ୍ଡି । ଆବେଗ ଅଛି,ବେଗ ନାହିଁ । କାମନା ଅଛି କାର୍ଯ୍ୟ ଶୁନ୍ । ରଡି ଛାଡୁ ଫମ୍ପା ମାଠିଆ ପରି । ଏଇଟି ଠିକ୍ ସମୟ । ଉଠ ଓ ଉଠାଅ । ଆଉ ପ୍ରସ୍ତୁତି ନୁହେଁ,କେବଳ ଆକ୍ସନ ଦରକାର । ଉଠ, ଉଠ ପ୍ଲିଜ଼......

*ସତ୍ୟବତୀ ସ୍ବାଇଁ,ମୀନୁ,ବାଲିକୁଦା,ଜଗତସିଂହପୁରର*


Rate this content
Log in

Similar oriya story from Tragedy