ଉପଲବ୍ଧି - ସଞ୍ଚରି ଯିବାର ବେଳ
ଉପଲବ୍ଧି - ସଞ୍ଚରି ଯିବାର ବେଳ


ଏଥିରେ ପ୍ରବଣତା-ପ୍ରବଳତା-ପ୍ରଚଣ୍ଡତା ଅଛି, ପ୍ରଶମନ ନୁହେଁ । ଉଚ୍ଚାଟନ ଅଛି ।ଉତ୍ପୀଡନ ଅଛି | ଉଲ୍ଲଂଘନ ଚାହେଁ | ଉତ୍କଣ୍ଠା | କିନ୍ତୁ, ସର୍ତ୍ତ ଅଲଙ୍ଘ୍ୟ |
ଉଦ୍ଗମରୁ ଉତ୍ତରଣ ମଧ୍ୟରେ ସଞ୍ଚରି ଯିବାର ବେଳ | ଆବୋରି ବସିଛି ସମଗ୍ର ସତ୍ତାକୁ, ମାନସିକତାକୁ | ଉନ୍ମାଦପ୍ରାୟ ଅବସ୍ଥା | ଏ ତ ଉଭୟସଙ୍କଟ |
ଉପସମ ଲୋଡI ଉପଲବ୍ଢିର | ଉପସଂହାର ନୁହେଁ |
ଉଚିତ- ଅନୁଚିତର ଧIର ଧରେ ନାହିଁ | ଉପାଦେୟତା-ଅନୁପାଦେୟତାର ସତ୍ତା ଲୋଡେ ନାହିଁ | ଉପାୟ ଖୋଜେ | ଉପକୂଳରେ ଉତ୍ତରି ଯିବାର
ଭସାସାଗର ମଧ୍ୟରୁ | ଉତ୍ତର ପଚାରେ, ବିନା ଉପକ୍ରମଣିକାରେ | ଉନ୍ମେଷ ଜନ୍ମେ ଉନ୍ମୁଖତାର | ଉପାର୍ଜିଛି ତ ମୁଁ | ଉଖୁରେଇବୁନି କାଇଁ ତୁ ?
ଉଭୟପନ୍ଥୀ ମାନସିକତାର ଉପୁରି ଉପୁରି ଉପାଖ୍ୟାନ ଇଏ I ଉଷ୍ମତାର ଉହ୍ନେଇରୁ ଉତ୍କୀର୍ଣ୍ଣ ହେବ ଯାଏଁ I "ଉପଲବ୍ଧି", ସଞ୍ଚରି ଯିବାର ବେଳ-ଉଆଁସରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ I