Prajna Paramita Mohanty

Others

3  

Prajna Paramita Mohanty

Others

ତାମସା

ତାମସା

1 min
28


ସମ୍ବଲପୁର-ପୁରୀ ଇଣ୍ଟରସିଟି, ସମୟ ପ୍ରାୟତଃ ଦିନ ୧୧ଟା ୪୫ମିନିଟ | ଖରାଦିନ | ଅତ୍ୟଧିକ ଗରମ, ଗୁଳଗୁଳି ଓ ଯାତ୍ରାଜନିତ କ୍ଳାନ୍ତି ଶରୀରକୁ ଅବଶ ଓ ମନରେ ବିରକ୍ତିବୋଧ ସୃଷ୍ଟି କରିଥିଲା | ପୂର୍ବ ଷ୍ଟପେଜରୁ ଦଳେ ଯୁବକ (ପ୍ରାୟତଃ ୫-୬ ଜଣ) ଆମ ବର୍ଥରେ ଚଢିଥିଲେ | ସେହି ସମୟରେ ମାଆଟିଏ ତା'ର ଗୋଟେ ପୁଅ ଆଉ ଝିଅ ସହ ବାଜା ବଜାଇ ଖେଳ ଦେଖାଉଥିଲେ ଟ୍ରେନରେ | ଉଦ୍ଦେଶ୍ୟ, କିଛି ଅର୍ଥ ଉପାର୍ଜନ କରି ସେ ଦିନର ଗୁଜୁରାଣ ମେଣ୍ଟାଇବା | ଆମ ବର୍ଥ ଦେଇ ଯିବାବେଳେ ଯୁବକମାନଙ୍କ ମଧ୍ୟରୁ ଜଣେ ସେମାନଙ୍କୁ ଅଟକାଇ ନିଜ ବରାଦ ମୁତାବକ ନାଚ ଦେଖାଇବାକୁ ଆଦେଶ ଦେଲେ | ଦୀର୍ଘ ୨୫ ମିନିଟର ନାଚଗୀତପରେ ଯେତେବେଳେ ପ୍ରାପ୍ୟର ସମୟ ଆସେ, ସେମାନେ ହଠାତ୍ ଆଡେଇ ହେଇଗଲେ | ପ୍ରତିପକ୍ଷର ଆକୁଳ ମାଗୁଣିକୁ ଦୂରଦୂର ଭାଗ-ଭାଗର ତାଚ୍ଛଲ୍ୟରେ ଫେରାଇ ଦେଉଥାନ୍ତି |  

     ଯୁବକମାନଙ୍କ ଏ ପ୍ରକାର ମନୋବୃତ୍ତି ଦେଖି ମନରେ ରାଗ ଓ ବିରକ୍ତି ଆସୁଥାଏ | ଏହି ସମୟରେ ଟି.ଟି.ଆଇ ଆସି ଯେତେବେଳେ ଟିକେଟ ମାଗିଲା, ଜଣାପଡିଲା କି ବିନା ଟିକେଟରେ ଯାତ୍ରା କରି ମହାଶୟଗଣ ବାହାଦୂରି ମାରୁଥିଲେ | ଦଣ୍ଡସ୍ଵରୂପ ସେମାନଙ୍କୁ ସେହି ଷ୍ଟପେଜରୁ ହିଁ ଗାଡିରୁ ଓହ୍ଲାଇ ଦିଆଯାଇଥିଲା |

     ମୁଁ ମନେ ମନେ ବିଚାରୁଥିଲି, ସଂସାର ବଡ ବିଚିତ୍ରମୟ ଓ ସବୁଠୁ ବଡ ବିଚିତ୍ର ହେଉଛନ୍ତି ଏହାର ସୃଷ୍ଟିକର୍ତ୍ତା ଈଶ୍ଵର | ଅନ୍ୟର ଅସହାୟତା ଦେଖି ମଜା ଲୁଟୁଥିବା ଲୋକ ଯେ ନିଜେ ନିଜର ତାମସାର କାରଣ ହେଇପାରେ, ଏହାଠୁ ବଳି ବିଡମ୍ବନାର ବିଷୟ ଆଉ କ'ଣ ହେଇପାରେ ? 

  


Rate this content
Log in