ଉଜୁଡା ସ୍ବପ୍ନ
ଉଜୁଡା ସ୍ବପ୍ନ
ନିସ୍ତଦ୍ଧ ରଜନୀ llପ୍ରୁଥିବୀ ରାଣୀ କଳା ଚାଦରଟିଏ ଘୋଡି ହୋଇ ଶୋଇ ବାର ଚେଷ୍ଟା କରି ଶୋଇ ପାରୁନି lମାସେ ସନ୍ତାନ ଆଖି ରେ ଲୁହ ଦେଖି, ସେ କଣ ନିଶ୍ଚିନ୍ତ ରେ ଶୋଇ ପାରିବ ?
ସମସ୍ତେ ଯେ ଝା ଘରେ ନିଶ୍ଚିନ୍ତ ରେ ଶୋଇ ଥିଲା ବେଳେ ଦିନ ମଜୁରିଆ ଗାଧୁଆ ଆଖି ରେ ନିଦ ନାହିଁ lଆଖିରୁ ଝରି ପଡୁଛି ଲୁହର ଅବିଶ୍ରାନ୍ତ ଧାରା l ତା ସ୍ତ୍ରୀ ପୁଅ ପାଖରେ ବସି ଚୁପଚାପ ଚାହିଁ ରହିଛି ତା ଗୁଲୁ ଗୁଲିଆ ମୁହଁକୁ l ପୁଅ ମୁନା kg 2 ରେ ପଢେ lପୁଅକୁ school uniformରେ ଦେଖି ବାପା,ମାର ଖୁସିର ସୀମାରହେନି l
ରାଧୁଆ କହେ ,ବୁଝିଲୁ 'ମୁନା ମା ମୁଁ ସିନା ପଢିନି ବୋଲି ମଜୁରି ଖଟୁଛି, ଦେଖିବୁ ଆମ ପୁଅ ବହୁତ ପାଠ ପଢି ଡାକ୍ତର ହେବ lସେତେ ବେଳେ ତୁ ଆଉ ମୁଁ ଖାଲି ଚୌକି ରେ ବସି ଚାକର ବାକରକୁ ଅର୍ଡର୍ ଦେବା ,ଯେପରି ତୋ ମାଲିକାଣୀ ଓ ମୋ ମାଲିକ କରନ୍ତି lମାଷ୍ଟରାଣୀ ପରା କହିଛନ୍ତି ଆମ ପୁଅ ଭଲ ପଢୁଛି lପୁଅକୁ ନେଇ ଅନେକ ସ୍ବପ୍ନ ରାଧୁଆର l କିନ୍ତୁ ଆଜିର ଦୁନିଆଁରେ ଗରୀବ ବାପାର ଆଶା, ବିଶ୍ବାସ, ସ୍ବପ୍ନର କଣ ମୂଲ୍ୟ ଥାଏ l ପୁଅକୁ ପଢାଇବ ବୋଲି ରାଧୁଆ ଅଧିକରୁ ଅଧିକ ଖଟୁଛି l ତା ସ୍ତ୍ରୀ ପର ଘରେ ବାସନ ମାଜେ l ତଥାପି ଦୁହେଁ ମିଶି ପୁଅ ରେ ପାଠ ପଢା ଖର୍ଚ୍ଚ ତୁଲାଇ ପାରୁ ନାହାନ୍ତି l ଆଜି ପୁଅର schoolର principal ତାକୁ ଡକାଇ କହିଲେ 'ରାଧୁଆ ତୁମ ପୁଅର monthly fee ତୁମେ ଠିକ୍ ସମୟରେ ଦାଖଲ କରି ପାରୁନ lତୁମର ଅନୁରୋଧ କ୍ରମେ ତୁମକୁ ଆଉ ଏକ ସୁଯୋଗ ଦେଇଥିଲୁ lକିନ୍ତୁ ଆଉ ଅପେକ୍ଷା କରି ହେବ ନାହିଁ lଯଦି ତୁମେ କାଲି ସୁଦ୍ଧା ସବୁ fee ପଇଠ ନ କରିବ ତାହେଲେ ପୁଅକୁ ସ୍କୁଲରୁ ବହିଷ୍କାର କରିବାକୁ ବାଧ୍ୟ ହେବୁ llସେତେ ବେଳଠୁ ଆଉ ରାଧୁଆର ମନ କେଉଁଥିରେ ଲାଗୁନି l
ଏ ରାତିକ ଭିତରେ ସେ ପାଂଚ ହଜାର ଟଙ୍କା ଆଣିବ କେଉଁଠୁ lତାପରେ ପୁଣି ପୁଅ ଋ ସାରା ଜୀବନ ବାକିରହିଛି lପାରୁ ପର୍ଯ୍ୟନ୍ତ ଚେଷ୍ଟା କରି, ନିଜେ ଫଟା ପିନ୍ଧି ଟଙ୍କା ଯୋଗାଡ କରିଛି l କିନ୍ତୁ, Educationରେ ତରାଜୁରେ ତା ପୁଅର ପଢାର ଓଜନ ମୁତାବକ ଟଙ୍କା ସେ ଆର ପଲାରେ ରଖି ପାରୁନି ବୋଲି ତ ଟଙ୍କାର ପଲାଟା ଉପରକୁ ଉଠି ଯାଉଛି l ଆଉ ତାର ମନଟା ଖସି ପଡୁଛି ତଳକୁ ତଳକୁ l
ହଁ ଆଜି କାଲିର ଶିକ୍ଷାରେ ମାନ କେବଳ ବଡ ବଡିଆଙ୍କ ପାଇଁ lତେଲିଆ ମୁଣ୍ଡରେ ତେଲ ,ଆଉ ରାଧୁଆ ପରି ମଳି ମୁଣ୍ଡିଆର ସ୍ବପ୍ନ ସେଠି ଅର୍ଥହୀନ ମନେ ହୁଏ l ଯେଉଁ ସରକାରୀ ସ୍କୁଲର ଶିକ୍ଷକମାନେ ନିଜ ସ୍କୁଲ ଉପରେ ଭରସା ନକରି, ନିଜ ପୁଅକୁ ପଇସା ଦିଆ ସ୍କୁଲରେ ପାଠ ପଢାଉଛନ୍ତି ,ସେଠି କେବଳ ଗରିବ ଭରସା କରି ପାଠ ପଢାଏ ତା ଛୁଆକୁ l
ମନେ ପକାଇଲା ରାଧୁଆ ,ତା ପଢିଲା ବେଳେ ଧନୀ ,ଗରିବ ସମସ୍ତେ ଗୋଟିଏ ସ୍କୁଲରେ ପଢୁଥିଲେ lସମସ୍ତେ ସମସ୍ତ ଙ୍କ ସହିତ ସାଙ୍ଗ ହେଉ ଥିଲେ ll କିନ୍ତୁ ଏବେ ସମସ୍ତଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା lଗରୀବ ପାଇଁ ଅଲଗା,ମଧ୍ୟ ବିତ୍ତ ପାଇଁ ଅଲଗା ଆଉ ପୁରା ଧନୀକ ଗୋଷ୍ଠୀ ଙ୍କ ପାଇଁ ଆଉ ଅଧିକ ଦାମିକା ସ୍କୁଲ lଆଜି କାଲିର ଶିକ୍ଷା ପଦ୍ଧତି ହିଁ ଛୁଆଦିନୁ ,ପିଲାଙ୍କ ମନରେ ଭରି ଦେଉଛି ଧନୀ ଗରିବର ଭେଦ ଭାବ lଦାମିକା ସ୍କୁଲର ପିଲାଏ ନିଚ ଦେଖୁଛନ୍ତି ସରକାରୀ ସ୍କୁଲର ପିଲାଙ୍କୁ l
ରାଧୁଆ ନିଷ୍ପତ୍ତି ନେଲା ,ସକାଳୁ ପୁଅକୁ ବୁଝାଇ ଦେବ ଯେ ,ଗରିବ ବାପା ତାର ହାରି ଯାଇଛି ଆଜିକାଲିର ପାଠ ପଢା ପ୍ରତିଯୋଗିତାରେ, ସେ ଅସମର୍ଥ ପୁଅ ଓଜନର ଟଙ୍କା ଯୋଗାଡ କରିବାରେ l
