Prasant Kumar Nath

Inspirational

3  

Prasant Kumar Nath

Inspirational

ଉଆଁସୀ କନ୍ୟା

ଉଆଁସୀ କନ୍ୟା

3 mins
7.5K


ମୋହିନୀ, ମୋହିନୀ ଉପାଧ୍ୟାୟ, ରୂପରେ ଯେମିତି ଗୁଣରେ ସେମିତି । ଢଳ ଢଳ ଆଖି, ଗୋରା ଗୋରା ଗାଲ ,ମିଠା ମିଠା ହସ । ହସି ଦେଲେ ଗାଲରେ ଭଉଁରୀ ଖେଳେ । ଗୋଲଗାଲ ଜହ୍ନ ପରି ମୁହଁ । ଗୋଲାପୀ ଓଠରେ ସବୁବେଳେ ହସ ଭରି ରହିଥାଏ । ପରକୁ ଆପଣା କରିବାର କଳା ତାକୁ ଭଲ ଭାବରେ ଜଣା । ମାନ ସମ୍ମାନ କେଉଁଥିରେ କେହି ଖୁଣିବେନି । ଘର ବାହାର ସବୁ କାମ ତାକୁ ଜଣା । ଲଜ୍ଜ୍ୟା ଓ ଶାଳୀନତା ନାରୀର ଗହଣା । ସେହିଟାକୁ ସବୁବେଳେ ସେ ତାର ପାଖରେ ରଖିଥାଏ । ସମସ୍ତଙ୍କ କଥାକୁ ସମ୍ମାନ ଦିଏ । ବାପା ମାଙ୍କ ସେବା କରେ, ଭାଇ ଭଉଣୀ ମାନଙ୍କୁ ସ୍ନେହ କରେ । ସମସ୍ତେ ତାକୁ ଭଲ ପାଆନ୍ତି ।

     ବୟସ ୩୨ ବର୍ଷ ହେଲାଣି କିନ୍ତୁ ବାହାଘର ହୋଇ ପାରୁନି । ବହୁତ ଜାଗାରୁ ପ୍ରସ୍ତାବ ଆସୁଛି । ଝିଅ ଦେଖିବାକୁ ଆସୁଛନ୍ତି । ରୀତିନୀତି ଅନୁସାରେ ନିଜକୁ ସୁନ୍ଦର ଭାବରେ ସଜେଇ ସର୍ବତ ଟ୍ରେ ଧରି ସମସ୍ତଙ୍କ ସମ୍ମୁଖରେ ଉପସ୍ଥିତ ହେଉଛି ମୋହିନୀ । ସମସ୍ତଙ୍କ ଆଗେ ମୁହଁ ପୋତି ବସୁଛି । ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡୁଛି ତାକୁ । ଝିଅ ପସନ୍ଦ ହୋଇଛି କହି ଚାଲି ଯାଉଛନ୍ତି । ପଛରେ କୋଷ୍ଠୀ ପଡୁନି କହି ମନା କରି ଦେଉଛନ୍ତି । ଏହା ଗୋଟେ କି ଦୁଇଟି ପ୍ରସ୍ତାବର କଥା ନୁହେଁ ଗଣି ଗଣି କରି ୪୨ଟି ପ୍ରସ୍ତାବ ଏମିତି ଭାଙ୍ଗି ଗଲାଣି । କଣ ନା ଝିଅଟି ଉଆଁସୀ କନ୍ୟା । ଯାହାକୁ ବାହା ହେବ ଅଳ୍ପ ଦିନ ଭିତରେ ତାର ସ୍ୱାମୀ ମରିଯିବ ।

   ସତ କହିଲେ ଏଇଟା ଏକ ଅନ୍ଧବିଶ୍ୱାସ ନା ବିକୃତ ମାନସିକତାର ପରିଚୟ । ଯିଏ ଅମାବାସ୍ୟା ବାସି ଦିନ ଜନ୍ମ ନେଇଥାଏ ତାକୁ ସମସ୍ତେ କୁହନ୍ତି ଉଆଁସୀ କନ୍ୟା କିନ୍ତୁ ଏଥିରେ ତାର ଅପରାଧ କଣ । ଯଦି ଅମାବାସ୍ୟା ବାସିରେ ଜନ୍ମ ନେଇ ଝିଅଟି ଉଆଁସୀ କନ୍ୟା ରୂପେ ଜନ୍ମ ନେଉଛି ସେଥିରେ ତାର ପାପ କଣ ? ସେଥିପାଇଁ କଣ ସିଏ ଦାୟୀ ? ତାର ଅପରାଧ କଣ ? ଯେତେ ଯେତେ ବାହାଘର ଭାଙ୍ଗି ଯାଉଛି ଵାହା ହେବା ତା ପାଇଁ ସେତେ ସେତେ କଷ୍ଟ ହୋଇ ପଡୁଛି ।

   ବାପମା'ଙ୍କ ଦୁଃଖ ଦେଖି ଦେଖି ମୋହିନୀ ହତୋତ୍ସାହିତ ହୋଇ ପଡୁଥିଲା । ତା ପାଇଁ ସେମାନଙ୍କୁ କେତେ କଷ୍ଟ ସହିବାକୁ ପଡୁଛି । ବର ପାତ୍ର ଖୋଜି ଖୋଜି ବାପାଙ୍କର ଚପଲ ଘୋରି ହୋଇଗଲାଣି । ବହୁତ ଥର ଭାବିଛି ନିଜର ଜୀବନ ହାରି ଦେଵ । କିନ୍ତୁ ପାରିନି । ଘର ଛାଡ଼ି କୁଆଡେ ଚାଲିଯିବାକୁ ଭାବିଛି ପୁଣି ଲୋକଲୋଚନକୁ ଡରି ଯାଇ ପାରୁନି । ସମସ୍ତେ କହିବେ ଅମୁକ ଝିଅଟି କାହା ସହିତ ଚାଲି ଯାଇଛି । ତାପରେ ବଢ଼ିଲା ଝିଅ ଯାଇ କେଉଁଠି ବା ରହିପeରିବ । ଆଜିକାଲିତ ସବୁଠି ମାଂସ ଲୋଭୀ ଡାହାଳ କୁକୁର ମାନେ ଘୁରି ବୁଲୁଛନ୍ତି ।

   ସେଦିନ ମୋହିନୀ ଯାଇଥିଲା ତାର ଜଣେ ସାଙ୍ଗ ବାହାଘରକୁ ଯେଉଁଠି ଦେଖା ହୋଇଥିଲା ତାର କଲେଜ ସାଙ୍ଗ ବିବେକ ସହିତ । ସବୁ ସାଙ୍ଗ ମeନେ ମଉଜ ମସ୍ତିରେ ମାତି ରହିଥିବା ବେଳେ ମୋହିନୀ ଚୁପଚାପ ବସିଥାଏ । ଏକଥା ଦେଖି ବିବେକ ତା ପାଖକୁ ଆସିଲା ଆଉ ପଚାରିଲା "ସାଙ୍ଗ ବାହାଘର ତୁମେ ଇଂଜେୟ ନକରି ଏମିତି ଉଦାସ ହୋଇ ବସିଛ କହିଁକି ? କଣ ଭାବୁଛ କେବେ ତୁମେ ଏମିତି ବଧୂବେଶ ସାଜିବ ?" ଏକଥା ଶୁଣି ମୋହିନୀର ଆଖିରେ ଲୁହ ଆସିଗଲା ।

   ବିବେକ ତା ପାଖକୁ ଯାଇ 'ସରି' କହି କଣ ହୋଇଛି ବୋଲି ପଚାରିଲା । ଜଣେ ବନ୍ଧୁ ହିସାବରେ ମୋହିନୀ ସବୁ କଥା ବିବେକ ପାଖରେ ଖୋଲି କହିଥିଲା । ଏକଥା ବିବେକ ଶୁଣିଲା ପରେ ବହୁତ ଦୁଃଖୀ ହୋଇ ଯାଇଥିଲା । ଆଉ ଭାବୁଥିଲା ସତରେ ଆଜିବି ଏମିତି ମଣିଷ ଅଛନ୍ତି । ଯେତେବେଳେ ଜଣେ ଅନ୍ୟ ଜଣଙ୍କୁ ଭଲପାଇ ବସେ ସେତେବେଳେ କଣ ତାର କୋଷ୍ଠୀ ନକ୍ଷତ୍ର ଦେଖି ତାକୁ ପ୍ରେମ କରିଥାଏ । ପ୍ରେମ କରି ବିବାହ କରୁଥିବା ଝିଅ ମାନଙ୍କ ଭିତରେ କଣ କେହି ଉଆଁସୀ କନ୍ୟା ନାହାନ୍ତି ?

   ଆଉ ଗୋଟେ କଥା ଯେଉଁମାନଙ୍କ ଜାତକ ରାଜଯୋଟକ ପଡୁଛି ସେମାନେ କଣ ଜୀବନ ସାରା ଖୁସିରେ ରହୁଛନ୍ତି । ଏମିତି ଅନେକ ନଜର ଅଛି ଜାତକ ପଡ଼ିଥିଲେ ମଧ୍ୟ ସେମାନଙ୍କ ମଧ୍ୟେ ମତ ପାର୍ଥକ୍ୟ ଦେଖା ଯାଉଛି ବିବାହ ବିଛେଦ ମଧ୍ୟ ହେଉଛି । ଅନେକ ଜଣଙ୍କ ସ୍ୱାମୀ ଅବା ସ୍ତ୍ରୀ ମଧ୍ୟ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି । ସେତେବେଳେ ତ କେହି କାହାକୁ ଦୋଷ ଦେଉନାହାନ୍ତି । ତେବେ ଜଣେ ଉଆଁସିଝିଅ ଏତେ କଷ୍ଟ ପାଇବ କାହିଁକି । ସେଦିନ ମୋହିନୀକୁ ଆଶ୍ୱାସନା ଦେଇ କହିଥିଲା "ତୁମର ଯଦି କିଛି ଆପତ୍ତି ନଥାଏ ମୁ ତୁମକୁ ବିବାହ କରିବି", କହି ଚାଲି ଯାଇଥିଲା ।

  ଆଉ ନିଜର ବାପ ମାଙ୍କୁ ମୋହିନୀ ବିଷୟରେ ସବୁ କଥା କହି ତାଙ୍କ ଘରକୁ ବିବାହ ପ୍ରସ୍ତାବ ପଠାଇଥିଲା । ବିନା ଜାତକ ଗଣନା ବିନା ଯୌତୁକରେ ରୀତିନୀତି ଅନୁସାରେ ମୋହିନୀକୁ ବିବାହ କରିଥିଲା ବିବେକ ।

   ଆଉ ଆଜିବି ସେମାନଙ୍କ ଦାମ୍ପତ୍ୟ ଜୀବନ ସେମିତି ହସ ଖୁସିରେ ବିତି ଚାଲିଛି । ଝିଅ ପୂର୍ଣ୍ଣିମା ଜଣେ ବିଜିନେସ ମ୍ୟାନକୁ ବିବାହ କରି ଆମେରିକାରେ ଅଛି । ପୁଅ ଅଙ୍କିତ ବାଙ୍ଗାଲୋରରେ ଗୋଟେ ମଲ୍ଟିନେସନଲ କମ୍ପାନୀରେ ସଫ୍ଟୱେର ଇଂଜିନିୟର ଅଛି । ଆଉ ଏହି ବୃଦ୍ଧାବସ୍ଥାରେ ମୋହିନୀ ଆଉ ବିବେକ ସେହି ପୁଅ ପାଖରେ ବଡ ହସଖୁସିରେ ଅଛନ୍ତି ।

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ ,ପ୍ରୀତିପୁର ,ଯାଜପୁର I

ମୋ-08892301143


Rate this content
Log in

Similar oriya story from Inspirational