Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Prabhas Mohapatra

Inspirational Tragedy

4.8  

Prabhas Mohapatra

Inspirational Tragedy

ତୁ ମୋ ଜୀବନ ସାଥୀ

ତୁ ମୋ ଜୀବନ ସାଥୀ

4 mins
610


ଗୋଟିଏ ଗାଁ ରେ ଗୋଟେ ପିଲାଟିଏ ଥାଏ ତାର ନାମ ମିକୁ । ସେ ଭାରି ଚଗଲା ,ପାଠରେ ତାର ଜମାରୁ ମନ ନଥାଏ । ମାତ୍ର ସାଙ୍ଗସାଥୀ ମାନଙ୍କ ସହ ଖେଳ କୁଦରେ ଦିନଟି ବିତିଯାଏ । ଏମିତି ମିଶୁ ମିଶୁ ସେ ଟୁଟୁକୁ ପାଇଲା ଯେ ତାର ପ୍ରକୃତ ବନ୍ଧୁ । ଦୁହେଁ ଏମିତି ସାଙ୍ଗ ଯେ କେହି କାହାରିକୁ ଛାଡି ରହିପରାନ୍ତିନାହିଁ ।ଏକାଠି ପାଠ ପଢନ୍ତି , ଏକାଠି ଖାଆନ୍ତି, ଆଉ ଏକାଠି ମଧ୍ୟ ବିଛୁଆତି ହୁଅନ୍ତି। ଏମିତି ହସ ଖେଳରେ ସେମାନେ ବଡ଼ ହେବାକୁ ଲାଗିଲେ ।


ଦିନକର ଘଟଣା ମିକୁ ଓ ଟୁଟୁ ଦୁହେଁ ମନ୍ଦିରକୁ ଯାଇଛନ୍ତି। ଏବଂ ମନ୍ଦିର ପାଖରେ ମିକୁ ସାମ୍ନା ଦେଇ ଗୋଟିଏ ସୁନ୍ଦରୀ ଝିଅଟି ଚାଲି ଗଲା । ମାତ୍ର ଚାଲିଗଲା ସିନା କିନ୍ତୁ ମିକୁର ମନ ମଧ୍ୟରେ ଥିବା ପ୍ରେମର କବାଟକୁ ଖୋଲି ଦେଲା। ମିକୁ ସେ ଝିଅ ପ୍ରେମରେ ପାଗଳ ଭଅଁର ପରି ପଡ଼ିଗଲା ତାର ଯିବା ଆସିବା ବାଟକୁ ଖାଲି ଚାହିଁ ରହିଲା। ଏମିତି ଦିନେ ସେ ତାର ହୃଦୟର କଥାକୁ ସେ ଝିଅ ପାଖରେ ଖୋଲି କହିଦେଲା। ଏବଂ ଝିଅଟି ମଧ୍ୟ ରାଜିହେଇଗଲ । ଏବଂ ସତେ ଯେପରି ପ୍ରେମର ପ୍ରମୋଦ ଉଦ୍ୟାନରେ ଦୁଇଟି ପକ୍ଷୀ ଭଳି ଉଡି ବୁଲିଲେ । ଆଉ ମହୁ ମାଛି ପରି ପ୍ରେମର ମଧୁ ସଂଗ୍ରହରେ ଲିପ୍ତ ରହିଲେ । ଦିନେ ଏକାଠି ବସି କଥା ହେଉଥାନ୍ତି, ହଠାତ୍ ଜଣେ ଆସି କହିଲା ମିକୁ ତୋର ସାଙ୍ଗ ଟୁଟୁ ର ଦୁର୍ଘଟଣା ଘଟିଛି ଆଉ ସେ ଏବେ ଡାକ୍ତଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏତିକି ଶୁଣି ଆଉ ନିଜକୁ ସମ୍ଭାଳି ନପାରି ଧଇଲା ଟୁଟୁ ପାଖକୁ ।ମାତ୍ର ମିକୁ ପହଞ୍ଚିଲା ବେଳକୁ ଟୁଟୁ ସବୁଦିନ ପାଇଁ ଆଖି ବୁଜି ସାରିଥିଲା । ମିକୁର ଆଖିରୁ ଝରି ପଡ଼ିଲା ଲୁହର ଧାର ସତେ ଯେପରି ପୃଥିବୀଟା ଫାଟି ଦି ଫାଳ ହେଇଗଲା। ସେ ବିଶ୍ୱାସ କରିପାରିଲା ନାହିଁ ଯେ ଟୁଟୁ ତାକୁ ଛାଡି ଏକୁଟିଆ କରି ଚାଲିଯିବ ,ଯେ ଦିନେ କହିଥିଲା ଆମେ ଏକାଠି ରହିବା ସବୁଦିନ ।ସେ କିପରି ଏକା କରି ଚାଲି ଗଲା । ମିକୁ ଟୁଟୁ ମୃତ୍ୟୁ ପରେ ସତେ ଯେପରି ପୁରା ଭାଙ୍ଗି ପଡ଼ିଲା।


ମାତ୍ର ମିକୁ ଟୁଟୁର ମରିବା ଦୁଃଖକୁ ଭୁଲିଛିକି ନାଇଁ ଶୁଣିବାକୁ ପାଇଲା କି , ଯାହାକୁ ସେ ଜୀବନ ଠୁ ଅଧିକା ଭଲ ପାଇଥିଲା , ଯାହାକୁ ନେଇ ସାରା ଜୀବନ ବାଟ ଚାଲିବ ବୋଲି ନିଷ୍ପତ୍ତି ନେଇଥିଲା ସେ ତାକୁ ଛାଡି ଆଉ ଏକ ପୁଅ ସହ ପଳେଇଲା। ସେ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା ଆଉ ଭାବିଲା ଏ ଦୁନିଆଁଟା କେଡେ ସ୍ବାର୍ଥ ପର ସମସ୍ତେ ମୋତେ ଏକା କରି ଚାଲି ଗଲେ। ଯାହା ସହ ପିଲାଟି ଦିନରୁ ସାଙ୍ଗହୋଇ ବାଟ ଚାଲିଥିଲି ସେ ଛାଡ଼ିବନି କହି ଅଧା ବାଟରେ ଛାଡ଼ିଗଲା। ଆଉ ଯାହାକୁ ଜୀବନ ସାଥୀ କରି ବୋଲି ଭାବିଥିଲା ସେ ଆଉ ଗୋଟେ ଟୋକା ସହ ପଳେଇଲା ଆଜି ସେ ସଂପୂର୍ଣ୍ଣ ଏକା । ସତେ ଯେପରି ପୂର୍ଣ୍ଣିମା ଚାନ୍ଦ ଉପରେ ଅନ୍ଧକାର ମାଡ଼ି ବସିଲା ।


ମାତ୍ର ବାପା ପୁଅର ଏପରି ଗୁମ୍ ସୁମ୍ ଅବସ୍ଥା ଦେଖି ପଚାରିଲେ ଆରେ ତୋର କଣ ହେଇଛି ମୁଁ ଦେଖୁଛି ତୁ କିଛି ଦିନ ହେବ ଚୁପ୍ ଚାପ୍ ରହୁଛୁ, କଣ ହେଇଛି ତୋର । ମିକୁ ଆଉ ହୃଦୟର କୋହକୁ ସମ୍ଭାଳି ନପାରି ସବୁ କଥା କହିଲା , ସେଇଠୁ ବାପା କହିଲେ ଆରେ ଏଥିରେ କାନ୍ଦିବାର ବା ମନଦୁଃଖ କରିବାର କିଛି ଆବଶ୍ୟକ ନାହିଁ କାରଣ, ସମସ୍ତେ ଏଠି ଦିନେନା ଦିନେ ଛାଡି ଯିବେ ଏବଂ ମୁଁ ବି ଦିନେ ତତେ ଛାଡି ଯିବି, ମାତ୍ର ତୁ....

ଦେଖୁଛୁ ଏବେବି ତୁ ତାକୁ ହେୟ ଜ୍ଞାନ ନକରି ଫୋପାଡି ଦେଇ ଥିଲୁ ମାତ୍ର ସେ ଏବେବି ତତେ ଚାହିଁ ରହିଛି ।ଯେ କି ତୋର ଅସଲି ଜୀବନ ସାଙ୍ଗ ସାଥୀ । ପୁଅ ଚାହିଁ ଦେଖିଲା କିଏ କାହାକୁ ମୁଁ ଛାଡି ଦେଇଛି। ଆଉ ସେ ଦେଖିଲା ତା ବହିଟି ପଡ଼ିଛି । ବାପାକୁ ପଚାରିଲା ଏହିବହି... ବାପ କହିଲେ ହଁ ଏବହି ମାତ୍ର ଏ ବହି ମୋ ସାଙ୍ଗ ନୁହଁ ବାପାକୁ କହିଲା, ଏ ନିର୍ଜୀବ ବସ୍ତୁ କିପରି ମର ସାଙ୍ଗ ସାଥି ବନ୍ଧୁ ହେବ। ।


ସେଇଠୁ ବାପା କହିଲେ ଆରେ ଦୁନିଆରେ ସମସ୍ତେ ଛାଡି ଯାନ୍ତି ମାତ୍ର ଏନୁହେଁ, ଦୁନିଆରେ ସମସ୍ତେ ପ୍ରତିଦାନ ଲୋଡ଼ନ୍ତି ମାତ୍ର ଏ କେବେ ଖୋଜେ ନାହିଁ। ଖାଲି ଦେବା ଶିଖିଛି ଏ ବନ୍ଧୁ।

ଏବେବି ଚାହିଁଛି ତୁ କେତେବେଳେ ତାକୁ କୋଳେଇ ନବୁ, ସେ ତତେ ବହୁତ୍ ଭଲ ପାଏ ତୁ ଥରେ ବନ୍ଧୁ ପରି ଭଲପାଇ ଦେଖ । ସେ ତତେ କୁଆଡେ ଛାଡି ଜୀବନି ତୋ ପାଖେ ପାଖେ ସର୍ବଦା ରହିଥିବ।

ପୁଅ ବାପାଙ୍କ ସବୁ କଥା ବୁଝି ପାର ସେ ବହିକୁ ଆଦରିନେଲା ଯାହାକୁ ଦିନେ ଓଳିଆ କହି ଫୋପାଡି ଦେଇଥିଲା । ମାତ୍ର ସେ ତାକୁ ଆଜି ଆଦର ସହିତ ପଢିବାକୁ ଲାଗିଲା ତାକୁ ବହୁତ୍ ଭଲ ପାଇଲା ଆଉ ବହି ମଧ୍ୟ ତାକୁ ଭଲ ପାଇଲା ,ଦେବାକୁ ଲାଗିଲା ନୂଆ ନୂଆ ବିଦ୍ୟା । ଏବଂ ସେ ତାକୁ ପଢି ପ୍ରଥମ ହେଲା ତାପରେ ତା ପଛରେ ଚାକିରି ର ଲମ୍ବା ଲାଇନ୍ ଲାଗିଲା । ଆଉ ବହୁତ୍ ସାଙ୍ଗ ଆଉ ବହୁତ ରୂପସୀ ନାୟିକା ତାକୁ ପସନ୍ଦ କରିବାକୁ ଲାଗିଲେ , ଦୁନିଆର ସବୁ ସୁଖ ଯେପରି ମିକୁର ପାଦ ତଳେ ଥିଲା , ଆଉ ସେ ଭାବିଲା ମୁଁ ଆଜି ମୋ ପ୍ରକୃତ ବନ୍ଧୁ ପାଇଁ ଏଇ ସ୍ଥାନରେ ପହଞ୍ଚିଛି। ଖୁସିରେ ଯାଇ ତା ବନ୍ଧୁକୁ ଧରି ଗେଲ କରି କହିଲା ତୁହିଁ ମୋର ପ୍ରକୃତ ବନ୍ଧୁ , ତୁ ମୋର ଜୀବନ ସାଥୀ ।


କାହାଣୀଟି ଲେଖିବାର କାରଣ ବର୍ତ୍ତମାନ ଯୁବ ପିଢ଼ି ପାଇଁ ଯେ ପ୍ରକୃତ ବନ୍ଧୁ ପଛରେ ଧାଆନ୍ତୁ ତାଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ ଯେ କି ଆପଣଙ୍କୁ ଦୁଃଖରେ ସୁଖରେ, ହସରେ କାନ୍ଦରେ, ଅସୁବିଧା ସମୟରେ ଆଉ ମୃତ୍ୟୁର ଜୁଇ ନିଆଁ ପାଖରେ ଛିଡ଼ା ହୋଇଥିବ ।ସେ ହିଁ ହେବ ପ୍ରକୃତ ବନ୍ଧୁ ।


Rate this content
Log in

More oriya story from Prabhas Mohapatra

Similar oriya story from Inspirational