STORYMIRROR

Madhabi Patel

Tragedy

3  

Madhabi Patel

Tragedy

ଟ୍ରେନଧକ୍କା

ଟ୍ରେନଧକ୍କା

3 mins
254


ବମ୍ବେର ଏକ ରେଲଲାଇନ ତଳେ ଦିନେ ମନୋଜ ଆବିସ୍କାର କରିଥିଲା ଜଣେ କିଶୋରକୁ।ଭଲ ଲୁଗାପଟା ପିନ୍ଧିଥିଲା।ଲାଗୁଥିଲା କୋଉ ଭଲ ସମ୍ଭ୍ରାନ୍ତ ପରିବାରର ପିଲାଟେ।ବେହୋସ ଥିଲା ପିଲାଟି ତାକୁ ଉଠାଇଆଣି ଡାକ୍ତର ଖାନା ନେଲା।ତାର ଚେତା ଫେରିଥିଲା ହେଲେ ସ୍ମୃତି ଚାଲି ଯାଇଥିଲା।ସେ ନିଜ ନାଆଁ ଗାଁ କିଛି ବତାଇ ପାରିଲାନି।ସେଦିନୁ ମନୋଜ ତାଦୋକାନରେ କାମରେ ଲଗାଇଛି ତାକୁ।ରେଲ ଷ୍ଟେସନରେ ମନୋଜର ବହି ଦୋକାନ।ଭଲ ବିିକ୍ରିବଟା ହୁଏ।ବିଶେଷକରି ଯାତ୍ରୀମାନେ ପତ୍ରିକା ସବୁ କିଣନ୍ତି ଲମ୍ବାଯାତ୍ରାକୁ ଆମୋଦିତ କରିବା ପାଇଁ।ହିନ୍ଦି ଇଂରାଜୀ ର ସବୁ ପ୍ରକାର ଉପନ୍ୟାସ ତାଠି ଉପଲବ୍ଧ।ଓଡିଆର କିଛି କିଛି ବହି ବି ତାଠି ରଖିଥାଏ।ମନୋଜ ଲକ୍ଷକରେ ସେ ପିଲାଟି ଯାହାର ନାଆଁ ସେ ବାବୁ ରଖିଛି ସେ ଓଡିଆ ବହି ସବୁକୁ ନିରେଖି ପଢୁଥାଏ।ସେଥିରୁ ସେ ଅନୁମାନ ଲଗାଏ ସମ୍ବବତଃ ପିଲାଟି ଓଡିଆ ହେଇଥିବ।ତା ପାଖରେ ରହିବା ପରେ ସେ ତାକୁ ଇଂରାଜୀ ଓ ହିନ୍ଦି ବି ଶିକ୍ଷା ଦେଇଛି।ଏବେ ସେ ଗ୍ରାହକ ମନଙ୍କ କହିବା ମୁତାବକ ବହି ଖୋଜି ଦେଇପାରେ।ପିଲାଟି ସ୍କୁଲ ସିନା ଯାଇ ପାରୁନି ହେଲେ ମନେ ରଖିବା ଶକ୍ତି ପ୍ରଚୁର ମାତ୍ରାରେ ଅଛି ତାପାଖେ।ଯାହା ପଢେ ମନେ ରଖିଦିଏ ଥରକରେ।ହିନ୍ଦି କବିତା ଭଲ ଲେଖେ ।ସିନେମା ଗୀତ ସବୁ ତାର ମୁଖସ୍ତ ଥାଏ।ମନୋଜ ତାର ସବୁପ୍ରକାର ବନ୍ଦୋବସ୍ତ କରି ରଖିଛି ନିଜ ପୁଅପରି।କହିବାକୁ ଗଲେ ସେ ତାର ହର୍ତ୍ତା କର୍ତ୍ତା ଭାଗ୍ୟବିଧାତା

ସେ ଆସିବା ଦିନୁ ତାର ବିକ୍ରି ବଢି ଯାଇଛି ପିଲାଟିର ଉତ୍ତମ ବ୍ୟବହାର ପାଇଁ।ଗ୍ରାହକ ମାନଙ୍କ ସହ ଭଲକଥାବାର୍ତ୍ତା କରି ବହି ବିକ୍ରି କରିବାରେ ତାର ପଟୁତା ରହିଛି।ଏ ଭିତରେ ସେ ତାକୁ ନିଜ ପୁଅ ଭାବି ନେଇଛି।ତାର ଯୋଡିଏ ଝିଅ।ସେମାନେ ତ ପରଘରି ହେଇଯିବେ।ବାବୁ ହିଁ ଏ ବ୍ୟବସାୟ ସମ୍ଭାଳିବ ବୁଢାବେଳେ ତାର ଦେଖାଶୁଣା କରିବ ବୋଲି ଭାବି ନେଇଛି ସେ।ହେଲେ ଆଜି ଏକ ଅଘଟଣ ଘଟିଗଲା।ଟ୍ରେନରୁ ବହିପେଟି ଉତାରୁ ଉତାରୁ ଟ୍ରେନ ଛାଡିଦେଲା।ସେ ଡେଇଁବା ବେଳେ ତଳେ ପଡିଗଲା।ଭାଗ୍ୟକୁ ଲାଇନ ଭିତରେ ଗଳିଲାନି।ହେଲେ ମୁଣ୍ଡରେ ବେଶ୍ ଆଘାତ ଲାଗିଲା।ତାକୁ ନେଇ ହସପିଟାଲ ଗଲା।ସେଠି ତାର ଚେତା ଆସିବା ପରେ ସେ ଆଉ ମନୋଜକୁ ଚିହ୍ନିଲାନି।ସେ ତାନାଆଁ ଆକାଶ ପଟ୍ଟନାୟକ ବୋଲି ବତାଇଲା।ତା ବାପା ଜଣେ ଫିଲିମ୍ ଷ୍ଟାର ବୋଲି କହିଲା।ସେମାନେ ଓଡିଶାରୁ ସୁଟିଙ୍ଗ ପାଇଁ ମୁମ୍ବେଇ ଆସିଥିଲେ।ସେ ଟ୍ରେନରୁ ତଳେ ଖସି ପଡିଥିଲା।ତାପରେ କଣ ହେଲା ତାକୁ ଜଣାନାହିଁ।ଏବେ ମନୋଜ ମନରେ ବଡ ଦୁଃଖ।ପୁଅଟେ ପାଇଛି ଭାବି ଖୁସି ହେଉଥିଲା।ଏବେତ ପକ୍ଷୀ ତା ଠିକଣା ପାଇସାରିଛି।ଉଡିଯିବ ପଞ୍ଜୁରି ଖାଲିକରି।ସେ ତ ଏତେ ସ୍ବାର୍ଥପର ନୁହେଁ ଯେ ତାକୁ ଯୋର ଜବରଦସ୍ତି ନିଜପାଖେ ରଖିନେବ।ମାନବିକତା ଦୃଷ୍ଟିରୁ ସେ ତାର ଯତ୍ନ ନେଇଥିଲା।ଦଶବର୍ଷର ସ୍ଳେହ ଲୁଟାଇଥିଲା ତାପାଇଁ।ବାରବର୍ଷର ପିଲା ଏବେ ବାଇଶବର୍ଷର ଯୁବକ ହେଇଯାଇଛି ତାର ସାହାଯ୍ୟ ପାଇ।ଏବେ ସେ ଏକ ଭଲ ନାଗରିକର କର୍ତ୍ତବ୍ୟ ପାଳିବ।ସେ ପୋଲିସ ପାଖକୁ ଯାଇ ଆକାଶର ବାପାଙ୍କ ବିଷୟରେ ଖୋଜ ଖବର ନେବାକୁ ଜଣାଇଲା।

ତିନିଦିନ ପରେ ପହଞ୍ଚିଛନ୍ତି ତା ପରିବାରର ସମସ୍ତେ।ମରିଯାଇଛି ବୋଲି ଭାବୁଥିବା ପୁଅର ଜୀବିତ ଖବର ପାଇବା ପରେ ଘରଲୋକେ କେମିତି ବା ଥୟ ଧରନ୍ତେ। ସମସ୍ତେ ଅତର୍ଛିଆ ହେଇ ଦଉଡି ଆସିଛନ୍ତି।

ତା ବାପା ମାଆ ଭାଇ ଭଉଣୀ ସମସ୍ତେ।ଆକାଶ ଟ୍ରେନ ତଳେ ଗଡି ପଡିବା ପରେ ଟ୍ରେନ ଆଉ ରହିଲାନି।

ସେମାନେ ଆଗ ଷ୍ଟେସନରେ ଓହ୍ଲାଇ ଅନ୍ୟ ଏକ ଟେନରେ ଫେରି ଆକାଶକୁ ଖୋଜିଲେ ହେଲେ ପାଇଲେନି।ଭିବିଲେ ଟ୍ରେନତଳେ ବୋଧହୁଏ ପେଶି ହେଇଗଲା।ବହୁତ ମନଦୁଃଖ କରି ଫେରିଯାଇଥିଲେ।

ମନୋଜ ଘରେ ସମସ୍ତେ ଅତିଥି ହେଲେ ସେଦିନ।ନିଜ ପୁଅପରି ରଖିଥିବାରୁ ତା ସ୍ତ୍ରୀ ଓ ଝିଅମାନେ ବାବୁକୁ ଛାଡିବାକୁ ଦୁଃଖିତ ହେଉଥିଲେ।ଆକାଶର ପରିବାର ଏକଥା ବୁଝୁଥିଲେ।ତେଣୁ କଥାଦେଲେ ଯେ ଆକାଶ ମଝିମଝିରେ ଏଠାକୁ ଆସିବ।ଆପଣମାନେବି ଯେବେ ଚାହିବେ ମୋ ଘରକୁ ଆସିବେ।ମୋ ପୁଅର ଜୀବନ ବଞ୍ଚାଇଥିବା ଲୋକ ମୋ ପାଇଁ ଭଗବାନ ପରି।ମୋ ଘରେ ଆପଣମାନଙ୍କ ପାଦ ପଡିଲେ ମୁଁ ବଡ କୃତଜ୍ଞ ହେବି।ବାବୁର ବାପାମାଆ ଏତେ ଉଦାର ଭଦ୍ର ଥିବାର ଦେଖି ମନୋଜ ଆଶ୍ଚର୍ଯ୍ୟ ହେଉଥିଲା।ଜଣେ ଫିଲ୍ମଷ୍ଟାର ପରି ଗର୍ବ ଅହଙ୍କାର ତାଙ୍କ ପାଖେ ନଥିଲା।

ଯେତେବେଳେ ବାବୁ ତା ପରିବାର ସହ ଚାଲିଗଲା

ମନୋଜ ତା ପତ୍ନୀ ଓ ଝିଅମାନେ କିଛି ଦିନ ଯାଏ ତାକୁ ବହୁତ ଝୁରିହେଲେ।ଦଶବର୍ଷ ଏକା ସାଂଗରେ ରହି

ଅଭ୍ୟାସ ପଡି ଯାଇଥିଲା ତାର।ହେଲେ ସମୟ ବଡ ବଳବାନ ଧିରେ ଧିରେ ସବୁ ପରିସ୍ଥିତିରେ ଚଳିବାକୁ ଶିଖେଇଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy