ଟୋପାଏ ସିନ୍ଦୂର
ଟୋପାଏ ସିନ୍ଦୂର
(ଏକ ସତ୍ୟଘଟଣା ଉପରେ ଆଧାରିତ )
ରାତ୍ରୀ ର ନିସ୍ତବ୍ଧତା ବଢ଼ି ଚାଲିଥିଲା l ଇତସ୍ତତଃ ଭାବେ ଘର ଭିତରେ ବୁଲୁ ଥିଲେ ସାଧନା l ଭୟଙ୍କର ଭାବେ ଆନ୍ଦୋଳିତ ହୋଇ ଉଠୁଥିଲା ତାଙ୍କ ମନ l ପାଞ୍ଚ ଦିନ ହେବ ଜ୍ୱର ରେ କମ୍ପୁଛନ୍ତି ସୌରଭ, ତା ସହିତ କାଶ ଓ ଦୁର୍ବଳତା ତାଙ୍କୁ ଶଯ୍ୟାଶାୟୀ କରିଦେଇଛି l ନିସ୍ତେଜ ହୋଇ ଖଟ ଉପରେ ଶୋଇରହିଛନ୍ତି ସେ l ପାଖକୁ ଆସି ଦେହରେ ହାତ ବୁଲାଇ ଆଣିଲେ ସାଧନା l ଓଃ! କି ତାତି, ସତେ ଯେମିତି ନିଆଁ ଖଣ୍ଡ l ତା ସହିତ କାଶ ମଧ୍ୟ ବନ୍ଦ ହେଉନି l ବର୍ତ୍ତମାନ ସାରା ସହର କରୋନା ଭୂତାଣୁ ର ଜାଲରେ ବନ୍ଦୀ l ତେବେ କଣ କରୋନା, ସୌରଭ ଙ୍କୁ କବଳିତ କରିନେଇଛି? ଆଶଙ୍କା ରେ ବ୍ୟସ୍ତ ହୋଇଉଠୁଥିଲା ସାଧନା ଙ୍କ ମନ l ପିଲାମାନେ ନିଜ ନିଜ କର୍ମସ୍ଥଳୀ ରେ ବନ୍ଦୀ l ଆଉ ସେମାନେ ନିଜ ଘରେ..... ଏ ସମୟରେ ସେ କାହାକୁ କଣ କହିବ l ଯିଏ ବି ଶୁଣିବେ ସେ କରୋନା ଭୟ ରେ ପାଖକୁ ଆସିବେ ନାହିଁ l ତାହେଲେ ସେ କଣ ହରାଇ ଦେବ ତା ସୌରଭ ଙ୍କୁ l ନା, କଦାପି ନୁହେଁ l ମନକୁ ଦୃଢ କଲା ସେ l ଭଗବାନଙ୍କୁ ମନେ ମନେ ପ୍ରାଥନାକରି କହିଲା, ହେ ପ୍ରଭୁ ତୁମେ ମୋର "ଟୋପାଏ ସିନ୍ଦୂର" କୁ ମୋ ପାଖରୁ ଛଡାଇ ନିଅନାହିଁ l ଫେରାଇ ଦିଅ ମୋ ସୌଭାଗ୍ୟବତୀ ସନ୍ତକ ର ଆଶ୍ରିବାଦକୁ l ମନବଳ ଦୃଢ଼ କରି ଆତ୍ମବିଶ୍ଵାସ ର ଆଶ୍ରା ରେ ସେ ଚାଲିଲେ ନିଜ କର୍ମ କରିବାକୁ l ମନେ ମନେ ଭାବୁଥିଲେ ସେ, ଯଦି ସୌରଭ ଙ୍କୁ କରୋନା ନେବ, ତେବେ ମୋତେ ମଧ୍ୟ କରୋନା ନେବ l ସୌରଭ ଙ୍କୁ ହରାଇଆଉ ବଞ୍ଚିବାର ମାନେ କଣଥାଏ l
ସେବା, ଶୁଶ୍ରୁଷା ଓ ଔଷଧ, ପଥି ଦେଇ ପାଖେ ପାଖେ ଜଗିବସିଲା l ସାବିତ୍ରୀଯେପରି ଯମରାଜ ଙ୍କ ପାଖରୁ ଫେରାଇ ଆଣିଥିଲେ ତାଙ୍କ ସ୍ୱାମୀ ସତ୍ୟବାନ ଙ୍କ ଜୀବନ, ସେ ମଧ୍ୟ ଫେରାଇ ଆଣିବ ତା ସ୍ୱାମୀ ସୌରଭ ଙ୍କୁ l ଏହି ଦୁଃସମୟ ରେ ସାହାଯ୍ୟ ର ହାତ ବଢ଼ାଇ ଦେଇଥିଲେ ତାର ନୂତନ ପଡୋଶୀ ସୁନିତା l ପେସା ରେ ସେ ଜଣେ ସେବିକା (ନର୍ସ ) ଥିଲେ l ମନେ ହେଉଥିଲା ସତେ ଯେପରି ଭଗବାନ ସାଧନା ଙ୍କ ଗୁହାରି ଶୁଣି ତାଙ୍କୁ ପରୋକ୍ଷ ରେ ସବୁ ପ୍ରକାର ସାହାଯ୍ୟ କରୁଥିଲେ l ଆସ୍ତେ ଆସ୍ତେ ସୁସ୍ଥ ହୋଇଉଠୁଥିଲେ ସୌରଭ l ହାରିଯାଇଥିଲା ମୃତ୍ୟୁ ଦୂତ କରୋନା l ଆଉ ସାଧନା ଫେରିପାଇଥିଲେ ତାଙ୍କର ସୌଭାଗ୍ୟ ସନ୍ତକ (ଟୋପାଏ ସିନ୍ଦୂର) କୁ ଦୂର ଦିଗବଳୟ ରେ ଉଇଁ ଆସୁଥିଲେ ନୂତନ ସୂର୍ଯ୍ୟ ଜୀବନର ସତ୍ୟ ତାକୁ ପ୍ରତିପାଦନ କରି l
