Jayashree Maharana

Tragedy Thriller Others

4  

Jayashree Maharana

Tragedy Thriller Others

ଟୋପାଏ ସିନ୍ଦୁର

ଟୋପାଏ ସିନ୍ଦୁର

1 min
245


 ଟୋପାଏ ସିନ୍ଦୂର ନାରୀ ପାଇଁ ସୌଭାଗ୍ୟର କଥା । ଏଇ ଟୋପାଏ ସିନ୍ଦୂର ପାଇଁ ଅପେକ୍ଷା କରିଥାଏ ନାରୀ ଆତୁରରେ । ଟୋପାଏ ସିନ୍ଦୂର ପାଇଁ ସହିଯାଏ ଅକୁହା ବେଦନା । ସମର୍ପି ପାରେ ଶରୀର, ମନ, ପ୍ରାଣ । ଜୀବନର ସବୁଠୁ ବଡ଼ ସମ୍ପଦ ତା'ପାଇଁ ଏଇ ଟୋପାଏ ସିନ୍ଦୂର ।ଏଇ ପବିତ୍ର ସିନ୍ଦୂର ଅପବିତ୍ରର ସଂକେତ ହୋଇଗଲା ପରେ ନା ଥାଏ ବଞ୍ଚିବାର ମୋହ ନା ଥାଏ ମରିବାର ଭୟ । ନିଜ ହାତରେ ପୋଛି ଦେଉଥିଲେ ଶାନ୍ତିଦେବୀ ନିଜ ମଥାର ସିନ୍ଦୂର ।ଭାଙ୍ଗି ଦେଉଥିଲେ ନିଜ ହାତର ଚୁଡି ।ଶହ ଶହ ଲୋକଙ୍କ ସମ୍ମୁଖରେ ପାଲଟି ଯାଇଥିଲେ ମାଆ ଦୁର୍ଗା । ନିରବ, ନିସ୍ପନ୍ଦ ପାଲଟି ଯାଇଥିଲା ସେଠାକାର ପରିବେଶ ।


 ଯେଉଁଦିନ ପ୍ରଥମ କରି ଶାଶୁଘରେ ପାଦ ଦେଲେ ଶାନ୍ତି ଦେବୀ ଶାଶୁ ପାଖକୁ ଡାକି କହିଲେ ମାଆରେ ଟୋପାଏ ସିନ୍ଦୂର ହେଉଛି ନାରୀ ପାଇଁ ଅମୂଲ୍ୟ । ସବୁବେଳେ ମଥାରେ ସିନ୍ଦୂର ଝଟକୁଥିଲେ ସ୍ୱାମୀଙ୍କର ଶୁଭ ହୋଇଥାଏ । ଏଇ ସିନ୍ଦୂର ହିଁ ସ୍ୱାମୀର ରକ୍ଷା କବଚ ।ସେଇଦିନଠୁ ସିନ୍ଦୂର ଟୋପେ ନାଇ ସ୍ୱାମୀଙ୍କ ଶୁଭମନାସି ଥାଆନ୍ତି ଶାନ୍ତି ଦେବୀ ।


   ଦୀର୍ଘ ପଚିଶ ବର୍ଷ କାଳ ବିତେଇ ସାରିଲେଣି ସ୍ୱାମୀଙ୍କ ସହ । ଶାଶୁ ଶ୍ୱଶୁର ଚାଲିଗଲେଣି ଆରପାରିକୁ । ପୁଅ ଝିଅ ଦୁହେଁ ଯୌବନରେ ପାଦ ଥାପି ସାରିଲେଣି । ଝିଅ ବୟସର ନିରୀହ କର୍ମଚାରୀ ଥିବା ଝିଅକୁ ବଳାତ୍କାର କରୁଥିବାର ଦେଖି କିପରି ସହିପାରିଥାଆନ୍ତେ ସେ । କିପରି ବୁଝେଇଥାନ୍ତେ ନିଜ ନାରୀତ୍ବକୁ । ଅଚାନକ ଆସିବା ପାଇଁ ବୋଧ ହୁଏ ମାଆ ଦୁର୍ଗା ନିର୍ଦ୍ଦେଶ ଦେଇଥିଲେ । ମାଆ ଦୁର୍ଗା ପରି ପାଖରେ ଥିବା ଲୁହା ଛଡ଼ରେ ନାଶ କରିଦେଲେ ପାପୀକୁ । ଉଦ୍ଧାର କରିଲେ ସନ୍ତାନକୁ ।  ପୋଲିସ ପହଁଚିବା ପୂର୍ବରୁ ସଜାଇ ସାରିଥିଲେ ନିଜକୁ ବିଧବା ।


Rate this content
Log in

Similar oriya story from Tragedy