STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

1  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ତତଲା ଏତଲା

ତତଲା ଏତଲା

1 min
147

ଆଜ୍ଞା...

ଜୁହାର, କହୁ କହୁ ଟେବୁଲ୍ ଉପରେ ଚିତ୍ ହେଇ ପଡି ରହିଥିବା ଦୁଇଟି ଆଖି ଅନେଇ କହିଲା ହୁଁ.. ହୁଁ

କଣ ହେଇଚି ଖୋଲି କି କୁହ

ଶୁଆଇ ଦେବନି ଟିକେ, ଡି ଜି ସାହେବ ଙ୍କ ପାଖରୁ ଗତ କାଲି ର ଚୋରା ଚାଲାଣ ହେଉଥିବା ବଜ୍ର କପ୍ତା ର ଟିକିନିଖି ଅନୁସନ୍ଧାନ ରେ ବ୍ୟସ୍ତ ପୁଲିସ୍ କୁ କଣ ଟିକେ ଆରାମ୍ ଦେବନି ତମେ ମାନେ

ସ୍ଵାମୀ ସ୍ତ୍ରୀ ଦୁହେଁ ଦେଖୁଥିଲେ ସେଇ ବାବୁ ଙ୍କୁ

ପାଟି ଥ ଥ ମ ହୋଇ ଯାଇଥିଲା

ହେ ଛାଡ ତମେ କହି ପାରିବ ନି.. ମୁଁ କହୁଚି ଏତଲା ଲେଖ

ମୋ ଝିଅ ରୁବୀ ନିଖୋଜ ଅଛି ବୟସ ପନ୍ଦର

ହଳଦିଆ ରଙ୍ଗର ପୋଷାକ ପିନ୍ଧି ଥିଲା ଗୋରା ଦେହ

ସବୁ ଶୁଣି ପୁଲିସ୍ ର ନିଦ ପୁରା ଭାଙ୍ଗି ଗଲା ଓ ହସି ହସି କହିଲା ଓଃ.. ଏଇ କେଶ

ଆଚ୍ଛା କୁହ ତମେ ଦି ପ୍ରାଣୀ କଣ କରୁଥିଲ

ସ୍ତ୍ରୀ ଲୋକ କହିଲା ମୁଁ ଯାଇଥିଲି କିସ୍ତି ଜମା କରିବାକୁ

ଆଉ ମୋ ଗେରସ୍ତ ଯାଇଥିଲା ମୋ କାଳିଆ ଯୋଜନା ନାଁ ଲେଖିବାକୁ, ଝିଅ ଏକା ଥିଲା

ଆମେ ଘର କୁ ଫେରି ଦେଖୁ ତ ଝିଅ ଘରେ ନାହିଁ,

ସବୁ ଆଡେ ଖୋଜି ଖୋଜି ପାଉନୁ

ହେଉ ଦି ହାଜର ଟଙ୍କା ଦିଅ..

ଏ ରାମ ଗାଡି ବାହାର୍ କଲୁ. କାଉଣ୍ଟର ରୁ ଟିକେ ବୁଲି ଆସି ଏ କେସ ଟି ରେ ମାସ ଯାକ ବିତେଇ ଦେବା


ଦୁହେଁ ରାଗ ରେ କିଛି କହି ପାରୁ ନ ଥିଲେ

ଘର କୁ ଆସିଲେ ବି ସାଇ ପଡ଼ିଶା ଙ୍କ ଟୁପୁରୁଟାପର କଥା

ଯାଃ ବି ହେଉ ଏବେ କି କରିବେ ଭାବି ପାରୁ ନ ଥିଲେ

ହଠାତ୍ ଗାଆଁ ମୁଖିଆ କହିଲେ ଗାଆଁ ପାଖ ଜଙ୍ଗଲ ରେ ର କାର ମଲା ଦେହ ପଡିଚି, ଝିଅ ଟି ବୋଧେ

କେହି ବୋଧେ ରେପ କରି ମାରି ଦେଇଚି

ତାହା ଲେ ଏଇ କଣ ଆମ ରୁବୀ


Rate this content
Log in

Similar oriya story from Tragedy