STORYMIRROR

Anil Pradhan

Tragedy Action Others

3  

Anil Pradhan

Tragedy Action Others

ଠିକ୍ ବାରଟା

ଠିକ୍ ବାରଟା

2 mins
237

ସାହୁ ବାବୁ ବାରମ୍ବାର କାନ୍ଥରେ ଲାଗିଥିବା ଘଣ୍ଟାକୁ ଦେଖୁଥାନ୍ତି।

ତାଙ୍କୁ ଦେଖିଲେ ଜଣା ପଡୁଥିଲା ଯେ ସେ ଯେମିତି କାହାକୁ ଅତ୍ୟନ୍ତ ଉତ୍ସାହରେ ଅପେକ୍ଷା କରିଛନ୍ତି।

ପୁଣି ସାହୁ ବାବୁ ବସିଥିବା ଚୌକିରୁ ଉଠି ଘଣ୍ଟାକୁ ଦେଖିଲେ ସେତେବେଳେ କୁ ସମୟ ହୋଇଥାଏ ସାଢେ଼ ଏଗାର। ଆହୁରି ଅଧ ଘଣ୍ଟାଏ ଅପେକ୍ଷା କରିବାକୁ ପଡିବ ସାହୁ ବାବୁ ନିଜେ ନିଜକୁ କହିଲେ। ସାହୁ ବାବୁ ଏତେ ବ୍ୟସ୍ତ ବିବ୍ରତ ଥାନ୍ତି ଲାଗୁଥିଲା ସେ ଯେମିତି କେହି ଆତ୍ମୀୟଙ୍କୁ ବହୁଦିନରୁ ଅପେକ୍ଷା କରିଛନ୍ତି। ବଳରାମ ସାହୁ ଓ ସ୍ୟାମ ସୁନ୍ଦର ମହାପାତ୍ର ଦୁଇଜଣ ଭଲ ସାଙ୍ଗ। ଦୁଇଜଣ ଏତେ ଭଲ ସାଙ୍ଗ ଥିଲେ ଯେ ମହାବିଦ୍ୟାଳୟରେ ତାଙ୍କ ବନ୍ଧୁତାର ଉଦାହରଣ ଦେଉଥାନ୍ତି।

ହେଲେ ଦିନେ ହଠାତ୍ କଣ ହେଲା କେଜାଣି ତାଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଗଲା। ସେହିଦିନଠାରୁ ତାଙ୍କୁ କେହି ଏକାଠି ଦେଖି ନାହାଁନ୍ତି। ନିଜ ନିଜର ପଢା ଶେଷକରି ଅଲଗା ଅଲଗା ଯାଗାରେ ଚାକିରି କରୁଥାନ୍ତି।

ଏମିତି ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ କେବେ ଦୁଇଜଣ ଙ୍କ ଦେଖା ସାକ୍ଷାତ କିମ୍ବା କଥାବାର୍ତ୍ତା ହୋଇ ନାହାଁନ୍ତି। ଏମିତି ବର୍ଷ ପରେ ବର୍ଷ ବିତି ଉଭୟ ନିଜ ନିଜର ପୁଅ ଝିଅଙ୍କ ବାହାଘର ସାରିଲେଣି ହେଲେ ଆଜି ମଧ୍ୟ ଦୁଇ ଜଣଙ୍କ ସମ୍ପର୍କ ମଧ୍ୟରେ ହୋଇଥିବା ଫାଟର ମରାମତି ହୋଇ ନାହିଁ। ହଠାତ୍ ଦିନେ ସାହୁ ବାବୁଙ୍କ ପୁଅଙ୍କ ମୋବାଇଲ କୁ ଫୋନ୍ ଆସିଲା । ସାହୁ ବାବୁଙ୍କ ପୁଅ ଫୋନ୍ ରିସିଭ୍ ଉତ୍ତରରେ ହ୍ୟାଲୋ କହିଲେ ପ୍ରତି ଉତ୍ତର ଆସିଲା ମୁଁ ତୁମ ବାପାଙ୍କ ସାଙ୍ଗ କହୁଛି ବାପାଙ୍କ ସାଙ୍ଗରେ କଥା ହେବାର ଅଛି। ପୁଅ ଠାରୁ ଫୋନଟି ଯେତେବେଳେ ସାହୁ ବାବୁ ଧରିଲେ ସେପଟରୁ ଆବାଜ ଆସିଲା ମୁଁ ତୁମ ବନ୍ଧୁ କହୁଛି କଣ ଚିହ୍ନି ପାରିଲ ନା ନାହିଁ। ସାହୁ ବାବୁଙ୍କୁ ସ୍ୱରଟା ଚିହ୍ନିଲା ଚିହ୍ନିଲା ଲାଗିଲା ଆଉ ସାହୁ ବାବୁଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା ବୋଧହୁଏ ଥିକ୍ ଚିହ୍ନି ପାରିଛନ୍ତି ସାହୁ ବାବୁ ସେଥିପାଇଁ ଭାବ ବିହ୍ୱଳରେ କାନ୍ଦି ବାକୁ ଲାଗିଲେ। ଉଭୟ ଦୁଖଃ ସୁଖ ହେଲେ ନିଜ ନିଜର ଭଲ ମନ୍ଦ ପଚାରି ବୁଝିଲେ। ଏମିତି କଥାବାର୍ତ୍ତା ମଧ୍ୟରେ ସାହୁ ବାବୁଙ୍କ ବନ୍ଧୁ କହିଲେ ମୁଁ କାଲି ତୁମ ଘରକୁ ଠିକ୍ ବାରଟାରେ ଆସୁଛି । ରହିଲି କାଲି ଦେଖାହେବା। ସେଥିପାଇଁ ସାହୁ ବାବୁ ବ୍ୟସ୍ତ ଅଛନ୍ତି ବନ୍ଧୁଙ୍କୁ ଦେଖିବେ ବୋଲି । ମଝିରେ ଫୋନବି କରନ୍ତି ବନ୍ଧୁଙ୍କ ପାଖକୁ କିନ୍ତୁ ବନ୍ଧୁ ଫୋନ ଉଠାନ୍ତି ନାହିଁ। ହାଠାତ୍ ସାହୁବାବୁଙ୍କ ନିକଟକୁ ତାଙ୍କ ବନ୍ଧୁଙ୍କ ଫୋନ ଆସିଲା କେହିଜଣେ କହିଲେ ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣା ହୋଇ ଅଚେତ ଅବସ୍ଥାରେ ପଡିଛନ୍ତି ଆପଣ ଶୀଘ୍ର ଏଠାକୁ ଆସନ୍ତୁ । ଏହି କଥା ଶୁଣି ସାହୁ ବାବୁ ପୁଅ ସାଙ୍ଗରେ ଶୀଘ୍ର ବାହାରି ପଡିଲେ । ସେଠାରେ ଯାଇ ଦେଖନ୍ତିତ ବନ୍ଧୁଙ୍କର ଦୁର୍ଘଟଣା ଘଟିଛି। ସେତେବେଳେକୁ ବନ୍ଧୁଙ୍କ ଚେତା ଫେରି ଆସିଲାଣି । ସାହୁ ବାବୁ ବନ୍ଧୁଙ୍କୁ ନିଜ କୋଳକୁ ନେଇ ମେଡିକାଲ ନେବାକୁ ତତ୍ପର ହେ ବାକୁ ଲାଗିବା ବେଳେ ବନ୍ଧୁ ବାରଣ କରିଲେ । ସେକହିଲେ ମୁଁ ଆଉ ବଞ୍ଚିବିନି ମୁଁ କଥା ଦେଇଥିଲି ତୁମକୁ ଦେଖା କରିବାକୁ ଯିବି। କିନ୍ତୁ ତୁମେ ମୋ ନିକଟକୁ ଆସିଲ ଯାହା ହେଉ ଶେଷ ସମୟରେ ତୁମକୁ ଦେଖିବାର ସୁଯୋଗ ପାଇଲି। ଏହା କହି ତାଙ୍କ ପ୍ରାଣବାୟୁ ଉଡିଗଲା। ସାହୁ ବାବୁ ବନ୍ଧୁଙ୍କୁ ଧରି କାନ୍ଦିବା ବେଳକୁ ତାଙ୍କର ନଜର ପଡିଲା ବାନ୍ଧୁଙ୍କ ହାତରେ ଥିବା ଘଣ୍ଟା ଉପରେ ସେତେ ବେଳକୁ ସମୟ ହୋଇଥାଏ ଠିକ୍ ବାରଟା । ଏହା ଦେଖି ସାହୁ ବାବୁ ଯୋରରେ କାନ୍ଦିବାକୁ ଲାଗିଲେ। ନିଜେ ନିଜକୁ କହିଲେ କଥା ଦେଇ କଥା ରଖିଲେ ବନ୍ଧୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy