ABADHOOT PANDA

Fantasy Others

4  

ABADHOOT PANDA

Fantasy Others

ତଥାପି ବାକି

ତଥାପି ବାକି

8 mins
378


ମିନି ଆଲୋ ମିନି ତତେ କଣ ଶୁଭୁନି ଏତେ ଥର ଡାକିଲିଣି l ତୋ କାନରେ କଣ ବିଣ୍ଡା ମଡ଼ା ହେଇଛି l ଆ ଜଲଦି ଆ l ମତେ ଔଷଧ ଦବୁ ଆଉ ବାପାଙ୍କୁ ଜଳଖିଆ ଚା ଦବୁ l " ଶାଶୁଙ୍କ ରାଗ ମିଶା ଡାକରାରେ ବୋହୁ ମିନି ହଡ଼ ବଡ଼େଇ ଗଲା l ବର୍ଷକର ଝିଅଟିକୁ ଖେଳନା ଧରେଇ ଦେଇ ଅତି ଶୀଘ୍ର ତା ଶୋଇଲା ଘରୁ ବାହାରିଗଲା l ପ୍ରଭାତର ତୀର୍ଯକ ସୂର୍ଯ୍ୟ କିରଣ ଅଗଣା ଦେଇ ଘରେ ପଡ଼ୁଥାଏ l ସ୍ୱାମୀ ହିମାଂଶୁ ଶେଯ ଟିକେ ଡେରିରେ ଛାଡ଼ିବେ l ଆଗେ ବୋଉଙ୍କୁ ଔଷଧ ଦେବି ତାପରେ ଜଲଖିଆ କରିବି ସ୍ଥିର କରି ମିନି ଶାଶୁ ଶଶୁରଙ୍କ ଶୋଇବା ଘରେ ପଶିଲା l କପ ବୋର୍ଡରୁ ଅଣ୍ଟା ବିନ୍ଧା ଟାବଲେଟ କାଢ଼ି ଅଧ ଗିଲାସେ ପାଣି ସଙ୍ଗେ ଶାଶୁଙ୍କ ହାତକୁ ବଢ଼େଇ ଦେଲା l ଶାଶୁ ଔଷଧ ପାଟିରେ ପୁରାଇ ଢକ ଢକ କରି ଗିଲାସ ଟେକି ପାଣି ପିଇଲେ l ତଥାପି ଶାଶୁଙ୍କ ସେବା ବାକି l ପୁଣି ଡାକ ଛାଡ଼ିଲେ, " ମିନି ମତେ ଆସି ଟେକି ଧରି ପାଇଖାନାକୁ ନେଇଯା l " ଅଗଣା ଅଧା ଝାଡ଼ୁ ମାରି ଖଡ଼ିକା ମୁଠାକୁ ତଳେ ଫୋପାଡ଼ି ଦେଇ ଶାଶୁଙ୍କ ପାଖକୁ ପୁଣି ଧାଇଁଗଲା ମିନି l ତରବରିଆ ପାଇଖାନା ବେସିନରେ ପାଣି ଢ଼ାଳି ଫିନାଇଲ ପକେଇ ଶାଶୁଙ୍କ ହାତ ଧରି ବେସିନ ଉପରେ ବସାଇ ଦେଇ ପୂରା ଅଗଣା ଝାଡୁ ମାରିଦେଲା l ଏଣେ ଶଶୁର ଡାକ ପକେଇଲେ, " ମା ମିନି ମତେ ଟିକେ ଆକବରୀ ଗୁଡ଼ାଖୁ ଡବାଟା ଦେ ତ l ଝାଡ଼ା ଯିବି l " ଶଶୁରଙ୍କ କଥା ମାନି ଗୁଡ଼ାଖୁ ଡବାଟା କାନ୍ଥ କୁଡ଼ାରୁ ଆଣିଦେଲା l ଇତି ମଧ୍ୟରେ ଶାଶୁଙ୍କ ଝାଡ଼ା ଆଉ ଗାଧୁଆ ପର୍ବ ଶେଷ l ଶାଶୁଙ୍କୁ ଧରି ଧରି ଆଣି ଛାଡ଼ିଲା ଠାକୁର ଘରେ l ପୁଣି ଶାଶୁଙ୍କ ସ୍ବର ମିନି କାନରେ ପଡ଼ିଲା ହାଣ୍ଡି ଶାଳେ ପଶୁ ପଶୁ l " ମିନି ଚନ୍ଦନ ପେଡ଼ିଟା ଖୋଜି ଦେଲୁ ମୁଁ ପାଉନି l କାଠ ଅଛି l" ଦୁଇ ଟିକିଆ ଗ୍ୟାସ ଚୁଲିର ଗ୍ୟାସ ମାତ୍ରା ସର୍ବ ନିମ୍ନ କରି ମିନି ଚନ୍ଦନ କାଠ ଠାକୁର ଘରୁ କାଢ଼ି ଶାଶୁଙ୍କ ହାତକୁ ଦେଇଦେଲା ଓ ହାଣ୍ଡିଶାଳେ ପଶି କଲା ସୁଜି ଭାଜି ହାଲୁଆ ତିଆରି କରିବାକୁ l

ଏଣେ ସ୍ୱାମୀ ହିମାଂଶୁ ପଲଙ୍କ ଉପରେ ଚେଇଁ ପହୁଡ଼ କରୁ କରୁ ଡାକ ମାରିଲେ, " କଣ ମିନି ଚା ହେଲାଣି କି? " ହିମାଂଶୁ ବାବୁ ବିଭାଘର ପରେ ଟିକେ ବେଡ୍ ଟି ଖାଇବା ନିଜର ଅଭ୍ୟାସଗତ କରି ପକେଇଛନ୍ତି l ଚା ଟିକେ ନପିଇଲେ ତାଙ୍କର ଝାଡ଼ା ସଫା ହଉନି l ବ୍ୟାଙ୍କ ମ୍ୟାନେଜର ବାବୁ l ମାସିକ ଦରମା ଦେଢ଼ ଲକ୍ଷ l ପର୍ଶୁରାମ ବାବୁଙ୍କ ଏକଇର ବଳା ବିଶିକେସନ l ଗେହ୍ଲା ପୁଅ l ଜୟପୁର ସହରରେ ତାଙ୍କର ପ୍ରାୟ ପଚାଶ ବର୍ଷର ଆଖିଦୃଶିଆ କୋଠା ଘର l ତାଙ୍କ ବାପା ବନେଇ ଥିଲେ l ବର୍ତ୍ତମାନ ତାଙ୍କ ବାପା ଜଣେ ଅବସର ପ୍ରାପ୍ତ ଉଠା ଜଳ ସେଚନ ବିଭାଗର ଇଞ୍ଜିନିଅର l ମାସକୁ ପେନସନ ତିରିଶହଜାର l ସାଢ଼େ ପାଞ୍ଚ ବର୍ଷ ହେଲା ଘରେ ରହି ଯୋଗାସନ କରି ସୁସ୍ଥ ରଖୁଛନ୍ତି ନିଜ ଦେହକୁ l ଚାହା ଛାଣି କପ୍ ରେ ଢାଳି ଟ୍ରେରେ ରଖି ସ୍ୱାମୀଙ୍କୁ ଦେଲା ମିନି l ଚୁମୁକ ଚୁମୁକ କରି କପ୍ ରୁ ଚା ଶେଷ କଲେ ହିମାଂଶୁ l ଟଏଲେଟ ଯିବା ପୂର୍ବରୁ ଇଶାରା ଦେଲେ ଧର୍ମ ପତ୍ନୀଙ୍କୁ, " ହେ ମିନି ମୋ ପକେଟରୁ ଗୋଟିଏ ସିଗାରେଟ ଆଉ ଲାଇଟରଟା ଟିକେ ମତେ ଦେଇଦେଇ ତୁମେ ତୁମ କାମ କର l" ପାଟିରୁ ସ୍ୱାମୀଙ୍କ କଥା ନ ସରୁଣୁ ପକେଟରେ ଥିବା ଟ୍ରିବଲ ଫାଇଭ ସିଗାରେଟ ପ୍ୟାକେଟରୁ ଗୋଟାଏ ଆଣି ତା ସହିତ ଲାଇଟର ହିମାଂଶୁଙ୍କ ହାତରେ ଧରାଇ ଦେଲା l ଉଚ୍ଚ ମଧ୍ୟବିତ୍ତ ପରିବାରର ଝିଅ ସିଏ l ବାପ ଘର ସତ୍ୟଭାମାପୁର l ବାପା ଥିଲେ ତହସିଲଦାର l ସାନ ଭାଇ ଗୋଟିଏ l ଏମ. ଏ. ପାସ l ଅବସର ପରେ ବାପା ତାଙ୍କୁ ତାଙ୍କ ପୋଷ୍ଟରେ ରଖିଦେଇଥିଲେ l ବୋଉ ବାପା ଭାଇ ଭାଉଜ ତାଙ୍କର ସମସ୍ତେ ଉଚ୍ଚ ଶିକ୍ଷିତ ଆଉ ଅମାୟିକ l ରକ୍ଷଣ ଶୀଳ ପରିବାର ସମ୍ଭୁତା ହୋଇଥିବାରୁ ମିନି ପତିବ୍ରତା ଧର୍ମ କଣ ଜାଣିଛି ଭଲ ଭାବେ l ସ୍ୱାମୀଙ୍କୁ ସିଗାରେଟ ଦେଇ ବାପାଙ୍କ ପାଇଁ ଟ୍ରେରେ ହାଲୁଆ ହଟ କେଶ ଓ ଚା ଫ୍ଲାସ୍କ ନେଇ ତାଙ୍କ ସାମ୍ନାରେ ରଖିଦେଲେ l ନିତ୍ୟକର୍ମ ସମାପ୍ତ କରି ଭୃଲତା ମଝିରେ ଗୋଟାଏ ବାସ୍ନା ଚନ୍ଦନ ଟିପା ମାରି ଜଗନ୍ନାଥ ଫଟ ସାମ୍ନାରେ ଧୂପ ଦେଇ ସାରି ପତ୍ନୀ ମାଳତୀ ଦେବୀଙ୍କ ସହ ହାଲୁଆ ଚାହା ସେବନରେ ଆପ୍ୟାୟିତ l

ଶଶୁର ଶାଶୁ ଆପ୍ୟାୟିତ ହେଲା ପରେ ହିମାଂଶୁ ବାବୁ ଗାଧୁଆ ଘରୁ ବାହାରି ଚାହିଁଲେ କାନ୍ଥ ଘଣ୍ଟାକୁ l ସମୟ ସକାଳ ଆଠଟା l ବ୍ୟାଙ୍କ ତାଙ୍କ ଘରଠୁଁ ପ୍ରାୟ ଛଅ କିଲୋମିଟର ଦୂର l ସାଢ଼େ ନଅ ଟା ପୂର୍ବରୁ ସେଠି ପହଞ୍ଚିବା ନିହାତି ଦରକାର l ମୁଣ୍ଡ କୁଣ୍ଡେଇ ନିର୍ମାଲ୍ୟ ଟିକେ ପାଇ ଜଗନ୍ନାଥ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ଡ୍ରେସିଂ ରୁମକୁ ଯାଇ ନିଜର ସୁଟ ପିନ୍ଧି ଡାକିଲେ, " ଖାଇବାକୁ ଦିଅ ମିନି l ଅଫିସ ଡେରି ହବ l ଆସିଲା ବେଳେ ମୋ ନେକ୍ ଟାଇଟା ଶୁଖୁଛି ଅଗଣା ତାରରେ ନେଇ ଆସିଥିବ l " ପତିବ୍ରତା ମିନି ସ୍ୱାମୀଙ୍କ ନିର୍ଦ୍ଦେଶ ମାନି ସେଇୟା କଲେ l ଆଉ ତାଙ୍କ ପାଟିରୁ ବାହାରି ପଡ଼ିଲା, " ଆଉ କଣ ବାକି ରହିଲା ପଣ୍ଡିତେ! କୁହ " ଉତ୍ତର ଆସିଲା ପରେ କହିବି l ଅବିକା ବେଳ ନାହିଁ l ହାଲୁଆ ପ୍ଲେଟ ଟି ପତ୍ନୀଙ୍କ ହାତରୁ ନେଇ ଚାମୁଚରେ ଆରମ୍ଭ କଲେ ଖାଇବା l ତାପରେ ପାଣି ପିଇ ଆପ୍ୟାୟିତ ହେଲେ କପେ ଚାହାରେ l ପୁଣି ମୋବାଇଲ ଫୋନରେ ସମୟ ଦେଖିଲେ ସକାଳ ନଅ ଟା l ଆରସୀ ଆଗରେ ଠିଆ ଠିଆ ଟାଇ ଭିଡ଼ୁ ଭିଡୁ ଡାକ ପକେଇଲେ, " ମିନି ଜୋତାମୋଜା ଆଉ ଅଫିସ ବ୍ୟାଗଟି ଆଣ l " ଏକାଥରେ ଜୋତା ମୋଜା,ବ୍ୟାଗ ହାତରେ ଧରି ସ୍ୱାମୀ ହିମାଂଶୁଙ୍କ ପାଖରେ ପହଞ୍ଚିଲେ ଡ୍ରଇଂ ରୁମରେ l ହିମାଂଶୁଙ୍କ ହାତକୁ ଦେଇ ଘର ଲିପା ପୋଛା କାମରେ ଲାଗିଗଲେ l ପାଞ୍ଚ ମିନିଟ ପରେ ପୁଣି ଡାକ, " ମିନି ହା ହା ରହିଗଲା ଆହୁରି ଜିନିଷ l କାର ଚାବି ଆଉ ଟିଫିନ ବକ୍ସ l ଟିକେ ଆଣିଦିଅ l ଡ୍ରଇଂ ରୁମରେ ଛାଡ଼ି ଆସିଛି " ହିମାଂଶୁ ବାବୁ ଘର ଗେଟ ପାଖକୁ ଯାଉ ଯାଉ ନିର୍ଦେଶ ଦେଲେ ମିନିକୁ l ମିନି ଟିକେ ଅପସେଟ ହେଇ ପ୍ରତିକ୍ରିୟା ସୃଷ୍ଟି କରି କହିଲା, " ଦେଖୁଛି ତମେ ମତେ କାମ କରେଇ ଦବନି l କାଲି ମାର୍ଗଶୀର ଗୁରୁବାର l ଘର ସଫା ନିହାତି ଜରୁରୀ l ଆଉ କଣ କୁହ ବାକି ରହିଗଲା ଆଣି ଦେଇଦେବି l " ନା ଆଉ କିଛି ଦରକାର ନାହିଁ - କହି ହିମାଂଶୁ ବାବୁ ଗଲେ ଦାଣ୍ଡ ଅଗଣା ଭିତର କାନ୍ଥକୁ ଲାଗି ରହିଥିବା ୟୁରିନାଲକୁ l ସେଥିରୁ ବାହାରି ପୁଣି ଆଉଥରେ ଡାକିଲେ," ମିନି ତର ତର ରେ ମୁଁ ନିଜ ବ୍ୟବହାର ଜିନିଷ 

ଭୁଲିଯାଉଛି l ହଁ ବଡି ପରଫ୍ୟୁମ ଟିକେ ଆଣ l ନୁଆଁ ଡ୍ରେସ ଟା ପିନ୍ଧିଛି l " - " ହଉ ଠିକ ଅଛି ପଣ୍ଡିତେ! ଆଉ କଣ ଆଣିବି ମନେ ପକେଇ କୁହ l ଏତେ ଥର ଆସି ପାରବିନି l ପୁଅକୁ ମୋ କ୍ଷୀର ପିଆଉ ଥିଲି ପୁଅ ସିଆଡ଼େ କାନ୍ଦୁଛି ରାହା ଧରି l " ମିନିଟିଏ ପରେ ମିନି ପରଫ୍ୟୁମ ଆଣି ସ୍ୱାମୀଙ୍କ ସୁଟ ଉପରେ ଆଉ ଛାତିରେ କରିଦେଲା ସ୍ପ୍ରେ l ସ୍ପ୍ରେ କରି ସାରି ଗଲାବେଳେ ହିମାଂଶୁ ବାବୁ ମିନିର ଦୁଇ ହାତକୁ ଜାବୁଡ଼ି ଧରି ଟାଣି ଆଣି ନିଜ ଛାତି ଉପରେ ଭିଡ଼ି ଧରିଲେ l ମିନି ଚିଲେଇ ଉଠିଲା,'" ଏ କଣ କରୁଛ? କାଳେ କିଏ ଆସିଯିବ ଯଦି,ମୋ ମୁହଁ ତମ ମୁହଁ କଳା ପଡ଼ିଯିବ l ଛାଡ଼ " ଉତ୍ତରରେ କହିଲେ ହିମାଂଶୁ, " ବେଦୀ ଉପରେ ଅଗ୍ନି ଦେବଙ୍କୁ ସାକ୍ଷୀ ରଖି ତୁମକୁ ଆମ ଘରକୁ ଆଣିଛି l ସମାଜ ଆମକୁ ସ୍ୱୀକୃତି ଦେଇଛି l ତମ ସାଙ୍ଗରେ ଆଜୀବନ ରହିବା ପାଇଁ l " ଏତିକି କହି ମିନି ଗାଲରେ ଏକ ସରୁ ଚୁମ୍ବନ ଆଙ୍କି ଦେଲେ ହିମାଂଶୁ ବାବୁ ଓରଫ ମିନିର ସ୍ୱାମୀ l ସ୍ତ୍ରୀ ଲୋକଙ୍କ ଅନ୍ତର ବାହାର ସମାନ ନଥାଏ l ଅନ୍ତରରେ ହଁ ହଁ ବାହାର ଦେଖାଣିଆ ନା ନା ସେହି ଗୁଣରୁ ମିନି ବା କେମିତି ନିଜକୁ ବାଦ୍ ଦେଇପାରିବ l ତଥାପି ପତ୍ନୀ ସୁଲଭ ଗୁଣ ପୋଷଣ କରି ଜବାବ ଦେଲା, " ତୁମର କଣ ଏଇ କାମ ବାକି ଥିଲା l " ମିନିର କଥାରେ ମୁରୁକି ହସି ପ୍ରତ୍ୟୁତ୍ତର ଦେଲେ ହିମାଂଶୁ," ନା ମିନି ତଥାପି ତମ କାମ ବାକି ଅଛି ପରେ କହିବି l ଆଜି କହି ହବନି l ପରେ କହିବି l ଏକା ମାଘକେ ଶୀତ କେବେ ଯାଏନି l ହଉ ମୋର ତୁମସହିତ ପାଞ୍ଚ ମିନିଟ ନଷ୍ଟ କରିଦେଲି l ଅଫିସ ଯାଉଛି ଆଜି ଦଶ ମିନିଟ ଲେଟରେ ପହଞ୍ଚିବି l ରକ୍ଷା ହେଇଛି ମତେ ମଫସଲ ଯାଗାରେ ପୋଷ୍ଟିଙ୍ଗ କରିଛନ୍ତି l ନହେଲେ ବଡ଼ ଅସୁବିଧା ହୁଅନ୍ତା l ରାତିରେ ଆସିଲେ କଥା ହେବା ଡାର୍ଲିଂଗ l" ଏମିତି ଉଦବୋଧନ ଦେଇ ହିମାଂଶୁ ଅଫିସ ଅଭିମୁଖେ ଆଗେଇଗଲେ ନିଜର ପାରଦ ଘେରା କାରଟିକୁ ଷ୍ଟାର୍ଟ କରି l ପତି ପତ୍ନୀଙ୍କ ସାମୟିକ ବିଚ୍ଛେଦ ଯନ୍ତ୍ରଣା ହିମାଂଶୁ ଅପେକ୍ଷା ଅଧିକ ଅନୁଭବ କରୁଥିଲା ମିନି l ମାତ୍ର ତାର ପ୍ରେମ ଅନୁରାଗ ପୂର୍ଣ୍ଣ ମାନସିକ ଯନ୍ତ୍ରଣା ତାର କ୍ରନ୍ଦନ ରତ କୁନି ପୁଅଟି ମୁହୂର୍ତ୍ତକରେ ପ୍ରଶମିତ କରିଥିଲା ମିନିର ବକ୍ଷଜରୁ କ୍ଷରିତ ଅମୃତ ପାନ କରି l

ହିମାଂଶୁ ବାବୁ ଅଫିସରୁ ଫେରିଲେ l ଘରେ ପହଞ୍ଚି କଲିଂ ଵେଲ ଟିପିଲେ l ରାତି ନଅ ଟା l ପର୍ଶୁରାମ ବାବୁ ଗେଟ ଖୋଲିଲେ l ହିମାଂଶୁ ବାବୁ ୱାଷ୍ ରୁମ୍ ରେ ରିଫ୍ରେଶ ହୋଇ ମିନିକୁ କହିଲେ, " ମିନି ତୁମ ପାଇଁ ଶାଢ଼ୀ ଶାୟା ବ୍ଲାଉଜ଼, ସୁନା ଚେନ, ରୁପାର ପାଉଝରି ଆଉ ଗୋଡ଼ ମୁଦି ଆଣିଛି l ସେଇ ପେଟି ଖୋଲି ଦେଖ l " ସ୍ୱାମୀଙ୍କ କଥା ମାନି ପେଟି ଖୋଲିଲା ମିନି l ପତ୍ନୀ ପ୍ରେମର ନିଦର୍ଶନ ରୂପେ ଏହି ଭେଟି ସନ୍ତୁଷ୍ଟ କଲା ମିନିକୁ l ରାନ୍ଧିଥିବା ନୈଶ୍ୟ ଭୋଜନ ଶାଶୁ ଶଶୁର ସ୍ୱାମୀଙ୍କୁ ପରିବେଷଣ କରି ଆପ୍ୟାୟିତ କଲାପରେ ନିଜେ ଖାଇ ବସିଲା l ତାପରେ ଶାଶୁଙ୍କୁ ଔଷଧ ଦବା କାମ ସରିଲା ବେଳକୁ ରାତି ଏଗାରଟା l ସ୍ୱାମୀ ସ୍ତ୍ରୀ ଦୁଇଜଣ ବେଡ ରୁମରେ ପ୍ରବେଶ କଲେ l ହିମାଂଶୁ ବାବୁ କହିଲେ ମିନିକୁ, " ଡ୍ରଇଂ ରୁମରେ ମୁଁ ମୋର ବ୍ୟାଗ ଛାଡ଼ି ଆସିଛି ଆଣ " l ନିଦ୍ରାସକ୍ତ ଆଖିରେ ମିନି ସ୍ୱାମୀଙ୍କ କଥା କାଟି ନପାରି ବ୍ୟାଗ ଆଣିଦେଲା l ଦିନ ଯାକ ଶାରୀରିକ ପରିଶ୍ରମ ପରେ ଘରଣୀ ମିନି ଥକି ଯାଇ ଥିଲା l ତେଣୁ ଚିଡ଼ି ଯାଇ ସ୍ୱାମୀଙ୍କୁ କହିଲା, " ଟିକେ ମତେ ବିଶ୍ରାମ କରେଇ ଦେଉନା l ତୁମେ ଅଫିସ କାମ କରୁଛ ମୁଁ ଘର କାମ କରୁଛି l ଘରକୁ ଆସିଲା ମାନେ ଖାଲି ଏଇଟା ଆଣ ସେଇଟା ଆଣ ଫର୍ମାଈଶ କରୁଛ l ଆଉ କଣ କାମ ବାକି ରହିଲା କୁହ l " ମିନି କଥା ଶୁଣି ହିମାଂଶୁ ଖଟ ଉପରେ ଗଡ଼ି ଉତ୍ତର ଦେଲେ," ହଁ କାମ ବାକି ଅଛି l ଖଟ ଉପରକୁ ଆସ କହିବି l " ନାଇଁ ସେଇଠି କୁହ କାମ ସାରିଦେଇ ମୁଁ ଶୋଇବି l " ମିନି ଉତ୍ତର ଦେଲା l "ସେଇଟା ବଡ଼ ଗୁରୁତ୍ୱପୂର୍ଣ୍ଣ କାମ l ପାଖକୁ ନଆସିଲେ କହି ହବନି l" ହିମାଂଶୁ ବାବୁ ବୁଝେଇଲେ ମିନିକୁ l ମିନି ରାଜି ହେଇ ଉତ୍ତର ଦେଲା ଠିକ ଅଛି " l ନିଦ ଓ ପରିଶ୍ରମକ୍ଲୀଷ୍ଟ ମିନି ତତକ୍ଷଣାତ ସ୍ୱାମୀ ହିମାଂଶୁଙ୍କ ପାଖରେ ଶୋଇ ପଡ଼ିଲା l

ପତ୍ନୀପ୍ରେମୀ ହିମାଂଶୁ ଅବିଳମ୍ବେ ବେଡ଼ ଲାଇଟ ସ୍ବିଚ ଟିପି ମିନିକୁ କଲେ ଆଲିଙ୍ଗନ ବଦ୍ଧ ଓ କହିଲେ, " କେତେ ସୁନ୍ଦର ତମେ ସତେ l କାୟ ମନ ବାକ୍ୟରେ ପତିବ୍ରତା l ଆସ ଆଜି ତନୁ ମନ ଏକାକାର କରିଦେବା ଏଇ ପଲଙ୍କଉପରେ ପଲଙ୍କ ତୋଡ଼ କର୍ମରେ l " ମିନି ହାଇ ମାରି ଉତ୍ତର ଦେଲା, " ଦେଖ ମତେ ବର୍ତ୍ତମାନ ମୋଟେ ହଇରାଣ କରନା l ମୁଁ ହାଲିଆ ହେଇ ଯାଇଛି l ଆଉ ବି ଆଜି ମୋର ଆଦୌ ଇଚ୍ଛା ନାହିଁ l ତୁମର ଇଚ୍ଛାଟାକୁ ମୁଁ ବ୍ୟାଙ୍କ ଛୁଟି ଦିନରେ ପୂର୍ଣ୍ଣ କରିବି l ସକାଳେ ମୋର ଦୁନିଆଁ କାମ ଅଛି l ଶୋଇ ଯାଅ l " ହିମାଂଶୁ ଉତ୍ତର ଦେଲେ," ତୁମର ଏତେ ଭୋରରୁ ଉଠିବା ଦରକାର ନାହିଁ l ମୋ ପାଇଁ ଆଦୌ ବ୍ୟସ୍ତ ହେବା ଦରକାର ନାହିଁ l ତୁମର ଶ୍ରମ ଲାଘବ ପାଇଁ ବ୍ୟବସ୍ଥା କରି ଦେଇଛି l ସପ୍ତାହ ପାଇଁ ଛୁଟି ଆଣିଛି l " ରିମା ଉତ୍ତର ଦେଲା, " ଆଚ୍ଛା ତୁମେ ବଡ଼ ଚୁପ ଶୈତାନ ଅଛ l ନିଜ କାମ ହାସଲ କରିବାରେ ଓସ୍ତାଦ l" ହିମାଂଶୁ କହିଲେ, " ସେ କଥା ନୁହେଁ ତୁମର ପ୍ରଶ୍ନର ଉତ୍ତର ଦେବାକୁ ଏ ସବୁ ମୋର ଚାଲ୍ l ".l ମିନି ପଚାରିଲା,"କି ପ୍ରଶ୍ନ କୁହ " l ହିମାଂଶୁ କହିଲେ, " ତୁମେ ସବୁଦିନେ ପଚାର ମୋର ବାକି କାମ କଣ l ସେଇ କାମଟା ହଉଛି ଯେ ତୁମେ ମୋତେ ଆଉ ଗୋଟିଏ ସନ୍ତାନ ଦବ l ଏଇ ସାତ ଦିନ ଆମେ ଦୁଇଜଣ ଏକାଠି ମିଶି ଆଜି ରାତିରୁ ସନ୍ତାନସୃଷ୍ଟି କର୍ମ ଆରମ୍ଭ କରିଦେବା l ତୁମର ବାକି ଥିବା କାମ ଏଇ ଗୋଟା l" ମିନି ସ୍ୱାମୀଙ୍କ ଅଭିସନ୍ଧି ଓ ଚତୁରତାରେ ହୋଇଗଲା ସମ୍ପୂର୍ଣ୍ଣ ମୁଗ୍ଧ l ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରି ଦେଲା ସ୍ୱାମୀ ଦେବତାଙ୍କୁ l ଦମ୍ପତି ଯୁଗଳଙ୍କ ମନ ଶରୀର ସମ୍ପୂର୍ଣ୍ଣ ଏକାକାର ହେଇଗଲା l ସୃଜନଶୀଳ ଦାମ୍ପତ୍ୟ ପ୍ରେମର ଚରମ ତୃପ୍ତି ଆସ୍ଵାଦନ ନିମନ୍ତେ ଉଦ୍ଦାମ କର୍ମ ତତ୍ପରତାରେ ହିମାଂଶୁ ଓ ମିନିଙ୍କର ସୁସଜ୍ଜିତ ପଲଙ୍କ କମ୍ପିଉଠି ଶୀତରାତିର ନିସ୍ତବ୍ଧତାକୁ ଭଙ୍ଗ କଲା l ପର ଦିନ ଉଦୀୟମାନ ସୂର୍ଯ୍ୟଦେବ ଦମ୍ପତ୍ତି ଯୁଗଳଙ୍କ ହର୍ଷଉତଫୁଲ୍ଲିତ ମୁଖ ଦର୍ଶନ କରି ସେମାନଙ୍କ ଶୁଭକାମନା କଲେ l ମିନିର କର୍ମରତ ଜୀବନ ଆରମ୍ଭ ହେଲା l ହିମାଂଶୁ ଛୁଟି ସପ୍ତାହ ସରିବା ପରେ ସକାଳୁ ଉଠି ଅଫିସ ବାହାରିଲେ l ପୂର୍ବବତ ପୁଣି ମିନି ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀରେ ପଚାରିଲା, " ଆଉ କଣ କାମ ବାକି ଅଛି? ହିମାଂଶୁ ପ୍ରତ୍ୟୁତ୍ତର ଦେଲେ, " ତଥାପି ତୁମ କାମ ବାକି ରହିଯାଇଛି l " ମୁରୁକି ହସି ମିନି ପ୍ରଶ୍ନ କଲା," କି କାମ," l ହିମାଂଶୁ ବାବୁ ମଧ୍ୟ ବ୍ୟଙ୍ଗାତ୍ମକ ଉତ୍ତର ଦେଲେ ନିଜ ପତ୍ନୀଙ୍କୁ, " ଦଶମାସ ପରେ ଆମ ଦୁହିଁଙ୍କ ସପ୍ତ ରାତ୍ରି ପରିଶ୍ରମର ଫଳକୁ ମୋ ହାତରେ ଦେବା କାମ l ମଣିଷ ଜୀବନ କର୍ମମୟ ମିନି, ଯାହାର କେବେ ବି ଅନ୍ତ ହୁଏନା l ଆମେ ସନ୍ତାନ ସୃଷ୍ଟି କର୍ମ ଶେଷ କଲୁ l ଭୂମିଷ୍ଠ ହେଲା ପରେ ତାର ଲାଳନ ପାଳନ କରି ସଂସାରରେ ତାକୁ ଠିଆ କରାଇବା ନିମିତ୍ତ ଆହୁରି କର୍ମ ଆମର ବାକି ଅଛି l ସଂସାରରେ କାମ ଅସରନ୍ତି l ଯେତେ ଶେଷ କଲେ ବି ବାକି ରହିଯାଏ ତଥାପି l

           


Rate this content
Log in

Similar oriya story from Fantasy