STORYMIRROR

CHINMAYEE PRADHAN

Tragedy Inspirational

4  

CHINMAYEE PRADHAN

Tragedy Inspirational

ଟାଉନ ବୋହୂ

ଟାଉନ ବୋହୂ

2 mins
552

 ଭୁବନେଶ୍ୱର ଟାଉନରେ ପୁଅ ବାହା କରିଛି ବୋଲି ଗାଁ ଲୋକ କେତେ କଥା କହୁଛନ୍ତି |ଟାଉନ ଝିଅ ସିଏ କଣ ଶାଶୁ ଶଶୁର ଙ୍କୁ ମାନିବ ନା ତାଙ୍କ ସେବା କରିବ |ସବୁ କଥା ଶୁଣି କାଞ୍ଚନ ଦେବୀ ଚୁପ ରୁହନ୍ତି |ହଉ ଦେଖା ଯାଉ ଭାଗ୍ୟରେ ଯାହା ଥିବ | ବାହାଘର ଦି ଦିନ ନ ହଉଣୁ ବୋହୂ ଘର କାମରେ ଲାଗି ପଡିଲା। ଘର ସଫା ସୁତୁରା ରୋଷେଇ ବାସ ସବୁ କାମ ଶାଶୁଙ୍କ ହାତରୁ ଛଡାଇ କଲା |ଶାଶୁଙ୍କ ପଦସେବା ବି। ତଥାପି ଗାଁ ସାହି ପଡିଶା ଙ୍କ ଟାପରା। ହଁ ମୋ ନୂଆ ନୂଆ ତ ଟିକେ ଦେଖେଇ ହେଇ କରୁଛି। ଦେଖିବ ମାସେ ଦି ମାସେ ଯାଉ ଅସଲ ରୂପ ଦେଖେଇବ। ଶାଶୁ ବୋହୂ କିନ୍ତୁ ମା ଝିଅ ପରି ଚଳନ୍ତି ବୋହୂ ଶାଶୁଙ୍କ ସେବା କରେ ଆଉ ବୋହୂର ଦେହ ଖରାପ ହେଲେ ଶାଶୁ ମଧ୍ୟ ବୋହୂର ସେବା କରନ୍ତି। ଗାଁ ଲୋକ ଖାଲି ଇର୍ଷାରେ ଜଳୁଥାନ୍ତି ଶାଶୂଙ୍କର ବୟସ ହେଇଗଲା। ସେ ରୋଗ ଶଯ୍ୟାରେ ପଡିଲେ ବୋହୂଟା ନ ଖାଇ ନ ପିଇ ସେବା କରି କରି ଥକି ଗଲାଣି। ଗାଧେଇବା, ଖୁଆଇଦେବା, ଝାଡା ପରିସ୍ରା ସଫା କରିବା କୋଉଥିରେ ଟିକେ ବି ହେଲା କରେନି। ସେ ଝିଅ ଜ୍ୱାଇଁ ଙ୍କୁ ଦେଖିବେ ବୋଲି ଶାଶୁ କହିବାରୁ ଡକାଗଲା ଝିଅ ଆସି ପହଁଚିଲା ମା ର ସେବା ତ ଦୂର ର କଥା ପାଖକୁ ଟିକେ ବି ଗଲାନି ଦୂରରେ ଥାଇ ଦେଖି ଦେଇ ହେ ମୁ ଏଠି ରହି ପାରିବିନି ମୋ ଛୁଆ ପିଲାଙ୍କ କଥା କିଏ ବୁଝିବ ୟାଙ୍କ କଥା କିଏ ବୁଝିବ ବୋଉ ତୁ ଖରାପ ଭାବିବୁନି। ଭାଉଜ ତ ତୋ ସେବା କରୁଛନ୍ତି ମୁଁ ଆଉ ଅଧିକ ଟା କଣ କରିବି ବରଂ ତୁ ଭଲ ହାଇଗଲେ ମୁଁ ତତେ ମୋ ଘରକୁ ନେଇଯିବି ଏତିକି କହି ସେ ଚାଲି ଗଲା। କାଞ୍ଚନ ଦେବୀ ନିଜକୁ ଧିକ୍କାର କରି କେବଳ ଆଖିରୁ ଲୁହ ଗଡଉଥିଲେ। ବୋହୂକୁ ପାଖକୁ ଡାକି କହିଲେ ତୁ ମୋର ବୋହୂ ନୁହେଁ ମୋର ବୋଉ ଆର ଜନ୍ମରେ ତୁ ମୋର ମା ଥିଲୁ। ଦେଖିବୁ ମୁଁ ପୁଣି ତୋରି କୋଳରେ ତୋ ଝିଅ ହେଇ ଜନ୍ମ ନେବି କୋଉ ଜନ୍ମରେ କେତେ ପୁଣ୍ୟ କରିଥିଲି ଯେ ତୋ ପରି ବୋହୂ ଟେ ପାଇଛି ଟାଉନ ବୋହୂ ଆଣି ମୁଁ ବେଶ ଭଲ କରିଛି। ବୋହୂର କୋଳରେ ହିଁ ତାଙ୍କ ଜୀବନ ଗଲା। ଗାଁ ଲୋକ କହୁଥିଲେ ସତରେ ଧନ୍ୟ ସେ ଟାଉନ ବୋହୂ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy