Lopamudra Mishra

Tragedy Crime

3  

Lopamudra Mishra

Tragedy Crime

ତିନିଯାତ୍ରୀ

ତିନିଯାତ୍ରୀ

2 mins
364


      


--କୁଆଡ଼େ ଯିବେ 


--କାହାକୁ ମୋତେ ପଚାରୁଛନ୍ତି ? 


--ଆଉ ଏଠି କେହି ଅଛି କି ? 


--କ୍ଷମା କରିବେ ମୁଁ ଜାଣିପାରିଲିନି । ଆଜ୍ଞା ମୁଁ ହୀରାକୁଦ ଷ୍ଟେସନରେ ଓହ୍ଲେଇବି । 


--ଆଚ୍ଛା ଆଚ୍ଛା । ହୀରାକୁଦ ଷ୍ଟେସନ୍ । କ'ଣ ବନ୍ଧୁ ଘରକୁ ଯାଉଛନ୍ତି ? 


--ନାଇଁ ଆଜ୍ଞା ସାଙ୍ଗଟେ ଅଛି ବୁର୍ଲାରେ, ତାହାରି ପାଖକୁ ଯାଉଛି ।


--ବେଶ୍ ଭଲ କଥା । ମୁଁ ମୋ ଭାଇ ପାଖକୁ ଝାରସୁଗୁଡା ଯାଉଛି । ମୋ ଭାଇ ସେଇଠି ଚାକିରୀ କରନ୍ତି । ମୋ ଭାଉଜ ଆଉ ଆମ କୁନି ଝିଅକୁ ମୁଁ ପ୍ରଥମ ଥର ପାଇଁ ଭେଟିବି । ଭାଇଙ୍କ ବାହାଘର ବେଳେ ମୁଁ ଏଠି ନଥିଲି ତ ଭାଉଜଙ୍କ ସହ ଭଲ ପରିଚୟ ହେଇପାରିନି । ଝିଅ ହେଲା ବେଳକୁ ବି ମୁଁ ଯାଇପାରିନଥିଲି, ଦିଲ୍ଲୀରେ ଥିଲି । ଭାଉଜ ଓ ଝିଆରୀଙ୍କ ପାଇଁ କିଛି ଉପହାର ନେଇ ଯାଉଛି । ଆଶା କରୁଛି ସେମାନେ ପସନ୍ଦ କରିବେ । 


--ମୁଁ ମଧ୍ୟ ନବବିବାହିତା ମୋର ବନ୍ଧୁପତ୍ନୀଙ୍କ ପାଇଁ ଉପହାର ନେଇ ଯାଉଛି । ବେଶି ମୂଲ୍ୟବାନ ନହେଲେ ମଧ୍ୟ ତାଙ୍କର ପସନ୍ଦ ଯୋଗ୍ୟ ହେବ, ମୋର ବିଶ୍ୱାସ ।  


    ଦୁଇଜଣ ଯାତ୍ରୀ ଏମିତି କଥା ହେଉଥିବା ବେଳେ ନିଜ ସିଟ୍ ରେ ଢ଼ୋଳେଇ ପଡ଼ିଥିବା ତୃତୀୟ ଯାତ୍ରୀ ଉଠିପଡ଼ି ସେମାନଙ୍କ କଥାବାର୍ତ୍ତା ଶୁଣିଲେ । ସେ ଏହା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଲେ ଯେ ଯାତ୍ରୀ ଦୁହେଁ ପରଷ୍ପରକୁ ନଦେଖି ବିପରୀତ ଦିଗକୁ ଅନେଇ ବାର୍ତ୍ତାଳାପ କରୁଛନ୍ତି । ତୃତୀୟ ଜଣଙ୍କର ଉପସ୍ଥିତିକୁ ସେ ଦୁହେଁ ଖାତିର କରୁନାହାଁନ୍ତି । ତୃତୀୟ ଯାତ୍ରୀ ମଧ୍ୟ ଚୁପଚାପ ରହି କିଛି ସମୟ ସେମାନଙ୍କୁ ଭଲକରି ଦେଖିଲେ ଓ ଶୁଣିଲେ । କିଛି ସମୟ ଅନୁଧ୍ୟାନ ପରେ ସେ ଏକପ୍ରକାର ନିଶ୍ଚିତ ହେଇଗଲେ ଏ ଦୁହେଁ ଦୃଷ୍ଟିହୀନ । 


    ସେହି ବଗିରେ କେବଳ ସେହି ତିନିଜଣ ହିଁ ଥିଲେ । ରାତି ଘନେଇ ଆସୁଥିଲା । ଗୋଟେ ଷ୍ଟେସନରେ ଗାଡି ରହିଲା । ତୃତୀୟ ଯାତ୍ରୀ ତଥାପି ସେହି ଦୁଇଯାତ୍ରୀଙ୍କୁ ନିଜର ଉପସ୍ଥିତି ସମ୍ବନ୍ଧରେ ଅବଗତ ନକରେଇ ନିର୍ଭୟରେ ନିଜର ସବୁ ଜିନିଷ ସିଟ୍ ଉପରେ ରଖି ତଳକୁ ଗଲେ । କିଛି ସମୟ ପରେ ଉପରକୁ ଫେରି ଦେଖିଲେ ଦୁଇଯାତ୍ରୀ ପୂର୍ବପରି କଥାବାର୍ତ୍ତାରେ ମଜ୍ଜି ରହିଛନ୍ତି । ସେ ନିଜର ହ୍ୟାଣ୍ଡବ୍ୟାଗ୍ ସହ ସେ ଦୁଇଜଣଙ୍କର ଛୋଟ ଛୋଟ ବ୍ୟାଗ ଦୁଇଟି ମଧ୍ୟ ଅତି ଚତୁରତାର ସହ ଉଠେଇ ନେଇ ସେହି ଷ୍ଟେସନରେ ଓହ୍ଲେଇପଡିଲେ । 


     ଟ୍ରେନ୍ ଷ୍ଟେସନ୍ ଛାଡ଼ି ଦ୍ରୁତ ଗତିରେ ଆଗକୁ ମାଡି ଚାଲିଲା । ତୃତୀୟ ଯାତ୍ରୀ ଷ୍ଟେସନରୁ ବାହାରି ଯାଇ ନିରାପଦ ସ୍ଥାନ ଦେଖି ବ୍ୟାଗ୍ ଖୋଲିବାକୁ ଲାଗିଲେ । ସେ ଦୁଇ ଯାତ୍ରୀଙ୍କ ବ୍ୟାଗକୁ ତନ୍ନ ତନ୍ନ କରି ଖୋଲି ଦେଖିଲେ । କେବଳ ପୁଳାଏ ପୁରୁଣା ଖବର କାଗଜ ବ୍ୟତୀତ ଦୁଇଟି ଯାକ ବ୍ୟାଗରେ ଆଉ କିଛି ନଥିଲା । ପରେ ମନରେ ସନ୍ଦେହ ଜାତ ହେବାରୁ ସେ ତତ୍କ୍ଷଣାତ୍ ନିଜ ହ୍ୟାଣ୍ଡବ୍ୟାଗ୍ ଖୋଲି ଦେଖିଲେ ଓ ଭୀଷଣଦୁଃଖରେ,କ୍ରୋଧରେ ଫାଟିପଡିଲେ । ତାଙ୍କର ସମସ୍ତ ଲୁଗାପଟା ସହ କ୍ୟାମେରା, ଲାପଟପ୍, ଦୁଇଟି ଦାମୀ ମୋବାଇଲ୍ ଫୋନ୍, କିଛି ସୁନାର ଅଳଙ୍କାର ଯାହାକୁ ସେ ଆଉ କାହାଠାରୁ କୌଣସି ଉପାୟରେ ହାତେଇଥିଲେ ସେ ସବୁ କିଛି ବି ନଥିଲା । ସେହି ଜାଗାରେ ଥିଲା କେତୋଟି ପତଳା କାଠର ପଟା ଓ ପୁରୁଣା ଖବରକାଗଜ ।  



Rate this content
Log in

Similar oriya story from Tragedy