Balaram Barik

Tragedy

4.7  

Balaram Barik

Tragedy

ତେଲ-ଲୁଣ  ସଂସାର*

ତେଲ-ଲୁଣ  ସଂସାର*

2 mins
399



ପିଲାବେଳେ ବୋଉ ଆମକୁ ଗାଧୋଇ ଦେବା ପୂର୍ବରୁ ସୋରିଷ ତେଲ ମେଞ୍ଚାଏ ଦେହ ଓ ମୁଣ୍ଡରେ ଘଷି ଦେଉଥିଲା,କହୁଥିଲା ପାଣି ନିଗିଡି ଯିବ । ଥଣ୍ଡା ଧରିବ ନାହିଁ । ଗାଧୋଇ ସାରି ଲୁଣ ଟିକେ ପାଟିରେ ବି ପକେଇ ଦେବାକୁ ଉପଦେଶ ଦେଉଥିଲା । 


ଏବେ ତେଲ ଦର ଏତେ ଯେ ତରକାରୀରେ ବ୍ୟବହାର କରିବାକୁ ଡ଼ର ଲାଗୁଛି । ଦେହରେ କଣ ବୋଳି ହେବି । 

ଲୁଣ କୋଡିଏ ପଇସାରୁ ଅନାଉ ଅନାଉ କୋଡିଏ ଟଙ୍କା କିଲୋ ହେଇଗଲା । ସୁନ୍ଦର ପ୍ୟାକେଟ । କୁଆଡେ ଆଇଓଡିନ୍ ମିଶିଛି । 

ଏବେ ତ ଲୁଣ ଦେଖି ଚାହିଁ ଖାଇବାକୁ ପଡୁଛି । ଲୁଣ ବି ଅଲଣା ଲାଗୁଛି । 


ମୋତେ ପେଟ୍ରୋଲ ରେଟ୍ ଲିଟର ପିଛା କେତେ ବଢ଼ିଲା ଫରକ ପଡେ ନାହିଁ... ମୁଁ ତ ଶହେ ଟଙ୍କାରେ ପେଟ୍ରୋଲ ପକାଏ । ସରିବା ପର୍ଯ୍ୟନ୍ତ ଗାଡି ଚାଲେ । କିନ୍ତୁ ପେଟ ପାଟଣା ପାଇଁ ଗାଡି ମୋର ଆଜିକାଲି ବହୁତ ଗଡୁଛି ଓ ବହୁତ ଶହେ ଟଙ୍କିଆ ନୋଟ ମୋର ସରି ଯାଉଛି । ଭାରି ବାଧୁଛି । କାନ୍ଦ ଲାଗୁଛି । ଗାଡି ଗୁଡା ଟିକେ ଦୟାକରି କମ୍ ତେଲ ପିଅନ୍ତେ ନାହିଁ !!!


ଗ୍ୟାସ ସିଲିଣ୍ଡରଟା ପିଣ୍ଡାରେ ଗଡୁଛି... ପଇସା ଥିଲେ ସିନା ଭରିବି । ମୋର ମୁଣ୍ଡ ପିଛା ଆୟ କଣ ସରକାରଙ୍କୁ ଅଛପା । 


ଆମ ରାଜ୍ୟରେ ନଈ ଓ ପାଣି ଭରା । ଆମ ରାଜ୍ୟର କୋଇଲା ହାଉ ଯାଉ । 

ତେବେ ଦିଲ୍ଲୀରେ ଲୋକଙ୍କ ଇଲେକ୍ଟ୍ରିକ ବିଲରେ ଗୋଟାଏ ଇଉନିଟିକୁ ଚାର୍ଜ ଓଡିଶାଠୁ ଏତେ କମ୍ କାହିଁକି ?

ସେଠି ତ ୨୦୦ ୟୁନିଟ୍ ତଳକୁ ବ୍ୟବହାର କରୁଥିବା ଲୋକକୁ ମାଗଣା ବିଜୁଳି ମିଳୁଛି । ନଟ ଅଜା ଶିକ୍ଷିତ । ସନ୍ଧ୍ୟାରେ ୫ ଲୋକ ବସାଇ ଆଲୋଚନା କରୁଥିଲେ । ମୁଁ ପହଞ୍ଚି କହିଲି ଏତେ ସବୁ ଯୋଜନା ଗରୀବ ଲୋକଙ୍କ ପାଇଁ ଚାଲିଛି, ସରକାର ପଇସା କୋଉଠୁ ଆଣିବ ??

ରାଧୁ କକା ମୋ ଆଡ଼କୁ ଅନାଇ ଫଁ ଫଁ ହେଲା । କହିଲା...!!


ବଡ଼ ବଡ଼ କମ୍ପାନୀମାନଙ୍କ "କର" ତ ସରକାର ଛାଡ଼ କରି ଦେଉଛି । 


ନେତା ମନ୍ତ୍ରୀଙ୍କ ଭରତା ତ "କର" ମୁକ୍ତ । 


ସେମାନଙ୍କ ହାତରୁ ସିନା ତେଲ ଲୁଣ ଖର୍ଚ୍ଚ ହେଲେ ସେମାନେ ଜାଣିବେ । 


ଟୋଲ୍ "କର" ବି ସେମାନଙ୍କୁ ଦେବାକୁ ପଡୁ ନାହିଁ ।  


ବିଧାନ ସଭା, ଲୋକ ସଭା ଓ ରାଜ୍ୟ ସଭାର କ୍ୟାଣ୍ଟିଂନରେ ୯୦% ରିହାତିରେ ଭୋଜନ ମିଳୁଛି । 


ତା ଛଡା ଜନମଠୁ ଜୁଇ ପର୍ଯ୍ୟନ୍ତ ତ ସରକାର "କର" ଆମଠୁ ନେଉଛି । 

ମଧ୍ୟବିତ୍ତ କଣ ଏ ଦେଶରେ ଜନ୍ମ ହେଇ ପାପ କରିଛନ୍ତି ?????


ମୁଁ ଗୁଗୁଲରେ ସର୍ଚ୍ଚ କରିବାକୁ ଲାଗିଲି...


" What are the facilities govt providing to middle class in India "???


ମୁଁ ଅନ୍ଧାରରେ ହଜିଗଲି...



Rate this content
Log in

Similar oriya story from Tragedy