Akshayakumar Dash

Action

3.5  

Akshayakumar Dash

Action

ତାଲା

ତାଲା

1 min
504


ଜୀବନ ଜଣେ କବି ଓ ଅବସର ନେଇଥିବା ଶିକ୍ଷକ। ଅବସର ନେଲାପରେ ଘରଟିଏ ତିଆରି କରି ସେଇଘରେ ରହୁଛି।ସକାଳୁ ଉଠି ଚାରିପଟ ସଫାକରିବା ଝାଡୁ ମାରିବା ଫୁଲଗଛରେ ପାଣିଦେବ ଫୁଲତୋଳିବା ଆଦି ସାରି ନିତ୍ୟକର୍ମ ଶେଷ କରି କିଛି ଖାଇ ବହିପଡ଼େ ଓ ନିଜ ଭାବନାକୁ ରୂପଦିଏ କାଗଜ କଲମ ଅବା ମୋବାଇଲ ଫେସବୁକ କିମ୍ଵା ଷ୍ଟୋରୀ ମିରର ରେ।କେତେଦିନ ହେବ ଆଶଙ୍କା ଓ ଆତଙ୍ଗ ଭାରାକ୍ରାନ୍ତ ହୋଇଛି ମନ ।କୋବିଡ଼19 ଭୂତାଣୁ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି ।ଜଣ ଜୀବନ ବ୍ୟତିବ୍ୟସ୍ତ । କେତେକଙ୍କର ଜୀବନ ନେଲାଣି । ଆମେରିକା ଭଳି ସଂଭ୍ରାନ୍ତ ରାଷ୍ଟ୍ର ରେ ରୋଗ ବ୍ୟପି ବହୁଲୋକ ମୃତୁ ଗଲେଣି ।ଆମେରିକା ରାଷ୍ଟ୍ରପତି ଉପାୟ ଶୂନ୍ୟ ହୋଇ ଗଲେଣି । ଭାରତ ସରକାର ଦେଶର ହିତ ଦୃଷ୍ଟିରୁ ଘୋଷଣା କଲେ ଲକଡାଉନ।

ଦେଶରେ ଗାଡି ରେଳସେବା ଆକାଶ ସେବା ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି। ସାମାଜିକ ଦୁରତ୍ୱ ବଜାଇ ରଖିବାକି କୁହାଯାଉଛି ।ମୁଖରେ ମାସ ଦେବାପାଇ ଆଦେଶ ଅଛି । ନିଜ ଘର ହୋମ କ୍ୟାରେଟାଇଁ ପାଲଟିଯାଇଛି ।

ଜୀବନ ଭାବୁଛି ମଣିଷ କେତେ ଅସହାୟ ସତେ ।ଯେଉଁମାନିଷ ନିଜକୁ ଶ୍ରେଷ୍ଟ ତାର ପରିଚୟ ଦେଇ ଧରାକୁ ସରା ବୋଲି ଭାବୁଥିଲେ ତାକୁ ଆଜି ହାତ ଗୋଡ଼ରେ ବେଢ଼ି ପକେଇ ଭୂତାଣୁ ଅସହାୟ କରିଦେଇଛି ।

ରହସ୍ୟ ର ଅନ୍ତରାଳରେ ଜଣେ ଭାବୁକ କବି ରୂପେ ଦାୟୀ କରିଛି ନିଜକୁ, ସମାଜର ବିଭିର୍ଣ ବର୍ଗ ର ବ୍ୟକ୍ତି ମାନକୁ ବିଶ୍ୱର ଲୋକ ମାନଙ୍କୁ। ସମସ୍ତେ ପ୍ରତିକୂଳ ପରିବେଶ ପାଇଁ ଦାୟୀ ।


Rate this content
Log in

Similar oriya story from Action