Neelamadhab Rath

Tragedy

3  

Neelamadhab Rath

Tragedy

ସୁରତ ଫେରନ୍ତା

ସୁରତ ଫେରନ୍ତା

2 mins
11.9K


ମୋ ନା ବଉଳା । ଘର ଗଞ୍ଜାମ ଜିଲ୍ଲାର ଏକ ଅକ୍ଷାତ ପଲ୍ଲୀରେ । ଗାଁ ନାଁ ପଲାସପଲ୍ଲୀ । ପିଲା ଦିନେ ଖୁବ ଅମାନିଆ , ଅଝଟିଆ ଥିଲି । ସ୍କୁଲ୍ ମାଷ୍ଟ୍ରେ ଖୁବ୍ ପିଟନ୍ତି । ହେଲେ ପାଠ ସାଠ କିଛି ହୁଏନି । କିନ୍ତୁ ମନ ଲାଗିଲେ ଯାହା କାମ ବତାନ୍ତି ସବୁ କରିଦିଏ , ଖାଲି ପାଠ ଛଡା । ଖାଇବାରେ ଖୁବ୍ ଆଗ୍ରହି । ଯାହା ଦେଲେ ଖାଇ ନିଏ, ବାଛ ବିଚାର ନାହିଁ । ବାପା ମାଁ କୁଲିମଜୁରିଆ । ଦିନେ ଖାଇଲେ ଦିନେ ଓପାଶ । ଦିନ ଗୁଡିକ ଦୁଃଖେ କଷ୍ଟେ ସରିଚାଲିଥାଏ ।

      ଇତି ମଧ୍ୟରେ ବଉଳା ଯଉଵନରେ ପାଦଦିଏ। ପାଠଟିକେ ତ ପଢି ପାରିଲାନି । କରିବ କଣ ? ଗାଁ ପାଖ ହୋଟେଲ୍ ରେ କାମ କଲା । ଭୋକର ଦାଉ ସମ୍ଭାଳି ପାରି ହୋଟେଲ୍ ରୁ ଯାହା କିଛି ବଳା ବଳି ଚରି ନିଏ । ଆଉ ଯାହା ରୋଜଗାର କରେ ଘରକୁ 3ଟା ମିଲ୍ ଧରିଆସେ, ବାପ ମାଁ ଓ ସେ ରାତିକୁ ଖାଇବେ । ଦିନେ କଣ କଲା ନା, ହୋଟେଲ୍ କାଉଣ୍ଟରରେ ମାଲିକ ନଥିବା ଦେଖି ମିଠା ବକ୍ସରେ ହାତ ପୁରେଇ ଚାରି ପାଞ୍ଚଟି ମିଠା ପାଟିରେ ପୁରାଇ ଦେଲା । ଏତିକି ବେଳେ ମାଲିକ ସେଠାକୁ ପହଞ୍ଚି ଗଲେ । ବଉଳାକୁ ଖୁବ୍ ଛେଚିଲେ । ଚୁପ୍ ଚାପ୍ ଘରକୁ ଫେରିଲା । ସାଙ୍ଗ ସାଥିସହ କଥାବାର୍ତ୍ତା ହୋଇ ସୁରତ୍ ଯିବା ପାଇଁ ଠିକ୍ କଲା ।

    କିଛି ସାଙ୍ଗ ମିଶି ସୁରତ୍ ରେ ପହଞ୍ଚିଲେ । ଏଥର ଟେନସନ୍ କାମ କଣ କରିବେ । ବଉଳା ଦିନେ କା ଘରେ ସଫା ସୁତୁର କାମ କରେ ତ କେଉଁ ହୋଟେଲରେ ବାସନ ମାଜେ । ଯାହା କାମ ଯିଏ ବତାଉଛି କରିନିଏ । ବଉଳା କିନ୍ତୁ ପୂର୍ବରେ କରିଥିବା ଭୂଲ୍ ସବୁକୁ ସଜାଡି ନିଏ । ଏକ ଶାନ୍ତ,ସିଷ୍ଟ , ସରଳ, ନଷ୍କପଟ ମଣିଷ ବନିଯାଏ । ସକାଳ ପାଇଲେ ବସ୍ତିରେ ସମସ୍ତେ ବଉଳାକୁ ଖୋଜନ୍ତି । ଖୁବ୍ ସ୍ନେହ , ଶ୍ରଦ୍ଧା, ଆଦର ପାଏ। ସମସ୍ତେ ଚାହା, ଜଳଖିଆ, ଭୋଜନ ଦେଇ କାମ ହାସଲ କରି ନିଅନ୍ତି ।

     ଏବେ କିନ୍ତୁ ସହରଟା ଶୁନ୍ ଶାନ୍ । ଚାରିଆଡେ ଖାଁ ଖାଁ । କଥା କଣ ବୁଝିଲା ବେଳକୁ । ଅଜଣା ଶତ୍ରୁ ଆକ୍ରମଣ କରିଛି । କୁଆଡେ କୋରନା ବ୍ୟାପୁଛି । ଆଉ ବଉଳା କୁ କିଏ ଡାକୁ ନାହାନ୍ତି । ଭୋକିଲା ପେଟରେ ବା କେତେ ଦିନ ରହିବ ? ଯାହା କିଛି ସଞ୍ଚିଥିଲା ଏକ ପୁରୁଣା ସାଇକଲ୍ କିଣି କଷ୍ଟେ ମଷ୍ଟେ ସୁରତ୍ ଛାଡି ଗାଁକୁ ବାହାରିଲା । ଭାବିଲା ଆଉ ସୁରତ୍ ଯିବନି ।

    


Rate this content
Log in

Similar oriya story from Tragedy