STORYMIRROR

Neelamadhab Rath

Tragedy Inspirational Others

3  

Neelamadhab Rath

Tragedy Inspirational Others

ସୁରତ ଫେରନ୍ତା

ସୁରତ ଫେରନ୍ତା

2 mins
12.3K


 ବିରଞ୍ଚି ସାହୁ, ଘର ଗଞ୍ଜାମ ଜିଲ୍ଲା ର ଏକ ଅକ୍ଷାତ ପଲ୍ଲୀରେ । ଗାଁ ନାଁ ପଲାସପଲ୍ଲୀ । ପିଲା ଦିନେ ଖୁବ ଅମାନିଆ , ଅଝଟିଆ ଥିଲି । ସ୍କୁଲ୍ ମାଷ୍ଟ୍ରେ ଖୁବ୍ ପିଟନ୍ତି । ହେଲେ ପାଠ ସାଡ କିଛି ହୁଏନି । କିନ୍ତୁ ମନ ଲାଗିଲେ ଯାହା କାମ ବତାନ୍ତି ସବୁ କରିଦିଏ , ଖାଲି ପାଠ ଛଡା । ଖାଇବାରେ ଖୁବ୍ ଆଗ୍ରହି । ଯାହା ଦେଲେ ଖାଇ ନିଏ, ବାଛ ବିଚାର ନାହିଁ । ବାପା ମାଁ କୁଲିମଜୁରିଆ । ଦିନେ ଖାଇଲେ ଦିନେ ଓପାଶ । ଦିନ ଗୁଡିକ ଦୁଃଖେ କଷ୍ଟେ ସରିଚାଲିଥାଏ ।

      ଇତି ମଧ୍ୟରେ ବିରଞ୍ଚି ଯୌବନ ରେ ପାଦଦିଏ। ପାଠଟିକେ ତ ପଢି ପାରିଲାନି । କରିବ କଣ ? ଗାଁ ପାଖ ହୋଟେଲ୍ ରେ କାମ କଲା । ଭୋକ ର ଦାଉ ସମ୍ଭାଳି ପାରି ହୋଟେଲ୍ ରୁ ଯାହା କିଛି ବଳା ବଳି ଖାଇ ନିଏ । ଆଉ ଯାହା ରୋଜଗାର କରେ ଘରକୁ 3ଟା ମିଲ୍ ଧରିଆସେ, ବାପ ମାଁ ଓ ସେ ରାତିକୁ ଖାଇବେ । ଦିନେ କଣ କଲା ନା, ହୋଟେଲ୍ କାଉଣ୍ଟର ରେ ମାଲିକ ନଥିବା ଦେଖି ମିଠା ବକ୍ସ ରେ ହାତ ପୁରେଇ ଚାରି ପାଞ୍ଚଟି ମିଠା ପାଟିରେ ପୁରାଇ ଦେଲା । ଏତିକି ବେଳେ ମାଲିକ ସେଠାକୁ ପହଞ୍ଚି ଗଲେ । ବିିିରଞ୍ଚିକୁ ଖୁବ୍ ଛେଚିଲେ । ଚୁପ୍ ଚାପ୍ ଘରକୁ ଫେରିଲା ।

ସାଙ୍ଗ ସାଥିସହ କଥାବାର୍ତ୍ତା ହୋଇ ସୁରତ୍ ଯିବା ପାଇଁ ଠିକ୍ କଲା । 

    କିଛି ସାଙ୍ଗ ମିଶି ସୁରତ୍ ରେ ପହଞ୍ଚିଲେ । ଏଥର ଟେନସନ୍ କାମ କଣ କରିବେ । ବିିରଞ୍ଚି ଦିନେ କାହା ଘରେ ସଫା ସୁତୁର କାମ କରେ ତ କେଉଁ ହୋଟେରେ ବାସନ ମାଜେ । ଯାହା କାମ ଯିଏ ବତାଉଛି କରିନିଏ । ବିିରଞ୍ଚି ଏବେ ପୂର୍ବରେ କରିଥିବା ଭୂଲ୍ ସବୁକୁ ସଜାଡି ନିଏ । ଏକ ଶାନ୍ତ,ଶିଷ୍ଟ , ସରଳ, ନଷ୍କପଟ ମଣିଷ ବନିଯାଏ । ସକାଳ ପାଇଲେ ବସ୍ତିରେ ସମସ୍ତେ ବିରଞ୍ଚିକୁ ଖୋଜନ୍ତି । ଖୁବ୍ ସ୍ନେହ , ଶ୍ରର୍ଦ୍ଧା, ଆଦର ପାଏ। ସମସ୍ତେ ଚାହା, ଜଳଖିଆ, ଭୋଜନ ଦେଇ କାମ ହାସଲ କରି ନିଅନ୍ତି । 

     ଏବେ କିନ୍ତୁ ସହରଟା ଶୁନ୍ ଶାନ୍ ।ଚାରିଆଡେ ଖାଁ ଖାଁ । କଥା କଣ ବୁଝିଲା ବେଳକୁ । ଅଜଣା ଶତ୍ରୁ ଆକ୍ରମଣ କରିଛି ସାରା ବିଶ୍ବକୁ । କୁଆଡେ କୋରନା ବ୍ୟାପୁଛି । ଆଉ ବିରଞ୍ଚି କୁ କିଏ ଡାକୁ ନାହାନ୍ତି । ଭୋକିଲା ପେଟରେ ବା କେତେ ଦିନ ରହିବ ? ଯାହା କିଛି ସଞ୍ଚିଥିଲା ଏକ ପୁରୁଣା ସାଇକଲ୍ କିଣି କଷ୍ଟେ ମଷ୍ଟେ ସୁରତ୍ ଛାଡି ଗାଁ କୁ ବାହାରିଲା । ଭାବିଲା ଆଉ ସୁରତ୍ ଯିବନି ।

  


Rate this content
Log in

Similar oriya story from Tragedy