STORYMIRROR

Pallabi Das

Tragedy

3  

Pallabi Das

Tragedy

ସୁନା ନାକୀ ବୋହୂ

ସୁନା ନାକୀ ବୋହୂ

3 mins
732


ଆଜି କୁନୁ ମାଇଁ ଙ୍କ ଫୋନ୍ ଆସିଥିଲା ତାଙ୍କ ବୋହୂ ନାଁ ରେ ଫେରାଦ ଦବା ପାଇଁ | ସାନ ବୋହୂ ସୀମା ର ମାଇଁ ଙ୍କ ପ୍ରତି ଅସଦାଚରଣ ଆଉ କଥା କଥା ରେ ହାତ ଉଠେଇବା ସ୍ଵଭାବ ମାଇଁ ଙ୍କୁ ହୁଏତ ବୋହୁତ୍ ଖରାପ ଲାଗିପାରେ କିନ୍ତୁ ଅନ୍ୟ ଲୋକଙ୍କୁ ସେସବୁ "ଯେସାକୁ ତେସା" ପରି ଲାଗୁଛି | କାରଣ ମାଇଁ ନିଜେ ନିଜ ଶାଶୁ ଶ୍ୱଶୁର ଙ୍କ ପ୍ରତି ସବୁବେଳେ ସ୍ୱାର୍ଥପରଙ୍କ ଭଳି ଚିନ୍ତା ଓ ଅସଦାଚରଣ କରି ଆସିଛନ୍ତି | ଆଜି ନିଜ ପ୍ରତି ସମାନ ଭାବରେ ଅସଦାଚରଣ ପାଇ ଖରାପ ଅନୁଭୂତ ହଉଚି ତାଙ୍କୁ | ମାଇଁ ପଚାରୁଥିଲେ, ସ୍ନେହ ଓ ଶ୍ରଦ୍ଧାର ଉଜ୍ଜଳତାରେ ସେ କାହିଁକି ଆଲୋକିତ କରିପାରୁ ନାହାନ୍ତି ତାଙ୍କ ଘରଟିକୁ? ଉତ୍ତର ଦବାକୁ ଯାଇ ଇଛା ହଉଥିଲା ତାଙ୍କ ପ୍ରତି ଥିବା ସବୁ ରାଗ ଆଉ ଅଭିମାନ କୁ ଏକା ସାଙ୍ଗରେ ତାଙ୍କ ଆଗରେ ରଖି ଦବାକୁ କିନ୍ତୁ ସମୟ ଅନୁକୁଳ ନଥିଲା | 

ମାମୁଁ ମାଇଁ ଙ୍କ ଅତ୍ୟାଚାର ରେ ଆଇ ମୋର ମାନସିକ ଦୁଶ୍ଚିନ୍ତା ରେ ସମୟ ଅତିବାହିତ କରି ଦିନେ ହଠାତ୍ ରୋଗ ରେ ପଡ଼ି, ପାଞ୍ଚ ବର୍ଷ ଯାଏ ଛଟ ପଟ ହେଲା ପଛେ ବୋହୂ ପରସା ପାଇଲା ନାହିଁ ଶେଷରେ ଆର ପାରି କୁ ଚାଲି ଗଲା | ବୁଢ଼ା ବୁଢୀ ଦୁହେଁ ଏତେ ସ୍ୱାଭିମାନି ଥିଲେ ଯ ନିଜ ଘର ଛାଡ଼ି ଆଉ କୋଉଠି କୁ ଯିବାକୁ ପସନ୍ଦ କରୁନଥିଲେ କି ପୁଅ ମାୟା ଛାଡ଼ି ପାରୁନଥିଲେ | ଅନେକ ସମୟ ହେଲା ଭାରି ଛଟପଟ ଲାଗୁଛି | ବାହାରେ ଶୀତଳ ପବନର ସ୍ପର୍ଶ..ଅଥଚ ମୋ ମନକୁ ଶୀତଳ କରିପାରୁନାହିଁ । ମନେ ପଡ଼ି ଯାଉଛି ଅଜା ଆଇ ଙ୍କ ଶିଥିଳ ଆଖି ଦିଟା | ପିଲା ଦିନେ ବୋହୁତ୍ ଚୁପ୍ ରୁହେ | ହୁଏତ ମୋ ଚୁପ୍ ରହିବା ମୋ ଦୁର୍ବଳତା କୁ ଦର୍ଶାଇ ପାରେ କିନ୍ତୁ ମୋ ଅଜା ଆଇ ଆଉ ମାମା ବାବା ସବୁବେଳେ ମତେ ସମ୍ପର୍କ ଆଉ ଗୁରୁଜନଙ୍କ ପ୍ରତି ସମ୍ମାନ ଶିଖାଇ ଆସିଥିଲେ | ଦୁଷ୍ଟ ଲୋକ ଙ୍କୁ କ୍ଷମା ଦବା ବେଶ୍ ଭଲ ଭାବରେ ଶିଖାଇ ଦେଇଥିଲେ ହୁଏତ ସେଥିପାଇଁ ମୁଁ କେବେ ମାମୁଁ ମାଇଁ ଙ୍କୁ ତାଙ୍କ ଆଚରଣ ପାଇଁ କିଛି କହି ନଥିଲି | 

ଅଜା ଙ୍କ ଘରେ ତିନି ଝିଅ ରେ ଗୋଟିଏ ବୋଲି କୂଳ ପୋଛା ପୁଅ ଜନ୍ମ ହୋଇଥିଲା | ସେଥିପାଇଁ ଅଜା ଭାରି ଗେଲ ବସର କରନ୍ତି ପୁଅ କୁ | ଆଇମାଙ୍କର କୋଉ ଦୂର ସମ୍ପର୍କୀୟ ଭାଇ ଜଣେ ବିନତି କରିଥିଲେ ନିଜ ଝିଅଟିକୁ ବୋହୂ କରିବାକୁ ଆଉ କହିଥିଲେ "ମୋ ଝିଅ ତୋ ପାଖରେ ହିଁ ଭଲ ରେ ଚଳି ପାରିବ ଲୋ ଅପା" | ଆଇମା ଆମର ସରଳ ବିଶ୍ଵାସୀ ଭାରି ଖୁସି ରେ ହଁ ଟିଏ ମାରି ଝିଅ ବିଷୟରେ କିଛି ନଜାଣି ବାହାଘର କରି ଦେଇଥିଲେ ନିଜ ପୁଅ ସାଥିରେ | କାଳେ ବୋହୂ ଘରର ଝିଅମାନଙ୍କ ଭିତରେ ସ୍ଥାନ ନେଇ ପାରିବନି ବୋଲି ଭାବି ଅଜା ବୋହୂକୁ ନିଜ ସାଥିରେ ଏକା ଥାଳିରେ ବସେଇ ଖାଇବାକୁ କୁହନ୍ତି | ସେଥିପାଇଁ ଯେବେ ଗାଁ କୁ ମାମୁଁ ମାଇଁ ଆସନ୍ତି ମୋ ଖାଇବା ଅଜାଙ୍କ ଥାଳି ପରିବର୍ତ୍ତେ, ଅଲଗା ବାଢ଼ି ଦିଆଯାଏ | ଧୀରେ ଧୀରେ ଜାଣି ପାରିଥିଲି ଅଜାଙ୍କ ଖୁସି ମାମୁଁ ଙ୍କ ପୁଅ ଦୁହିଁଙ୍କ ସାଥିରେ | କିନ୍ତୁ ଆଇ ମୋର ଭାରି ସ୍ନେହି, ତା ପାଇଁ ତାର ସବୁ ନାତି ନାତୁଣୀ ସମାନ | ଅଜା ସବୁବେଳେ ଦୁଃଖୀ । ସେ ଯେତେ ଲୁଚାଇଲେ ବି ଆମେ ସବୁ ଜାଣି ପାରୁ ।

ଆଇ ଚାଲି ଯିବା ପରେ, ଚୁପ୍ ସଇତାନ୍ ଗୁଣରେ ଭରପୁର ବୋହୂଟିର ମାୟା ଅଜା ଜାଣି ବି ନଜର ଅନ୍ଦାଜ୍ କରି ଦିଅନ୍ତି କେବେ କୋଉଠି ଆଲୋଚନା କରନ୍ତିନି ବୋହୂ ର ଖରାପ ବ୍ୟବହାର କଥା | 

ଆଜି ସେ ବୋହୂ ଉପରେ ତା ନିଜ ବୋହୂର ଅସଦାଚରଣ କଥା ଶୁଣି ମନକୁ ଭାରି ଶାନ୍ତି ଲାଗୁଥିଲା, କିନ୍ତୁ ମନର ଗୋଟେ କଣ ରେ ମାଇଁଙ୍କ ପାଇଁ ଦୁଃଖ ଭରି ଆସୁଥିଲା | 

ଯେତେ ଯାହା ହେଲେ ବି ମାଆର ହୃଦୟ ଭିତରେ ଗୋଟେ ସୂକ୍ଷ୍ମ ମନ ଅଛି । ଯାହା ବେଳ ଅବେଳରେ ତା ପିଲାକୁ ପଢି ପାରେ ଓ ନିଦ୍ୱର୍ନ୍ଦ୍ୱରେ ବୁଝିପାରେ | ମାଆ କେବେ ଆଶା କରେନି ମୋ ଛୁଆ ସମାନ ପରିମାଣରେ ମତେ ବୁଝି ପାରୁ ବୋଲି ବାସ୍ ଟିକେ ବୁଝି ପାରିଲେ ବି ସେ ସେତିକି ରେ ବୋହୁତ୍ ଖୁସି ହୁଏ | ଦୁଃସ୍ୱପ୍ନ ପରି ମାମୁଁ ମାଇଁ ଙ୍କ ସବୁ ଖରାପ ଗୁଣ କୁ ଭୁଲି ଫୋନ୍ ଲଗେଇ ଦେଇଚି ତାଙ୍କ ସାନ ବୋହୂ ସୀମା କୁ ବୁଝାଇବାକୁ | ଆକାଶରେ ଚିକମିକ୍ ତାରା ଦେଖି ଟିକେ ରହି ଯାଇ ପଚାରୁଚି ତାକୁ - "କଣ ଆଇ ମା ତୁ ଖୁସି ତ ! ତାରାଟା ଆଉ ଟିକେ ଅଧିକ ଚିକ୍ ମିକ୍ କରିଦେଲା ସତେ ଯେମିତି ମନ ଭିତରର ଘନ ଅନ୍ଧକାର ଦୂର କରିଦେଇ ଆଲୋକରେ ଭର୍ତ୍ତି କରିବା ପରି । ଆଖିରୁ ଦି’ଧାର ଲୁହ ଝରିପଡିଲା ପୁଣି | 



Rate this content
Log in

Similar oriya story from Tragedy