ସୁନା ବୋହୂ -ଭାଗ-୮
ସୁନା ବୋହୂ -ଭାଗ-୮
【ଭାଗ -୮】
【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ରାମ ସହ ଅନସୂୟାଙ୍କର ନିର୍ବନ୍ଧ କର୍ମ ସରି ଯାଇଛି ଏବଂ ଯୌତୁକ ପାଇଁ ଦୁଇ ପରିବାର ମଧ୍ୟରେ ଭୁଲ ବୁଝାମଣା ସାମାନ୍ୟ ଦେଖିବାକୁ ମିଳେ ... ଆଉ ଏବେ ଆଗକୁ 】
ସଂପର୍କର ସେତୁରେ ଦୁଇ ପରିବାର ବନ୍ଧା ହୋଇସାରିଥିଲେ । ଏବେ ଯାହା ଖାଲି ବିବାହର ଉତ୍ସବକୁ ବାକି ଥାଏ ଆଉ କେତୋଟି ଦିନର ଅନ୍ତର । ପରସ୍ପରକୁ ଚିହ୍ନିବା ଆଉ ବୁଝିବା ଭିତରେ ସାମାନ୍ୟ ଭୁଲ ବୁଝାମଣା ଏବେ ବି ଲାଗି ରହିଛି ।
ବିବାହର ସମସ୍ତ ପ୍ରକ୍ରିୟା ପାଇଁ ବାଜା, ବାଣ,ରୋଷଣୀ ସହ ବରଯାତ୍ରୀ କେତେ ଯିବେ ଆଦି ସବୁ ନିର୍ଦ୍ଧାରିତ ସରିଥିଲା । ଆଉ କେତେଟି ଦିନ ପରେ ବାଡୁଅ ପାଣିରେ ମୋର ଯୌବନକୁ ପଖାଳିବି। ଧୋଇ ଦେବି ମୋର ଜୀବନର ଯୌବନ ଅବସ୍ଥାକୁ ଆଉ ପ୍ରବେଶ କରିବ ଗୃହସ୍ଥ ଜୀବନରେ । ଗୃହସ୍ଥ ଜୀବନ ସଂସାର ଚକ୍ରରେ ଅତ୍ୟନ୍ତ ଦାୟିତ୍ୱର ଭାର । ଯେ ବି କେହି ଏ ଗୃହସ୍ଥ ଜୀବନ ଚକ୍ରରେ ବାଟ ବଣା ହେବାର ଦେଖିବାକୁ ମିଳେ । ସଂସାରର ସବୁ କର୍ମ ମଧ୍ୟରେ ଗୃହସ୍ଥ ଜୀବନର କର୍ମ ସର୍ବ ଶ୍ରେଷ୍ଟ ଭବାରେ ଜଣା ଯାଏ ।
ଦୁଇ ପରିବାରକୁ ଗୋଟିଏ ମନର ଗଣ୍ଠିରେ ବାନ୍ଧି ପରସ୍ପର ସହ ସୁସମ୍ପର୍କ ସ୍ଥାପନା କରିବା ନିହାତି ଦାୟିତ୍ୱର ସହ ତୁଲାଇବାକୁ ହୁଏ । ସେଥିପାଇଁ ବେଳେ ବେଳେ ଜୀବନରେ ଅନେକ ବାଧା ପ୍ରତିବାଦର ସମ୍ନା କରିବାକୁ ପଡିଥାଏ ।
ନିଜର ପିଠିରେ ବୋଝ ବୁହାଇଲା ବେଳେ ଓଠ ତଳର ହସ ବି ଲୁଚି ଯାଏ । ବାପା ବୋଉ ଦୁଇ ଜଣ ଏତେ ମତେ ଭଲ ପାଆନ୍ତି । ଆଜି ବି ଦେଖିବାକୁ ପାଏ ତାଙ୍କ ମଧ୍ୟରେ ଥିବା ବିବାହ ପରର ଉତ୍ତମ ବୁଝାମଣାକୁ । କେବେ ବି ମନୋମାଳିନ୍ୟ ହେବାର ଦୁହିଁଙ୍କ ଭିତରେ ଦେଖିବାକୁ ଆଜି ଯାଏଁ ମୁଁ ପାଇନି । ଏତେ ନିଃସ୍ୱାର୍ଥପର ଭଲ ପାଉଥିବା ବାପା ମା ଭାଗ୍ୟରେ ଥିଲେ ମିଳନ୍ତି। କିଛି ମାଗିବାକୁ ପଡେନି, ମନ ଜାଣି ସବୁ କିଛି ମୋ ହାତ ପାପୁଲିରେ ଆଜି ଯାଏଁ ଦେଇ ଆସିଛନ୍ତି । ସତରେ ମୁଁ ବହୁତ ଭାଗ୍ୟବାନ ।
ଆମ ପରିବାରରେ ଅନୁ କଣ ନିଜକୁ ଖାପ ଖୁଆଇ ଚଳି ପାରିବ ?? ଆଜି ବି କାହିଁକି ଏ ପ୍ରଶ୍ନ ମୋ ମନ ଭିତରେ ଭୟ ସୃଷ୍ଟି କରୁଛି । ଦୀର୍ଘ ପାଞ୍ଚ ବର୍ଷର ଭଲ ପାଇବା ଆମର,ହେଲେ ବି ବହୁତ ଥର ଆମ ଭିତରେ ମନ ମାଳିନ୍ୟ ହୋଇଛି ଛୋଟ ଛୋଟ କଥାକୁ ନେଇ । ଅନେକ ଥର ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଯୋଡି ବି ହୋଇଛି । ତା' ପରେ ବି ଦୁହିଁଙ୍କ ଭିତରେ ଏତେ ଗଭୀର ଭଲ ପାଇବା କାହିଁକି ଅନୁଭବ ହୁଏ ନାହିଁ। ଅନୁ ମତେ ପୁରୁଣା କାଳର ପିଲା କହି ଚିଡାନ୍ତି କିନ୍ତୁ ମୋ ସ୍ଵଭାଵ ବି ସେମିତି । ସେଥିରେ ଅସୁବିଧା କେଉଁଠି ରହିଲା । ମଡର୍ଣ୍ଣ ପିଲା ହୋଇ ରହିଲେ କଣ ସବୁ କିଛି ବଦଳି ଯିବ!!!
ସମୟ ଆଉ ସଂସ୍କାର ମଣିଷକୁ ପୁରାତନ କି ମଡର୍ଣ୍ଣ କରାଇବାରେ ସମର୍ଥ ହୁଏ ବୋଲି ଶୁଣିଛି । ଡ୍ରେସ ହେଉ କି ଷ୍ଟାଇଲରେ ମୋର ସବୁ ଜେଣ୍ଟଲ ଲୁକ । କହିବା ଶୈଳୀକୁ ଅନୁ କିନ୍ତୁ ମୋର ପସନ୍ଦ କରନ୍ତିନି । ଟିକେ ଷ୍ଟାଇଲରେ କଥା ବାର୍ତ୍ତା କରିବାକୁ କୁହନ୍ତି । କିନ୍ତୁ ସେଇ କଥା ବାର୍ତ୍ତାରେ ବି ମୁଁ ଆଜି ଭଲ ଚାକିରୀ କରିବା ସହ ସମ୍ମାନର ସହ ରହୁଛି । ଅସୁବିଧା କେଉଁଠି ମୁଁ ତ ବୁଝି ହିଁ ପାରୁନି ??
ଏମିତି ଅନେକ କଛି ଭାବିବା ଭିତରେ ଛାତ ଉପରେ ବସି ଅନଙ୍କର ଫୋନ ଆସେ ।
ରାମ:- ହଲୋ, ହଁ କୁହ !
ଅନୁ :- କଣ କରୁଥିଲ ? ଘରେ ସମସ୍ତେ ଭଲ ଅଛନ୍ତି ତ ?
ରାମ :- ହଁ ସମସ୍ତେ ଭଲ ଅଛନ୍ତି । ଏଇ ଆମ ଭବିଷ୍ୟତ କଥା ଭାବୁଥିଲି ।
ଅନୁ :- ଆଚ୍ଛା ଶୁଣେ ଟିକେ ବାବୁ ଆମର କଣ ଭାବୁଥିଲେ ?
ରାମ :- କିଛି ନାହିଁ, ବାହାଘର ପରର କଥା । ଆମେ ଘରର ଦାୟିତ୍ୱ ଠିକ ସେ ତୁଲାଇ ପାରିବା ତ ? ସମସ୍ତଙ୍କର ମନ ଜିଣି ମିଶିକି ରହି ପାରିବା ତ ? ଏମିତି ଅନେକ କିଛି !!
ଅନୁ:- ବୁଝିଲ,ଆଉ ବେଶି ମୁଣ୍ଡ ଖର୍ଚ୍ଚ କରନି ? ସେଥିପାଇଁ ମୁଁ ଅଛି । ତୁମେ ମତେ ସମର୍ଥନ ଦେଲେ, ସବୁ କିଛି ମୁଁ ସୁଚାରୁ ରୂପେ ତୁଲାଇ ନେବି ।
ରାମ :- ସମର୍ଥନ ତ ମୋର ଅଛି କିନ୍ତୁ ଯେଉଁଠି ଭୁଲ କି ପରିବାରର କିଛି କ୍ଷତି ହେବାର ଅନୁଭବ ମତେ ହେବ, ସେଠି ମୋ ସମର୍ଥନ ଆଶା କରିବ ନାହିଁ !! ମୁଁ କେବଳ ଠିକ କଥାକୁ ହିଁ ସମର୍ଥନ କରେ, ତାହା ତୁମେ ଭଲ ସେ ଜାଣିଛ ।
ଅନୁ :- ହଁ, ଜାଣିନି କେମିତି ? ଏତେ ବର୍ଷ ତୁମ ସହ ରିଲେସନରେ ରହିଲା ପରେ ମୋର କଣ ଆଉ କିଛି ବାକି ଅଛି ତୁମକୁ ବୁଝିବା ପାଇଁ । ଏଇ ଯେମିତି ଆମ ଭଲ ପାଇବା କଥା ଘରେ କହିବାକୁ ଡରୁଥିଲ, କାଳେ ତୁମ ବାପା ମା ଖରାପ ଭାବିବେ କିନ୍ତୁ ଆଜି ଦେଖ ସେମାନେ ହିଁ ଆମକୁ ଗୋଟେ ଡୋରିରେ ବାନ୍ଧି ଦେଲେ । ନ ହେଲେ ତୁମେ କି ...... ଛାଡ଼ !!!!!
ରାମ:- ବାପା ମାଆ ଯାହା କରନ୍ତି ସନ୍ତାନଙ୍କର ଭଲ ପାଇଁ । ଆଉ ମୁଁ ଯଦି କହି ଦେଇଥାନ୍ତି,ହୁଏତ ସେମାନେ ମନ ଊଣା କରି ଥାନ୍ତେ । ଆଚ୍ଛା ଅନୁ ମୋର ଗୋଟେ ପ୍ରଶ୍ନର ଉତ୍ତର ଦେବ କି ?
ଅନୁ:- କେଉଁ କଥା, କଣ ପଚାରୁଛ, ପଚାର ?
ରାମ :- ତୁମକୁ ମୋ ପରିବାର ପସନ୍ଦ ଆସିଲେ କି?
ଅନୁ :- ହଁ, କାହିଁକି ବା ଆସିବନି !! ପ୍ରେମ କରୁଛି ଜଣେ କେଉଁ ମର୍ଘତ ଜମାନାର ପିଲାକୁ, ଯାହାକୁ କେବଳ ସଂସ୍କାର ଆଉ ପରମ୍ପରା ପୁଳାଏ ଜଣା । ଆଉ ପରିବାରରେ ତ ଅନୁରୂପ ଲକ୍ଷଣ ଆଶା କରା ଯାଇ ପାରେ!! ତୁମେ ଚିନ୍ତା କର ନି, ମୁଁ ଗଲା ପରେ ସମସ୍ତେ ବଦଳି ଯିବେ ।
ରାମ:- ତୁମେ ଆସିଲା ପରେ ସେମାନେ ବଦଳିବେ କି ତୁମେ ଦେଖା ଯାଉ ? କିନ୍ତୁ ମୋର ଛୋଟ ଅନୁରୋଧ ତୁମକୁ ଦୟାକରି ମୋ ବାପା ମାଆଙ୍କୁ କେବେ ବି କିଛି କହିବ ନାହିଁ । ଯାହା ତୁମର ଆବଶ୍ୟକ ମତେ କହିଲେ,ସବୁ ଆଣିଦେବି କିନ୍ତୁ ସେମାନେ ଯାହା ବି କହିବେ ସମ୍ମାନର ସହ ମାନି କି ଚାଲିବ ପ୍ଲିଜ । ଯାହା ହେଲେ ବି ସେମାନେ ଆମର ପୂଜନୀୟ ।
ଅନୁ:- ଏତେ ବି ମୁଁ ଛୋଟ ପିଲା ନୁହେଁ, ବୁଝିଲ ରାମ ! ତୁମ ଠାରୁ ବୁଝିବାର ଶକ୍ତି ମୋର ବେଶୀ । କିନ୍ତୁ ମୋ ଚାଲି ଚଳନ ଆଉ କଥାବାର୍ତ୍ତାରେ କିନ୍ତୁ ମୁଁ କମ୍ପ୍ରମାଇଜ କରି ପରିବିନି!!! ସେମାନେ ବି ମତେ ଝିଅ ଭାବି କିଛି ଟା ସହିବାକୁ ହେବ । ଏଇ ଯେମିତି ମୋ ଚାକିରୀ ପାଇଁ, ଘରେ ସମୟ କମ ଦେଇପାରିବି । ଆସିଲା ପରେ ଟିକେ ରେଷ୍ଟ ନ ନେଇ ଘର କାମ କେମିତି କରିବି । ବୁଝିଲ ମୁଁ ଯଦି ନ କରି ପାରିବି, ଚାକରାଣୀ ଘରେ ରଖି ଦେବା । ଟଙ୍କା ତ ରୋଜଗାର କରୁଛେ, ଆମରି ପଇସାରେ ସେ ବି ଘରେଇ କାମ କିଛି କରିଦେଲେ, ମତେ ଟିକେ ଆସ୍ୱସ୍ତି ମିଳିବ । ତା ଛଡା ମୁଁ ଆଜି ଯାଏ, ଆମ ଘରେ ଏତେ ବେଶି କାମ କେବେ କରିନି କି କେହି ବାଧ୍ୟତାମୂଳକ କରିବାକୁ କହି ନାହାନ୍ତି । ଆଶା କରୁଛି ଯେତିକି ପାରିବି କରିବି କିନ୍ତୁ ବେଶି କାମ କରିବା ମୋ ପକ୍ଷେ ସମ୍ଭବ ନୁହେଁ ।
ରାମ :- ବେଶି କାମ କଣ ? ଯାହା ତ ରୋଷେଇ ଆଉ ପୂଜା ପାଠ । ଘରର ସଫା ଆଦି ଏମିତି ଛୋଟ ଛୋଟ କିଛି କାର୍ଯ୍ୟ । ସେଥିରେ ମମି ବି ତୁମକୁ ସାହାଯ୍ୟ କରିବେ । ଚାକରାଣୀର କଣ ଆବଶ୍ୟକ । ତା ଛଡା ମାମା ରାଜି ହେବେନି କେବେ ଚାକରାଣୀ ରଖିବା ପାଇଁ ।
ଅନୁ:- କାହିଁକି ହେବନି ଶୁଣେ ?
ରାମ :- ବାବା ବି ଥରେ କହିବାର ଶୁଣି ଥିଲି, ଚାକରାଣୀ ରଖିବା ପାଇଁ କିନ୍ତୁ ମାମା ଦେଇ ପିଣ୍ଡି ଘର ମାରା ହୋଇଯିବ କହିବା ସହ, ଆଉ ଜଣଙ୍କୁ ଦାସ ପ୍ରଥା ଭଳି ରଖିବାକୁ ଘରେ ଆଣି ଜମାରୁ ତାଙ୍କର ପସନ୍ଦ ନୁହେଁ ବୋଲି ବାବାଙ୍କୁ କହିଥିଲେ । ଜେଜେ ମାଆ ବି ମାମାଙ୍କୁ ପୁରା ସମର୍ଥନ କରିଥିଲେ ।
ଅନୁ:- ସେତେବେଳେ କଣ ଥିଲା ପରିସ୍ଥିତି ମୁଁ ଜାଣେନି କିନ୍ତୁ ମୋର ବିଶ୍ୱାସ ତାଙ୍କର ବୋହୂ କହିଲେ ନିଶ୍ଚିତ ରାଜି ହେବେ ।
ରାମ:- ଦେଖା ଯାଉ, ।
ଅନୁ :- ତା ଛଡା ଚାକିରୀ ଜୀବନରେ ବଦଳିକୁ ନେଇ କିଏ କଣ କିଛି କହିପାରେ କେବେ । ଆଉ ଏମିତିରେ ମୁଁ କଣ ସବୁବେଳେ ଗୋଟେ ଜାଗାରେ ରହି ପାରିବି କି ? ଦିନେ ନା ଦିନେ ତ ବଦଳି ହେବ ମୋର । ହଁ, ଶୁଣ ! ତୁମେ ବି ମୁଁ ଯୁଆଡେ ଯିବି ବଦଳି ହୋଇ, ମୋ ସହ ଯିବା ପାଇଁ ତୁମର ବଦଳି କରେଇବ ।
ରାମ:- ଆଉ ବାପା ବୋହୁଙ୍କୁ କଣ ସାଥିରେ ନେବ ନାହିଁ କି ?
ଅନୁ :- ସେମାନଙ୍କର ଇଛା । ବାଧ୍ୟ ବାଧ୍ୟକତା କରିବି ନାହିଁ ।
ରାମ:- ସେମାନଙ୍କୁ ଏକା ଛାଡି ଆଜି ଯାଏଁ ମୁଁ କୁଆଡେ ଯାଇନି କି ଯିବିନି । ଯିବି ତ ସାଥିରେ ଧରି ମୋର । ନ ହେଲେ ନାଇ ।
ଅନୁ :- ଯେତେ ହେଲେ ବି ତ କୋଳ ପଶା ପୁଅ ତୁମେ ନା ? ଛାଡି କି କେମିତି ଯିବ । କିନ୍ତୁ ମତେ ବାଧ୍ୟ କରିବନି ! ମୋ ପାଇଁ ଚାକିରୀ ପ୍ରଥମ ତା ପରେ ବାକି ଯାହା ।
ରାମ :- ହଉ ତୁମ ଇଚ୍ଛା । ଝିଅ ଆଉ ବୋହୂ ହେବା ଭିତରେ ଅନେକ ପାର୍ଥକ୍ୟ ଅନୁ । ବୋହୂ ହେଉଛି ଘରର ଲକ୍ଷ୍ମୀ । ଆଉ ବୋହୂ ଯଦି ଘର ଛାଡ଼ି ଚାଲିଯିବି, ତା ହେଲେ ସେ ଘରୁ ମାଆ ଲକ୍ଷ୍ମୀ ଛାଡି ମଧ୍ୟ ଚାଲିଯିବେ ।
ଅନୁ:- ବନ୍ଦ କର ମ ! କେତେ ସଂସ୍କାର ଆଉ ମତେ ଶିଖେଇବ। ପୁରା ପରିବାର ମୋ ପଛରେ ପଡି ଯାଇଛ ଦେଖୁଚି । ମତେ ଯେମିତି କିଛି ଜଣା ନାହିଁ । ଯେତେବେଳେ ଦେଖ କିଏ ନା କିଏ ପ୍ରବଚନ ଦେବାରେ ମତେ ଲାଗି ପଡୁଛନ୍ତି ।
ମତେ ସବୁ ଜଣା ବୁଝିଲ, ଅଯଥା ପ୍ରବଚନ ମତେ ଶୁଣିବାକୁ ପସନ୍ଦ ନୁହେଁ,ତୁମେ ଜାଣିଛ । ଏଇ ଦେଖ ଜେଜେ ମାଆଙ୍କୁ ଯେଉଁଠି ନାହିଁ ସେଇଠି ପାଖକୁ ଡାକି ଖାଲି ମୁଣ୍ଡକୁ ........ ଓଃ ଗଡ଼ । ପୁରା ଗୀତା ଭାଗବତକୁ ତୁମ ପରିବାର ସାରା ସମସ୍ତେ ବାଟି କି ଗୋଳି ପିଇ ଦେଇଛନ୍ତି ।
ଆଉ କିଛି ଯଦି କହିବ କୁହ ପ୍ଲିଜ, ନ ହେଲେ ମୁଁ ଫୋନ ରହୁଛି ।
ରାମ :- ଆଉ କଣ କହିବି ?
ଅନୁ:- ହଁ, ଜାଣିଛି ପରା, ତୁମର ମୁଣ୍ଡ ହିଁ ସେତିକି । ଯେତେବେଳେ ଦେଖ ଖାଲି ଘରର ଚିନ୍ତା । ଆମ ଭବିଷ୍ୟତ ପାଇଁ କିଛି ପ୍ଲାନ ଅଛି କି ? ସେତକ ଛାଡ଼ !! ପ୍ରଥମେ କୁହ ତ, ହନିମୁନ ପାଇଁ କୁଆଡେ ଯିବାର ପ୍ଲାନ କରିଛ ???
ରାମ :- କି ପ୍ଲାନ ?? କେଉଁ ଆଡେ ଯାଇ ବୁଲି ଆସିବା କଥା !!
ଅନୁ :- ଯାହା ମୋର ପୋଡ଼ା ଭାଗ୍ୟ !! କେମିତି ଯେ ତୁମକୁ ନେଇ ଘର ସଂସାର କରିବି ? ସେ ସବୁ ଛାଡ଼, ଆମେ ନିୟୁଜଲ୍ୟାଣ୍ଡ ଯିବା। ମୋର ଅନେକ ଦିନର ସ୍ୱପ୍ନ । ଯିବା ତ ?? କହିବ ଯଦି ଆଗୁଆ ଅନ ଲାଇନ ପ୍ୟାକେଜ କେଉଁ ଇଣ୍ଟରନ୍ୟାସନାଲ ଟୁରିଷ୍ଟ କମ୍ପାନୀର ଦେଖି ବୁକ କରି ଦେଉଛି । ନା" କଣ କହୁଛ ?
ରାମ :- ଟିକେ ପଖା ପାଖି ଦେଖୁନ । ଦେଶ ବାହାରକୁ ଯିବା ପାଇଁ ଘରେ ରାଜି ହେବେ କି ନାଇ, ମୁଁ ବୁଝିକି କହିବି ?
ଅନୁ :- ମୁଁ ଗୋଟେ କଥା ବୁଝି ପାରୁନି ? ତୁମର କଣ କିଛି ସ୍ୱାଧୀନତା ଘରେ ନାହିଁ । ଯାହା ସେମାନେ କହିବେ ତୁମେ କରିବ । ଆଉ କଣ ଛୋଟ ଛୁଆ ହୋଇ ଅଛ କି ? ହନିମୁନ ଯିବା କଥା ଘରେ ବୁଝିବ, ଲାଜ ଅଛି ତୁମ ମୁହଁକୁ ନା ?
ଯାଅ, ଯାହା ତୁମ ଇଚ୍ଛା କର !! ମାତ୍ର ମୁଁ ନିୟୁଜଲ୍ୟାଣ୍ଡ ଯିବା କଥା ଯିବି । ମନେ ରଖିଥାଅ । ଟିକେଟ କନଫର୍ମ ହେଲେ ଜଣେଇ ଦେବି । ବୁଝିଲ ତୁମେ ତ୍ରେତୟା ଯୁଗର ପ୍ରଭୁ ରାମଚନ୍ଦ୍ର ଠାରୁ ବି ବଳି ଗଲ । ଏତେ ସଂସ୍କାର ତୁମ ଭିତରେ ଅଛି ଆଜି ଜାଣିଲି । କଳି ଯୁଗର ତୁମେ ରାମଚନ୍ଦ୍ର । ବାପା ମାଆଙ୍କର ଆଜ୍ଞାଧିନ ପୁଅ । ବାହାଘର ପାଇଁ ଡ୍ରେସ ମ୍ୟାଚ କରି କିଣିବା ପାଇଁ, ମିଶିକି ଯିବା କେଉଁ ଦିନ, ମୁଁ ଫୋନ କରି କହିବି ।
ହଉ ରହୁଛି, ଆଉ ବେଶି ତୁମ ସହ କଥା ହେଲେ ମୋ ମୁଣ୍ଡ ଖରାପ ହୋଇଯିବ । ଶୁଭ ରାତ୍ରି ।
ଆଭିମାନରେ ଅନୁ' ଫୋନ କାଟି ଦେଲା ପରେ, ମୁଁ ବିଚଳିତ ହେବା ସ୍ୱାଭାବିକ । ଯେତେ ବୁଝେଇଲେ ବି,ସେ ବୁଝିବେ ନାହିଁ । ମୁଁ କଣ କହିବାକୁ ଚାହେଁ । କେମିତି ଯେ ମୋ ସଂସାର କୂଳରେ ଲାଗିବ,ତା ଉପରବାଲାକୁ ଜଣା ।
ଏବେ ବାକି ରହିଲା ଯାହା ବାହାଘର । ଭଗବାନ କରନ୍ତୁ ଅନୁ ମୋ ପରିବାର ସହ ମିଶିକି ଭଲରେ ବାହାଘର ପରେ ନିଜକୁ ଖାପ ଖୁଆଇ ଚଳେଇ ନିଅନ୍ତୁ । ତାହା ନ ହେଲେ ବାପା ବୋଉ ଦୁଇ ଜଣ ମନ ଦୁଃଖ କରିଲେ ବି, ମତେ କହିବେ ନାହିଁ । ଆଉ ମୁଁ ତାଙ୍କର ଆଦେଖା ଲୁହକୁ ଜାଣି ବି ସହି ପାରିବିନି ।
ହେ ଭଗବାନ, ମୋ ପରିବାର ଉପରେ ସଦା କୃପା ଦୃଷ୍ଟି ରଖି ଥାନ୍ତୁ ।
ରାମ ........ ଏ ରାମ ! ତୁ କୁଆଡେ ଗଲୁରେ .. ଶୀଘ୍ର ଆସେ । ତୋ ପାଇଁ ଆମେ ବିବାହ ଦିନର ପିନ୍ଧା ଡ୍ରେସ ପସନ୍ଦ କରି କିଣି ଆଣିଛୁ । ଦେଖି ଯା' ଭଲ ହେଇଛି କି ନାହିଁ ।
ମାମାଙ୍କ ଠାରୁ ଏତକ ଶୁଣି, ମୁଁ ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲି । ଏବେ କଣ ଯେ ହେବ ।
କ୍ରମଶଃ .............
