STORYMIRROR

Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ-ଭାଗ-୭

ସୁନା ବୋହୂ-ଭାଗ-୭

5 mins
162

【ଭାଗ -୭】 


【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ପ୍ରିୟବ୍ରତ ବାବୁ ପୁତ୍ର ମନରେ ଥିବା ଶଙ୍କାକୁ ବୁଝି ପାରି, ଆତ୍ମୋସନ୍ତୋଷ ଲାଭ କରିବା ସହ, ମାଆଙ୍କର ଭାବି ବୋହୂକୁ ସୁଗୃହିଣୀର ସମସ୍ତ ଲକ୍ଷଣ ବୁଝାଇ ଦେବାର ଶୁଣି,ଖୁସି ହୋଇଥିଲେ । ଅନ୍ୟ ଦୃଶ୍ୟରେ ଅନୁସୟାଙ୍କର ମାଆ ପୁଅ ଘରର ପାରମ୍ପରିକ ଚାଲି ଚଳନରେ ଖୁସି ନ ଥିବା ଜାଣିବାକୁ ପାଇଥିଲେ ।

    ................... ଏବେ ଆଗକୁ 】 


ମନ୍ଦିର ପରିସରରେ ଅନେକ ଗହଳି । ଦୁଇ ପରିବାର ଆଜି ଏକ ପବିତ୍ର ବନ୍ଧନରେ ବନ୍ଧା ହେବାର ଶୁଭ ମୁହୂର୍ତ୍ତ ଆଗତ । ଖୁସିର ମାହୋଲ ଚାରି ଆଡ଼େ । ନିର୍ବନ୍ଧର ସମସ୍ତ କାର୍ଯ୍ୟ ଏବଂ ଯଥା ରୀତି ପୂଜାର୍ଚ୍ଚନା ସରିଲା ପରେ । ଦୁଇ ସମୁଦୀ ପରସ୍ପରକୁ ଆଲିଙ୍ଗନ କରିବା ସହ, ଶୁଭ ସୂଚକ ଥାଳ ଅଦଳ ବଦଳ କରାଇ ନିଅନ୍ତି ।

   ମନ୍ଦିର ପରିସରରେ ଭୋଜନ ଆଦିର ସୁବନ୍ଦୋବସ୍ତ କରାଯାଇଥାଏ । ଅତିଥି ଅଭାଗତ୍ୟ ମାନେ ପ୍ରସାଦ ସେବନ କରିବା ସହ ନବ ପ୍ରେମୀ ଯୁଗଳଙ୍କୁ ଆଶୀର୍ବାଦ କରି ଚାଲି ଯାଉଥିଲେ । 

     ଦୁଇ ପ୍ରେମୀଙ୍କର ସାଙ୍ଗ ସାଥି ମାନେ ପାରମ୍ପରିକ ଚର୍ଚ୍ଚାରେ ଖୁବ ଖୁସି ଥିଲେ । ଉଭୟ ପାରମ୍ପରିକ ଏବଂ ଆଧୁନିକତାର ନିର୍ବନ୍ଧ ଖୁବ ଆକର୍ଷଣୀୟ ଥିଲା ।

    ଫୋଟୋଗ୍ରାଫର ମାନେ ପ୍ରି-ୱେଡିଙ୍ଗ ଫୋଟୋ ସୁଟରେ ଝିଅ ଆଉ ପୁଅକୁ ନେଇ ବ୍ୟସ୍ତ ଥିଲେ । ନିର୍ବନ୍ଧ କାର୍ଯ୍ୟକ୍ରମରେ ମୁଦି ଅଦଳ ବଦଳ କରିବା ସହ ଶୁଭ ଆରମ୍ଭର ଆଜିର ଆଧୁନିକ ସଭ୍ୟତାର କେକ କଟା ପରମ୍ପରା ମଧ୍ୟ ଆୟୋଜନର ଲିଷ୍ଟରେ ଥିଲା ।

  ଦୂରରୁ ଚେୟାରରେ ବସି ଜେଜେ ମାଆ କିନ୍ତୁ ଉପଭୋଗ କରିବା ବଦଳରେ ବିରକ୍ତି ଭାଵ ମନେ ମନେ ପ୍ରକାଶ କରୁଥିଲେ । ନାତିଆର ଖୁସି ପାଇଁ, କିଛି ବି ନ କହି ଚୁପ ରହୁଥିଲେ । ଭଲ ସେ ଦୁଇ ପରିବାର ଚାଲି ଚଳନକୁ ଲକ୍ଷ୍ୟ କରି,କିଛି ଗୋଟେ ମନେ ମନେ ଗୁଣୁ ଗୁଣୁଉ ଥିଲେ । 


 -------- କଣ ମାଆ କେଉଁ ଭାବନାରେ ଲିପ୍ତ ଅଛନ୍ତି । ଆଜି ପରି ଦିନରେ ଆପଣଙ୍କ ମୁହଁରେ ଖୁସିର ଚିହ୍ନ ଦେଖା ଯାଉନି। ଏ ବିଷାଦମୟ କଳା ମେଘର କାରଣ ଜାଣି ପାରେ କି ??? ରବି (ଶାଳକ) ପଚାରିଲା ।

-------- କାହିଁକି କେଜାଣି ରବିରେ, ଏ ମନ ବୋଲ ମାନୁନି । ଏଇ ଦେଖୁନୁ, ମୋ ପୁଅ ବୋହୂଙ୍କୁ କେମିତି ନିଜକୁ କାର୍ଯ୍ୟକ୍ରମରେ ସଙ୍କୁଚିତ ଭାବରେ ଦୁରେଇ ଠିଆ ହୋଇଛନ୍ତି । ମନରେ ସନ୍ଦେହ ଆସୁଛି, ଅନୁ କଣ ଆମ ରାମ ପାଇଁ ଉପଯୁକ୍ତ କନ୍ୟା ପ୍ରାର୍ଥୀ ???

----- ଅନୁର ପରିବାରର ଭାଵ ଭଙ୍ଗୀରେ କାହିଁକି ମତେ ଆଉ କିଛି ବସ୍ନା ଅନୁଭୂତ ହେଉଛି । ଅନୁର ମାଆକୁ ଦେଖ, ସେ ଝିଅ ଠାରୁ ଅଧିକ ନିଜକୁ ଖୁବ ସନ୍ତର୍ପଣରେ ସଜେଇ, ଭଲେଇ ହୋଇ କଥା ହେଉଛି, ଯେମିତି ସେମାନେ ସବୁ କିଛି କରୁଛନ୍ତି ଆଉ ଆମେମାନେ ତାଙ୍କର ଦୟାର ପାତ୍ର ।

 ବୁଝିଲୁ,ମୋର ଏ ସବୁ ଦେହରେ ଯାଉନି ଜମା । 


----------କଣ ଆଉ କରିବା ମାଆ ରାମର ମୁହଁକୁ ଚାହିଁ ରହିବା କଥା ଯାହା । ତା ଛଡା ରାମ ଭଲ ପାଇ ବାହା ହେଉଛି । ସେ କଣ ଝିଅକୁ ଚିହ୍ନିବାରେ ଉଣା କରି ଥିବ !!!!! 

--------- କଣ କହିଲୁ ରବି, ରାମ ଭଲପାଇ ବାହା ହେଉଛି ?? ଏ କଥା ତ ଘରେ କେହି ମତେ କହି ନାହାନ୍ତି !!

--------ରବି ଏଥର ନିଜର ଜିଭକୁ କାମୁଡି ଦେଇଛି । ଭାଇନା ଆଉ ନିହାରିକା ରାଣ ପକେଇ ଥିଲେ ମାଆକୁ ନ କହିବା ପାଇଁ । ମୁଁ ହାତଭାଗା ସବୁ ସାରିଦେଲି । ସରି ମାଆ ଭଲ ପାଇ ନୁହେଁ, ବାହା ହେଲା ପରେ ଦୁହେଁ ଦୁହିଁଙ୍କୁ ତ ଭଲ ପାଇବେ ନା । ମୁଁ ସେୟା ହିଁ କହୁଥିଲି, ଭୁଲରେ ବାହାରି ପଡ଼ିଲା ପାଟିରୁ ।

----------ହଉରେ ଭୁଲରେ ହେଉ କି ଠିକରେ କିନ୍ତୁ ମୋ ମନ ଟିକେ ଦୁଃଖ ହୋଇଗଲା ଯାହା ପୁଅ ବୋହୂ ନିଜର ସନ୍ତାନ ପାଇଁ ମାଆ ପାଖରେ ସତ୍ୟକୁ ଲୁଚାଇଲେ । ହଉ ସେମାନେ ଯଦି ଖୁସି, ମୁଁ କଣ ଖୁସି ହେବି ନି । ତା ଛଡା ମୋର ବା ଆଉ କେତେ ଦିନ ????? ପରିବାର ତାଙ୍କର, ସେମାନେ ଭଲ ମନ୍ଦ ନିଶ୍ଚୟ ବୁଝିବେ ।

 

   ଆନନ୍ଦ ଉଲ୍ଲାସରେ ନିର୍ବନ୍ଧ କାର୍ଯ୍ୟକ୍ରମ ସରିଲା ପରେ ଦୁଇ ପରିବାରଙ୍କର ପରସ୍ପର ମିଳନ ପର୍ବରେ ଏକତ୍ର ହୋଇ ବିବାହର ପ୍ରସ୍ତୁତି କଥା ଆଲୋଚନା ଚାଲିଥାଏ ।

  ----ଆଚ୍ଛା ସମୁଦି, ସବୁ ଠିକ ଯେ !! ହେଲେ ଏ ଯାଏ ଯୌତୁକ କଥା ଆପଣ କିଛି କହିଲେ ନାହିଁ । ଯାହା ହେଲେ ଆମେ ଝିଅ ଘର ଲୋକ, ଖାଲି ଖାଲି ତ ଆମ ଝିଆକୁ ବିଦାୟ ଦେବୁ ନି ?? ସମାଜରେ ବି ଆପଣଙ୍କ ମାନ ସମ୍ମାନ ଅଛି । ଯାହା ବି ଚାହୁଁଛନ୍ତି ନିର୍ଦ୍ୱନ୍ଦ୍ୱରେ କହି ପାରିବେ । 

------- ଲକ୍ଷ୍ମୀ ପ୍ରତିମା ପରି ବୋହୂ ପାଇ ସାରିଲା ପରେ ଆଉ ବା ଆମକୁ କଣ ଦରକାର ସମୁଦି । ଯେତେ ଶୀଘ୍ର ହେବ ଏ ବାହାଘର ସରିଗଲେ, ଅନୁସୟାର ପାଦ ମୋ ଘର ଏରୁଣ୍ଡି ଡେଇଁ ପଡିଲା ପରେ ଯାହା ଅଭାବ ଥିବ ସବୁ ପୂର୍ଣ ହୋଇଯିବ । ମୋର ଆଉ କିଛି ଦରକାର ନାହିଁ ।

-------ହେଲେ ସମୁଦି ଆମକୁ କଣ ଭଲ ଲାଗିବ, ଝିଅକୁ କିଛି ନ ଦେଇ ବିଦା କରିବାକୁ, ଆପଣ କୁହନ୍ତୁ ଥରେ !!!!

-------ମୁଁ କିଛି କହିବା ଆଗରୁ ମାଆ ମୋ କଥା ଛଡେଇ ନେଇ କହିଲେ, ଆଚ୍ଛା ଝିଅ( ଅନୁର ମାଆ ଙ୍କୁ) ଜାଣିଛୁ, ଦବାନବା ପରମ୍ପରା ଆଜିର ଦିନର ନୁହେଁ । ଏହା କେଉଁ ପୂର୍ଵ ପୁରୁଷରୁ ଚାଲି ଆସିଛି । ବଦଳେଇବାର ପ୍ରୟାସରେ ଆନେକ କିଛି ନେବେ ନି କହି ବି ବାହାଘର ସମୟରେ କି ପରେ ଅଧିକ ଡିମାଣ୍ଡ କରି ଥାଆନ୍ତି । 

  ହେଲେ ଆସଲ କଥା ଯୌତୁକକୁ ନେଇ କେହି ଅଳ୍ପ ବହୁତେ ଜାଣିଛନ୍ତି । ବାହାଘର ବେଳେ ଯେଉଁ କନ୍ୟା ଦାନ କରାଯାଏ, କିଏ ଜାଣିଛ କି ତାର ମହତ୍ତ୍ୱ କଣ??

  ଦାନର ଅର୍ଥ ହେଉଛି, ଦାନ କରୁଥିବା ପଦାର୍ଥ କି ବସ୍ତୁ ଉପରୁ ନିଜର ଆଧିକାର ନ ରଖିବା ତଥା ସବୁ ଦିନ ପାଇଁ ତା ଠାରୁ ଦୂରେଇ ରହିବା । ଏଠି କନ୍ୟା ବସ୍ତୁ କି ପଦାର୍ଥ ନୁହେଁ କିନ୍ତୁ ଯେହେତୁ କନ୍ୟା ଦାନ ଅଛି । ତେଣୁ ବାପା ମା ଆଉ ପାରିବାର ଲୋକେ ଭାବନ୍ତି ଆମ ଝିଅ ବାହାହେଲା ପରେ ଅନ୍ୟ ଜଣକର ଅପରିଚିତ ପରିବାରରେ କିଛି ଦିନ ନିଜକୁ ସମ୍ଭାଳିବା ପାଇଁ ସମୟ ଦରକାର ହୋଇଥାଏ ଆଉ ସେହି ସମୟ ଭିତରେ ସେ ଯାହା ଆବଶ୍ୟକ କରେ କାହାକୁ ବି କହି ପାରେ ନାହିଁ । 

  ଏହାକୁ ଆଖି ଆଗରେ ରଖି ଝିଅ ଘର "ଝିଅ" ଚଳିବା ପାଇଁ କିଛି ଦିନର ଅତ୍ୟାବଶ୍ୟକ ସାମଗ୍ରୀ ମାନ ଝିଅ ସହ ବିଦାୟ ବେଳରେ ଦେଇଥାନ୍ତି । 

    ମୋ ପରିବାର ମଧ୍ୟରେ ଥିବା ନିବଡ଼ ସମ୍ପର୍କରେ କେବେ ବି ଅନୁର କୌଣସି ଅଭାବ ରହିବ ନାହିଁ । ମୁଁ ଘର ମୁଖିଆ ଭାଵରେ କଥା ଦେଉଛି ।

--- ହୀରାମଣି ଦେବୀ (ଅନୁର ମାଆ) କହୁଥିଲେ ; ଆପଣଙ୍କର ପରିବାରରେ ମୋର ଝିଅ ଦେଇଥିବାରୁ ମତେ ଆଜି ବହୁତ ଖୁସି ମିଳୁଛି ।

     କିଛି ସମୟର କଥା ବାର୍ତ୍ତା ପରେ ଉଭୟ ପରିବାର ପ୍ରାସଦ ସେବନ କରି, ବିଦାୟ ନେଇ ଯିଏ ଯାହା ବାଟରେ ଚାଲି ଗଲେ । 

  ସେ ଦିନ ଆମେ ସମସ୍ତେ ବହୁତ ଖୁସି ଥିଲୁ ।

   

         【★ ଅନ୍ୟ ଦୃଶ୍ୟରେ★ 】 


ଦେଖିଲ ତ ଅନୁର ବାପା, କେମିତି ପେଟରେ ଭୋକ ଥାଇ ମୁହଁରେ ଲାଜ କରୁଥିଲେ ସମୁଦି । ଆରେ ନିଜେ ତ କହି ପାରି ଥାଆନ୍ତେ । ଆମକୁ ଦରକାର ଅଛି । ତା ଛଡା ମାଆଙ୍କ ମାଧ୍ୟମରେ ବୁଲେଇ ବଙ୍କେଇ କହିବା କଣ ଉଚିତ ହେଲା ।।ଦୁନିଆଁକୁ ଦେଖେଇ ହେଉଛନ୍ତି ଗୋଟେ କିନ୍ତୁ ଭିତରେ ଆଉ ଗୋଟେ । ଯେମିତି ହାତୀର ଖାଇବା ଦାନ୍ତ ଆଉ ଦେଖେଇବା ଦାନ୍ତ ଅଲଗା ଥାଏ ।

  କଣ ଯେ ହେବ ମୋ ଅନୁର ????

-------- ଶୁଣ ହୀରା (ଅନୁର ମାଆ),ଏମିତି ସଂସ୍କାରୀ ଘର ପ୍ରସ୍ତାବକୁ ଆଜିକା ଦିନରେ କିଏ ବା ହାତ ଛଡା କରିବ ।

-------- ତୁମର ଏ ପରମ୍ପରା ଆଉ ସଂସ୍କାର ପାଇଁ ଭବିଷ୍ୟତରେ ମୋ ଝିଅର କିଛି ଅସୁବିଧା ହେବ ନାହିଁ ତ ???

  ତୁମେ ତାଙ୍କର ଡିମାଣ୍ଡ କାଗଜକୁ ଅପେକ୍ଷା ନ କରି କିଛି କିଛି ଜିନିଷ ଘରକୁ ଯୋଗାଡ଼ କରି ଆଣି ରଖ । ଆମର ଦାୟିତ୍ୱ ହେଲା ଘର ଆଉ ଆମ ସମ୍ମାନ ଉପରେ ଯେମିତି କେହି ଆକ୍ଷେପ ନ କରୁ । ମୋ ଝିଅ ସମ୍ପୂର୍ଣ୍ଣ ମର୍ଡନ ଏବଂ ସ୍ବାଧୀନତାର ଉର୍ଦ୍ଧ୍ୱରେ । ଶୁଣ ଅନୁ ବାହାଘର ପରେ ବି ଯାହା ଚାହିଁବାକୁ ଇଚ୍ଛା କରିବୁ, ନିଃସଙ୍କୋଚରେ କରିବୁ । 

  ----ଶାଶୁ ଘରେ ମୋ ନିଜକୁ ମୁଁ ଠିକ ସେ ଆର୍ଜଷ୍ଟ କରି ନେବି । ତା ଛଡା ଚାକିରୀ କରିଛି, କୌଣସି ଅଭାବ ବା କଣ ପାଇଁ ରହିବ ବାକି ରହିଲା ପରମ୍ପରା ଆଉ ସଂସ୍କାରକୁ ମାନିବାରେ ଯଦି ମୋର କିଛି ଅସୁବିଧା ହୁଏ, ମୁଁ କିଛି ଗୋଟେ ବ୍ୟବସ୍ଥା କରି ନେବିନି । ସେଥିପାଇଁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନି । ସମୟ ଆସିଲେ ସବୁ କିଛି ଆପଣ ନିଶ୍ଚୟ ବୁଝି ପାରିବେ ????? 

    

  କ୍ରମଶଃ ..........



Rate this content
Log in

Similar oriya story from Tragedy