ସୁନା ବୋହୂ-ଭାଗ-୫
ସୁନା ବୋହୂ-ଭାଗ-୫
【 ଭାଗ -୫】
【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ପ୍ରିୟବ୍ରତ ବାବୁ ପୁତ୍ରର ପର୍ସରେ ଦେଖିଥିବ ଝିଅର ଫଟୋ ଆଉ ଶଳା ଠିକ କରିଥିବା ପ୍ରସ୍ତାବର ଝିଅ ଦୁହେଁ ଅଲଗା ନୁହେଁ ଜଣେ ଥିଲା । ଘରେ ଧର୍ମ ପତ୍ନୀଙ୍କ ସହ ଆଲୋଚନା ପରେ, ନିଜର ସନ୍ଦେହରୁ ଦୂର ହୋଇଥିଲେ ବି, କଣ ପାଇଁ ପୁଅ ମନର କଥା ପ୍ରକାଶ କରିଲା ନାହିଁ । ସେଥିପାଇଁ ଆଜି ବି ତାଙ୍କର ମନରେ ପ୍ରଶ୍ନ ହୋଇ ରହିଯାଇଛି । ପତ୍ନୀଙ୍କ ରାଣରେ ସେ ଆଜି ବନ୍ଧା ।
ଆଉ ତା ପରେ ??????? 】
ସକାଳୁ ସକାଳୁ ଘରେ ସମସ୍ତେ ଯେମିତି ବ୍ୟସ୍ତ ଥିଲେ । ଘରକୁ ଭଲରେ ସଜେଇବା ସହ, ମନ ପସନ୍ଦର ସୁ- ସ୍ଵାଦୁ ଭୋଜନ ପ୍ରସ୍ତୁତିର ବସ୍ନାର ମହକ ଘରେ ଭିତରେ ଖେଳି ଯାଉଥାଏ । ଘରଣୀ ରୋଷେଇ ଘରେ ପୁରା ବ୍ୟସ୍ତ । ପୁଅର ମନ ପସନ୍ଦ ଝିଅ ସହ ଯେଉଁ ବାହା କରେଇବାର ମନେ ମନେ ପ୍ରସ୍ତୁତି କରି ସାରିଛନ୍ତି । ଖୁସି ବା କେମିତି ହେବେନି ? ଯାହା ହେଲେ ଏକୋଈର ଵଳା ବିସିକେଶନ ନା । ଆଜି ସେ, ସବୁ ଦିନ ଅପେକ୍ଷା ଟିକେ ବେଶି ବ୍ୟସ୍ତ ଅଛନ୍ତି । ନିଦରୁ ଉଠି ଘରେ, ଏ ସବୁ ଦେଖି ମୁଁ ବୁଝି ଯାଇଥିଲି । ଆଜି ଶନିବାର ଆଉ ମୋର ଏବେ ବାର ବାଜିବ । କେତେ ଅଳସୁଆ ହୋଇଗଲେଣି ??
---- ରାମ କାହିଁ ଦିଶୁ ନି ?? କୁଆଡେ ଯାଇଛି କି ??
----- ତୁମେ ବାପଟି, କିଛି ଦାୟିତ୍ୱ ଅଛି ନା ନାହିଁ । କାଲି ରାତି ଠୁ ଶୋଇ ଛ ଯେ ଖରା ଆସି ମୁଣ୍ଡ ଉପରେ ଛୁଇଁବ କିଛି ସମୟ ପରେ, ତଥାପି ଶୋଇ ରହିଛ । ପୁଅକୁ ଆଜି ତୁମର ଦେଖିବା ପାଇଁ ଆସୁଛନ୍ତି । ଏତକ ମନେ ଅଛି ନା ନାହିଁ ?
-----ଆରେ ହଁ ତ ମୁଁ ଗଭୀର ନିଦରେ ଶୋଇ ପୁରା ଭୁଲି ଯାଇଥିଲି । ପୂର୍ଵ ଅଭ୍ୟାସ ଅଛି, ଛୁଟି ଦିନ ନାଁ" କାନରେ ବାଜିଲେ ନିଦ ଟିକେ ବେଶି ହୁଏ।ମୁଁ ବା କଣ କରି ପାରିବି । ହଉ କୁହ, " ମୋ ଦ୍ୱାରା ଆଉ କଣ କାମ ଅଛି ।
------ରାମ ଯାଇଛି ମଟନ ଆଣିବା ପାଇଁ ବଜାରକୁ । ତୁମେ ଶୀଘ୍ର ରେଡି ହୋଇ ପଣ୍ଡିତ ଆଜ୍ଞାଙ୍କୁ ଯାଇ ନେଇକି ଆସ ।
------ ସେ କଣ ଘରେ ଥିବେ ? ପଣ୍ଡିତଙ୍କୁ ଆଗରୁ ନ ଜଣେଇଲେ, ସେ ତାଙ୍କର କାମରେ କେଉଁ ଆଡେ ଚାଲିଯାଇଥିବେ ନା !!!
------- ତୁମେ ସେଥିପାଇଁ କିଛି ଚିନ୍ତା କରନା । ମୁଁ ଜାଣିଛି, ଗତକାଲି ସକାଳୁ ମୁଁ ଫୋନ କରି ଆସିବା ପାଇଁ ଅନୁରୋଧ କରିଛି । ସେ ବି ରାଜି ହୋଇଛନ୍ତି । ଆଉ ତୁମେ, " ଛାଡ଼ ହେ ତୁମ ମରଦଙ୍କ ହାତରେ ଖଡା କେବେ ସିଝି ଲାଣି । କେଉଁ କାମ ଗୋଟେ ଢଙ୍ଗରେ କରିବା ଜଣା ଅଛି ଶୁଣେ ।
------ମନେ ମନେ ଭାବିଲି, ଆଉ ବେଶି ତର୍କ କଲେ, ବହୁତ କିଛି ସକାଳୁ ଶୁଣିବାକୁ ମିଳିବ, ବରଂ ଭଲ ହେବ ନିଜକୁ ସରେଣ୍ଡର କରି, ମଥା ନୁଆଁଇ ଚାଲିଯିବା, ବୁଦ୍ଧିମାନର କାର୍ଯ୍ୟ ହେବ । ଯାଉ ଯାଉ ... କଣ ମନେ ହେଲା କେଜାଣି ..
-------ହେଇଟି ଶୁଣୁଛ ? ତୁମେ ରାମ ସହ ସେ ଝିଅର ସଂପର୍କ କଥା କିଛି ହେଲ କି ????
-------ତୁମ ମୁଣ୍ଡ କାମ କରୁନି ", ବୁଝିଲ । ଶୀଘ୍ର ଯାଇ ଫ୍ରେସ ହୋଇ ଆସ । ଏଇଟା କଣ ଠିକ ସମୟ, ସେ କଥା ଉଠେଇବା ପାଇଁ । ରାମ କି ଜାଣିଚି," ସେ ଝିଅର ସହ ବାହାଘର ଠିକ ହୋଇଛି ବୋଲି । ଆଉ ତୁମେ !! ଚୁପ ରୁହ ।
------- ହଉ ହେଲା, ତୁମ ମାଆ ପୁଅଙ୍କ କଥା ଭିତରେ ମୁଁ କଣ ପାଇଁ ମୁଣ୍ଡ ପୁରେଇବି !!! ମୁଁ ଯାଏ ଫ୍ରେସ ହୋଇ ରେଡି ହୁଏ ।
****************************************
ଘରେ ଅତିଥିଙ୍କର ଚର୍ଚ୍ଚା ଆଉ ନୂଆ ବୋହୂର ପ୍ରବେଶ ପାଇଁ ; ସମସ୍ତେ ଉତ୍ସାହର ସହ ଅପେକ୍ଷାରେ କିନ୍ତୁ ମାଆଙ୍କର ମନ ଦୁଃଖ । ଝିଅ ବାହା ନ ହେବା ଆଗରୁ ଶାଶୁ ଘର ଆସି, ପୁଅକୁ ପସନ୍ଦ କରିବା, ତାଙ୍କର ନାପସନ୍ଦ । ମଝିରେ ମଝିରେ କହୁଥିଲେ ....
----- କି ଯୁଗ ହେଲା ଲୋ ମା । ବାପା ମାଆ ମାନେ ଆଉ ବାହାଘର ପାଇଁ ପୁଅ କି ଝିଅ ଉପଯୁକ୍ତ ପସନ୍ଦ କରି ପାରୁନାହାନ୍ତି । ପିଲାମାନଙ୍କର ପସନ୍ଦରେ ବାହାଘର ହେବ । ସବୁ ପରମ୍ପରାକୁ ଭାଙ୍ଗି ଚୁଲିରେ ଜାଳି ସାରିଲେଣି ??
ଆମ ବେଳେ ପୁଅ ଆଉ ଝିଅ ; ଦୁହେଁ ଦୁହିଁଙ୍କୁ ବାସର ରାତିର ଦେଖୁ ଥିଲେ କିନ୍ତୁ ଏଠି ତ ପୁରା ଘଟଣା ଅଲଗା ।
ମାଆ ଏମିତି କହିବା ଭିତରେ ଘର ସମ୍ମୁଖରେ କାରରେ ଭାବି ସମୁଦି ସମୁଦୁଣୀ ଆଉ ତାଙ୍କର ଅଲିଅଳି ଝିଅ, ଗାଡିରୁ ଓଲେଇ ଆସିଲେ ।
ଅତିଥିଙ୍କ ଚର୍ଚ୍ଚାରେ ଘରଣୀଙ୍କୁ ମୋର କିଏ ବା ପାରିବ । ସମସ୍ତେ ଘରର ମଝିରେରେ ବସିଥିଲେ । ରାମ ଉପର ଘରେ ରହି, ଅପେକ୍ଷାରେ ଥିଲା, ଡାକରା ଆସିଲେ ; ସେ ତଳକୁ ଆସିବ ।
କିଛି ସମୟର କଥାବାର୍ତ୍ତା ଆଉ ଜଳଖିଆ ବିରତି ପରେ, ରାମକୁ ଶଳା ଦ୍ୱାରା ଡକେଇଲି । ରାମ ଆସିବା ପରେ ସମସ୍ତଙ୍କ ସାମ୍ନାକୁ, ବୋଧ ହୁଏ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ସମ୍ନାରେ ଅନୁସୟାକୁ ଦେଖିବା ପରେ । ତା ହବଭାଵରୁ ଜଣା ପଡୁଥାଏ ?
ସମୁଦି, ସମୁଦୁଣୀ ; ରାମକୁ ଦେଖିଲା ପରେ ଝିଅର ମତାମତ ଲୋଡିଲେ । ସେ ଦୁହିଁଙ୍କୁ ଏକତ୍ର ମନର କଥା ହେବା ପାଇଁ ଅନୁମତି ଦୁଇ ପରିବାର ମିଶି ଦେବାରୁ, ସେମାନେ ଛାତ ଉପରକୁ ଚାଲିଗଲେ କଥା ହେବା ପାଇଁ ।
----- ଆମର ପୁଅ ' ପସନ୍ଦ ହୋଇଛି । ଏବେ ଆଗକୁ ସମୁଦି କଥା ହେବା ????
-------- ଆଉ ବା କଣ କଥା ହେବାର ଅଛି । ପଣ୍ଡିତେ ଅଛନ୍ତି । ଜାତକ ବିଚାର କରିବା ସହ ନିର୍ବନ୍ଧ ଏବଂ ବାହାଘର ପାଇଁ ଦିନ ଠିକ କରିବା କଥା ଯାହା ।
------ ଆମ ଘର ପାଖରେ ଭଲ ମଣ୍ଡପଟିଏ ଅଛି, ସେଇଠାରେ ନିର୍ବନ୍ଧ କାର୍ଯ୍ୟ ସମ୍ପର୍ଣ୍ଣ କରିଦେବା । ନା" କଣ କହୁଛନ୍ତି !!!!
---------ମୁଁ କିଛି କହିବା ଆଗରୁ ' ମାଆ କଥା ଛଡେଇ ନେଇ କହିଲେ, ମଣ୍ଡପରେ କଣ ପାଇଁ ହେବ, ବାହାଘର ପରି ପବିତ୍ର ବନ୍ଧନର ଶୁଭ ଆରମ୍ଭ ଘରେ ନହେଲେ ମନ୍ଦିର ପରିସରରେ କଲେ, ଭଗବାନ ଙ୍କର ଆଶୀର୍ବାଦ ମିଳିବ । ତା ଛଡା ପ୍ରଥମ ଅନୁକୂଳ ଏବଂ ଆଶୀର୍ବାଦ ଠାକୁରଙ୍କ ଠାରୁ ପ୍ରାପ୍ତ ହୁଏ । ମନ୍ଦିରରେ କିଛି କର୍ମ ଥାଏ । ଦୁଇଟି ପରିବାରର ମିଳନକୁ, ଠାକୁରଙ୍କ ସାମ୍ନାରେ ଶପଥ କଲା ପରେ ଦୁଇ ସମୁଦି ଥାଳି ବଦଳେଇବା ସହ, ଦୁହେଁ ଦୁହିଁଙ୍କ ଆଲିଙ୍ଗନ କରି, ପବିତ୍ର ସମ୍ପର୍କର ସ୍ଥାପନ କରନ୍ତି ।
---------ମାଆ ଆପଣ ଠିକ କହୁଛନ୍ତି । ଆଉ କି ସେ ଯୁଗ ଅଛି ?? ଆମେ ଟିକେ ଆଧୁନିକ ସଭ୍ୟତାରେ ଚଳିବାକୁ ପଡିବ, ସମୁଦୁଣୀ କହୁଥିଲେ । ଆଜି କାଲିର ବାହାଘର ତିନୋଟି ଭାଗରେ କରି ସାରି ଦେଉଛନ୍ତି ।
୧:- ପ୍ରି-ୱେଡିଙ୍ଗ
୨:- ୱେଡିଙ୍ଗ
ଆଉ ପୋଷ୍ଟ- ୱେଡିଙ୍ଗ
ପୁଅ ଝିଅ, ଦୁହେଁ ଦୁହିଁଙ୍କ ହାତରେ ମୁଦି ବଦଳେଇବା ସହ, କେକ କାଟି ନିଜର ଜୀବନର ଶୁଭ ଆରମ୍ଭ କରନ୍ତି । ସେ ପୂଜା ପାଠ ଆଉ କି ଅଛି । ଆମକୁ ଦୁନିଆଁର ଚଳଣି ସହ ମିଶି କି ଚାଲି ବାକୁ ପଡିବ ।
------ ହେଇଟି ଝିଅ; ସେ କେକ କି ମୁଦି ବଦଳେଇ ଦେଲେ, ସମ୍ପର୍କ ପବିତ୍ର ତାରେ ବନ୍ଧା ହୋଇ ଯାଏ ନି???
ବାହାଘର କେଉଁ ପିଲା ଖେଳ ନୁହେଁ କି ?? ତୁମେ ଛୋଟ ଛୁଆ ପରି ବୋହୂ ବୋହୂ କା ଖେଳରେ ସମ୍ପର୍କର ସୂତା ଖିଅକୁ ଯୋଡି ଦେବ । ତା ପାଇଁ ଅନେକ ରୀତି ନୀତି, ପୂଜା ପାଠ, ପାରିବାରିକ, ସାମାଜିକ, ଅର୍ଥନୈତିକ ଭାବୁକତା ମଧ୍ୟ ଅଛି । ମୋର ଗୋଟେ ବୋଲି ନାତିଆ ; ତା ବାହାଘର ପାରମ୍ପରିକ ନୀତି ନିୟମରେ ହେବ ।
ନା କଣ କହୁଛନ୍ତି ପଣ୍ଡିତେ !!!!!
ମାଆ ଆପଣ ସମ୍ପୂର୍ଣ୍ଣ ସତ୍ୟ କହିଛନ୍ତି । ବିବାହ କହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ସାମାଜିକ ଏବଂ ଆଇନ ଗତ ସ୍ୱୀକୃତି । ଏହା ଏକ ଆମୋଦ ଏବଂ ପ୍ରମୋଦର କାର୍ଯ୍ୟ । ତା ସହ ସେମାନଙ୍କର ପରସ୍ପର ପ୍ରତି ଆକର୍ଷଣ ଏବଂ ସହାବସ୍ଥାନ ଦ୍ୱାରା ନୂତନ ଭବିଷ୍ୟତର ସୃଷ୍ଟି କରିବା ଦାୟିତ୍ୱ ହୋଇ ଥାଏ । ମୂଖ୍ୟତଃ ପାରିବାରିକ ସମ୍ପର୍କକୁ ବିବାହରେ ଅଗ୍ରାଧିକାର ଦିଆଯାଏ ।
ହିନ୍ଦୁ ମାନଙ୍କର ଦଶ ବିଧି ସଂସ୍କାର ମଧ୍ୟରୁ ବିବାହ ଅନ୍ୟତମ । ସେଇ ଦଶ ବିଧ ସଂସ୍କାର ହେଉଅଛି :-
ଗର୍ଭାଧାନ, ପୁଂସବନ, ସୀମାନ୍ତେନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ମୁଣ୍ଡନ, ଉପନୟନ, ସମାବର୍ତ୍ତନ ଏବଂ ବିବାହ ।
ଅଥର୍ବ ବେଦ ଏବଂ ମନୁ ସଂହିତାରେ ବିବାହକୁ ପ୍ରାଚୀନ ଯୁଗରେ ଅଷ୍ଟ ବିଧ ବିବାହର ପ୍ରଚଳିତ ପ୍ରଥା ଉଲ୍ଲେଖ ଅଛି ।
ସେ ସବୁ ହେଉଛି :- ବ୍ରାହ୍ମ, ଦୈଵ୍ୟ, ଆର୍ଯ୍ୟ, ପ୍ରାଜାପତ୍ୟ, ଅସୁର, ଗାନ୍ଧର୍ଵ, ରକ୍ଷାସ, ପୈଶାଚ ।
ହିନ୍ଦୁ ନିୟମ ବିବାହ ସଂସ୍କାର ଆଇନ ୧୯୫୫ ଅନୁଯାୟୀ ଅଧୁନା ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାଜାପତ୍ୟ ବିବାହକୁ ସରକାର ସ୍ୱୀକୃତି ଦେଇ ଛନ୍ତି । ବିଭିନ୍ନ ପ୍ରକାର ବିବାହ ଜନିତ ଘରେଇ ଜୀବନର ଅସୁବିଧାକୁ ସୁଧାରିବା ପାଇଁ, ସରକାର ବିବାହ ପଞ୍ଜିକରଣ କରିବାକୁ ଆଇନ ପ୍ରଣୟନ କରିବା ସହ, ଖାଲି ଜଣେ ବିବାହ ରେଜିଷ୍ଟ୍ରେସନ କରିଦେଲେ ଯେ ସ୍ୱୀକୃତି ମିଳିଯିବ ତା ନୁହେଁ, ଯେଉଁ ମାନେ ଅନ୍ୟ ଜାତିର ବିବାହ କରୁଛନ୍ତି ତାକୁ ଦୃଷ୍ଟିରେ ରଖି ପ୍ରାଜାପତ୍ୟ ବିବାହରେ ହେଉଥିବା ସମସ୍ତ ନୀତି ନିୟମ ପାଳନ କଲେ ଯାଇ ସମାଜ ଉଭୟଙ୍କୁ ସ୍ୱାମୀ ସ୍ତ୍ରୀ ରୂପେ ସ୍ୱୀକୃତି ଦେବ ବୋଲି ଆଇନ ମାନ୍ୟବର ନ୍ୟାୟାଳୟ ପ୍ରଣୟନ କରି ଛନ୍ତି ।
ସେହି ପରି ହିନ୍ଦୁ ଧର୍ମର ପ୍ରାଜାପତ୍ୟ ବିବାହକୁ ଅଗ୍ରଧିକାର ଦେବା ସହ । ଦଶ ମେଳକ, ତିନି ଗଣ, ନାଗ ନାଡି ବିଚାର, ରାଜ ଯୋଟକ, ପୁଅ ଏବଂ ଝିଅର ଜାତକ ବିଚାର ପ୍ରଥା ଉଲ୍ଲେଖ ଯୋଗ୍ୟ ଅଛି ।
ବିବାହ ହେଉଛି ଜଣେ ପୁରୁଷ ପାଇଁ ଗୃହସ୍ଥ ପ୍ରବେଶ ମୂଳ ଦାୟିତ୍ୱର ଭାର । ସେଥିପାଇଁ ପୁରୁଷର ରବି ଶୁଦ୍ଧି ଏବଂ ଗୁରୁ ଶୁଦ୍ଧି ବିଚାର କରାଯାଏ । ଯେମିତିକି ପୁରୁଷର ବାହ୍ୟନ୍ତରଣ ଅଙ୍ଗର ପରିପ୍ରକାଶ, ତେଜ, ସୌନ୍ଦର୍ଯ୍ୟ ଏବଂ ତାହା ସହ ଆଭ୍ୟନ୍ତରୀଣ ଶରୀର କ୍ରିୟା ପକ୍ରିୟା ଉପରେ ବିଚାରକୁ ନିଆ ଯାଏ ।
କହିବାକୁ ଗଲେ, ଯଦି ପୁରୁଷ ଏବଂ ନାରୀ ଦୁହିଁଙ୍କର ଗୋତ୍ର (ଗୁଣ ସୂତ୍ର) ଗୋଟିଏ ହୁଏ, ତେବେ ବିବାହ ସ୍ୱୀକୃତି ପ୍ରାପ୍ତ ନୁହେଁ । କାହିଁକି ନା ଦୁହିଁଙ୍କ ମଧ୍ୟରେ ଆକର୍ଷଣ ଅପେକ୍ଷା ବିକର୍ଷଣ ଭାଵ ପରିଲିଖିତ ହୋଇଥାଏ । ସେଥିପାଇଁ ଭିନ୍ନ ଗୋତ୍ରରେ ବିବାହ କରା ଯାଏ ।
ସମାନ ଗୋତ୍ରରେ ବିବାହ କଲେ, ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଯେଉଁ ଶାରୀରିକ ସମ୍ପର୍କ ଗଢି ଉଠେ, ସେଥିରେ ଜନ୍ମିତ ସନ୍ତାନର ଦିବ୍ୟାଙ୍ଗ କି ମୃତ୍ୟୁ ହେବାର ଯୋଗ ରହିଛି ।
ଯାହାକି ମେଡିକାଲରେ ରକ୍ତ ପକ୍ରିୟା କାରଣରେ ଯେଉଁ ରକ୍ତ ଗ୍ରୁପ ଟେଷ୍ଟ କରାଯାଏ । ଯଦି ସ୍ୱାମୀ କି ସ୍ତ୍ରୀର ସମାନ ଗ୍ରୁପ ହୁଏ ତେବେ ଜନ୍ମିତ ଶିଶୁ ପାଖରେ ବିଭିନ୍ନ ସମସ୍ୟା ଦେଖା ଯାଏ । ସେଥିପାଇଁ ସମାନ ରକ୍ତ ଗ୍ରୁପର ବିବାହ କରଣୀୟ ନୁହେଁ ।
ସେମିତି ତିନି ଗଣକଙ୍କର ବିଚାରକୁ ବିବାହରେ ନିଆଯାଏ । ଯଥା :- ଦେବ ଗଣ, ନର ଗଣ ଏବଂ ରକ୍ଷାସ ଗଣ । ସମାନ ଗଣରେ ବିବାହ ଗ୍ରହଣୀୟ ବା ଅନ୍ୟ ଅର୍ଥରେ ଭଲ।
ଜାତକ ବିଚାରରେ ନାଗ ନାଡି ଦୋଷ ରହିଲେ ଉଭୟଙ୍କୁ ପ୍ରାୟଶ୍ଚିତ କରିବାକୁ ପଡେ । ଜାତକ ବିଚାରରେ ମଣିଷ ଶରୀରରେ ୩୬ଟି ଗୁଣ ମିଶିଲେ ପରସ୍ପର ବୈବାହିକ ଜୀବନ ଖୁସିରେ କଟି ଥାଏ । ସେଥି ମଧ୍ୟରୁ ୨୪ରୁ ୩୨ ଗୁଣ ମିଶିଲେ ମଧ୍ୟମ ଫଳ ଦେଇଥାଏ ବିବାହ ଜୀବନରେ ।
ଏ ସବୁର ଜାତକ ବିଚାର କରିବା ସହ, ଉଭୟଙ୍କର ବୈବାହିକ ଜୀବନର ସମସ୍ତ ରିଷ୍ଟ ଖଣ୍ଡନର ବ୍ୟବସ୍ଥା କରାଯାଇଥାଏ ।
ଏବେ ଆପଣ ମାନେ ଆନୁମତି ଦେଲେ ମୁଁ ନାମ ରାଶି ଏବଂ ଜାତକ ସୁଝେଇ ବି ।
ପଣ୍ଡିତ ପୁଅ " ତୁମେ ଠିକ କହିଛ । କିନ୍ତୁ ବିବାହ ପାଇଁ ଜାତକ ବିଚାର ସହ ଅନ୍ୟ କିଛି ଘରେଇ କର୍ମର ମଧ୍ୟ ବ୍ୟବସ୍ଥା ରହିଛି । ଯାହା ଏ ବିବାହ କ୍ରିୟା ସହ ଜଡିତ ଅଙ୍ଗା ଅଙ୍ଗୀ ଭାବେ । ମାଆ ପାଖରେ ବସି କହୁଥିଲେ ।
ବିବାହ କର୍ମରେ ଗୃହ ସୂତ୍ର ମତେ ବର କନ୍ୟା ଙ୍କର କର୍ତ୍ତବ୍ୟ ତେରଗୋଟି ଭିନ୍ନ ଭିନ୍ନ ଅନୁଷ୍ଠାନର ବିବରଣୀ ମିଳେ ; ଯଥା" :- ପାଣିଗ୍ରହଣ, ବିବାହ ହୋମ, ଲାଜ ହୋମ, ଅସ୍ମାରୋହଣ, ସପ୍ତପଦୀ, ଧୃଵ ଦର୍ଶନ, ଯାନାରୋହଣ, ବିବାହଗ୍ନିକୁ ସାଙ୍ଗରେ ନେଇ ଗମନ, ଗୃହ ପ୍ରବେଶ, ଚତୁର୍ଥୀ କର୍ମ, ଗୃହାଗ୍ନିପରିଚରଣ, ପକ୍ଷାଦିରେ ସ୍ଥାଳିପକ, ଗର୍ଭାଧାନ ଇତ୍ୟାଦି ।
ସେମିତି ବିବାହର ବର ଏବଂ କନ୍ୟାଙ୍କୁ ଦେବା ଦେବୀ ଭାବେ ଆଖ୍ୟା ଦିଆଯାଏ । ବିବାହର ପୂର୍ଵ ପ୍ରସ୍ତୁତି ଅନୁଯାୟୀ ବାଡୁଅ ପାଣିରେ ଦୁହିଁଙ୍କୁ ସ୍ନାନ କରାଯାଏ । ଯାହାର ମହତ୍ତ୍ୱ ହେଉଛି, ହଳଦୀ ଲୋପନ ଦ୍ୱାରା ଦୁହିଁଙ୍କୁ, ମାନସିକ ଏବଂ ଶାରୀରିକ ଭାବରେ ବିବାହ ପାଇଁ ପ୍ରସ୍ତୁତ ହେବାକୁ ଜଣାଇ ଦିଆ ଯାଏ ।
---- ଆରେ ପ୍ରିୟ କହି ପାରିବୁ ମତେ ବର ସହ କାହିଁକି ମାର୍କୋଣ୍ଡି ଯାଏ ????
--------ମୁଣ୍ଡ ହଲେଇ ମନା କଲି ।
--------ମୁଁ ଜାଣିଛି ପରା, ବାହାଘର କରିବାକୁ ତୁମେ ସବୁ ପ୍ରସ୍ତୁତ କିନ୍ତୁ ନୀତି ନିୟମ କିଛି ଜାଣିନ । ଶୁଣ କହୁଛି ।
ବିବାହରେ ବରକୁ ଦେବତା ଗଣରେ ବିବେଚନା କରାଯାଏ । ଯାହାର ଅର୍ଥ ବେଦୀରେ ସମସ୍ତ ଦେଵତାମାନଙ୍କୁ ମନ୍ତ୍ର ମାଧ୍ୟମରେ ହୋମର ଅଗ୍ନିକୁ ନିମନ୍ତ୍ରଣ କରାଯାଏ । ସେମାନଙ୍କ ମଧ୍ୟରେ ଇନ୍ଦ୍ର ବି ଅନ୍ୟତମ । ଇନ୍ଦ୍ର ସବୁ ବେଳେ ଡରନ୍ତି ନିଜର ଗାଦୀ ଆଉ ପଦବୀ ପାଇଁ । ଯଦି କିଏ ଦେବତା ଗଣରେ ପୂଜା ପାଏ ଏବଂ କାଳେ ସବୁ ଦେବତା ତାକୁ ଇନ୍ଦ୍ର ପଦ ଦେବା ପାଇଁ ନିଷ୍ପତ୍ତି ନେବେ, ତେବେ ଇନ୍ଦ୍ର ତାଙ୍କର ଇନ୍ଦ୍ର ପଦବୀ ହରେଇ ଦେବେ । ସେ (ଇନ୍ଦ୍ର)ବର ଯେତେବେଳେ ରୋଷଣୀ କରି ଆସୁଥାଏ, ବରର ଅନିଷ୍ଟ କରେଇବାକୁ ଚେଷ୍ଟା କରିଥାନ୍ତି, ସେଥିରୁ ରକ୍ଷା ପାଇବା ପାଇଁ, ମାର୍କୋଣ୍ଡି ବେଶରେ ଛୋଟ ନିଷ୍ପାପ ବାଳକକୁ ସଜାଇ ବର ସହ ପଠା ଯାଏ । ଇନ୍ଦ୍ର କିଛି ଅନିଷ୍ଟ କରିବା ଆଗରୁ ମାର୍କୋଣ୍ଡିକୁ ଦେଖିଲେ, ମନରେ ଆଉ ତାଙ୍କର ରାଗ କି ଅଭିମାନ ରହେ ନାହିଁ । ନିଷ୍ପାପ ଶିଶୁର ହତ୍ୟା କରିବାକୁ ଅଭିଶାପ କୁହାଯାଏ । ଆଉ ବର; ବରଯାତ୍ରୀଙ୍କ ମେଳରେ ରୋଷଣୀ କରି ଖୁସିରେ ଯାତ୍ରା କରେ ।
ଏବେ ବୁଝିଲୁ ତ' ????
-------ହଁ ବୋଉ ।
------- ଆଲୋ ମା"( ସମୁଦୁଣୀକୁ ଲକ୍ଷ୍ୟ କରି ମାଆ କହୁଥିଲେ ) ଝିଅକୁ ତୋର କାନ୍ଦଣା କିଛି ଶିଖେଇଛୁ ନା ନାହିଁ । ଆଜି କାଲିର ପିଲା ଫୁଟୁ ଉଠେଇବା ବାହାନାରେ ଆଉ କି ସେମାନେ କାନ୍ଦୁଛନ୍ତି । ଘରୁ ବିଦା ହୋଇ ଆସିଲା ବେଳେ, ଝିଅ କାନ୍ଦଣା ମାଧ୍ୟମରେ ଜୁଆଇଁ ପୁଅକୁ ତାର ଆତ୍ମୀୟ ଙ୍କର ପରିଚୟ ଆଉ ସେମାନଙ୍କ ସହ କେତେ ନିବିଡ଼ତା ତା'ହା ଜଣାଏ । ପରମ୍ପରାର ମହତ୍ତ୍ୱ ଆଜି ବି ସମାଜରେ ରହିବା ଦରକାର । ନ ହେଲେ ଆଧୁନିକତାରେ ଵଶ ହୋଇ ସେମାନେ ବି ସଂସ୍କାରକୁ ଭୁଲି ଯିବେ ଦିନେ ।
ମୋ କଥା ତୁମ ମାନଙ୍କୁ ହୁଏତ ଖରାପ ଲାଗୁଥାଏ । କିନ୍ତୁ ଏହା ସତ ଯେ, ସାମାଜିକ ଚଳଣିରେ ଆମର ପରମ୍ପରାକୁ ବିଲୋପ କରିବା ଠିକ ନୁହେଁ ।
-------ନାଇଁ ମାଆ ଆମେ କେହି ବି ଖରାପ ଆପଣଙ୍କର କଥାକୁ ଭାବିନୁ । ମୁଁ ବି ଚାହେଁ ମୋ ଝିଅର ବାହାଘର ସମ୍ପୂର୍ଣ୍ଣ ରୀତି ନୀତିରେ ସମ୍ପର୍ଣ୍ଣ ହେଉ । ନା କଣ କହୁଛନ୍ତି ସମୁଦି ।
---------ହଁ" ଆପଣ ଙ୍କର କଥାରେ ମୁଁ ବି ସହ ମତ ।
--------ପଣ୍ଡିତେ ଜାତକ ଗଣନା ସରିଲା !!! ଏବେ ଆମକୁ କିଛି ଜଣେଇବେ ।
--------- ସବୁ ଠିକ । ପୁତ୍ର ଏବଂ ଝିଅର ରାଶି ମେଳକ ସୁଝୁଛି । ବିବାହ କରଣୀୟ । ପୁତ୍ର ଦେବ ଗଣ ଏବଂ ଝିଅର ନର ଗଣ।
ବିବାହରେ କୌଣସି ବାଧା ଉପୁଜିବ ନାହିଁ । ମାହେନ୍ଦ୍ର ବେଳା ହେଉଛି ମେଇ ମାସ ଅଠର ତାରିଖ । ବିବାହ ପାଇଁ ରାତ୍ରି ଦଶ ଘଟିକା ବାଇସ ମିନିଟ ପ୍ରକୃଷ୍ଟ ସମୟ।
--------- ଏତେ ଶୀଘ୍ର ବାହାଘର ପ୍ରସ୍ତୁତି ସାରିବା ସହଜ ହେବ ନାହିଁ । ନା କଣ କହୁଛନ୍ତି ସମୁଦି ।
--------ଆମେ ପୂର୍ବରୁ ଝିଅ ବାହା ପାଇଁ ପ୍ରସ୍ତୁତ ଅଛୁ । କିଛି ଆସୁବିଧା ନାହିଁ । ଆପଣ କଣ କହୁଛନ୍ତି ।
-------- ଆପଣ ଯଦି ଝିଅ ଘର ହୋଇ ରାଜି ତେବେ ଆମର କିଛି ଅସୁବିଧା ନାହିଁ ।
---- ତା ହେଲେ ନିର୍ବନ୍ଧ ତାରିଖ ଟା କେବେ କୁହନ୍ତୁ ପଣ୍ଡିତେ ??
---ଆସନ୍ତା ଶନିବାର ଦିନ ଆୟୋଜନ କରିଦେଲେ ଭଲ ହେବ । ପଣ୍ଡିତେ କହିଲେ ।
ହଉ ଠିକ ଅଛି । ଦୁହେଁ ସମୁଦି ଡକା ଡକି ହୋଇ ଆଲିଙ୍ଗନ ହେଲେ । ଶୁଭ ସାହାନୟୀ ଆଉ ବାଜିବାକୁ ବା ବିଳମ୍ବ କାହିଁକି କରିବା । ନିହାରୀକା ଖୁସିରେ ରୋଷେଇ ଘରୁ ଦୌଡି ଯାଇ ରସଗଲା ମିଠା ଆଣି ସମସ୍ତଙ୍କୁ ଖୁଆଇ ଦେଲେ ।
ହସ ଉଲ୍ଲାସର ଆସର ଭିତରେ ରାମ ଏବଂ ଅନୁସୟା ଦୁହେଁ କଥା ହୋଇ ତଳକୁ ଆସିଲେ । ରାମ ଟିକେ ଚିନ୍ତିତ ଜଣା ପଡୁଥାଏ ।
ଆରେ ତୁମ ଦୁହିଁଙ୍କର ମତାମତ କଣ ଜଣେଇବ ନା" ନାହିଁ ? ମୁଁ ଇଛୁକର ସହ ପଚାରିଲି ।
------- ସରି ବାପା । ମୋର ଆପଣଙ୍କର ସହ ଟିକେ ବ୍ୟକ୍ତିଗତ କଥା ଅଛି । ମାମା ତୁମେ ବି ଆସିଲେ ଚଳିବ !!
ରାମ ଠାରୁ ଏମିତି ପ୍ରଶ୍ନ ବାଚି ଉତ୍ତର ମତେ ଅତିଷ୍ଠ କରି ଦେଉଥାଏ । ହୃଦୟ ଭିତରେ କମ୍ପନ ହେଲା ପରି ଲାଗିଲା । କଣ ହୋଇଛି ରାମର । ଅନୁସୟାକୁ କଣ ସେ ପସନ୍ଦ କରୁ ନି ???? ମୋ ମନ ଭିତରେ ଆଜି ଅନେକ ପ୍ରଶ୍ନ !!! କଣ ଚାଲିଛି ତା ମନରେ । କିଛି ମତେ ବୁଝା ପଡୁ ନ ଥିଲା । ସମୁଦି ସମୁଦୁଣୀକୁ ବସିବାକୁ କହି ଦୁହେଁ ରାମ ପଛେ ପଛେ ଘର ଭିତରକୁ ଚାଲିଗଲୁ । ମାଆ ବି ବିସ୍ମୟ ଥିଲେ !!!, ଏବେ ଆଉ ଥରେ କଣ ହେଲା ଜାଣିବା ପାଇଁ ।
ଆଉ ତା ପରେ ...........
କ୍ରମଶଃ ........
