ସୁନା ବୋହୂ********ଭାଗ-୩୦
ସୁନା ବୋହୂ********ଭାଗ-୩୦
【ଭାଗ-୩୦】
【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ନିଜର ଭୁଲ ବୁଝି ପାରି ଆଜି ଅନୁତପ୍ତ ହୋଇ ଜେଜେମାଆଙ୍କର ଗୋଡ଼ ତଳେ ପଡି ନେହୁରା ହେବାରୁ, ଜେଜେମାଆ ସର୍ତ୍ତ ମୂଳକ ଭାବରେ ଘରେ ରହିବାର ଅନୁମତି ଦେଇଛନ୍ତି। .... ଆଉ ଏବେ ଆଗକୁ】
---ମାଆ " ଆପଣ ଏ କଣ କରିଦେଲେ । ବର୍ଷ ଗୋଟାଏ ହୋଇନି, ନୂଆଁ ବୋହୂଟାକୁ ଏ ଘରର ଚାକରାଣୀ ବନେଇ ଦେଲେ । ମତେ ଜମାରୁ ଠିକ ଲାଗୁନି । ଅନୁ ଶିକ୍ଷିତ, କାଲି ସକାଳେ ଯଦି ବଧୂ ନିର୍ଯ୍ୟାତନାର ଅଭିଯୋଗ ଆମ ନାଆଁରେ ପୋଲିସ ଷ୍ଟେସନରେ ଯାଇ କରେ ! ଆମେ ନିଜକୁ କ୍ଷମା କରି ପାରିବା ତ ?
---- ଦେଖ ପ୍ରିୟ, ମୁଁ ଜାଣେ ସେ ସବୁ । ଯିଏ ନିଜର ସମସ୍ତ ଭୁଲକୁ ବୁଝି ଥରୁ ଟିଏ ନିଜର ଦୋଷ ହୃଦୟରୁ ସ୍ୱୀକାର କରେ । ଶାସ୍ତ୍ର ଅନୁସାରେ ତାଙ୍କୁ କ୍ଷମା କରିବା ଉଚିତ । କିନ୍ତୁ ମୁଁ ଚାହେଁନା ଆଜି କାଲିର ସମାଜରେ କ୍ଷମା ପରେ ଯେମିତି କା ଆଉ ଥରେ ଛଳନା ଦେଖିବାକୁ ମିଳୁଛି ! ସେମିତି କିଛି ଆଗକୁ ଆମ ଘରେ ହେବନି ବୋଲି ତୁ ଯଦି କଥା ମତେ ଦେଇ ଦେବୁ ତେବେ ମୁଁ ଅନୁକୁ ଆଜାଦ କରି ଦେବି ।
ବୁଝିଲୁ ପ୍ରିୟ ;
"ସଭିଏଁ ଦେଖନ୍ତି ଉପର ଛାପ
କେହି ନ ଦେଖନ୍ତି ଭିତର ପାପ"
:-ଉପର ଠାଉରିଆ ଭାବେ କଳନା କରିବା ସଦାସର୍ବଦା ଠିକ ହୋଇନଥାଏ
କିନ୍ତୁ ଗୋଟେ କଥା ଶୁଣ ପ୍ରିୟ, ଆଜି ଯାହା ବି ମୁଁ କରୁଛି ସବୁ ତୁମ ମାନଙ୍କର ଭଲ ପାଇଁ।
----ହେଲେ ବୋଉ, ଆମେ ଠିକ କରିବା ଭିତରେ ଯଦି କିଛି ଅଘଟଣ ଘଟିଯିବ । ରାମକୁ କି ଜବାବ ଦେବା ? ସେ ବିଚରା ଆମ ମାନଙ୍କର ମୁହଁକୁ ଚାହିଁ, କାହାକୁ କିଛି ବି କହି ପାରୁନି।
ସେ ଅନୁକୁ ଭଲ ପାଇ ବିବାହ କରିଛି । ଆଉ ତା, ସ୍ତ୍ରୀ ଯଦି ଘରେ ଚାକରାଣୀର ସମ୍ମାନ ପାଏ, ତେବେ ତା ମନକୁ ବି ତ ଆଘାତ ହେବ ।
---ବେଳେ ବେଳେ କିଛି ପାଇବା ପାଇଁ ହେଲେ, ଏମିତି ଛୋଟ ଛୋଟ ଦୁଃଖକୁ ସହି ଯିବା ବହୁତ ଭଲ ହୋଇଥାଏ । ତା" ଛଡା ରାମ ପାଇଁ ଆମେ ବାହାରର ଲୋକ ନୁହେଁ । ସେଥିପାଇଁ ମୋ ମନ କହୁଛି, ସେ ନିଶ୍ଚତ ସବୁ ବୁଝି ପାରୁଥିବ ।
----ଯାହା ହେଲେ ବି ଆମକୁ ଅନୁର ଯତ୍ନ ନେବାକୁ ହେବ । ସମୁଦି ଗଲା ବେଳେ ଅନୁ ମାଆ ହେବାକୁ ଯାଉଛି, କହିକି ଯାଇଛନ୍ତି ।
-----ହଁ, ମୁଁ ବି ଜାଣେ । ଦିନ କେତେ ଟା ଅପେକ୍ଷା କର । ଦେଖିବା ପକୃତରେ ଯଦି ଅନୁ ନିଜକୁ ସୁଧାରି ନେଇଛି ତେବେ କୌଣସି ଏକ ଭଲ ଦିନ ଦେଖି, ଘରେ ଟିକେ ପୂଜା ପାଠ ସହ ମାଙ୍ଗଳିକ କାର୍ଯ୍ୟ କିଛି କରି ଦେବା ।
ଅନୁ ପାଇଁ ତୁ କି ଆଉ କେହି ଆଦୌ ଚିନ୍ତା କରନି । ଈଶ୍ୱରୀକୁ ତାର ଦାୟିତ୍ୱ ଦେଇଛି । ସେ ତାକୁ ଗୋଡେ ଗୋଡେ ଜଗିଛି ।
---- ମୁଁ ଆଉ କଣ କହିବି ବୋଉ, ବାକି ଯାହା ତୁମର ଇଚ୍ଛା !
------ ଜମାରୁ ବ୍ୟସ୍ତ ହୁଅ ନାହିଁ, ଯେ ପର୍ଯ୍ୟନ୍ତ ମୁଁ ଅଛି ।
********************
ନିଜ ଜୀବନର ସବୁ କିଛି ଆଜି ଅସଜଡ଼ା କରି ସରିଲା ପରେ,ସୁଧାରିବା ପାଇଁ ଅନେକ କଷ୍ଟ ତ କରିବାକୁ ପଡିବ । ସକାଳୁ ରାତି ଯାଏ ଜେଜେମାଆଙ୍କର ବରାଦର ସବୁ କିଛି ଭଲ ଭାବରେ କରିବାକୁ ଅପ୍ରାଣ ଉଦ୍ୟମ କରିବାକୁ ପଡିବ। ତା' ନ ହେଲେ ଜେଜେମାଆ ରାଗିକି ଯଦି ଘରୁ କାଢି ଦେବେ ! ସେ ଯାହା ବି ହେଉ, ଜେଜେମାଆଙ୍କୁ ଖୁସି କରେଇବାକୁ ପଡିବ । ତା" ଭିତରେ ଚାକିରୀ ଜୀବନ । ସତରେ ଜଣେ ଗୃହିଣୀ ତା" ଜୀବନରେ କେତେ ତ୍ୟାଗ କରି ଥାଏ । ସେଥିପାଇଁ ନାରୀକୁ କୁହାଯାଏ ଅସୀମ ଧୈର୍ଯ୍ୟର ଅଧିକାରୀ ।
ରାତି ଆସି ବାର ଟା ବାଜିବ । ଗ୍ୟାରେଜ ଘର ଭିତରେ ଫୋଲ୍ଡିଂ ଖଟ ଉପରେ ଶୋଇ ନିଦ ଆସୁ ନାହିଁ । ପେଟରେ ହାତ ମାରି, ପିଲାର ଉପସ୍ଥିତିକୁ ଅନୁଭବ କରୁଥାଏ ।
ଆଜି ଯଦି ସବୁ କିଛି ଠିକ ରହିଥାନ୍ତା ଘରେ, ହୁଏତ ତୋ ଆସିବା ଖୁସିରେ ଏ ଘର ଆଜି ନାଚି ଉଠି ଥାନ୍ତା । କିନ୍ତୁ ତୋ ଆସିବାକୁ କାହାକୁ କେମିତି କହିବି, କେହି ବି ତୋ ମାଆ କଥାକୁ ବିଶ୍ୱାସ କରିବେ ବା କେମିତି ।
ଆଗରୁ ଯେଉଁ ମିଛର ଆଶ୍ରୟ ମୁଁ ନେଇଥିଲି, ଆଜି ତାର କୁ- ପରିଣାମ ଭୋଗୁଛି ।
ଜନ୍ମ ହେଲା ପରେ ବାବୁ, ତୁ ତ ମତେ ଠିକ ବୁଝିବୁ ନା ।
ଘରେ ବାପା ବୋଉଙ୍କ ସହ ରାମଙ୍କର ବି ମନ ଦୁଃଖ ମୁଁ କରିଛି। ଅନୁତପ୍ତର ଲୁହର ଅଗ୍ନିରେ ଆଜି ନିତି ମୁଁ ଭିତରେ ଭିତରେ ଜଳି ଯାଉଛି । କିନ୍ତୁ ସବୁ ପରେ ମନରେ ଆଶା, ଦିନେ ସବୁକିଛି ଠିକ ହୋଇଯିବ । ଆଉ ତୋ ଉପସ୍ଥିତିରେ ଏ ଘର ହସି ଉଠିବ ।
ଏମିତି ଭବନା ଭିତରେ ଗ୍ୟାରେଜ ବାହାରେ ଠକ ଠକ ଶବ୍ଦ ଶୁଣି, ଏତେ ରାତିରେ କିଏ ଡାକୁଛି ଭାବି କବାଟ ଖୋଲି ଦେଖିଲି ;-
---- ତୁମେ ଏ ଯାଏଁ ଶୋଇ ନାହଁ ଅନୁ ! ତୁମ ଦେହ ଭଲ ଅଛି ତ?
---- ହଁ, ଭଲ ଅଛି, ଏବେ ଏବେ ନିଦ ଟିକେ ଲାଗି ଆସୁଥିଲା ।
----- ତୁମ ଆଖିର ଭାଷା କିନ୍ତୁ ଆଉ କିଛି କହୁଛି ! କଣ ହୋଇଛି କିଛି କହିବ ନାହିଁ ମତେ ?
-------ବିଶ୍ୱାସ କର, କିଛି ହୋଇ ନାହିଁ । ତୁମକୁ ଏଠି ଦେଖିଲେ,ଜେଜେମାଆ ସବୁ ଦିନ ପାଇଁ ମତେ ଏ ଘରୁ କାଢି ଦେବେ ।ପ୍ଲିଜ ତୁମେ ଏଠୁ ଚାଲିଯାଅ । ମତେ ମୋ ପୋଡ଼ା ଭାଗ୍ୟ ସହ ବଞ୍ଚିବାକୁ ଛାଡି ଦିଅ ।
----- ତୁମେ କଣ ଭାବୁଛ, ତୁମକୁ ଏମିତି ଦେଖିଲେ ମୁଁ ବହୁତ ଖୁସିରେ ଅଛି । କାଲି ମୁଁ ଜେଜେମାଆଙ୍କୁ ବୁଝେଇ, ତୁମକୁ ଏ ନର୍କ ଯନ୍ତ୍ରଣାରୁ ମୁକ୍ତ କରିଦେବି ।ଆଉ ମୁଁ ଜାଣେ, ମୋ ମନଦୁଃଖ ହେବାର ଦେଖିଲେ,ଜେଜେମାଆ ତୁମକୁ ସମ୍ମାନର ସହ ଘରକୁ ଫେରେଇ ଆଣିବେ ।
------ ଫେରିଯିବି କେମିତି ରାମ ! କେଉଁ ଅଧିକାର ନେଇ କୁହ ।ଡିଭୋରର୍ସ ଏବେ ବି କୋର୍ଟର କେସ ଫାଇଲରେ ଅଛି ।
ଯେ ପର୍ଯ୍ୟନ୍ତ ଜେଜେମାଆ ମାନି ନେଇ ନାହାନ୍ତି ମୁଁ ବଦଳି ଯାଇଛି । ସେ ଯାଏଁ ମୁଁ ଏଇଠି ଏମିତି ରହିବି ପଛେ, ତୁମ ପାଖକୁ ଯାଇ ପାରିବି ନାହିଁ ।
ଲଙ୍କାରୁ ଯେତେବେଳେ ପ୍ରଭୁ ରାମ ଚନ୍ଦ୍ରଙ୍କ ସହ ମାଆ ସୀତା ଅଯୋଧ୍ୟା ଫେରି ଥିଲେ, ଲୋକଙ୍କର ସନ୍ଦେହକୁ ଦୂରୀଭୂତ କରିବା ପାଇଁ ମାଆ ସୀତା ଅଗ୍ନି ପରୀକ୍ଷା ଦେଇଥିଲେ।କୁହ ବିନା କୌଣସି ପାପ ନ କରି ଯଦି ସୀତା ମାଆ ଅଗ୍ନି ପରୀକ୍ଷା ଦେଇ ପାରିଥିଲେ, ନିଜର ସ୍ୱାମୀ ଆଉ ପରିବାର ମାନ ରଖିବାକୁ ଯାଇ ।
ଆଜି ମୁଁ ତ ବହୁତ ବେଶି ଅନ୍ୟାୟ ସମସ୍ତଙ୍କର ସହିତ କରିଛି । ମୋର ପଦ ଟିଏ କ୍ଷମାରେ ଜେଜେମାଆ କେମିତି ବିଶ୍ୱାସ କରିବେ ଯେ, ମୁଁ ବଦଳି ଯାଇଛି । ମୋ ମିଛର ମାତ୍ରା ଆଜି ହୃଦୟରୁ ବାହାରୁଥିବା ସତ ଉପରେ ଅନେକ ଭାରି ପଡିଛି।
ଆଉ ମୁଁ ବି ପ୍ରସ୍ତୁତ ଅଛି । ଜୀବନକୁ ସୁଧାରିବା ପାଇଁ । ଆଉ ଥରେ ସମସ୍ତଙ୍କର ବିଶ୍ୱାସ ଜିତିବା ପାଇଁ ।
ମତେ ମୋ ମାର୍ଗରେ ଛାଡି ଦିଅ ରାମ ।
ମୋ ପାପର ପ୍ରାୟଶ୍ଚିତ ଏତେ ଶୀଘ୍ର ହେବ ନାହିଁ । ସେଥିପାଇଁ ମୁଁ ସମୟକୁ ଅପେକ୍ଷା କରିଛି ।
ପ୍ଲିଜ ରାମ ଏଠୁ ଚାଲି ଯାଅ । ଆଉ କେହି ଦେଖି କିଛି ଘଟିବା ଆଗରୁ, ମୋ ଭାଗ୍ୟ ସହ ମତେ ଛାଡି ଦିଅ । ଯଦି ପାର ଅନୁକୁ କ୍ଷମା କରି ଦେବ ।
----- ଏ କଣ କହୁଛ ଅନୁ । ଏତେ ବି ନିଷ୍ଠୁର ମୁଁ ନୁହେଁ ।
କ୍ଷମାର ଆବଶ୍ୟକ ତା ନାହିଁ।
----- ରାତି ବେଶି ହେଲାଣି, କାଲି ଅଫିସ ଅଛି । ମତେ ନିଦ ଆସିଲାଣି । ତୁମେ ଏବେ ଆସି ପାର ।
----- ଓକେ, ଶୁଭ ରାତ୍ରି ।
-----ହଁ,ଶୁଭ ରାତ୍ରି !!!
ଛାତିକୁ ପଥର କରି ରାମଙ୍କୁ କହିଦେଇ ଯାଉଥିଲି ସିନା କିନ୍ତୁ ତାଙ୍କର ଅନୁପସ୍ଥିତି ଆଜି ଆଉ ସହି ପାରୁ ନ ଥିଲି ।
ଯେଉଁ ଯୁଦ୍ଧ ପାଇଁ ଆଜି ଆଗେଇ ଆସିଛି । ସତରେ ମୁଁ ଜିତି ପାରିବି ତ ?
ବହୁତ କିଛି କହିବା ପାଇଁ ଥିଲା ରାମଙ୍କୁ କିନ୍ତୁ କହି ପାରିଲି ନାହିଁ ।
କ୍ରମଶଃ..........
