ସୁନା ବୋହୂ-ଭାଗ-୩
ସୁନା ବୋହୂ-ଭାଗ-୩
【ଭାଗ -୩】
【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ପ୍ରିୟବ୍ରତ ବାବୁ ପୁତ୍ର ବଧୂ ଚୟନ କରିବାକୁ ଯିବା ପୂର୍ବରୁ ପଣ୍ଡିତଙ୍କ ପାଖରେ ପୁଅର ଜାତକ ଦେଖାଇବା ସହ, ପୁଅର ବିବାହ ଲଗ୍ନ ତଥା ବୈବାହିକ ଜୀବନରେଥିବା ଦୋଷ ତ୍ରୁଟି ଜାଣିବା ସହ, ପଣ୍ଡିତଙ୍କ ଠାରୁ ନାରୀଙ୍କର ଗୁଣ ଏବଂ ପ୍ରକାର ଭେଦ ଜାଣିବାକୁ ପାଇଥିଲେ, ଶେଷରେ ଯେଉଁ ଝିଅ ଦେଖିଥିଲେ, ସେ ପସନ୍ଦ ଆସି ନ ଥିଲା ଏବଂ ପୁଅ ମୋବାଇଲରେ ସେଭ ହୋଇ ରହିଥିବା ନାଆଁ ଆଲକହଲକୁ ବୁଝିବାକୁ ଚେଷ୍ଟା କରିଛନ୍ତି ....
ଆଉ ତା ପରେ ??????? 】
ରାମର ମୋବାଇଲରେ ସେଭ ହୋଇ ରହିଥିବା ନାଆଁ "ଆଲକହଲ" ପାଇଁ ସେ ଥିଲେ ଚିନ୍ତିତ । ପୁଅର ମନରେ ଆଉ କିଛି ନାହିଁ ତ ??? ସେ କଣ କିଛି ମୋ ପାଖରେ ଗୋପନ ରଖିବାକୁ ଚେଷ୍ଟା କରୁଛି!!! ।
ରାତ୍ରି ଭୋଜନ ସାରି ଖଟ ଉପରେ କଡ଼ ଲେଉଟାଉଥିବା ସମୟରେ ଧର୍ମ ପତ୍ନୀ ପ୍ରଵେଶ କଲେ ରୁମକୁ ....
---କଣ ଆଜି ଆଖିକୁ ନିଦ ନାହିଁ ?? କିଛି ଚିନ୍ତିତ ଥିଲା ପରି ଲାଗୁଛ । କଣ ହୋଇଛି କହିବନି????
---ସେମିତି କିଛି ନାହିଁ, ନିଦ ଲାଗୁନି ଯାହା ।
---କିଛି ତ ଗୋଟେ ତୁମ ମନରେ ଚାଲିଛି । ତୁମେ କଣ ନ କହିଲେ ମୁଁ ଜାଣି ପାରିବିନି ଭାବୁଛ ।
---ବୁଝିଲ, ତୁମର ସନ୍ଦେହ କରିବାର ଗୁଣଟା ଯିବନି । କେବେ ବି ତୁମ ନାରୀ ଜାତି ପୁରୁଷକୁ ବିଶ୍ୱାସ କରିଛ ନା କରିବ । ହଜାରେ ସନ୍ଦେହି ଆଖି ତୁମର ।
---- ଏତେ ଆଉ ନିଜକୁ ଭଲ ବୋଲି ଭଲେଇ ହୁଅନି । ତୁମ ପୁରୁଷ ଜାତିରକି ଗୁଣ ଗାଇବି କୁହ, ସେ ତ ଖଜୁରୀ ଗଛ ପରି ମୂଳରୁ ପାହାଚ, ପାହାଚ । ତ୍ରେତୟା ଯୁଗରେ ପ୍ରତିବ୍ରତା ସତୀ ସୀତାଙ୍କୁ ଜନସାଧାରଣଙ୍କର ସମ୍ମୁଖରେ ସ୍ୱୟଂ ରାମଚନ୍ଦ୍ର ସତୀତ୍ୱର ପରୀକ୍ଷା କରିବାକୁ କହିଥିଲେ । ଯେଉଁଠି ଭଗବାନ ହୋଇ ବି ସେ ମା" ସୀତାଙ୍କୁ ଜାଣିକି ପବିତ୍ର ବୋଲି ଅଗ୍ନପରୀକ୍ଷା କରେଇ ପାରିଲେ, ସେଠି ତୁମ ପୁରୁଷ ସମାଜ ଆଜି ବି ଏହି ଅନ୍ଧତ୍ୱ ପ୍ରଥାକୁ ଶିକ୍ଷା ଭାବି ଆନେକ ନାରୀଙ୍କର ଉପରେ ଅନ୍ୟାୟ ଆତ୍ୟାଚାର କରି ଚାଲିଛି । ଆଉ ଆଜିର ନାରୀ ସମାଜରେ ସେ କଷଣକୁ ଛାତିରେ ଜାବୁଡି ସହି ଚାଲୁଛନ୍ତି ।
---ଆଗୋ "ପ୍ରାଣ ପ୍ରିୟେ" ! ଶାନ୍ତ କର ତୁମର ଉଗ୍ର ରୂପ କାହିଁକି ଏତେ ନାକ ଟେକି ମୁହଁ ଫେରେଇ କହୁଛ । କେଉଁ ଉପାଖ୍ୟାନରୁ ବର୍ଣ୍ଣନା କରିବି କୁହ ତୁମ ଗୁଣ ସବୁକୁ ???
ମୟୂରୀ ଆଉ ମୟୁରର ମିଳନ କେବେ ହୁଏକି ? ତା ହେଲେ ମୟୂରୀ କେମିତି ମା" ହୁଏ ! ସେ ନାରୀ ହେଇ ବି ନିଜକୁ ସନ୍ଦେହ କରେ । ତା ମନକୁ ବି ପାପ ଛୁଏଁ । ମୟୁରର ରେତକୁ ଖାଦ୍ୟ ଭାବରେ ଗ୍ରହଣ କଲା ପରେ ମୟୂରୀ ମାତୃତ୍ୱ ଲାଭ କରେ । ପିଲା ଜନ୍ମ ହେଲା ପରେ, ଏ ପିଲା ଯେ ମୋ ପେଟରେ କେମିତି ବଢ଼ିଲା ଆଉ ମୁଁ ଜନନୀ କେମିତି ହେଲି । ଏ ପାପର ସନ୍ତକ ଯିଏ ମୋ ପେଟରେ ବଢୁଛି କଣ ମୋର ?? ଏହାର ବାପ କିଏ । ଏମିତି ନିଜକୁ ପ୍ରଶ୍ନ କରୁଥିବା ମୟୂରୀ ଯେତେବେଳେ ପିଲା ଜନ୍ମ କରେ, ପିଲା ବଡ଼ ହେଲା ପରେ ନିଜର ସନ୍ତାନକି ନାହିଁ ଜାଣିବା ପାଇଁ ତାର ପରୀକ୍ଷା କରେ । ଗୋଟେ ବିଷ ଧର ସର୍ପ ସମ୍ମୁଖରେ ପିଲା ଟିକୁ ଛାଡି ଦେଇ ନିଜର ପିଲାକି ନୁହେଁ ତାର ପରୀକ୍ଷା ନିଏ । ସନ୍ଦେହର ସବୁ ସୀମାକୁ ଡେଇଁ ଯାଇ ନିଜର ସନ୍ତାନର ପରିଚୟ ଜାଣିବା ପାଇଁ ସନ୍ଦେହ କରି କଣ ବିପଦ ମୁଖକୁ ଠେଲି ଦେବା, ଜଣେ ନାରୀ ତଥା ମାତୃତ୍ୱର ପ୍ରମାଣ ଦିଏ । କୁହ!!! ମୟୁରର ସ୍ଵଭାଵ ହେଲା ସର୍ପକୁ ଦେଖିଲେ ଆକ୍ରମଣ କରିବା, ଯଦି ସେ ଆକ୍ରମଣ କରେ, ତେବେ ସେ ପିଲା ତାର । ଆଉ ଯଦି ନ କରେ ତାକୁ ମୃତ୍ୟୁ ମୁଖକୁ ଛାଡି ଦେଇ ଚାଲିଯାଏ।
--- କଣ ଏତିକିରେ କିଛି ବୁଝିଲ ନା, ଆଉ କହିବି ???
----- ହୁଁ ......
----- ହଉ ଶୁଣ ଜଗତ ଜନନୀ ଶକ୍ତିର ପ୍ରାଣ କେନ୍ଦ୍ର ମା" ପାର୍ବତୀ, ଲକ୍ଷ୍ମୀ, ଆଉ ସରସ୍ୱତୀଙ୍କର କଥା ତୁମେ ଜାଣିଥିବ । ଯେଉଁ ରାମ ଚନ୍ଦ୍ରଙ୍କୁ ସତୀତ୍ୱ ପରୀକ୍ଷା କରାଇଥିବାରୁ ସମଗ୍ର ପୁରୁଷ ଜାତିକୁ ନିନ୍ଦିତ କରୁଛ, । ଏବେ ନାରୀଙ୍କର ସନ୍ଦେହ ନାରୀ ପ୍ରତି କେମିତି କଠୋର ତାର ଥାଏ, କହୁଛି ଶୁଣ :-
ବିଶ୍ୱ କଲ୍ୟାଣମୟୀ ମା" ମାନେ ଯେତେବେଳେ ନିଜକୁ ପରମ ସତୀ ବୋଲି ଭାବୁଥିଲେ ସଂସାର ମଧ୍ୟରେ,
ନାରଦ ମୁନୀଙ୍କର ଉତ୍ତରରେ ରାଗିକି ଜଣେ ନାରୀଙ୍କର ପବିତ୍ର ତାକୁ ଜାଣିବା ପାଇଁ ପରୀକ୍ଷା କରିବାକୁ ପଛେଇ ନଥିଲେ । ମହର୍ଷି ଅତ୍ରିଙ୍କର ଧର୍ମ ପତ୍ନୀ ସତୀ ଅନୁସୟାଙ୍କର କଥା ତୁମେ ଶୁଣିଥିବ ।
ପୃଥିବୀ ପୃଷ୍ଟରେ ଅବତରଣ କରି ବିଶ୍ୱମୟୀ କଲ୍ୟାଣକାରିଣୀ ଜଗତଜନନୀ ମା" ମାନେ ପତିବ୍ରତା ସତୀ ଅନୁସୟାଙ୍କର ସତିତ୍ୱର ପରୀକ୍ଷା କରିବାକୁ ଯାଇ, ଅତ୍ରି ଋଷିଙ୍କ ଉପରେ ଆକ୍ରମଣ କରି ପରାସ୍ତ ହୋଇ, ଶେଷରେ ସ୍ୱାମୀମାନଙ୍କ ପାଖରେ ଶରଣ ପଶି ସତିତ୍ୱ ହରଣ କରିବାର ଵଚନ ନେଇ, ଭଗବାନ ବ୍ରହ୍ମା, ଵିଷ୍ଣୁ, ମହେଶ୍ୱରଙ୍କର ସହାର ନେଇଥିଲେ ।
ସତୀତ୍ୱର ତେଜରେ ଶେଷରେ ଵିଵଶ ହୋଇ ଶିଶୁ ରୂପ ଧାରଣ କରି ପ୍ରଭୁ ମାନେ ଅନୁସୟାଙ୍କୁ ଜଗତର ସର୍ବ ଶ୍ରେଷ୍ଟ ସତୀର ଆଖ୍ୟା ପ୍ରଦାନ କରିଥିଲେ ।
ଏବେ ବୁଝିପାରିଲ, ଯୁଗେ ଯୁଗେ ପୁରୁଷ ଏବଂ ନାରୀ ଦୁହେଁ ଦୁହିଁଙ୍କ ପାଇଁ ଗଢ଼ା । ସନ୍ଦେହର ମାପ କାଠିରେ କେବେ ଜୀବନକୁ ମପାଯାଏନି । ଦୃଢ଼ ବିଶ୍ୱାସ ଆଉ ଜଣେ ଅନ୍ୟ ଜଣଙ୍କୁ ଭଲ ପାଇବା ସହ ପରସ୍ପର ପ୍ରତି ତ୍ୟାଗର ମନୋବୃତ୍ତି ରଖି ଦୁହେଁ ଦୁହିଁଙ୍କୁ ଭଲ ପାଇଲେ, ସଂସାରରେ ସୁଖରେ ଜୀବନ ଅତିବାହିତ କରିଥାନ୍ତି ।
ମୋ ମନରେ ରାମର ଭାବି ପତ୍ନୀ ପାଇଁ ଚିନ୍ତା । ସଂସାର ମଧ୍ୟରେ ପିଲାଟା ମୋର, ଏ ଯାଏଁ କଣ ବା ଜାଣିଛି । ଏ ସଂସାର ନୌକାରେ ନାଉରି ହୋଇ ଜୀବନ କାଟିବା ଅତ୍ୟନ୍ତ କଠିନ । ଆଜି ଯଦି ମୁଁ ତା ପାଇଁ କିଛି ଭୁଲ ନିଷ୍ପତ୍ତି ନେଇଯିବି । ମୋ ପୁଅର ହସିଲା ସଂସାର ଦୁଃଖର ସାଗରରେ ପରିଣତ ହୋଇ ଯିବ । ସେଥିପାଇଁ ମୁଁ ଚିନ୍ତିତ ପ୍ରିୟେ ।
ହଉ ସେତିକି ଚିନ୍ତା କରିବା ଥାଉ ତୁମର । ପୁଅ ବାହାଘର ତୁମେ ଏକା ଏକା କରି ଦେଉଛ ଭାବୁଛକି ??? ମୁଁ ବି ତାର ମା" ମୋର ବି ଚିନ୍ତା ଅଛି । ତୁମ ସହ ରାତିରେ ମୋର ଝଗଡା କରିବାର ଇଚ୍ଛା ନାହିଁ । ଖାଲି ମଉକାକୁ ଅନେଇ ବସିଛ ମୋ ସହ କଥା କଟା କଟି କରିବା ପାଇଁ ।
ଯାଉ ନ କାହିଁ ବା, ସେତିକି ଥାଉ ତୁମର ସରାଗିଆ ଡାକ । ହୁଁ ....
ହଁ କହିବାକୁ ଭୁଲି ଯାଇଛି, ରବି ଝିଅଟିଏ ଦେଖିଛି । କହୁଥିଲା ଭାଇ, ଏଇ ଥର ଏ ଝିଅକୁ ଦେଖିଲେ, ଥର କେ ପସନ୍ଦ କରି ଦେବେ ବୋଲି !!!!
--- ସତରେ ଏତ ଆନନ୍ଦର କଥା । କିନ୍ତୁ ଝିଅର ନାଆଁ ଆଉ ଠିକଣା କିଛି କହିଛିକି ????
------ନାଇଁ । କହିଛି" ମିଶିକି ଯାଇ, ଦେଖିକି ଆସିବାକୁ । ସେ କାଲି ଆସୁଛି ।
----ହଉ ଯାହା ତୁମମାନଙ୍କର ଇଚ୍ଛା ।
********************************************
ସକାଳୁ ରବି ଘରେ ପହଞ୍ଚି ସାରି ଥାଏ । ମୁଁ ବି ନିତ୍ୟ କର୍ମ ସାରି ଅଫିସରୁ ଛୁଟି ନେଇ ଥାଏ, ଝିଅ ଦେଖି ଯିବା ପାଇଁ ।
ଉପର ମହଲା ଘର କାମ ଟିକେ ବାକି ଥାଏ । ମାର୍ବଲ ପକେଇ ଫିନିସିଙ୍ଗ କାମ ସରିଲେ, ବାହାଘର ପରେ ପୁଅ ବୋହୂ ଉପର ଘରେ ରହିବେ । ସେଥିପାଇଁ ଘର କାମ ବି ଜୋର ସୋରରେ ଚାଲିଥାଏ । ମାର୍ବଲ ଦୋକାନୀ ନେଇଥିବା ସମୟ ଅନୁସାରେ, ମାର୍ବଲ ପଠେଇବାକୁ ବିଳମ୍ବ କରିବାରୁ ତା ପାଖକୁ ଯାଇ କଥା ହୋଇ ଆସିବା ଉଚିତ ଭାବିଲି । ରାମର ଅଫିସ ଥାଏ, ସେ ଯାଇପାରିବନି କହିବା ରୁ, ଭାବିଲି ଝିଅ ଦେଖି ଆସିଲା ପରେ ଭୁବନେଶ୍ୱର ଯାଇ ମାର୍ବଲ ଅର୍ଡର କରି ଦେଇ ଆସିବି । ରାମ ସବୁ ଘରର କାମ ବୁଝୁଥିଲା । ମାର୍ବଲ ଦୋକାନର ଠିକଣା କି ଫୋନ ନମ୍ବର ମୋ ପାଖରେ ନ ଥିଲା ।
--- ଆରେ ରାମ ମାର୍ବଲ ଦୋକାନର ଠିକଣା ଆଉ ନମ୍ବରଟା କହ ??
----ମୁଁ ଗାଧୋଉ ଛି, ଅଫିସ ଲେଟ ହେଲାଣି । ମୋ ପକେଟରେ ମନି ପର୍ସରେ ଅଛି । ଦେଖିକି ନେଇ ଯାଆନ୍ତୁ ।
----ମୁଁ ରାମର ମନି ପର୍ସ ଖୋଲି, ଦୋକାନୀର ଭିଜିଟିଂ କାର୍ଡଟି ଖୋଜୁ ଖୋଜୁ, ପର୍ସ ଭିତରେ ଗୋଟେ ଝିଅର ଫଟୋ ପାଇଲି ।
ଏ ଝିଅଟି କିଏ ????? ଦେଖିବାକୁ ବହୁତ ସୁନ୍ଦର । ଆମ ଦୁହିଁଙ୍କ ଫଟୋ ସହ, ଏ ଝିଅଟିର ଫଟୋ ଏକତ୍ର ଗୋଟେ ଜାଗାରେ ଦେଖି, ଚମକି ପଡିଲି । ଏ ସେଇ ଝିଅ, ମୋବାଇଲରେ ଯାହାର ନାଆଁ "ଆଲକହଲ " ସେଭ ହୋଇଛି, ସେ ନୁହେଁ ତ ???
ନିଜକୁ ପ୍ରଶ୍ନ ପରେ ପ୍ରଶ୍ନ ମୁଁ କରି ଚାଲୁଥାଏ । ଫୋଟକୁ ଦେଖି କିଛି ନ ଜାଣିଲା ପରି ଘରୁ ଠାକୁରଙ୍କର ଉଦ୍ଦେଶ୍ୟରେ ପ୍ରାଣମ କରି, ଶଳା (ରବି) ଦେଖିଥିବା ଝିଅ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଲୁ ।
:- ଆରେ ରବି ! ସେ ଝିଅର ନାଆଁ କଣ ?? କଣ କରେ ସେ !!
:- ନାଆଁ ତାର ଅନୁସୟା, ଏଚ.ଡି.ଏଫ.ସି ବ୍ୟାଙ୍କରେ ଜୁନିୟର କିରାଣୀ ଭାବେ ଚାକିରୀ କରେ । ସାଲାରୀ ବି ଭଲ ପାଉଛି । ଆମ ରାମ ପାଇଁ ଉପଯୁକ୍ତ କନ୍ୟା ପ୍ରାର୍ଥୀ ଜାଣ ଭାଇ ।
:- ଖୁବ ସୁନ୍ଦର ନାଆଁଟି ହୋଇଛି । ନାଆଁରୁ ଜଣା ପଡୁଛି ସଂସ୍କାରୀ ହୋଇଥିବ । ଦେଖିଲା ପରେ ବାକି ଯାହା, ଭଗବାନଙ୍କର ଇଛା। ଆଛା ଏ ପ୍ରସ୍ତାବ ତତେ କିଏ ଦେଲାରେ !!!
:- ମୋର ଜଣେ ସାଙ୍ଗ । ତାକୁ ରାମର ବାହାଘର କଥା କହିଥିଲି, ସେ ବୁଝିକି କହିଛି ।
:- ଆଛା ହଉ ।
ଦୁହେଁ ଝିଅର ଘରେ ପହଞ୍ଚିଲା ପରେ ଅତିଥ୍ୟ ସତ୍କାରରେ ମୁଁ ଖୁସି ହୋଇଗଲି । ଏକ ସାଧାରଣ ପରିବାର ପରି ଲାଗୁଥାଏ ।
ପଚାରି ବୁଝୁ ବୁଝୁ, ଝିଅର ବାପା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ଗୋଟେ ଝିଅ ଆଉ ଗୋଟେ ପୁଅ । ଝିଅ ବଡ଼ ଏବଂ ପୁଅ ସାନ । ଝିଅର ମାଆ ଗୃହିଣୀ ଅଟନ୍ତି । ପରିବାରର ଚଳଣି, କଥା ବାର୍ତ୍ତାରେ ମାର୍ଜିତ ଏବଂ ଘରେ ବିଭିନ୍ନ ପ୍ରକାରର ସାଜ ସଜ୍ଜାରେ ମନ ମୁଗ୍ଧ ହୋଇଗଲା । ଘରୋଇ ଚର୍ଚ୍ଚା ପରେ ଆଉ ଅପେକ୍ଷା ନ କରି ଝିଅକୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ,
ଝିଅର ବାପା (ଭାବି ସମୁଦି ) ସୁମୁଦୁଣୀକୁ ଝିଅ ସମ୍ମୁଖକୁ ଆଣିବାକୁ କହିଲେ ।
ହାତରେ ଚା' ଟ୍ରେ ଧରି ହଳଦୀ ପାଟରେ ଗୌର ରଙ୍ଗର ଦେହ ସହ ଗୋଲ ମୁଖ ମଣ୍ଡଳ ଦେଖି, ସାକ୍ଷାତ ଲକ୍ଷ୍ମୀ ପ୍ରତିମା ପରି ଦୂରରୁ ଦିଶୁଥାଏ ଝିଅ ଚାଲି ଚାଲି ଆସୁଥିବା ବେଳେ,
ନିକଟତର ହେଲା ପରେ ଝିଅ ଟିକୁ ଚିହ୍ନି ବାରେ ମୋର ଆଉ ବେଶି ଡେରି ହୋଇ ନ ଥିଲା ।କି ମୋ ମତା ମତର କିଛି ଗୁରୁତ୍ୱ ନ ଥିବାର ମତେ ହୃଦବୋଧ ହେଲା । ଅବଶ୍ୟ ଝିଅଟି ମୋ ମନକୁ ପସନ୍ଦ ଆସି ସାରିଥିଲା କିନ୍ତୁ ମୋ ଅଜଣା ତରେ ମତେ କିଛି କଥା ଘରେ ଲୁଚାଇ ରଖା ଯାଇଛି, ତା ଜାଣି ମନ ଦୁଃଖ ହଉଥାଏ ।
ଏ ଝିଅଟି, ମୋ ରାମର ପର୍ସରେ ଥିବା ଝିଅର ଫଟୋ ସହ ପୁରା ମିଶି ଯାଉଥାଏ ।
ଏ କଣ ରାମର ଆଲକହଲ ନାଆଁ ସେଭ ନାମ୍ନୀ ଝିଅ !!!
ଓଃ ଗଡ଼, ମୁଁ କଣ ପଚାରିବି ଝିଅଟିକୁ କିଛି ବୁଝି ପାରୁ ନ ଥାଏ । କାହିଁକି ନା ମୋ ଭିତରେ ଅନେକ ପ୍ରଶ୍ନ ।
ଶାଳକ ପୁରା ଖୁସି ମନରେ ଭାବି ସମୁଦିଙ୍କ ସହ ଗପରେ ମସଗୁଲ ....
ଏବେକି ନିଷ୍ପତ୍ତି ମୁଁ ନେବି, କିଛି ଜାଣି ପାରୁ ନ ଥାଏ ।
କ୍ରମଶଃ .............
To be continued...
