Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ********ଭାଗ-୨୮

ସୁନା ବୋହୂ********ଭାଗ-୨୮

7 mins
194


【ଭାଗ- ୨୮】 


【ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ, ବ୍ୟାଙ୍କ ହେରାଫେରି ମାମଲାରେ ଜେଲରୁ ନିର୍ଦ୍ଦୋଷରେ ଖଲାସ ହୋଇ ଆସିଲା ପରେ ଭାବିଥିଲି ଶଶୁର ଘର ଲୋକେ କେହି ଦେଖା କରିବାକୁ ଆସିବେ। ରାମ ଆଉ ତାଙ୍କର ପରିବାର ଲୋକଙ୍କ ପାଇଁ ବୋଉ ଅନେକ କିଛି କହି ଚାଲିଥିଲେ । ଏହା ଭିତରେ ମୁଁ ମାଆ ହେବାକୁ ଯାଉଥିଲି ଆଉ ଅନ୍ୟପଟେ ମତେ ଡିଭୋର୍ସ ଦେବା ପାଇଁ କୋର୍ଟରେ ରାମ ଅପିଲ କରିଛନ୍ତି । ଆଉ ଏବେ ଆଗକୁ】


ବୋଉ କହି ହେଉଥିଲେ, ମୁଁ ଠିକ ଜାଣିଥିଲି । ରାମ ଆଉ ତା" ପରିବାର କେତେ ନୀଚ୍ଚମନା ସେମାନେ । ଶେଷରେ ମୋ ଝିଅଟାକୁ ଦେଖି ସହି ପାରିଲେ ନାହିଁ । ଆଜି ସବୁ ପରେ ତତେ କହୁଛି ଅନୁ, ତୁ ପୋଲିସରେ ଯାଇ କେସ କର । ଆମେ ବି ଦେଖିବା କିଏ କେତେ ପାଣିରେ ଅଛନ୍ତି । 

  ଆରେ କଣ ସେମାନେ ଭାବିଛନ୍ତି କି ? ମୋ ଝିଅର ସର୍ବସ୍ୱକୁ ଲୁଟି ନେଇ ଆଜି ତାର ଇଜ୍ଜତକୁ ନିଲାମ କରିବାକୁ ବି ପଛାଉ ନାହାନ୍ତି । କଣ କହୁଥିଲେ ଆମ (ରାମର ଘର) ଘରେ ମର୍ଯ୍ୟାଦାକୁ ପାଳନ କରୁ !

 ତତେ (ଅନୁ) ପ୍ରଥମରୁ କହୁଛି । ସେ ଟୋକା (ରାମ)କୁ ଭୁଲିଯାଇ, ଅନ୍ୟତ୍ର ବିବାହ କରିବା ପାଇଁ । ହେଲେ ତୋ ଜିଦିରେ ତୁ ରହିଲୁ । ଏବେ ନେଡି ଗୁଡ଼ କହୁଣୀକୁ ବୋହି ସାରିଲାଣି । ଆଉ ବସି ଲୁହ ଗଡେଇଲେ କଣ ହେବ !

  କେମିତିକା ପରିବାର ତାଙ୍କର କେଜାଣି ! ଆରେ ତୁମ ମନରେ ଯଦି ଆଗରୁ ଗୋଟେ ଝିଅ (ଅରୁ) ପସନ୍ଦ ଥିଲା । ତେବେ ସେ ଝିଅ ସାଙ୍ଗରେ ତୁମ ପୁଅ ସାଙ୍ଗରେ ତାକ ଧିନା ନଚେଇ ପାଲା କରିବା ପାଇଁ ତୁମକୁ କଣ ମୋ ଝିଅ ଆଉ ମୋ ପରିବାର ମିଳିଲା ରଙ୍ଗମଞ୍ଚ ବନେଇବାକୁ !! 


ଅନୁ ତୁ ଚାଲେ ମୋ ସହ ପୋଲିସ ଷ୍ଟେସନ । ତୋ ହକ୍ ପାଇଁ ମୁଁ ଲଢ଼ିବି । ଆସେ ଯିବା ! ହାତ ଧରି ମୋର ଟାଣି ନେଲା ବେଳକୁ ବୋଉ ।

  

ବାପା ବାଟ ଓଗାଳି କହୁଥିଲେ:- 


 "ରହିଯାଅ ହୀରା !! ଆଉ ଥରେ ଭୁଲ କରିବାକୁ ଚେଷ୍ଟା କର ନାହିଁ । ତୁମେ କଣ ଝିଅର ସୁଖ ଚାହୁଁ ନାହ । ଜୀବନରେ ଆଉ କଣ କଲେ ତୁମ ମନକୁ ଶାନ୍ତି ମିଳିବ ।

  ପରିସ୍ଥିତିକୁ ଠିକ ସେ ନ ବୁଝି, କଣ ପ୍ରଥମେ କରିବା ଦରକାର ସ୍ଥିର ନକରି । ହଠାତ କିଛି ସିଦ୍ଧାନ୍ତ ନେବା ଅନୁଚିତ ।ରାଗ ମୁଣ୍ଡରେ ଯେଉଁ ନିଷ୍ପତି ନିଆ ଯାଏ । ତାହା କଦାପି ଠିକ ହୋଇ ନ ଥାଏ ।

   ତୁମ ପାଇଁ ଗୋଟେ ପରିବାର ଆଜି ନଷ୍ଟ ହୋଇ ସାରିଛି । ଆଉ ଥରେ ତୁମ ଝିଅର ଜୀବନକୁ ନଷ୍ଟ କରିବାକୁ ପ୍ରୟାସ କର ନାହିଁ । ତୁମେ ଚାଲି ଆସୁଥିବା ବାଟର ପଛକୁ କେବେ ଫେରି ଦେଖିବାକୁ ଚେଷ୍ଟା କରିଛ ! ନା" ହୁଏତ ତୁମ ଅହଂକାରର ଚକ୍ଷୁ ଆଜି ବି ସେ ସମ୍ପର୍କର ମୂଲ୍ୟକୁ ବୁଝି ପାରି ନାହିଁ । ଯେଉଁଥିପାଇଁ ପରିବାର ଥାଇ ବି ମୋର ନାହିଁ । 

  ଆଜି ଭଳି ଯଦି ମୁଁ ସେ ଦିନ ତୁମକୁ ତ୍ୟାଗ କରି ଆଉ କାହାକୁ ବିବାହ କରି ଘର ସଂସାର କରିଥାନ୍ତି । ତା ହେଲେ ତୁମର ଜୀବନ କଣ ହୋଇଥାନ୍ତା କେବେ ଭାବିଛ । ଯେଉଁ ଜୀବନର ଯନ୍ତ୍ରଣାକୁ ତୁମେ ଅନୁଭବ କରି ନ ଆଜି ଯାଏଁ । କୁହ କେଉଁ ଭରଷା ଦେଇ ସେଇ ଦୁଃଖ ଭରା ଜୀବନକୁ ମୋ ଝିଅକୁ ଜୀଇଁବା ପାଇଁ ବାଧ୍ୟ କରୁଛ ।

 ମୁଁ ବାପା ହୋଇ କହୁଛି, ମୋ ଝିଅର ଜୀବନକୁ କୌଣସି ମତେ ନଷ୍ଟ ହେବା ପାଇଁ ଦେବି ନାହିଁ । ମାନୁଛି ରାମଙ୍କର ଏମିତି ନିଷ୍ପତି ନେବା ଉଚିତ ହେଲା ନାହିଁ । ସେଥିପାଇଁ ଆମେ ତାଙ୍କ ଘର ସହ ଯୋଗାଯୋଗ କରିବାକୁ ହେବ ।ଆଉ ଥରେ ସମ୍ପର୍କକୁ ଯୋଡିବାକୁ ପଡିବ । ତା ହେଲେ ଅନୁ ଖୁସିରେ ରହି ପାରିବ । ନା କି ପୋଲିସ କେସ କରି ତୁମେ ନିଜେ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛ । 


:- ଆରେ ତୁମ ମୁଣ୍ଡ କାମ କରୁଛି କି ନାହିଁ । ତୁମ ଝିଅର ବିପଦ ସମୟରେ ତାକୁ ସାହାଯ୍ୟ କଣ କରିବ ବରଂ ଓକିଲାତି କରୁଛ।

 ତୁମର ଏ ବୁଦ୍ଧି ପାଇଁ ଆଜି ଯାଏ ମୁଁ ଘରର ସବୁ କିଛି ବୁଝି ଆସୁଛି । ଆଉ ଭଲରେ ବି ସବୁ ଚଳେଇ ନେଇ ପାରୁଛି, ବୋଉ କହୁଥିଲେ ।

:- ଘରକୁ ଚେଳେଇ ନେବା ପାଇଁ ହେଲେ, ସମସ୍ତଙ୍କ ଭିତରେ ସମାନତା ରହିବା ଆବଶ୍ୟକ । ଅହଂକାର ଆଉ ଗର୍ବର କୌଣସି ସ୍ଥାନ ଘରେଇ ସଂସାର ଭିତରେ ନାହିଁ । ତୁମ କଥା ରଖିବା ପାଇଁ ମୁଁ ଯେତେବେଳେ ମୋ ଘରଦ୍ୱାର ଛାଡି ଆସିଥିଲି । କୁହ ତୁମକୁ କଣ ମିଳିଥିଲା । ଆଉ ଯଦି ତୁମେ ମୋ ଜାଗା ରହିଥାନ୍ତ । କେବେ ବି ତୁମ ପରିବାରକୁ ଛାଡି ନଥାନ୍ତ । ହୁଏତ ନିଜ ବାପା ବୋଉଙ୍କର ସେବା କରି ପାରିଥାନ୍ତ । 


:- କଣ କହିଲ ଅନୁର ବାପା, ଆରେ ତୁମରି ଟଙ୍କାରେ ସେମାନେ (ହୀରା ଦେବୀଙ୍କର ଶାଶୁ ଶଶୁର,) ଚଳି ଆମକୁ ନାଲି ଆଖି ଦେଖଉଥିଲେ । ଆଉ ମୁଁ ସେଠି କଣ ପୋଇଲି ହୋଇ ରହିଥାନ୍ତି । ବରଂ କୁହ ତୁମକୁ ଅଲଗା କରେଇ ମୁଁ, ତୁମକୁ ସ୍ୱାଧୀନତା ଦେଇଛି । ଆଉ ସେଥିପାଇଁ ପାଟି ଚୁପ କର ଆଉ ମତେ ମୋ କାମ କରିବାକୁ ଦିଅ । 


:- ବାପା କହୁଥିଲେ, ଭଲ ଭାବରେ ମାଆ ମୋର ଚିନ୍ତା କରି ଦେଖ । ଜୀବନକୁ ଯେତେ ତୁ ସରଳ ଭାବୁଛୁ । ତାହା ପ୍ରକୃତରେ ସେତିକି ସରଳ ନୁହେଁ ।ରାମ ଆଉ ତା ପରିବାର ଲୋକଙ୍କୁ ମୁଁ ଯେତିକି ଜାଣିଛି, ସେମାନେ ତତେ ବହୁତ ଭଲ ପାଆନ୍ତି । ଆଉ ତୋର ସବୁ ଭୁଲକୁ ବି ଥରୁଟିଏ ଯଦି ସ୍ୱୀକାର କରିନେଉ, ଆଜିର ଏ ଡିଭୋର୍ସର କିଛି ଆବଶ୍ୟକତା ପଡିବ ନାହିଁ ।ତୁ ମାଆ ହେବାକୁ ଯାଉଛୁ । ଆଉ ଯଦି ଏ କଥା ରାମକୁ କହିବୁ, ମୋ ମନ କହୁଛି ସେମାନେ ସବୁ ରାଗ ରୁଷା ଭୁଲି ଚାଲି ଆସିବେ । 


:- ଆରେ ମୁଁ ଦେଖୁଚି ତୁମର ମତି ଭ୍ରଷ୍ଟ ହେଲାଣି । ଝିଅଟିର ଦୁଃଖ ସମୟରେ ତୁମେ ପ୍ରବଚନ ଦେଉଛ । ତୋର(ଅନୁ) କିଛି ଭାବିବା କି ଚିନ୍ତା କରିବାର ଆବଶ୍ୟକ ନାହିଁ । ପ୍ରଥମେ ତାଙ୍କୁ ଜେଲ ପଠେଇବି ଆଉ ତା ପରେ ତୋ ପେଟରେ ବଢୁଥିବା ପିଲାର କଥା ଭାବିବି । ଏତେ କରି କହିଥିଲି, ଏତେ ଶୀଘ୍ର ପିଲା ପିଲି ପାଇଁ ପ୍ଲାନ କରିବ ନାହିଁ । କିନ୍ତୁ ତୁ ବି ମୋ କଥା ନ ଶୁଣି ଆଜି ନିଜ ଗୋଡ଼ରେ କୁରାଢ଼ୀ ମାରିଦେଲୁ ।

  

ରାମ ଆଉ ତାର ପରିବାରକୁ କଦାପି ଛାଡ଼ିବି ନାହିଁ ।

:- ତୁମେ ଦୁହେଁ ଯଦି ମୋ କଥା ନ ଶୁଣି ଏ ଘର ବାରଣ୍ଡା ଡେଇଁ ଗୋଡ଼ କାଢ଼ିବାକୁ ଚେଷ୍ଟା କର । ତୁମ ଦୁହିଁଙ୍କ ସହ ମୋର କୌଣସି ସମ୍ପର୍କ ରହିବ ନାହିଁ । ଆଉ ଏ ଘରେକୁ ବି ଫେରିବାର ଆଶା ରଖିବ ନାହିଁ । 


ବାପାଙ୍କର ଆକ୍ରୋଶ ଆଉ ଦୃଢ଼ତାର ନିଷ୍ପତ୍ତି ଶୁଣି ଚମକି ପଡ଼ିଲି । ବୋଉ ବି ଏକ ଦମ ଶାନ୍ତ ହୋଇଗଲା । 

:- ଏ ତୁମେ କଣ କହୁଛ ଅନୁର ବାପା । ଏ ବୟସରେ ତୁମେ ଡିଭୋର୍ସ ଦେବା ପାଇଁ ମତେ କହୁଛ । ତୁମକୁ ଟିକେ ଲାଜ ଲାଗୁନି । 

:- ଲାଜ କାହିଁକି ଲାଗିବ । ଯଦି ତୁମେ ମାଆ ଝିଅ ଦୁହେଁ ଏ ଘର ଇଜ୍ଜତକୁ ଆଜି ପ୍ରଯ୍ୟନ୍ତ ନିଜ ଇଚ୍ଛା ଅନୁସାରେ ଖେଳି ଆସିଛ । ତେବେ ମୋର ବି ଅଧିକାର ଅଛି । ଆଉ ଏମିତିରେ ମୋର ବୟସ ଅପରାହ୍ନରେ । ଏ ମାୟା ସଂସାର ଆଉ ତୁମକୁ ପରିତ୍ୟାଗ କରି କାଶୀ କି ବାରଣାସୀ ଚାଲିଯିବି । ଆଉ ମୋର ପେନସନ ବି ମିଳୁଛି । ଚଳିବାରେ ମୋର ସେମିତି କିଛି ଅସୁବିଧା ହେବ ନାହିଁ । ତେଣିକି ତୁମ ଇଚ୍ଛା । ତୁମେ ତୁମ ଜିଦି ଆଉ ଅହଂକାରରେ ବଞ୍ଚି ରୁହ । ମୋର ବା ଅସୁବିଧା କେଉଁଠି ।

 ମୋ ନିଷ୍ପତ୍ତି ଶୁଣେଇ ସାରିଛି । ଏବେ ତୁମେ ଭାଵ କଣ କରିବ! 


 ବାପା ଯାହା କହିଲେ ସମ୍ପୂର୍ଣ୍ଣ ସତ ।। ମୋ ଭୁଲ ପାଇଁ ଆଜି ଆପଣମାନେ କାହିଁକି ଦୁଃଖ ପାଇବେ । ମୋ ଆଖି ସମ୍ନାରେ ଆପଣ ମାନଙ୍କ ଭିତରେ ଏମିତି ମତାନ୍ତର ମୁଁ ଦେଖି ପାରିବି ନାହିଁ। ବରଂ ଭଲ ହେବ ମୁଁ ଏ ଘର ଛାଡ଼ି ଚାଲି ଯାଉଛି। ଆଉ ବ୍ୟାଙ୍କ କଲୋନୀରେ ରହିବି । ମୋ ପାଇଁ ଏ ଘରେ ଅଶାନ୍ତି ବଢୁ, ମୁଁ କେବେ ବି ଚାହିଁବି ନାହିଁ । ତେଣିକି ମୋ ଭାଗ୍ୟରେ ଯାହା ଲେଖା ଥିବ । 


:- ତୁ ଥରେ ରାମଙ୍କ ସହ ଫୋନରେ କଥା ହୋଇଯାଆ । ଦେଖିବୁ ରାମ ସବୁ ଶୁଣି ସାରିଲା ପରେ ତୋ କଥାରେ ରାଜି ହୋଇଯିବ। 


ଠିକ ଏତିକି ବେଳେ ରାମ ଘର ଭିତରକୁ ପ୍ରବେଶ କରିବା ଦେଖି ଅନୁ ଦୌଡ଼ି ଯାଇ କୁଣ୍ଢେଇ କାନ୍ଦିବାକୁ ଲାଗିଛି । 


:- ମୁଁ ଜାଣିଥିଲି, ତୁମେ ନିଶ୍ଚିତ ଆସିବ । ମୋ ଭଲ ପାଇବା ଉପରେ ମୋର ବିଶ୍ୱାସ ଥିଲା ରାମ ।କୁହ ରାମ ସେ ଡିଭୋର୍ସ ସବୁ ମିଛ । ଆଉ ତୁମେ ନେବା ପାଇଁ ଆସିଛ ମତେ । 


  କୁହ ରାମ ..... କୁହ !!ପ୍ଲିଜ (କାନ୍ଦି କାନ୍ଦି)


:- ଆଇ ଆମ ସରି ଅନୁ ! ତୁମେ ଯାହା ଭାବୁଛ ତାହା ସେମିତି କିଛି ନୁହେଁ । 

  ଶଶୁରଙ୍କର ପାଦ ଛୁଇଁ ରାମ ପ୍ରଣାମ କରି ଶାଶୁଙ୍କ ପାଖକୁ ଯିବାରୁ, ସେ ସେଠୁ ଘୁଞ୍ଚିଗଲେ କିଛି ପାଦ। 


:- ଆଜି ଯାଏ ତୁମକୁ ବହୁତ କିଛି ବୁଝେଇବା ପାଇଁ ଚେଷ୍ଟାକରି ମୁଁ ହତାଶ ହୋଇଛି । ଭଲ ପାଇବାର ଦ୍ୱାହିରେ ତୁମର ସବୁ କଥାକୁ ସହି ଯାଉଥିଲି । ହେଲେ ଆଉ ପାରିଲି ନାହିଁ । 

  ମତେ ଆପଣ(ଶାଶୁ ଶଶୁର)ମାନେ କ୍ଷମା କରି ଦେବେ । 

ଅନୁ ଚାହୁଁ ଥିବା ସ୍ୱାଧୀନତାକୁ ମୁଁ ଆଉ ଥରେ ତାଙ୍କ ହାତରେ ଫେରରେଇ ଦେବା ପାଇଁ ଆସିଛି । ମୁଁ ଆଶା କରୁଛି ଅନୁ, ତୁମେ ମୋର ପ୍ରସ୍ତାବରେ ସହମତି ଦେବ । ଆଉ ଡିଭୋର୍ସ ପେପରରେ ସାଇନ କରି ନିଜ ସ୍ୱାଧୀନତାକୁ ବାଛି ନେବ । 


:- ଏ କଣ କହୁଛ ରାମ ! ତୁମେ ହୁଏତ ଜାଣିନ,ମୁଁ ମାଆ ହେବା ପାଇଁ ଯାଉଛି । ଆଉ ତୁମେ ବାପା ହେବ ।

:- ଥାଉ ଅନୁ ଥାଉ । ଆଉ ଗୋଟେ ମିଛର ସାହାରା ନେଇ ତୁମେ ଆଉ ସମ୍ପର୍କକୁ ବାନ୍ଧି ରଖିବାର ପ୍ରୟାସ କର ନାହିଁ। ମତେ ଏ ସବୁ ଗୋଟେ ପରେ ଗୋଟେ ତୁମ ବାହାନା ଶୁଣିବା ପାଇଁ ଆଉ ଇଚ୍ଛା ନାହିଁ । 

:- ପ୍ଲିଜ ରାମ ଟିକେ ବୁଝିବାକୁ ଚେଷ୍ଟା କର । ମୁଁ ଜଗନ୍ନାଥଙ୍କର ଆଉ ମୋ ବାପା ବୋଉଙ୍କର ରାଣ ଖାଇ କହୁଛି । ତୁମେ ବାପା ହେବାକୁ ଯାଉଛ ।

:- ବାସ ଅନୁ, ବହୁତ ହୋଇଗଲା । ନିଜର ଛଳନା ଆଉ ନାଟକକୁ ଆଉ କେତେ ପ୍ରକାରରେ ଆକ୍ଟିଂ କଲେ ବି । ଯେଉଁ ବିଶ୍ୱାସ ଥରେ ଭାଙ୍ଗି ଦେଇଛ ନିଜ ହାତରେ ଆଉ ସେ ବିଶ୍ୱାସ ଯୋଡିବା ବହୁତ କଷ୍ଟ ।

  ମୋ ଦ୍ୱାରା ଯଦି କିଛି ଭୁଲ ହୋଇଯାଇଥାଏ ବାପା, ମତେ କ୍ଷମା କରିଦେବେ । ଆସନ୍ତା କାଲି ଆପଣଙ୍କର ଘରୁ ବିବାହ ସମୟରେ ଯେଉଁ ଜିନିଷ ସବୁ ଯାଇଥିଲା । ଗାଡି ଯୋଗେ ମୁଁ ପଠେଇ ଦେବି ।

   ଆଶା କରୁଛି ଅନୁ, ତୁମେ ସବୁ ବୁଝି ଯାଇଥିବ । 


 ମୁଁ ଏବେ ଆସୁଛି ବାପା (ଶଶୁର)। 


:- ରାମ, ଟିକେ ଶୁଣ । ଅନୁ ତରଫରୁ ମୁଁ ବାପ ହୋଇ କ୍ଷମା ମାଗୁଛି । ତୁମେ ଆଉ ଥରେ ଅନୁକୁ ଆପଣେଇ ନିଅ । ସେ ତୁମ ପିଲାର ମାଆ ହେବାକୁ ଯାଉଛି । 


:- ଆପଣ ସେମିତି କୁହନ୍ତୁ ନାହିଁ ବାପା । ସମୟ ଥାଇ ମୁଁ ବହୁତ ପ୍ରୟାସ କରିଛି । ହେଲେ ଆଜି ଥକି ପଡିଲେଣି । ଆଉ ପାରିବି ନାହିଁ । 

 ଯେଉଁଠି ସମ୍ପର୍କର ହାଟରେ ଜୀବନର ମୂଲ୍ୟ ବାଟ ବଣା ହୋଇ ସାରିଲାଣି । ସେଠି ଆଉ ହୃଦୟର ସଉଦା କରିବା ଟା ଠିକ ହେବ ନାହିଁ । ଯଦି ପିତୃତ୍ୱ ବିନା ବଞ୍ଚିବାକୁ ହେବ । ତେବେ ସେଇୟା ହିଁ ହେଉ । ମୋର କିଛି ଆପତ୍ତି ନାହିଁ । 


  ରାମ ଚାଲିଯାଉଥିଲେ ଘର ଛାଡ଼ି । ଆଉ ମୁଁ ଦୌଡ଼ି ଥିଲି ତାଙ୍କୁ ବୁଝେଇବା ପାଇଁ । ହେଲେ ସେ ଅଦିନର କାଳ ବୈଶାଖୀ ଝଡ ହୋଇ ଯେଉଁ ତାଣ୍ଡବ ମୋ ଜୀବନରେ ଖେଳି ଦେଇ ଗଲେ । ଆଜି ଆଉ ସେ କରାଳ ଆଘାତକୁ ସହିବା ମୋ ପାଖରେ ସମ୍ଭବ ହେଉ ନ ଥିଲା ।

 

    ଘର ବାରଣ୍ଡାରେ ମୋ ଆଖିର ଲୁହ ରୋକିବାର ନାଆଁ ନେଉ ନ ଥିଲା । ବାପା ଆସି ମତେ ବୁଝେଇବାକୁ ଚେଷ୍ଟା କରିଥିଲେ । ବୋଉ କିନ୍ତୁ ଚୁପ ହୋଇ ବସି ରହିଥିଲେ ସୋଫାରେ । 


  ରାମଙ୍କର ବାଟକୁ ଚାହିଁ ଆଜି ଯେମିତି ଭିତରେ ଭିତରେ ମୁଁ ସ୍ଥାଣୁ ପାଲଟି ଯାଉଥିଲି । ନିଜକୁ ପ୍ରଥମ ଥର ପାଇଁ ବହୁତ କଷ୍ଟ ଲାଗୁଥିଲା । ହସିଲା ଘର ଭିତରେ ଆଜି ଯେମିତି ସବୁ କିଛି ଭାଙ୍ଗି ଯାଉଥିଲା । ବାପା ବୋଉଙ୍କର ଭିତରେ ବି ମୋ ପାଇଁ ଆଜି ମତାନ୍ତର । ଏବେ ମୁଁ କଣ କରିବି । 

  

 ଦୁହିତା ଦୁଇ କୂଳକୁ ହିତା ।

କିନ୍ତୁ ମୁଁ ଆଜି ଦୁଇ କୂଳ ପାଇଁ ପିତା ହୋଇଗଲି । 


   କ୍ରମଶଃ .............



Rate this content
Log in

Similar oriya story from Tragedy