Nityananda Sahu

Tragedy Action Inspirational

4  

Nityananda Sahu

Tragedy Action Inspirational

ସୁନା ବୋହୂ ଭାଗ-୨୪

ସୁନା ବୋହୂ ଭାଗ-୨୪

6 mins
204


【ଭାଗ-୨୪】


【 ପୂର୍ଵ ଭାଗରେ ଆପଣ ମାନେ ପଢିଥିଲେ , ଈଶ୍ୱରୀ ଙ୍କୁ ନେଇ ଉଠିଥିବା ଝଡ଼ ଅନୁଙ୍କ ମନ ଭିତରେ ଘୃଣିବଲୟ ହୋଇ ଆଜି ଘରେ ଅଶାନ୍ତି ର ଝଡ଼ ହୋଇ ସମସ୍ତ ଙ୍କର ମନକୁ ଦୁଃଖ ଦେଉଥାଏ । ଶେଷ ରେ ବୋଉ ବି ବାଧ୍ୟ ହୋଇ ଅନୁ ଙ୍କୁ ଜବାବ ଦେଲା ପରେ , ମତେ ସାଥିରେ ଧରି ଅନୁ ଘର ଛାଡିଛନ୍ତି।..ଆଉ ଏବେ ଆଗକୁ】


ଜୀବନ ରେ ବେଳେ ବେଳେ ଏମିତି ପରିସ୍ଥିତି ଆସେ , ଘର ର ମେରୁଦଣ୍ଡ କୁ ଅନେକ ଆଘାତ ପ୍ରାପ୍ତ ହୁଏ । ଆଉ ସେଇ ଆଘାତ ର କାରଣ ଯଦି ନିଜ ଲୋକ ହୋଇଥାନ୍ତି , ତେବେ ଭରଷାର ଛାତ ବି ମୁଣ୍ଡ ଉପରେ ବୋଝ ହୋଇ ଖସି ପଡେ । ଆଜି ସେମିତି ପରିସ୍ଥିତି ହୋଇଛି , ମୋ ଭଲପାଇବାର ର ଜୀବନ ସାଥି ଙ୍କୁ ନେଇ । ନା ମୁଁ ଆଜି ଘରର ପୁଅ ହୋଇ ଚିର ବିଶ୍ୱସ୍ଥ ହୋଇ ପାରିଲି ନା ମୋ ଧର୍ମ ପତ୍ନୀ ଙ୍କୁ ଠିକ ସେ ସମ୍ପର୍କ ର ମାନେ ବୁଝେଇ ପାରିଲି । ଦୁନିଆଁ କୁହେ ପ୍ରେମ ରେ ଜୀବନର ପରିବର୍ତ୍ତନ ହୋଇଥାଏ । ଆଉ ଆଜି ସତକୁ ସତ ଭଲପାଇବାର ବିବାହ ସମ୍ପର୍କରେ ମୋ ଜୀବନ ଆଜି ନିଜେ ଆତ୍ମୀୟ ଙ୍କ ଠାରୁ ଦୂରେଇ ଯାଉଛି । ଆଜି ଅଗ୍ନି ପରୀକ୍ଷା ରେ ସମ୍ମୁଖୀନ ମୋ ଜୀବନର ସମସ୍ତ ନୈତିକ ଶିକ୍ଷା ।

 

   ଘର ର ଦ୍ୱାର ନିକଟରେ ଆଜି ପୋଲିସ । ସମାଜ କୁ ଆଉ ଗୋଟେ ଆପବାଦର କଳଙ୍କ କହିବା କୁ ମୋ ପରିବାର ପ୍ରତି ସୁଯୋଗ ମିଳିଗଲା । ଆଉ ସବୁ ଜାଣି ବି ସମାଧନ ର ସୂତ୍ର ଖୋଜୁଥିବା ଆଜି ମୋ ଜୀବନ ର ଜ୍ୟାମିତି ବି ଜଟିଳ ହୋଇଯାଇଛି ।


ପୁଲିସ ଆସି ବାରଣ୍ଡାରେ ଛିଡା ହୋଇଛନ୍ତି କି ନାହିଁ ଅନୁ କଣ ଭାବିଲେ କେଜାଣି ଆଉ ଥରେ ତାଙ୍କର ଡ୍ରାମା ଆରମ୍ଭ କରିଦେଲେ ।


:- ଦେଖନ୍ତୁ ସାର ନିଜ ଆଖିରେ , ଅନ୍ୟ ମାନଙ୍କ ପରି ମୁଁ ଏ ଘର ର ବୋହୂ ହୋଇ ବି କେମିତି ନିର୍ଯ୍ୟାତନା ର ଅଗ୍ନିରେ ଝାସ ପାଇ ଆଜି ନିରାଶ୍ରୀ ଟିଏ ହୋଇ ଘର ରୁ ମତେ ସମସ୍ତେ ମିଶି ବିଦା କରି ଦେଉଛନ୍ତି ।

      କେତେ ସ୍ୱପ୍ନ ଆଖିରେ ଧରି ସ୍ୱାମୀ , ଶାଶୁ ଶଶୁର ଙ୍କୁ ସହିତ ମିଶି ମୋର ରଙ୍ଗୀନ ପରିବାର ର ଆଶା ରେ ବିବାହ ବନ୍ଧନ ରେ ଆବଧ ହୋଇ ଏ ଘର କୁ ଆସିଥିଲି । ହେଲେ ବିଧାତା ଏମିତି ଶିକ୍ଷିତ ପରିବାର ରେ ଆସି ମୋ ଭାଗ୍ୟ କୁ ଯୋଡ଼ିଲା ଯେ ଯେଉଁଠି ବୋହୂ କୁ ପୋଇଲି ପରି ଖଟେଇ ବି ମନ ଶାନ୍ତି ହେଲା ନାହିଁ । ମୋ ଦରମାର ସମସ୍ତ ଟଙ୍କା ଜବର ଦସ୍ତି ଛଡେଇ ନେଇ ଯାଉଥିଲେ । ଆଜି ମୁଁ ପ୍ରତିବାଦ କରିବାରୁ , ସମସ୍ତେ ମିଶି ମତେ ଘରୁ ତଣ୍ଟିଆ ମାରି ବିଦା କରି ଦେଉଛନ୍ତି । ଆପଣ ମତେ ନ୍ୟାୟ ଦିଆନ୍ତୁ ସାର । ( କାନ୍ଦି କାନ୍ଦି କହୁଥିଲେ)


ଆମକୁ ଦେଖେଇ , କଣ କହୁଥିଲ ସମସ୍ତେ ମୋର ଅଧିକାର ଆଉ ସମ୍ମାନ ର କୌଣସି ଭ୍ୟାଲୁ ନାହିଁ । ଆଜି ଦେଖନ୍ତୁ ପୋଲିସ ସାର ଆସିଛନ୍ତି ମତେ ନ୍ୟାୟ ଦେବା ପାଇଁ ତୁମ ମାନଙ୍କ ଠାରୁ । ଆଜି ଯଦି ସମସ୍ତ ଦୁଃଖ ର କଥା ମୋ ବୋଉ କୁ କହି ନ ଥାନ୍ତି , ଆଜି ପୋଲିସ ବାବୁ ମାନେ ଆଖି ସମ୍ନାରେ କେମିତି ଠିକ ଟା କୁ ହୁଏତ ଦେଖି ପାରି ନ ଥାନ୍ତେ ।


     ପ୍ଲିଜ ସାର , ଏମାନେ ସମସ୍ତେ ମତେ ନିର୍ଯ୍ୟାତନା ଦେଇଥିବାରୁ ଦୋଷୀ । ସମସ୍ତ ଙ୍କ ବିରୁଦ୍ଧରେ ମୁଁ କୋଟ ରେ ସାକ୍ଷୀ ଦେବି। ପ୍ଲିଜ ଆଉ କଣ ଦେଖୁଛନ୍ତି ଆରେଷ୍ଟ କରନ୍ତୁ ।


ଅନୁ ଙ୍କର ନାଟକ ଦେଖି ସମସ୍ତେ ଆଖି ସମ୍ନାରେ ଆଶ୍ଚର୍ଯ୍ୟ । ଓଃ କି ଖତରନାକ ଏ ଡ୍ରାମା । ସବୁ ମିଛ କୁ ଗୋଳି ବାଟି ପୁରା ସତ କରି ପିଇ ଯାଇ ଯେମିତି ବଖାଣି ଦେଲେ ,ମୋର କହିବା ପାଇଁ ଆଉ ସେ ଭଷା ନାହିଁ ।


  ପୋଲିସ ବି କଣ ଚାଲିଛି କିଛି ନ ବୁଝିଲା ପରି ଚୁପ ଚାପ ଠିଆ ହୋଇଥାଏ ।


:- ଶେଷ ରେ ବାପା ସମ୍ନା କୁ ଆସି କହିବା କୁ ଲାଗିଲେ , ଦେଖନ୍ତୁ ସାର କଣ ଗୋଟେ ଭୂଲ ବୁଝାମଣା ସମ୍ପର୍କରେ ହୋଇଯାଇଛି । ଆମେ ଘରେ ମିଳିମିଶି ସମାଧାନ କରି ଦେବୁ । ପ୍ଲିଜ ଆମ ପରିବାର ଏ ଇଜ୍ଜତ କୁ ଆଉ ସମାଜରେ ନିଲାମ କରିବାର ଇଛା ନାହିଁ । ସମ୍ପର୍କରେ ଏମିତି ଛୋଟ ଛୋଟ ଭୂଲ ବୁଝାମଣା ହୋଇଥାଏ । ଆମକୁ ଟିକେ ସମୟ ଦିଅନ୍ତୁ , ଆଉ କଥା ଟା କୁ ଆଗକୁ ନ ବଢ଼େଇ ପରିବାର ଭିତରେ ସୀମିତ ରଖିବାର ଅନୁମତି ଦିଅନ୍ତୁ । ଆମେ ସମସ୍ତେ କଥା ଦେଉଛୁ , ସମସ୍ୟା ର ସମାଧାନ ଅଵଶ୍ୟ ଦୁଇ ପରିବାର ବସି କରି ଆପଣଂକୁ ଜଣେଇବୁ । ସମାଜରେ ଆମର ଅନେକ ସମ୍ମାନ ଅଛି । ମୁଁ ଚାହୁଁ ନାହିଁ ଆଉ ବେଶି ଲୋକ ହସା ହେବା ପାଇଁ ସାର ।


:- ଅନୁ କଥା କୁ ଧରି , ବୋହୂ କୁ ଏମିତି ନିର୍ଯ୍ୟାତନା ଦେଲା ପରେ , ସେ ଘରର ଏରୁଣ୍ଡି ଡେଇଁଲା ପରେ ଆଉ କି ଇଜ୍ଜତ କଥା କହୁଛନ୍ତି । ବରଂ ଭଲ ହେବ ସମସ୍ତେ ନିଜ ନିଜର ଦୋଷ ସ୍ୱୀକାର କରି ଦେଲେ । ଆଉ ମୋ ସହ ଅନ୍ୟାୟ କିଛି କରିବେ ନାହିଁ ପୋଲିସ ଷ୍ଟେସନ ଯାଇ ଲିଖିତ ଦେବା କୁ ହେବ । ତା ପରେ ମୁଁ ଏ ଘର କୁ ଫେରିବି । ନ ହେଲେ ନାହିଁ ।


ଗୋଟେ ମିନିଟ ସାର , ଆପଣ ମାନଙ୍କ ଘରେଇ ସମସ୍ୟା କଣ ଚାଲିଛି ଆମେ କିଛି ବୁଝି ପାରୁନୁ । ଆମେ କଣ ପାଇଁ ଆସିଛୁ କିଛି ତ ଜଣେଇବା କୁ ପ୍ରଥମେ ଦିଅନ୍ତୁ । ତା ପରେ ଯେଉଁ କଥା ଶୁଣିଲା ପରେ କହିବେ । ଏମିତି ରେ ଆମେ ଯାହା ଦେଖୁଛୁ ,ଘରେ ଘରେ ଆଜି କାଲି ଶାଶୁ ଶଶୁର ସହ ବୋହୂ ନିର୍ଯ୍ୟାତନା ର କାହାଣୀ ର ଅଧିକ କେସ ପୋଲିସ ଷ୍ଟେସନ କୁ ଆସୁଛି ।

   ଦେଖନ୍ତୁ ମ୍ୟାଡମ (ଅନୁ)ଆପଣଙ୍କର ଯାହା ଅଭିଯୋଗ ଅଛି ଷ୍ଟେସନ ରେ ଲିଖିତ ଆକାରରେ ଦେଲା ପରେ , ଆମେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ,ପୋଲିସ ସାର କହୁଥିଲେ ।


:- ମୁଁ ପଚାରିଲି , ତା ହେଲେ ସାର ଆପଣ କେଉଁଥି ପାଇଁ ଆମ ଘର କୁ ଆସିଛନ୍ତି ।

:- ଆରେ କହୁଛି , ଆମକୁ ସମୟ କେତେବେଳେ ଦେଲ !! ଆପଣଙ୍କ ର ଘରେ ଅନୁସୟା ମ୍ୟାଡମ କିଏ ?

:- ମୋ ନାଁ ଅନୁସୟା , ଅନୁ କହିଲେ ।

:- ,ଓଃ ଆପଣ ତା ହେଲେ । ୟୁ ଆର ଅଣ୍ଡର ଆରେଷ୍ଟ । କନେଷ୍ଟବଳ ଆରେଷ୍ଟ କର ।

:- ମତେ କଣ ପାଇଁ ଆରେଷ୍ଟ କରୁଛନ୍ତି , ମୋର ଦୋଷ କଣ ?


  ତା ମାନେ ଆପଣ ସମସ୍ତେ ମିଶି ମୋ ନାଁ ରେ ପୋଲିସ ରେ କେସ ଦେଇ ସମ୍ନାରେ କିଛି ନ ଜାଣିଲା ପରି ଆକ୍ଟିଂ କରୁଛନ୍ତି । ସମସ୍ତ ଙ୍କୁ କୋର୍ଟ ରେ ଦେଖି ଦେବି । ମୋ ନାଁ ବି ଅନୁସୟା ନୁହେଁ ।


:- ସମସ୍ତେ ଆମେ ପରସ୍ପର କୁ ଚାହୁଁଥିଲୁ । ଆମ ଭିତରେ କେହି ବି ପୋଲିସ ରେ କିଛି କେସ ଦେଇ ନ ଥିବା , ଜଣେ ଜଣକୁ ପଚାରି ବୁଝିଗଲୁ ।

:- ହେଲେ ସାର କେଉଁ କେସ ପାଇଁ ଆପଣ ଅନୁ କୁ ଆରେଷ୍ଟ କରୁଛନ୍ତି । ଦୟାକରି କହିବେ କି , ମୁଁ ପଚାରିଲି ?


:- ଓଃ ଆମ କଥା ଆସିଲା ବେଳୁ ନ ଶୁଣି ଠିକ ସେ ପୁରା ପାରିବାରିକ ଡ୍ରାମା ଆରମ୍ଭ ହୋଇଯାଉଛି ।

:- ଅନୁ ମ୍ୟାଡମ ତାଙ୍କର ବ୍ୟାଙ୍କରେ ଅତ୍ୟଧିକ ସହାନୁଭୂତି ଦେଖେଇ ବ୍ୟାଙ୍କ ମ୍ୟାନେଜର ଆଉ କିଛି ଷ୍ଟାପ ଙ୍କ ସହ ମିଶି , ଲୋନ ନାଁରେ ଜାଲି କିଛି ସାର୍ଟିଫିକେଟ ଡିପୋଜିଟ କରି ଟଙ୍କା ଉଠାଇ ଆତ୍ମୋସାତ କରିଛନ୍ତି । ସେଥିପାଇଁ ବ୍ୟାଙ୍କ ର ଉକ୍ତ ଜୋନ ର ଦାୟିତ୍ୱ ରେ ଥିବା ମୁଖ୍ୟ ଅଫିସର ବ୍ୟାଙ୍କର ସମସ୍ତ ନାଆଁ ରେ କେସ ଫାଇଲ କରିଛନ୍ତି ।

 ସେଥିପାଇଁ ଅନୁ ମ୍ୟାଡମ ଙ୍କୁ ପୋଲିସ ଷ୍ଟେସନ ଯିବାକୁ ହେବ। ସେଇଠି ସବୁ ସତ୍ୟା ସତ୍ୟ ଇଣ୍ଟରଗେସନ ପରେ ଜଣା ପଡିବ । ଏବେ ବୁଝି ପାରିଲେ ତ ମ୍ୟାଡମ । ଏ କେସ ସମାଧାନ ସରିଲା ପରେ ଆପଣଙ୍କର ବୋହୂ ନିର୍ଯ୍ୟାତନା ର କେସ ପୋଲିସ ଷ୍ଟେସନ ରେ ଫାଇଲ କରି ପାରିବେ । ଏବେ ଚାଲନ୍ତୁ ।


ପୋଲିସ ଆସିବାର କାରଣ ଜଣା ପଡିବା ପରେ , ଆଉ ମୁଁ କଣ କହିବି କିଛି ବୁଝି ପାରୁ ନ ଥିଲି । ଅନୁ ଯେ ଏମିତି କରି ପାରିବ, ଆମେ କେହି ବି ବିଶ୍ୱାସ କରି ପାରୁ ନ ଥିଲୁ ।


ପୋଲିସ ଙ୍କ ସହିତ ଗଲା ବେଳେ ଅନୁ ନିଜକୁ ନିର୍ଦୋଷ କହି ହେଉଥିଲେ ବି , ଆଉ ଟିକେ ପୂର୍ବରୁ ଯେଉଁ ଡ୍ରାମା କରିଲେ , ସେଥିପାଇଁ କାହା ମୁହଁ କୁ ଚାହିଁ ଅନୁରୋଧ କରିବେ , କିଛି ଜାଣି ପାରୁ ନ ଥିଲେ । କେବଳ ମୋ ମୁହଁ କୁ ଚାହିଁ ଏତିକି କହୁଥିଲେ , ମୁଁ ନିର୍ଦୋଷ ରାମ । ପ୍ଲିଜ ହେଲ୍ପ ମି ।


   ଅନୁ ଜିପରେ ବସି ପୋଲିସ ଷ୍ଟେସନ ଆଡେ ଗାଡିରେ ଚାଲିଗଲେ । ବାପା ବାରଣ୍ଡାର ପଡିଥିବା ଚ୍ୟାୟର ଉପରେ ଥମ କରି ବସି ପଡିଲେ । ବୋଉ ବି କାନ୍ଥ କୁ ଆଉଜି ସେମିତି ଛଳ ଛଳ ଆଖିରେ ଠିଆ ହୋଇ ଥିଲେ । ଅରୁ ମୋ ହାତ କୁ ଧରି ମତେ ସାନ୍ତ୍ୱନା ଦେବା ପାଇଁ ଚେଷ୍ଟା କରି କହୁଥିଲେ ,ଧର୍ଯ୍ୟ ଧର ସବୁ ଠିକ ହୋଇଯିବ ।

 

   ମୁଁ ଫୋନ କରି ଶାଶୁ ମାଙ୍କୁ ଅନୁ ଆରେଷ୍ଟ ହେବା କଥା ଜଣେଇଲା ପରେ ସେ ମତେ ଭୂଲ ବୁଝି ଓଲଟା ଦୋଷ ଦେବା କୁ ଲାଗିଲେ ।


                କ୍ରମଶଃ .........




Rate this content
Log in

Similar oriya story from Tragedy