ସୁନା ବୋହୂ-ଭାଗ-୨
ସୁନା ବୋହୂ-ଭାଗ-୨
【 ଭାଗ -୨ 】
【 ପୂର୍ଵ ଭାଗରେ ଆପଣମାନେ ପଢିଥିଲେ, ପୁତ୍ର ପାଇଁ ବିବାହ ଉପଯୁକ୍ତ ପୁତ୍ର ବଧୂର ସନ୍ଧାନରେ ଥିବା ପିତାର ମନର ଶଙ୍କା କେମିତି, ପିତାକୁ ବିଚଳିତ କରିଦେଉଛି । ଶେଷରେ ପରିବାର ସହମତି ପରେ ଝିଅ ଦେଖିବାକୁ ବାହାରି ଯାଇଛନ୍ତି ଶାଳକଙ୍କ ସହ ....... ଆଉ ତା ପରେ ।।】
କାର ଟିକୁ ପଣ୍ଡିତଙ୍କର ଘର ସମ୍ନାରେ ପାର୍କିଂ କରି ଘର ଭିତରକୁ ପ୍ରବେଶ କଲି ଶଳାଙ୍କ ସହ ।
ଆରେ ପ୍ରିୟବ୍ରତ ବାବୁ ..... ଆସନ୍ତୁ ଆସନ୍ତୁ । କେମିତି, ଏତେ ଦିନ ପରେ ମୋ କଥା ମନେ ପଡ଼ିଲା, ଘରେ ସବୁ କୁଶଳ ତ ??????
--- ପ୍ରଣାମ ନନା । ସବୁ ଭଲ । କିନ୍ତୁ ଆସିବାର ଅଭିପ୍ରାୟ ଟିକେ ଭିନ୍ନ ।
----- କ'ଣ କହୁ ନାହାନ୍ତି । ଯଦି ମୋ ଦ୍ୱାରା କିଛି ହୋଇପାରିବ ନିଶ୍ଚିତ ସାହାଯ୍ୟ କରିବି ।
----- ସେ କଥା କଣ କି ???? ପୁଅ ରାମର ବିବାହ ଉପଯୋଗୀ ବୟସ ହୋଗଲାଣି । ଉପଯୁକ୍ତ ଝିଅ ଟିଏ ଖୋଜୁଆଛି ।
------ ଏତ ଖୁସି କଥା ପ୍ରିୟ ବାବୁ । ଆଉ ତା ହେଲେ ଆପଣ ଏତେ ଉଦାସ କାହିଁକି ଦେଖା ଯାଉଛନ୍ତି ??
---------- ପକେଟରୁ ଜାତକଟି କାଢି ବଢ଼େଇ ଦେଲେ ପଣ୍ଡିତଙ୍କୁ । ଆପଣ ଟିକେ ଗଣନା କରି କହିଲେ ଭଲ ହୁଅନ୍ତା । ତାର (ରାମ) ବାହା ଯୋଗ ଫିଟିଛି କି ନାଇଁ ??
----- ଆଚ୍ଛା ହଉ । ଆପଣ ଏତେ ଦୂରରୁ ମୋ ପାଖକୁ ଆସିଛନ୍ତି। ନିରାଶ କରି କି କେମିତି ଫେରେଇ ବି ?? କିଛି ସମୟ ମତେ ଗଣନା କରିବାକୁ ଦିଅନ୍ତୁ ।
ହଉ ଠିକ ଆଛି ।
:- ଆପଣ ଅତ୍ୟନ୍ତ ଭାଗ୍ୟବାନ ପ୍ରିୟ ବାବୁ । ଅନେକରେ ଏକ ପୁତ୍ର ପାଇଛନ୍ତି । ସକଳ ଗୁଣର ଅଧିକାରୀ । ଅନେକ ସଫଳତା ସେ ତା ଜୀବନ କାଳ ଭିତରେ ପାଇବ ।
ରୋହିଣୀ ବୃଷ, ୨/୪ ଯୋଗ ଆଉ ଶନିଙ୍କର କୋପର ଅଵସମାପ୍ତି ସରିଛି । ଘରେ ମାଙ୍ଗଳିକ କାର୍ଯ୍ୟର ଶୁଭ ମୁହୂର୍ତ୍ତ ଜାତକ ଡାକୁଛି । ଆପଣ ନିଶ୍ଚିତ ହୋଇ ଆଗକୁ ଅଗ୍ରସର ହୁଅନ୍ତୁ । କିନ୍ତୁ ........????
------କିନ୍ତୁ କଣ ଆଜ୍ଞା !!!!
-----ବୈବାହିକ ଜୀବନ ପୁତ୍ରର ଟିକେ ଅବସାଦ ଗ୍ରସ୍ତ ରହିବ । ପାରିବାରିକ ଜୀବନରେ କିଛିଟା ବାଧା ଆସିପାରେ ମାତ୍ର ତାହା ବେଶି ଦିନ ରହିବ ନାହିଁ । ରାହୁ କେତୁଙ୍କର ଟିକେ କିଛି ଉପାୟ କରିଦେଲେ ସବୁ ରିଷ୍ଟ ଖଣ୍ଡନ ହୋଇଯିବ । ଧର୍ମ ରାଜ ଶନି ସ୍ୱୟଂ ଏ ରାଶିର ଅଧିପତି ଶୁକ୍ରଙ୍କର ସହ ଏକତ୍ର ଗୋଟିଏ ସ୍ଥାନରେ ଅଵସ୍ଥାନ କରିଛନ୍ତି । ସବୁ ରାଶିମାନଙ୍କର ପ୍ରଭୁ ହର ହର ମହାଦେବଙ୍କର ଆରଧନା କଲେ । ଜୀବନ ମଙ୍ଗଳମୟ ହେବ ।
------ କିଛି ସମୟ ଚୁପ ବସିଲା ପରେ । କଥା ଟିଏ କହିବି ନାନା ?? ଆପଙ୍କର ଗଣନା ଶୁଣି ଏତିକି ବୁଝିଲି, ପୁତ୍ର ପାଇଁ ଉପଯୁକ୍ତ ଝିଅ ଚୟନ ନ କରି ପାରିଲେ, ତା ବୈବାହିକ ସଂସାର ଜଞ୍ଜାଳ ମୟ ହୋଇଯିବ । ତା ପରେ ଆପଣ କହୁଛନ୍ତି ତା ରାଶିରେ କିଛିଟା କ୍ଳେଶ ଭାର ଅଛି । ଝିଅ ଚୟନ କରିବାରେ ମୁଁ ଅନବିଜ୍ଞ । ଆପଣ କିଛି ମତାମତ ଦେଇ ପାରିଲେ ମୁଁ ଖୁସି ହେବି । ଉପଯୁକ୍ତ କନ୍ୟା ପ୍ରାର୍ଥୀଚୟନ ଗୁଣ ଲକ୍ଷଣ କିଛି ଜଣାଇଲେ ଖୁସି ହେବି । ମୋ ହସିଲା ସଂସାରକୁ ଦୁଃଖର ଛାୟା ପଡିବାକୁ ମୁଁ କେବେ ହେଲେ ଦେଇ ପାରିବି ନାହିଁ । ମୋ ମନରେ ଅନେକ ପ୍ରଶ୍ନ ????? କିଛି ଉପାୟ କହି ପାରିବେ ।
--------- ଜାତକର ରାଶି ଧିପତି ଗଣନା ଅନୁଯାଇ, ପୁତ୍ରର ବିବାହରେ କିଛିଟା ଆସୁବିଧା ଉପୁଜି ପାରେ । ପିତା ପୁତ୍ର ମଧ୍ୟରେ ଆପୋଷ ବୁଝା ମଣାର ଅଭାବ ପାଇଁ ହୁଏ ତ !!!
ଯଦି ଉପଯୁକ୍ତ କନ୍ୟା ପାତ୍ରର ଚୟନ କଥା କହୁଛନ୍ତି । ଆମେ ଜାତକ ବିଶାରଦମାନେ ନାମ ଏବଂ ରାଶି ନକ୍ଷେତ୍ର ମେଳ କରି ବିବାହର ଲଗ୍ନ ଆଦି ସ୍ଥିର କରୁ ସତ, ତାହା ସହ ବେଦ ଉପନିଷଦରେ ମଧ୍ୟ କିଛି ଜ୍ଞାନ ଶିକ୍ଷା ଲାଭ କରିଥାଉ ।
ବ୍ରହ୍ମ ବୈବର୍ତ୍ତ ପୁରାଣରେ ବ୍ୟାସ କବି ପୁରୁଷ ଆଉ ନାରୀଙ୍କ ଜାତି ଉପରେ କିଛି ମୂଲ୍ୟ ବାନ ତଥ୍ୟ ଉପସ୍ଥାପନା କରିଛନ୍ତି । ସେଥିରେ ବିସ୍ତୃତ ଭାବରେ ଲେଖା ଅଛି ଏହା ଯେ :-
ନାରୀ ଏବଂ ପୁରୁଷ ଚାରି ଜାତିର ।
୧) ପୁରୁଷମାନେ ହେଲେ :- ଶଶକ, ମୃଗ, ବୃଷ ଆଉ ଅଶ୍ଵ ଜାତିର .
ଏବଂ
୨) ନାରୀମାନେ ହେଲେ :- ପଦ୍ମିନୀ, ଚିତ୍ରିଣୀ, ସଂଖିନୀ ଆଉ ହସ୍ତୀନି ।
ମୁଖ୍ୟତଃ ପଦ୍ମିନୀ ଆଉ ଚିତ୍ରିଣୀଙ୍କ ଜାତିର ନାରୀମାନଙ୍କର ସ୍ଵଭାଵ ଅତ୍ୟନ୍ତ ଭଲ । ସଂଖିନୀ ଆଉ ହସ୍ତୀନିମାନେ କଳହ ପ୍ରିୟ ଏବଂ ଅବିଶ୍ୱାସୀ ହୋଇଥାନ୍ତି ।
ପଦ୍ମିନୀ :- ଶାସ୍ତ୍ର ଆନୁସାରେ ଏମାନେ ସର୍ବୋତ୍ତମର ମାନ୍ୟତା ପାଇଛନ୍ତି । ପତିବ୍ରତା, ସୁଶିଳା ସର୍ବ ଗୁଣ ଯୁକ୍ତ, ବୁଦ୍ଧିମତି, ଧର୍ମ ପୂଜା ପାଠରେ ମନୋନିବେଶ, ଗୁରୁ ବ୍ରାହ୍ମଣ,ସେବା ଓ ଭକ୍ତିରେ ନିଜକୁ ସାମିଲ କରନ୍ତି । ନମ୍ର ଏବଂ ଖୁବ ସୁନ୍ଦର ଦେଖିବାକୁ ଅଟନ୍ତି । ମିଷ୍ଟା ଭାସି, ବାପ ଘର ଏବଂ ଶାଶୁଘରର ହିତକାରିଣୀ ହୋଇଥାନ୍ତି ।
ଏମାନଙ୍କର ଦେହରୁ ପଦ୍ମ ଫୁଲର ବସ୍ନା ବାହାରି ଥାଏ।
ଚିତ୍ରିଣୀ:- ସୁନ୍ଦରୀ, ସତ୍ୟ ପ୍ରିୟ, ପତିବ୍ରତା, ଭୋଗ ବିଳାସ ପୂର୍ଣ୍ଣ, ଶୃଙ୍ଗାର ପ୍ରିୟ, ବୁଦ୍ଧିମତି ଚତୁରୀ, ଗରିବ ପରିବାରରେ ଜନ୍ମ ହେଲେ ବି ଏମାନେ ଶେଷରେ ପାଟରାଣୀର ଜୀବନ ନିର୍ବାହ କରନ୍ତି ।
ଏମାନଙ୍କର ଦେହରୁ କ୍ଷୀରର କିମ୍ବା କର୍ପୂର ମହକ ବାହାରି ଥାଏ ।
ସଂଖିନୀ:- କ୍ରୋଧି, ଭୋଗ ବିଳାସପୂର୍ଣ୍ଣ ଜୀବନ, ଦୟା ଭାଵ ନ ଥାଏ, ସ୍ୱାମୀଙ୍କ ଉପରେ ସର୍ବଦା ରୁଷ୍ଟ, କାମଶୀଳ, ପରପୁରୁଷ ବିଳାସୀ ବାପଘର ଏବଂ ଶାଶୁଘର ନଷ୍ଟ କରିଦିଅନ୍ତି।
ଏମାନଙ୍କ ଦେହରୁ ମାଛ ଗନ୍ଧ ବାହାରି ଥାଏ ।
ହସ୍ତୀନି :- କୃଷ୍ଣ ରଙ୍ଗ, ଦୃଷ୍ଟ ପ୍ରକୃତି,ପରିବର୍ତ୍ତନ ଶୀଳ, ଅଳ୍ପ ସ୍ଵଭାଵ, ଭୋଗ ବିଳାସ ଜୀବନ, କଳହ ଯୁକ୍ତ, ଧାର୍ମିକ କାର୍ଯ୍ୟରେ ଆସ୍ଥା ନ ଥାଏ । ପରପୁରୁଷ ସହ ଆମୋଦ ପ୍ରମୋଦ କରିଥାନ୍ତି।
ଏମାନଙ୍କର ଦେହରୁ ମଦର ଗନ୍ଧ ବାହାରି ଥାଏ ।
ଆପଣ ଉପଯୁକ୍ତ କନ୍ୟା ଚୟନ ବେଳେ ଝିଅ ସୁନ୍ଦରତା ସହ, ଚାଲି, କଥା କହିବାର ଶୈଳୀ, ବ୍ୟବହାର, ଗୁଣ ଆଦିକୁ ଭଲ ସେ ପରଖିବା ସହ, ଉତ୍ତମ ବଧୂ ଟିଏ ହେବା ପାଇଁ ତା ସହ ଘରର ସମସ୍ତ କାର୍ଯ୍ୟରେ କେତେ ଜ୍ଞାନ ଶିକ୍ଷା କରିଛି, ତା ଉପରେ ଗୁରୁତ୍ୱ ଦେବେ । ମନେ ରଖନ୍ତୁ ଘରର ଏରୁଣ୍ଡି ବନ୍ଧ ଶାଶୁ ଘରେ ଝିଅ ପ୍ରଥମେ ତାର ଲକ୍ଷ୍ମୀ ପାଦ ସ୍ପର୍ଶକୁ ସୁବର୍ଣ୍ଣ କଳସରେ ଛୁଇଁ ପ୍ରବେଶ କରେ । ସେଥିପାଇଁ ଚାଲିରୁ ପାଦର ଆକାରକୁ ଠଉରେଇବା ସହ ଚାଲିର ଗତିକୁ ମଧ୍ୟ ପରଖି ନେବେ ।
ଆପଣଙ୍କର ପୁତ୍ରର ରାଶି ବୃଷ ହେତୁ, ଏ ରାଶି ସହ ବୈବାହିକ ଜୀବନ ସୁଖ କର ଥିବା ରାଶି ମେଳକ ହେଉଛନ୍ତି :-
ବୃଷ, କନ୍ୟା ଏବଂ ମକର ରାଶିର କନ୍ୟା ପାତ୍ର ହେଲେ ସ୍ୱାମୀ ସ୍ତ୍ରୀଙ୍କର ମଧ୍ୟରେ ବୈବାହିକ ଜୀବନରେ ଭଲ ସଂପର୍କ ରହି ପାରିବ ।
ଜାତକରେ ପୁଅର ଗ୍ରହର ଅଵସ୍ଥାନରୁ ଜଣା ପଡୁଛି ଆପଣଙ୍କର ଘରର ପୂର୍ବ ଦିଗରୁ ଏକ ଭଲ ପ୍ରସ୍ତାବ ଆସିବ । ଆଉ ସେଇଠାରେ ବିବାହ ନିଶ୍ଚିତ ହେବ ।
ଧନ୍ୟବାଦ ମହାତ୍ମା । ଆପଣଙ୍କର ସୁଚିନ୍ତିତ ମତାମତ ଏବଂ ଶାସ୍ତ୍ର ଉପଯୋଗୀ ଜ୍ଞାନ ଶିକ୍ଷା ଦେଇଥିବାରୁ । ପଣ୍ଡିତ ନାହକ ଆଜ୍ଞାଙ୍କର ହାତକୁ ଦକ୍ଷିଣା ଦେଇ, ଉପଯୁକ୍ତ କନ୍ୟା ପାତ୍ର ଚୟନ ପରେ ଉଭୟଙ୍କର ଜାତକ ଗଣନା କରିବାକୁ ଆସିବି କହି, ଆନୁରୋଧ କରି, ସେଇଠାରୁ ଫେରି ଆସିଲି ।
ପୂର୍ଵ ନିର୍ଧାରିତ ପ୍ରସ୍ତାବ ଦେଖିବାକୁ ବାଟରେ କନ୍ୟା ଘର ଆଭିମୁଖେ ଯାତ୍ରା କଲା ସମୟରେ ଶାଳକ ପଚାରିଲେ, କଣ କହିବି ଯେ ଭାଇ ଆପଣଙ୍କୁ । ପୁଅର ବାହାଘର ପାଇଁ ଏତେ ଗବେଷଣା, ଶାସ୍ତ୍ର, ନୀତିବାଣୀ କଣ ଜାଣିବା ନିହାତି ଦରକାର।ଝିଅଟିଏ କଣ ଆମେ ଚୟନ କରି ପାରିବା ନାହିଁ ।
ମୁଁ ଚୁପ ରହି ସବୁ ଶୁଣୁଥିଲି । ଆଜିକାଲିର ଦୁନିଆଁରେ ବୈବାହିକ ଜୀବନ ପରେ ଘଟୁଥିବା ପାରିବାରିକ ସମସ୍ୟା ପାଇଁ ମୋ ମନର ଆବେଗକୁ ଶଳାକୁ ମୋର ବୁଝେଇ ପାରୁ ନ ଥିଲି। ସେଠାରେ ବିଳମ୍ବରେ ପହଞ୍ଚିବା ପାଇଁ କ୍ଷମା ପାର୍ଥନା ସହ କନ୍ୟା ଦେଖା ସାରି ମତାମତ ଫୋନରେ ଜଣେଇବାକୁ କହି, ଫେରି ଆସିଲୁ ।
ଘରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇ ଯାଇଥାଏ । ହଲକା ବିଶ୍ରାମ ନେବା ପାଇଁ ବାରଣ୍ଡାରେ ବସିଗଲି ।
ଧର୍ମପତ୍ନୀ ପାଖକୁ ଆସି ପଚାରିଲେ ଝିଅ ପସନ୍ଦ ଆସିଲା ?? ମୋବାଇଲରେ ଉଠେଇ ଆଣିଥିବା ଝିଅର ଫଟୋ ଦେଖେଇଲା ପରେ ମା " ଏବଂ ନିହାରିକା ନା ପସନ୍ଦ କରିବା ରୁ, ମନ୍ଧ୍ୟସ୍ତିକୁ ଫୋନ କରି ପ୍ରସ୍ତାବଟି ଅନୁପଯୁକ୍ତ ବୋଲି ଜଣେଇ ଦେଲି ।
ମା" ସୋଫାରେ ବସି କହୁଥିଲେ, ଯାହା ପ୍ରଭୁଙ୍କର ଇଚ୍ଛା। ମୋ ରାମର ଭାଗ୍ୟରେ କିଏ ଜାଣେ କ'ଣ ଅଛି ?? ରାମ ପାଖରେ ବସି ସବୁ ଶୁଣୁଥାଏ ।
ସମସ୍ତେ ଏକତ୍ର ଗୋଟେ ସ୍ଥାନରେ ବସିଥିଲୁ । ମା"ଙ୍କର କାଶ ହେବାରୁ ରାମ ପାଣି ଆଣି ଦେବା ପାଇଁ ଘର ଭିତରକୁ ଚାଲିଗଲା ।
ସେ ଯିବା ପରେ ପରେ, ତା ମୋବାଇଲକୁଟି ପଏ ଉପରେ ଛାଡି ଦେଇ ଯାଇଥିଲା ।
ହଠାତ ରାମର ଫୋନ ରିଙ୍ଗ ହେବାରୁ, ସେଥିରେ ପୂର୍ଵରୁ ସେଭ ହୋଇ ରହିଥିବା ନାଁ ପଢି ଜାଣିଲି, ଲେଖା ହୋଇଥିଲା "ଆଲକହଲ "????????
ଆଜିକାଲିର ପିଲାମାନେ ଏମିତି ସବୁ ନାଁ ମୋବାଇଲରେ ସେଭ କରନ୍ତି ଯେ, ବାପା ମା"ମାନେ ବୁଝିବା କଷ୍ଟ ।
ମୋ ମନରେ "ଆଲକହଲ " ନାଁକୁ ଦେଖି କିଛି ସନ୍ଦେହ ଆସିଲା । ମନେ ମନେ କିଛି ଚିନ୍ତା କଲା ପରେ ଭାବିଲି ?
"ଆଲକହଲ"ମାନେ ନିଶା ।
ଏ ନମ୍ବର କେଉଁ ଝିଅର ନୁହେଁ ତ ??????
କ୍ରମଶଃ .........
