STORYMIRROR

Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ-ଭାଗ-୧୮

ସୁନା ବୋହୂ-ଭାଗ-୧୮

7 mins
200

【ଭାଗ -୧୮】 


【ପୂର୍ଵ ଭାଗରେ ଆପଣମାନେ ପଢିଥିଲେ, ଜେଜେ ମାଆ ଆଡ଼ମିଶନ ହୋଇ ମେଡିକାଲରେ ରହି ଥିଲେ, ତାଙ୍କ ପାଖରେ ବାପା ବୋଉ ରହି ଦାୟିତ୍ୱର ସହ ଯତ୍ନ ନେଉଥିଲେ କିନ୍ତୁ ଅନୁ ନିଜର ଦାୟିତ୍ୱକୁ ସୁଚାରୁରୂପେ ନ କରିବାରୁ ମତେ ଖୁବ କଷ୍ଟ ହେଉଥାଏ। ଆଉ ତା" ପରେ ...........】 


ବିବାହ ପରେ ଘର ସଂସାରରେ ସ୍ୱାମୀ ଆଉ ସ୍ତ୍ରୀଙ୍କ ଭିତରେ ଉତ୍ତମ ବୁଝାମଣା ନିହାତି ରହିବା ଆବଶ୍ୟକ । ଅନେକ ସମୟରେ ଦେଖିବାକୁ ବା ଶୁଣିବାକୁ ମିଳେ ବିବାହ ଜନିତ ସମସ୍ୟା ନେଇ, ଘର ଭିତରେ କଳହ ସୃଷ୍ଟି ହୁଏ। ଯେଉଁଥିରେ ହସିଲା ସଂସାର ଗଢିବା ପୂର୍ବରୁ ସେମାନଙ୍କର ଭିତରେ ଭୁଲ ବୁଝାମଣା ରହି ମାନସିକ ଅଶାନ୍ତି ସହ ଘରେଇ ସମସ୍ୟାର ସମାଧାନ ନ ହୋଇ ପାରି, ବିବାହ ବିଛେଦ କିମ୍ବା ଆତ୍ମହତ୍ୟା ପରି ଜଘନ୍ୟ କଥା ସମାଜକୁ ଦେଖିବାକୁ ମିଳେ । 


   ସାଂସାର ଭିତରେ ଦାୟିତ୍ୱର ସହ ସମସ୍ତଙ୍କ ସହିତ ମିଳିମିଶି ଚଳିବାକୁ ହୋଇଥାଏ । କିଛି ପୁଅମାନେ ବିବାହ ପରେ ବାପା ମାଆଙ୍କ ଠାରୁ ଅଲଗା ରହିବାକୁ ସ୍ଥିର କରି, ଘର ଭିତରେ ଲକ୍ଷ୍ମଣ ରେଖା ଟାଣି ଦିଅନ୍ତି ତ ଆଉ କିଛି ସମୟରେ ଶାଶୁ ଶଶୁର ମିଶି ବୋହୂକୁ ଯୌତୁକର ଆଳରେ ନିର୍ଯ୍ୟାତନା ଦେବାକୁ ବି ପଛେଇ ନ ଥାନ୍ତି । ଠିକ ମଧ୍ୟ ଝିଅଟିଏ ନିଜର ପତିଆରା ଜାହିର କରିବାକୁ ଶାଶୁଘରେ, ଅନ୍ୟ କାହାର ବୁଦ୍ଧିରେ ପଡି ଶାଶୁ ଶଶୁରଙ୍କୁ ଖରାପ ବ୍ୟବହାର କରି ଥାଏ । 

 

ଏମିତି ଦେଖିବାକୁ ଗଲେ ଆଜିର ସମାଜରେ ଏ ଭଳି ଅନେକ ଦୃଶ୍ୟ ନୀତିଦିନ ଘରେ ଘରେ ଦେଖିବାକୁ ମିଳେ । ଏଠି କଥା ଉଠୁଛି, ବିବାହ", ଆରେଞ୍ଜ ମ୍ୟାରେଜ ହେଉ କି ଲଭ ମ୍ୟାରେଜ କିମ୍ବା ଲଭ ସହ ଆରେଞ୍ଜ । ସବୁଥିରେ ବିବାହ କରବା ପୂର୍ବରୁ ପୁଅ ଝିଅମାନେ ମାନସିକ ସ୍ଥରରେ ପ୍ରସ୍ତୁତ ହେବା ନିହାତି ଆବଶ୍ୟକ । ତା ନ ହେଲେ ସଂସାର ଗଢିବାକୁ ଯାଇ ସେମାନେ ହିଁ ନିଜେ ନିଜର ଭୁଲକୁ ନ ସୁଧାରି ଦିଗହରା ହୋଇ ଅବାଟକୁ ଚାଲି ଯାଆନ୍ତି । ଯେଉଁଥିପାଇଁ ସମାଜରେ ଆଜିକା ଦିନରେ ବିବାହ ପରେ ସଂସାର ସୁଖ ହେଉ କି ଶାରୀରିକ ଭୋଗର ଅଭିଳାସାକୁ ପୂର୍ଣ କରିବା ଉଦେଶ୍ୟରେ ଆଜି କାଲି ଆଉ ଏକ ପ୍ରଥା ଦେଖିବାକୁ ମିଳେ, ଯାହାର ନାଁ ହେଉଛି ଏକ୍ସଟ୍ରା - ମାରିଟାଲ ଆଫେୟାର । 

   ବିବାହର କିଛି ଦିନ ଭିତରେ, ପୁଅ ଝିଅମାନେ ଆଉ କାହା ସହ ସମ୍ପର୍କ ରଖି ଭୁଲ ବାଟକୁ ଚାଲି ଯାଉଛନ୍ତି। 

 

ଆଜି ମୋ ମନରେ ବି କିଛି ଏମିତି ପ୍ରଶ୍ନ ?? ମୋ ଖୁସି ପାଇଁ ଘରେ ବାପା ବୋଉ ଅନୁକୁ ବୋହୂ ଭାବରେ ସ୍ୱୀକୃତି ତ ଦେଇ ଦେଲେ କିନ୍ତୁ ଅନୁ ବି ଦାୟିତ୍ୱର ସହ ଘରକୁ ଠିକ ଭାବରେ ପରିଚଳନା କରିବା ଆଵଶ୍ୟକ । 

  କେମିତି ବୁଝେଇବି ମୁଁ ତାଙ୍କୁ । ସେ ଆଜି ବି ବୁଝିପାରୁନାହାନ୍ତି, ସଂସାର କହିଲେ କଣ !!! ଶାଶୁ ମାଆ ବି ଝିଅଙ୍କୁ ତାଙ୍କର ଭଲ ବିଚାର ମାଧ୍ୟମରେ ସଂସାର କରିବାକୁ ଉପଦେଶ ନ ଦେଇ, ମାନସିକ ସ୍ଥରରେ ଲାଗୁଚି ଅନୁଙ୍କର ବୁଦ୍ଧିକୁ ବିଗାଡି ଦେଲା ଭଳି । 

    

    ଆଜି ବି ବୁଝି ପାରୁନି, ଭଲ ପାଇବାରେ ମଣିଷର ପରିବର୍ତ୍ତନ ହୋଇ ଥାଏ । ଭଲ ପାଇବା ଏମିତି ଏକ ବ୍ୟାଧି ଯେଉଁଠି ଜଣେ ଅପରିପକ୍ୱ ଜୀବନକୁ ଆଉ କାହାର ଯଦି ଠିକ ପରାମର୍ଶ ସହ ମାନସିକ ସ୍ଥରରେ ଦୁହେଁ ଦୁହିଁଙ୍କୁ ବୁଝିବାର ଏକ ଯୋଗସୂତ୍ରରେ ପରିପକ୍ୱ ତା ପ୍ରାପ୍ତ କରି ଥାନ୍ତି । ଆଉ ଆମ ଦୁହିଁଙ୍କର ସଂପର୍କରେ ତ ପୂର୍ବରୁ ଭଲ ପାଇବା ରହି ଆସିଛି । ହେଲେ ଜଣେ ଅନ୍ୟ ଜଣକୁ କାହିଁକି ଠିକ ସେ ବୁଝିପାରୁନି । ଆଜି ଯାଏ ମୁଁ କେବେ ବି ଅନୁଙ୍କୁ କୌଣସି କାମ କରିବାରୁ ନିବୃତ୍ତ ରହିବାକୁ କହି ନାହିଁ । ପ୍ରତି ଟି କଥାରେ ତାଙ୍କୁ ସମର୍ଥନ ଦେଇ ଆସିଛି । କିନ୍ତୁ ବିବାହ ପରେ ସେ କାହିଁକି ତାଙ୍କର ପତ୍ନୀ ହେବା ସହ ବୋହୂର ଧର୍ମ ପାଳନ କରୁ ନାହାନ୍ତି !!!

 ଏମିତି ଭାବିବା ଭିତରେ, ଗାଡି ନେଇ ଅନୁଙ୍କର ବ୍ୟାଙ୍କ ସମ୍ନାରେ ଅଟକାଇ ଓଲେଇ ଆସିବାକୁ ବାହାରିଲା ବେଳକୁ ସିକୁରୀଟି ଗାର୍ଡ ଆସି କହିଲା,

    ସାର ଆପଣ ଚାଲି ଯାଆନ୍ତୁ ମ୍ୟାଡମ କହିଛନ୍ତି । ତାଙ୍କର ଆଜି ବହୁତ କିଛି କାମ ଅଛି, ସେ ସବୁ ସାରି ଗଲା ବେଳକୁ ଲେଟ ହେବ । 


ମୁଁ ବି ଆଶ୍ଚର୍ଯ୍ୟ ହୋଇ ବସି ଥାଏ । ମୋବାଇଲ ଫୋନର ଦୁନିଆଁରେ ଅନୁ ଥରୁଟିଏ ମେସେଜ କି ଫୋନ କରି କହି ଦେଇ ପାରିଥାନ୍ତେ । ହେଲେ ସିକ୍ୟୁରିଟି ଗାର୍ଡକୁ ଏ ବିଷୟରେ କହିବା କେତେ ଦୂର ଠିକ । ଆଛା ହେଉ, କହି ଗାଡି ବୁଲେଇ ଘରକୁ ବାହାରି ଆସିଲି । 


   ଦିନ ଗଡି ରାତି ଆସି ହେଲାଣି । ବାପା ବୋଉଙ୍କ ପାଇଁ ଟିଫିନ ବନେଇ ନେବା ପାଇଁ ହେବ । ଶାଶୁ ଶଶୁର ତାଙ୍କର ରୁମରେ ବସି ଟିଭି ଦେଖିବାରେ ବ୍ୟସ୍ତ । ଆଉ ଡେରି ନ କରି ରାତି ଖାଇବା ପ୍ରସ୍ତୁତ କରିବା ଆରମ୍ଭ କରିଦେଲି । ଏହା ଭିତରେ କିଛି ସମୟ ବିତି ଯାଇଥାଏ, ଶାଶୁ ମାଆ ଦୁଇରୁ ତିନି ଥର ତଳକୁ ଆସି ବୁଲି ଗଲେଣି ଅନୁ ଆସିଲା କି ନାଇ ବୁଝିବା ପାଇଁ କିନ୍ତୁ ରୋଷେଇ ଘରକୁ ଆସି ହେଲ୍ପ କି ନିଜେ କରି ଦେଉଛି କହିବାକୁ ଉଚିତ ବୋଧ ହୁଏ ଭାବୁ ନାହାନ୍ତି ।

  ସେମାନେ ବି ମୋ ନିଜର, ତା" ଛଡା ଘରର ଅତିଥି । ଆମର କର୍ତ୍ତବ୍ୟ ହେଉଛି ସେମାନଙ୍କର ସମ୍ମାନ କରିବା । ମୁଁ ବା କଣ ପାଇଁ ସଂକୋଚ କରୁଛି । 

 ରୋଷେଇ ପାଖା ପାଖି ସରି ଆସିଲାଣି । ରାତିର ବୟସ ବି ବଢି ଚାଲିଛି । ହେଲେ ଅନୁଙ୍କର ଆସିବାର କି ଫୋନ କରିବାର କୌଣସି ଖବର ନାହିଁ । ବାଧ୍ୟ ହୋଇ ମୋବାଇଲରେ ଫୋନ କରିବାକୁ ଚେଷ୍ଟା କଲା ବେଳକୁ, ଅଫିସର କିଛି ମେସୟଜ ନେଟ ଅନ ଥିବାରୁ WhatsAppରେ ନୋଟିଫିକେଶନ ଦେଖି ଚେକ କରିବା ଭିତରେ, ଷ୍ଟାଟସ ଆଡେ କାହିଁକି ଦେଖି ବସେ ତ ଅନୁ ତାଙ୍କର ଷ୍ଟାଟସରେ ସାଙ୍ଗମାନଙ୍କ ସହ ରେଷ୍ଟୁରାଣ୍ଟ ଯାଇ ପାର୍ଟି କରୁଥିବାର ଫୋଟ ଆଉ ଭିଡିଓ ଅପଲୋଡ଼ କରିଛନ୍ତି । ଏ ସବୁ ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ । ଘରେ କେହି ବି ମାନସିକ ରୂପେ ଠିକ ନାହାନ୍ତି । ଜେଜେ ମାଆଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଆମେ ଚିନ୍ତିତ। ଘରର ବୋହୂ ହୋଇ ସେବା ଶୁଶ୍ରୁଷା କରିବା ବଦଳରେ, ଅନୁ କେମିତି ପାର୍ଟି କରି ପାରୁଛନ୍ତି କାମର ବାହାନା କରି । 

   ନିଜକୁ ନିୟନ୍ତ୍ରଣରେ ରଖି, ଆଉ ଅଧିକ ଉତ୍ତେଜିତ ନ ହୋଇ ବାପା ବୋଉଙ୍କ ପାଇଁ ଟିଫିନ ନେଇ ମେଡିକାଲ ଯିବା ପାଇଁ ବାହାରି ଯିବା ପୂର୍ବରୁ, ଶାଶୁ ମାଆଙ୍କୁ ରୋଷେଇ ପ୍ରସ୍ତୁତ ହୋଇଯାଇଛି ଅନୁ ଆସିଲେ ମିଶିକି ଖାଇ ଦେବା ପାଇଁ କହିବାରୁ, 

   ସେ (ଶାଶୁ) କହିଲେ, ଆରେ ପୁଅ, ତୁମେ କଣ ପାଇଁ ରୋଷେଇ କରୁଥିଲ। ଅନୁ ବା ଆସିଲା ବେଳେ ପାରସଲ ନେଇ କି ଆସୁଛି ଆମ ପାଇଁ । 

   ଆଚ୍ଛା ହେଉ, ମୁଁ ମେଡିକାଲ ଯାଉଛି ଆସିଲା ବେଳକୁ ଲେଟ ହେବ କହି ଚାଲି ଆସିଲି । ଗାଡିରେ ମେଡିକାଲ ଆସିବା ବାଟରେ କେବଳ ଏତିକି ଭାବୁଥିଲି, ଶାଶୁ ମାଆ ବି ମତେ ଜଣେଇଲେ ନାହିଁ ରୋଷେଇ କରିବା ସମୟରେ ଅନୁ ଖାଇବା ନେଇକି ଆସୁଛି । ମୁଁ ବେଶି କିଛି ରୋଷେଇ କରି ନଥାନ୍ତି । ଏବେ ସେତକ ଖାଦ୍ୟ ବି ନଷ୍ଟ ହେବା ଛଡା ଆଉ ବା ଉପାୟ କିଛି ନାହିଁ । 


   ମେଡିକାଲରେ ବାପା ବୋଉଙ୍କ ପାଖରେ ଖାଇବା ରଖି ଜେଜେ ମାଆଙ୍କ ପାଖରେ ବସି ଥାଏ । ଜେଜେ ମାଆ ବି ମତେ ଦେଖି କିଛି ନ କହିପାରିବାରୁ ଆଖିର ଲୁହରେ ତାଙ୍କର ଭାଵକୁ ପ୍ରକାଶ କରିବାରୁ ଅଟକାଇ ପାରିଲେ ନାହିଁ । ତାଙ୍କର ଆଖିର ଲୁହକୁ ପୋଛି ଦେଇ, ମାଆ( ଜେଜେ ମାଆ) ଏବେ ଦେହ ଟିକେ ଭଲ ଲାଗୁଚି ତ ????

  ମୁଣ୍ଡ ହଲେଇ ହଁ କହିଲେ । ବୋଉ ପାଖରେ ଠିଆ ହୋଇ ଥାଏ । 


ନିହାରିକା :- ଆରେ ଅନୁ ତା" ବାପା ବୋଉଙ୍କର ଠିକ ଯତ୍ନ ନେଉଛି ନା ନାହିଁ । ତୁ ବି ଟିକେ ସେମାନଙ୍କର କଥା ବୁଝା ସୁଝା କରୁଥିବୁ । ଯାହା ହେଲେ ସେମାନେ ବାହାଘର ପରେ ପ୍ରଥମ ଥର ପାଇଁ ଆମ ଘରକୁ ଆସିଛନ୍ତି । ଆମେ ତ ମେଡିକାଲରେ ଅଛୁ । ସମୁଦି ସମୁଦୁଣୀଙ୍କର କଥା ବୁଝି ପାରୁ ନାହୁଁ । ସେମାନେ ଭୁଲ ବୁଝୁଥିବେ କାଳେ । ହଁ, ଶୁଣ ଗଲା ବେଳେ ସମୁଦି ସମୁଦୁଣୀଙ୍କ ପାଇଁ ନୂଆ ଡ୍ରେସ ସାଙ୍ଗରେ ନେଇ ଯିବୁ । ଯାହା ହେଲେ ପ୍ରଥମ ଥର ପାଇଁ ଆସିଛନ୍ତି । ସଂସ୍କାର ଦୃଷ୍ଟିରୁ ତାଙ୍କୁ ଆମେ କିଛି ଉପହାର ତ ଦେବାକୁ ପଡିବ ।

ରାମ:- ଆଛା ହେଉ ।

ନିହାରିକା:- ତୋ ମନ ଭଲ ନ ଥିଲା ପରି ଲାଗୁଛି । କଣ ହେଇଛି ତୋର, ମତେ କହିବୁ ନି ???

ରାମ:- ନାଇଁ, ସେମିତି କିଛି ହେଇ ନାହିଁ । ଜେଜେ ମାଆଙ୍କର ଦେହ ଖରାପ ନେଇ ଟିକେ ଟେନ୍ସନରେ ଅଛି । 

ନିହାରିକା:- ଯାହା ହେବାର କଥା ହେଇଗଲା । ତାକୁ ଧରି ବସିଲେ ବା ଲାଭ କଣ । ଅନୁ ସହ ତୋର କିଛି .....ହୋଇ ନାହିଁ ତ !!!!( ସନ୍ଦେହରେ )

ରାମ:- ନାଇ, ତାଙ୍କର ମୋର ଦେଖା ବା ସକାଳୁ କେତେବେଳେ ହେଇଛି ଯେ,କିଛି ହେବ । ଅଫିସରୁ ଘର ତା" ପରେ ମେଡିକାଲ କଥା ହେବା ପାଇଁ ସମୟ ହିଁ ମିଳୁ ନାହିଁ । ( ଠିକ କଥା କହିବାକୁ ଭଲ ଲାଗିଲା ନାହିଁ )

ନିହାରିକା:- ଅନୁ ଟିକେ ଆସି ମାଆ(ଜେଜେ ମାଆ)ଙ୍କର ପାଖରେ ରହିଥିଲେ, ମାଆ ଟିକେ ଖୁସି ହୋଇଥାନ୍ତେ । ସେ ବା କଣ ଆଉ କରିବ ଅଧିକା, ତାର ଅଫିସ ଆଉ ଘରର କାମ ଭିତରେ ସମୟ ବାହାର କରିବା ବି କଷ୍ଟ ହୋଇ ପଡିବ । 

  ଆଜି ସକାଳର ଟିଫିନ ଆମକୁ ଦେଇ, ଘରର କାମ କରି ଅଫିସ ଯାଇ ଆସିଲା ବେଳକୁ ବିଚାରି ହାଲିଆ ହେଇ ଯାଉଥିବ। ନା" କଣ କହୁଛୁ ।

ରାମ:- ହଁ ମାଆ,ସେ ବହୁତ କାମ କରୁଛନ୍ତି ନା " ହାଲିଆ କେମିତି ହେବେ ନାହିଁ ।

ନିହାରିକା:- ତୁ ଏତେ ଆଉ ଅଭିମାନ କରେ ନାହିଁ । ଆମେ ସବୁ ବୁଝି ପାରୁଚୁ । ଜେଜେ ମାଆ ଆଉ ଦିନେ କି ଦୁଇ ଦିନ ଭିତରେ ଡିସଚାର୍ଜ ହୋଇଗଲା ପରେ, ତତେ ବି ବେଶି କିଛି କରିବାକୁ ପଡିବ ନାହିଁ । ମୁଁ ସବୁ କିଛି ସମ୍ଭାଳି ନେବି । ତୋ ହାତ ରନ୍ଧା କଣ ଆମେ ବାରି ପାରିବୁ ନାହିଁ ବୋଲି ଭାବୁଛୁ କି ??? ତୋ ବାପା ପ୍ରଥମେ ଖାଉ ଖାଉ ଅନୁ ବନେଇବା କଥାକୁ ବିଶ୍ୱାସ କରିଲେ ନାହିଁ ବରଂ କହିଲେ ଏ ଖାଦ୍ୟ ରାମ ବନେଇ ଆଣିଛି । 

   ତୋ ପରି ପୁଅ ଥିଲେ ଆମର ଆଉ କଣ ଚିନ୍ତା କହ । 


ରାମ:- ମୁଁ ଜାଣି ପାରୁଛି ବୋଉ । ତୁମେ ସମସ୍ତେ ଅନୁକୁ ନେଇ କେତେ ଚିନ୍ତା କରୁଛ। କିଏ ଜାଣେ ତାଙ୍କର ସ୍ଵଭାଵ କେବେ ପରିବର୍ତ୍ତନ ହେବ!!!!!

ନିହାରିକା :- ସମୟକୁ ଅପେକ୍ଷା କର, ମୋ ମନ କହୁଚି ଦିନେ ସେ(ଅନୁ) ସବୁ କିଛି ବୁଝି ପାରିବ ଆଉ ବଦଳି ବି ଯିବ ।

 ରାତି ବେଶି ହେଲାଣି, ତୁ ଏବେ ଘରକୁ ଯା । ଏତେ ବଡ଼ ଘରେ ସେମାନେ ଆମ ବିନା କଣ ଠିକ ସେ ଚଳି ପାରୁଥିବେ । 

 ଆଉ ଡେରି କର ନାହିଁ, ଆମେ ଜେଜେ ମାଆଙ୍କ ପାଖରେ ଅଛୁ । 


ମେଡିକାଲରୁ ଫେରି ଆସି ଘରେ ପହଞ୍ଚି ଦେଖେ, ଅନୁ ଆଉ ଶାଶୁ ଶଶୁର ସମସ୍ତେ ମିଶି ଡିନର କରୁଛନ୍ତି । ଅନୁ ମତେ ଖାଇବା ପାଇଁ କହିବାରୁ, ଖାଇକି ଆସିଛି କହି ମୁଁ ଭିତରକୁ ବିଶ୍ରାମ ନେବାକୁ ଚାଲିଗଲି । ଏମିତି ଜୀବନରେ ଆଉ ବା କଣ ସୁଖ ଆଶା କରେ । ଭୋକ ବି ଲାଗିଲେ ଅନ୍ନ ମୁଠେ ଶାନ୍ତିରେ ବସି ଖାଇବାକୁ ଇଛା ହେଉ ନାହିଁ । ଗୋଟେ ଗ୍ଲାସ ପାଣି ପିଇ ଦେଇ, ବେଡ଼ରେ ଯାଇ ଶୋଇପଡ଼ିଲି । 

  ଅନୁ ଆସି ଯେତେ ଯାହା ପଚାରିଲେ,ବି ମୁଁ ଶୋଇବାର ଆକ୍ଟିଂ କରି ଶୋଇବା ପାଇଁ ଚେଷ୍ଟା କରୁଥିଲି । 


ଭୋକରେ ପେଟ ସହ ମାନସିକ ସ୍ଥରରେ ମୁଁ ବି ବିଚଳିତ ଥିଲି । ଆଉ ନିଜର ହସିଲା ସଂସାର କଥା ଭାବି, ଛାତି ଭିତରର କୋହକୁ ଅଟକାଇବାକୁ ଚେଷ୍ଟା କରୁଥିଲି । 

  ଆଉ ମନେ ମନେ ଭାବୁଥିଲି, ହେ ପ୍ରଭୁ କିଛି ଏମିତି ମିରାକିଲ କରି ଦିଆନ୍ତେ, ଅନୁ ବଦଳି ଯାଇ ବାପା ବୋଉଙ୍କ ସହ ଏ ପରିବାରରେ ମିଳି ମିଶି ସୁଖର ସମସ୍ତେ ଚଳି ପାରନ୍ତୁ । 


   କ୍ରମଶଃ.......



Rate this content
Log in

Similar oriya story from Tragedy