Nityananda Sahu

Tragedy Inspirational

3  

Nityananda Sahu

Tragedy Inspirational

ସୁନା ବୋହୂ -ଭାଗ-୧୩

ସୁନା ବୋହୂ -ଭାଗ-୧୩

4 mins
152


【ଭାଗ -୧୨】 


【ପୂର୍ଵ ଭାଗରେ ଆପଣମାନେ ପଢିଥିଲେ, ଅନୁସୟା ନୂଆ କରି ଶାଶୁ ଘରେ ନିଜର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରିବାରେ ଅବହେଳା କରିଛି ଏବଂ ତାହା ଶାଶୁଘର ଲୋକଙ୍କର ମନକୁ ପ୍ରଥମରୁ ଆଘାତ କରାଇଛି ..... ଆଉ ତା ପରେ 】 


  ଘର ଅଗଣାରେ ପ୍ରିୟବ୍ରତ ବାବୁ ତାଙ୍କର ସାଙ୍ଗ ସହ କଥାବାର୍ତ୍ତାରେ ବ୍ୟସ୍ତ ଅଛନ୍ତି । ଠିକ ଏହି ସମୟରେ ଅନୁସୟା ମଥା ଉପରେ ହାତେ ଓଢଣୀ ଟାଣି ଚା' କପକୁ ଟ୍ରେରେ ଧରି ଦେବା ପାଇଁ ଆସିଛି ।

ଅନୁ:- ବାପା, ଚା' !!! 

ପ୍ରିୟ:- ହଁ ଦେ ଲୋ ମା ' । 

 ଅନୁ ଉଭୟଙ୍କୁ ଚା କପ ପିଇବା ଉଦ୍ଦେଶ୍ୟରେ ଦେବା ସହ ମୁଣ୍ଡିଆ ମାରି ପାଦ ଛୁଇଁ ଆଶୀର୍ବାଦ ନେଇ ଚାଲି ଯାଉଥାଏ । 


ସାଙ୍ଗ:- ବୁଝିଲୁ ପ୍ରିୟ, ତୁ ଯାହା କହ ପଛେ, ବୋହୂ ଖଣ୍ଡେ ପାଇଛୁ । ଆଜିକା ଦିନରେ ଶିକ୍ଷିତା ସଂସ୍କାରୀ ବୋହୂ ମିଳିବା ଭାରି କଷ୍ଟ । ଯାହା କହ ପ୍ରିୟ ନୂଆଁ ବୋହୂ ଭାରି ସୁଆଦିଆ ଚା' ବନେଇଛି । ମୋର ତ ଆତ୍ମାତୃପ୍ତି ହୋଇଗଲା । 

 ପ୍ରିୟବ୍ରତ ବାବୁ ବି ଚା' ପିଇ ଦେଇ, ବହୁତ ଟେଷ୍ଟି ହୋଇଛି ବୋଲି ଅନୁକୁ ତାରିଫ କଲେ । 

ଅନୁ ଖୁସି ମନରେ ଘର ଭିତରକୁ ଚାଲିଗଲା । 


ବିଦାୟ ନେଇ ସାଙ୍ଗ ଠାରୁ ପ୍ରିୟ ବ୍ରତ ବାବୁ ନିଜର ବେଡ଼ ରୁମକୁ ଚାଲିଯାଇ ବିଶ୍ରାମ ନେଇଛନ୍ତି ।

  ଶାଢ଼ୀ କାନିରେ ହାତକୁ ପୋଛି ପୋଛି ନିହାରିକା ଘର ଭିତରକୁ ପ୍ରବେଶ କଲେ । 


ନିହାରିକା:- କିଛି କାମ ଧନ୍ଦା ନାହିଁ ବୋଲି କଣ ଅଳସୁଆ ହୋଇ ଖଟରେ ଏମିତି ଶୋଇବା ଉଚିତ !!

ପ୍ରିୟ:- ଯାହା ହେଉ, ବୋହୂ ହାତର ଚା' ଭାରି ଭଲ ଲାଗୁଥିଲା । ତୁମେ ପିଇଲ ନା ନାହିଁ !!

ନିହାରିକା:- ହଁ ପିଇଲି । 

ପ୍ରିୟ:- ତୁମେ କଣ ନିଜକୁ ବେଶି ଚାଲାକ ଭାବୁଛ ନାହିଁ !! ବୋହୂ ହାତର ଚା' ଥିଲା ନାଁକୁ ମାତ୍ର କିନ୍ତୁ ସେଥିରେ ଥିବା ତୁମ ହାତର ସ୍ୱାଦ କଣ ମୁଁ ବାରି ପାରିବିନି ଭାବୁଛ ? ଆରେ ଘରର ନୂଆଁ ବୋହୂ ସେ, ଏ ଘର ଉପରେ ତାର ସମ୍ପୂର୍ଣ୍ଣ ଅଧିକାର ଅଛି । ଯଦି ସେ ନିଜର ଦାୟିତ୍ୱକୁ ଠିକ ସେ ତୁଲାଇବ ନାହିଁ । ତା' ହେଲେ ସେମାନେ ଆଗକୁ ଘର ସଂସାର କେମିତି କରିବେ !!! 

  ତା, ଛଡ଼ା ବୋହୂ ହେଲା ପରେ କଣ ସବୁ ଦାୟିତ୍ୱ ନେବା ଦରକାର, ଅନୁକୁ ସେ ସବୁ କଣ କହିବାକୁ ପଡିବ ?? 


ନିହାରିକା:- ତୁମକୁ ଆଉ ପାରି ହେବନି ? ନୂଆ ବୋହୂଟା ସେ, ଘରେ ପାଦ ନ ଦେଉଣୁ ତା ଉପରେ କଣ ଏମିତି ଘରର ବୋଝ ଲଦି ଦେବା ଠିକ ହେବ । ପାଠ ଶାଠ ପଢି ଚାକିରୀ କରୁଥିବା ଝିଅକୁ କେତେବା ହାଣ୍ଡିଶାଳ ଆଉ ଘରର କଥା ଜଣା । ଧୀରେ ଧୀରେ ସବୁ ଶିଖି ଯିବ ନି !!! 


ପ୍ରିୟ :- କାହିଁ ତୁମେ କଣ ନୂଆ ବାହା ହୋଇ ଆସିଲା ପରେ, ସାମାନ୍ୟ ରୀତିନୀତି ଘରର ସଂସ୍କାର ବିଷୟରେ ଜାଣି ନ ଥିଲ । ମୋର ତ ମନେ ଅଛି, ବଡି ଭୋରରୁ ଉଠି ତୁମେ ସ୍ନାନ କରି ଘରେ ଠାକୁର ପୂଜା ସହ ବୃନ୍ଦାବତୀଙ୍କୁ ଜଳ ପୁଷ୍ପ ଦେଇ ଆରାଧନା କରି, ଆମ ସମସ୍ତଙ୍କର ନିତ୍ୟକର୍ମ ସରିବା ପୂର୍ବରୁ ସମସ୍ତଙ୍କ ପାଇଁ ଜଳଖିଆ ପ୍ରସ୍ତୁତି ବି କରି ସାରୁଥିଲ । ସେ ସବୁକୁ କଣ ତୁମକୁ କିଏ ବାଧ୍ୟ କରିଥିଲେ କରିବା ପାଇଁ, ନା ତାହା ତୁମର ଦାୟିତ୍ୱବୋଧ ଥିଲା । 

  ଏଠି ଶିକ୍ଷିତ, ଅର୍ଧ ଶିକ୍ଷିତ କି ମୂର୍ଖର କଥା ପଡିନି !! କଥା ହେଉଛି, ଘରର ସଂସ୍କାର । ପିଲା ଟି ଦିନରୁ ଯିଏ ଯେଉଁ ଘରେଇ ସଂସ୍କାର ଭିତରେ ବଡ଼ ହୋଇଥିବ, ତାର ପାଖରେ ସଂସ୍କାର ଶିକ୍ଷା ବି ସେମିତି ପରିଲିଖିତ ହୋଇଥାଏ । 


  ଆଛା କହିଲ, ଦୁନିଆଁରେ ଏମିତି କେଉଁ ବୋହୂ ଅଛି, ଯିଏ ଶଶୁର ଘରେ ପ୍ରଥମ ଦିନରୁ ଏତେ ଡେରି ଯାଏ ଶୋଇ ବେଡ଼ ଟି ପିଇବା ପରେ ନିଜର ନିତ୍ୟକର୍ମ କରେ !! ଏମିତିରେ ସମ୍ଭ୍ରାନ୍ତ ଘରର ପିଲା ବି ବାହାଘର ପରେ କିଛିଟା ସଂସ୍କାରକୁ ମାନନ୍ତି। 


ନିହାରିକା:- ତୁମେ ହୁଏତ ଠିକ କହିଛ କିନ୍ତୁ ମୁଁ ସେ ସବୁକୁ କିଛି ମନରେ ଧରୁନି !! ମୋ ପାଖରେ ରହିଲା ପରେ ନିଶ୍ଚିତ ତାର(ଅନୁ) କିଛି ସ୍ଵଭାଵ ଆଉ ଚଳଣୀରେ ପରିବର୍ତ୍ତନ ହେବ ବୋଲି ମୋର ବିଶ୍ୱାସ ।

 ପ୍ରିୟ:- ଯାହା ତୁମର ଇଛା । ମୁଁ ଆଉ ବା କଣ କହିବି !!!

ଦୁହିଁଙ୍କର କଥାବାର୍ତ୍ତା ଭିତରେ ଉତ୍ତରା ପବନରେ ରୋଷେଇ ଘର ଆଡୁ ମସଲା କଷାର ପୋଡିଯିବାର ଗନ୍ଧ ଜାଣି ପାରି, ନିହାରିକା ରୋଷେଇ ଘର ଅଭିମୁଖେ ଜୋରରେ ଦୋୖଡି ଯାଇଛନ୍ତି । 


ନିହାରିକା:- ଅନୁ, ଗ୍ୟାସର ଆଞ୍ଚକୁ ଲୋରେ ରଖି ମସଲା କଷେ ! ସବୁ କରେଇରେ ଲାଗି ପୋଡ଼ା ଗନ୍ଧ ହେଲାଣି । ଏତକ କହି ଦୌଡି ଯାଇ ଦେଖିଲା ବେଳକୁ, କରେଇରେ ମସଲା ପ୍ରାୟ ସବୁ ପୋଡି ଗଲାଣି । 

 ନିହାରିକା ଆଶ୍ଚର୍ଯ୍ୟ ହୋଇ ଅନୁର ମୁହଁକୁ ଚାହିଁ ରହିଛନ୍ତି!! ଗ୍ୟାସର ନିଆଁକୁ ଲିଭେଇ, ଲାଗିଥିବା ମସଲା କରେଇକୁ ଗ୍ୟାସରୁ ଓଲେଇ ତଳେ ରଖି ଦେଲେ ।

ଅନୁ:- ସରି ମା' ଆଗରୁ ଘରେ କେବେ ରୋଷେଇ ପାଇଁ ମସଲା ଠିକ ସେ କରି ନଥିଲି, ସେଥିପାଇଁ ଜାଣି ପାରିଲିନି ? 


ନିହାରିକା :- ଆଛା ହେଉ, ସେ କଥା ଛାଡେ । ବେସିନରେ ଯାଇ କରେଇକୁ ସଫା କରି ଆଣେ । ମୁଁ ମସଲା ପାଇଁ ସାମଗ୍ରୀ ପ୍ରସ୍ତୁତ କରୁଛି । 

ଅନୁ:-ମା' କରେଇରୁ ଦାଗ ଛାଡ଼ୁନି ? ଆଉ କେତେ ଘଷିବି ଯେ? 

ନିହାରିକା:- ଟିକେ ଭିମ ସାବୁନ ଦେଇ ଭଲ ସେ ରଗଡି ଘଷି ଦେଲେ ମସଲାର ଅଂଶ ସବୁ କରେଇରୁ ଛାଡିଯିବ ।

ଅନୁ:- କରେଇ ଘଷି ଘଷି ହାତରେ ମୋର ଯନ୍ତ୍ରଣା ହେଲାଣି । ଆପଣ ଟିକେ ଦେଖିଲେ, ବୋଧହୁଏ ସଫା ହୋଇ ଯାଇଛି !!

ନିହାରିକା:- କରେଇ ଦେଖି ବିସ୍ମୟ ଭରା ନୟନରେ ଅନୁକୁ ଚାହିଁ ରହିଛନ୍ତି । କରେଇରେ ଅନୁ କେମିତି ଘଷୁ ଥିଲା କି, ଦାଗ ସବୁ ଯେମିତି ଲାଗିଥିଲା ସେମିତି ଲାଗି କି ଅଛି ?? ମନେ ମନେ ସବୁ କିଛି ଦେଖି ଭାବିଲା ପରେ ବି ଅନୁକୁ କାଳେ କିଛି କହିଲେ ମନ ଉଣା କରିବ, ସେଥିପାଇଁ ଚୁପ ରହିଗଲେ ।

  ଆଚ୍ଛା ହେଉ ତୁ ଯା, ମୁଁ ସଫା କରି ଦେଉଛି ।ବୁଝିଲୁ ଅନୁ, ଆଜିର ମଟନ ତରକାରୀ ସୁଆଦିଆ ହେବା ଦରକାର । ଘରର କୁଣିଆମାନେ ଖାଇଲା ପରେ ଯେମିତି ତୋର ତାରିଫ କରିବେ। 


ଅନୁ:- ମତେ ରୋଷେଇ ଠିକ ସେ ଜଣା ନାହିଁ । ଆପଣ ପାଖରେ ଠିଆ ହୋଇ ବରାଦ କଲେ ମୁଁ ଭଲ ସେ ବନେଇ ଦେବି!!! 


ନିହାରିକା :- ଆଚ୍ଛା ହେଉ । ଏବେ ଯାଇ ଟିକେ ଦେଖିଲୁ ରାମ କୁଆଡେ ଗଲା । ତାକୁ ଭୋକ ହେଉ ନାହିଁ କି ?? 


 ମଧ୍ୟାହ୍ନରେ ସମସ୍ତେ ଏକତ୍ର ଖାଇ ବସିଛନ୍ତି । ନୂଆ ବୋହୂ ହାତର ସୁଆଦିଆ ମଟନ ଖାଇ ଆଜି ସମସ୍ତେ ଖୁସି ମନରେ ଖାଇବା ପାଖରେ ବସି ପ୍ରଶଂସା କରୁଛନ୍ତି । 


ସମସ୍ତେ ଖାଇ ସାରି ଚାଲିଯାଇଛନ୍ତି । ଅନୁ ବି ନିଜର ଖାଇବା ସାରି ବେଡ଼ ରୁମରେ ଶୋଇବାକୁ ଚାଲି ଯାଇଛି । 

  

 ରୋଷେଇ ଘର ଭିତରେ ନିହାରିକା ସବୁ ଅଇଁଠା କଂସା ବାସନକୁ ମାଜିବାରେ ବ୍ୟସ୍ତ । 

ରାମ ଦୂରରୁ, ମା'କୁ ସକାଳୁ ଏତେ ସବୁ କାମ ନିଜେ କରୁଥିବା ଦେଖୁଛି କିନ୍ତୁ ପ୍ରଶଂସା ଅନୁ ପାଇବା କଥା ତାର ହଜମ ହେଉ ନଥାଏ । ବୋହୂ ହୋଇ ଶାଶୁ ଠାରୁ କାମ ଛଡେଇ ନେଇ କରିବା ବଦଳରେ, ଅନୁ କେମିତି ନିଜକୁ ରାଣୀ ଭାବି ବେଡ଼ ରୁମରେ ଏ.ସି. ଲଗେଇ ଶୋଇ ପାରିଲେ ??

 ରାଗରେ ରାମ ଏ ସବୁ ଦେଖିକି ଚାଲିଯାଉଥିବା ବେଳେ, ପଛରୁ ମା' (ନିହାରିକା) ଙ୍କର ଡାକ ଶୁଣି ଅଟକି ଯାଇଛି !!! 


   ଆଉ ତା ପରେ ........ 


   କ୍ରମଶଃ......



Rate this content
Log in

Similar oriya story from Tragedy