STORYMIRROR

Akshayakumar Dash

Action Inspirational Others

4  

Akshayakumar Dash

Action Inspirational Others

ସତ୍ୟକୁ ସନ୍ଧାନ

ସତ୍ୟକୁ ସନ୍ଧାନ

2 mins
236

ନିତ୍ୟାନନ୍ଦ ଘରଭିତରେ ଏକୁଟିଆ । ଏବେ ନୁହେଁ ଦୁଇବର୍ଷ ଧରି ରହିଆସୁଛନ୍ତି ।ଘରେ ରହି କାମ କରନ୍ତି ।ଶନିବାର ଓ ରବିବାର ଛୁଟି ।ଏହି ଦୁଇଦିନ ତାଙ୍କ ପାଇଁ କଠିନ ହୋଇପଡେ ।ବଙ୍ଗାଲୁର ର ବହୁରାଷ୍ଟ୍ରୀୟ କମ୍ପାନୀ ରେ ସଫ୍ଟୱେର ଇଂଜିନିୟର । ମାସକୁ ବେତନ ଲକ୍ଷେ ଟଙ୍କା । ଟଙ୍କାର ଅଭାବ ନାହିଁ । କେବଳ ମାନସିକ ସ୍ତରରେ ଦୁର୍ବଳ।କୁଆଡେ ଯିବା ବୁଲିବା ମନା । ମନରେ ସଂଦେହ, କାଳେ କରୋନା ରୋଗରେ ଆକ୍ରାନ୍ତ ହୋଇଯିବି, ଏହିଭୟରେ । ଘରୁ ବାପା ମା ବାରମ୍ବାର କୁହନ୍ତି, ତାଗିଦ କରନ୍ତି ,ବଙ୍ଗାଲୁର ରେ କରୋନା ଆକ୍ରାନ୍ତକ ସଂଖ୍ୟା ବୃଦ୍ଧି ପାଇଛି ତେଣୁ କୁଆଡେ ନଯାଇ ଘରେ ରହି ଆସିଛି । ହାତରେ ରୋଷେଇ କରି ଖାଇବା, ଘର ଝଡା ଝଡି ଓ ନିଜ କମ୍ପାନୀ କାମ କରି ସମୟ ଗଡିଯାଏ ।ହେଲେ ଶନିବାର ରବିବାର ଦୁଇଦିନ ତାକୁ ସବୁ କଷ୍ଟ ଲାଗେ । ଶୋଇ ଉଠୁ ଉଠୁ ସକାଳ ଦଶଟା ବାଜିଯାଏ ।ଉଠିଲା ପରେ ଯନ୍ତ୍ରଣା । କେମିତି ମାନସିକ ସ୍ତରରେ ଦୁର୍ବଳ ହୋଇ ଯାଏ ।ବାପା ଓ ମା ପୁଅର ମନ କଥା ବୁଝିପାରନ୍ତି । ପ୍ରସ୍ତାବ ଦେଇଛନ୍ତି ,ଘରେ ରହିବି କାମ କରିହେବ ତେଣୁ ଘରକୁ ଫେରିଆସ ।ନୂଆ ଚାକିରୀ କମ୍ପାନୀକୁ ଘରକୁ ଆସିବାକୁ ପ୍ରସ୍ତାବ ଦେବାରୁ ମନା କରି କହିଲେ ବଂଗଲୁର ରେ ରହିବାକୁ ପଡିବ ।ତେଣୁ ବାଧ୍ୟ ହୋଇ ରହିବା ଛଡା ଅନ୍ୟଗତି ନାହିଁ ।ଜଣେ ରୋଷେଇ କରୁଥିବା ଲୋକ ଆଉ ଆସୁନାହିଁ । ଲକଡାଉନ ପାଇଁ ଯିବା ଆସିବା ବନ୍ଦ । ବାହାରୁ ଅଡ଼ର ଦେଇ ଅନଲାଇନରେ ମଗେଇ ଖାଇବାକୁ ପଡେ ।ହେଲେ ଅତ୍ୟଧିକ ତେଲ ମସଲା ଖାଇବା ଫଳରେ ଦେହ ଅସୁସ୍ଥ ହୁଏ ।ଏଣୁ ନିଜେ ରୋଷେଇ କରେ ।ଭାତ ରାନ୍ଧି ପଖାଳ କରିଦିଏ ।ବାଇଗଣ ପୋଡାଓ ବଢି ରସୁଣ ପିଆଜ କଂଚାଲଙ୍କା ଦଳି କେତେକ ଦିନ ଚାଲିଯାଏ ।ରାତିରେ ରୁଟି ତିଆରି କରିବାକୁ ପଡେ ।ପ୍ରଥମ ପ୍ରଥମ ଭାରତ ମାନଚିତ୍ର ପରି ହୋଇଯାଉଠିଲା। ଆଭାସ ହେବାରୁ ଭଲରୁଟି କରିପାରୁଛି ।ରୁଟି ସହ ଡାଲମା ଓ କୋଉଦିନ ତଡକା ବନେଇ ଖାଏ । କିଛି ନକରିପାରିଲେ ପା ରୁଟି ଓ କ୍ଷୀର ଖାଇ ସୋଇପଡ଼େ । ମାନସିକ ସ୍ଥିରତା ପାଇଁ ସକାଳୁ ଉଠି ଯୋଗ ପ୍ରାଣୟମ ନିତି କରିବାକୁ ଲାଗିଲା ।କିଛି ଧର୍ମ ପୁସ୍ତକ ପଠନ କଲା ।ନିତି ପୂଜା ପାଠ କଲା । ଏବେ ଖୁସିରେ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action