Basanti Pattnaik

Tragedy

4  

Basanti Pattnaik

Tragedy

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

4 mins
431



  ପ୍ରଣତି ଦେବୀଙ୍କୁ ଦିନେ ଅକସ୍ମାତ ହସ୍ପିଟାଲରେ ଦେଖିଲି.. ଅତ୍ୟନ୍ତ ବ୍ୟସ୍ତ ଲାଗୁଥିଲେ, ମୁଁ ଏହାର କାରଣ ପଚାରିଲି.. ସେ ଯାହା କହିଲେ ମୋ ଗୋଡ଼ ତଳୁ ମାଟି ଖସିଗଲା ପରି ଲାଗିଲା... ନିଜକୁ ସମ୍ଭାଳି ଲଥ୍ କରି ବସି ପଡ଼ିଲି.. ସେ ମୋ ପାଖରେ ବସି ଭୋ ଭୋ କାନ୍ଦିବାକୁ ଲାଗିଲେ.. କହିଲେ ମୋର ଗୋଟିଏ ଝିଅ ଓ ଗୋଟିଏ ପୁଅ,ପୁଅ ଟି ଅଜା ଘରେ ରହି ପଢୁଛି କିନ୍ତୁ ଝିଅ ଟି ଅତି ଭଲ ପଢୁ ଥିବାରୁ ମେଡିକାଲ କୋଚିଂ ପାଇଁ ଭୂବନେଶର ରେ ହଷ୍ଟେଲରେ ଛାଡି ଥିଲି

କିନ୍ତୁ ସମୟ ମୋତେ କଣ ଦେଖାଇଲା.. କାଲି ହଷ୍ଟେଲ ରୁ ଫୋନ୍ ଆସିଲା ଝିଅ ଆତ୍ମହତ୍ୟା କରିଛିବୋଲି..

କିନ୍ତୁ ଗୋଟିଏ ପଟ ଚପଲ ଓ ଓଢ଼ଣୀ ମିଳୁନି ଯାହା ମୋତେ ସନ୍ଦେହ ଘେରକୁ ନେଉଛି...

  

         ମୋର ଧନକୁ ଷଡ଼ଯନ୍ତ୍ର କରି ମାରିଦେଇଛନ୍ତି... ମୁଁ ପଚାରିଲି ଏତେ ଛୋଟ ଝିଅର କିଏ ଶତୃ ଯେ ତାକୁ ମାରିଦେଲେ ଓ କାହିଁକି?

ଏହି ଭଳି ପ୍ରଶ୍ନ ମୋ ମନରେ ଗୁଡେ଼ଇ ତୁଡେଇ 

ହ‌ଉଥିଲା.. ମୁଁ କାହାକୁ ସନ୍ଦେହ କରୁଛନ୍ତି ଓ କାହିଁକି ଓଲଟା ପ୍ରଶ୍ନ କଲି..ସେ ଆସ୍ତେ ତା ବାପା ବୋଲି କହିଲେ.. ମୁଁ ହତମ୍ଭବ ହୋଇଗଲି..


         ସେ ପୋଷ୍ଟମର୍ଟମ ରିପୋର୍ଟ କୁ ଅପେକ୍ଷା କରିଛନ୍ତି..ତା ପରେ ଆକ୍ସନ ସବୁ ନେବେ ବୋଲି କହିଲେ..

    

     ମୁଁ ତା ପରଦିନ ତାଙ୍କ ପାଖରେ ପହଞ୍ଚିଲି, ମାନବିକତା ଦୃଷ୍ଟିରୁ କିଛି ଦିନ ସେ ଯୁଆଡେ ଡାକନ୍ତି 

ମୁଁ ସାଥୀରେ ଯାଏ.. କିନ୍ତୁ ମୋ ବିବେକ ବାପା ଝିଅ କୁ ମାରିଥିବ ବୋଲି ଗ୍ରହଣ କରେନାହିଁ.. ଯଦି ମୋ ପାଟିରୁ ଏ କଥା ବାହାରେ ସେ ପାଗଳସମ ଚିଡି ମୋ ଉପରେ ରାଗି ଯାଆନ୍ତି... ମୁଁ ପ୍ରତିକ୍ରିୟା ରଖେ ନାହିଁ କାରଣ ମା ତାର କନ୍ୟା କୁ ହରାଇଛି.. ତେଣୁ ମାନସିକ ଭାରସାମ୍ୟ ଏକ ପ୍ରକାର ହରାଇ ବସିଛନ୍ତି ..


        କିଛି ଦିନ ଯିବା ଆସିବା ଭିତରେ ଜାଣି ପାରିଲି ତାଙ୍କର ପ୍ରେମ ବିବାହ ଥିଲା... ସ୍ବାମୀ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଓ ସେ ନିଜେ ମଧ୍ୟ ଲେକ୍ଚରର୍ ଥିଲେ

ବିବାହ ପରେ ସ୍ବାମୀ ସର୍ବଦା ସନ୍ଦେହ କରି ତାଙ୍କୁ ଚାକିରି ଛାଡ଼ିବାକୁ କହିଲେ.. ପରିବାର ର ଶାନ୍ତି ପାଇଁ ସେ ଚାକିରୀ ଛାଡ଼ି ବାକୁ ବାଧ୍ୟ ହେଲେ।


     କିଛି ଦିନ ପରେ ଦୁଇଟି ସନ୍ତାନ ର ମା ହେଲେ...ପିଲାମାନଙ୍କ ଲାଳନପାଳନ ପାଇଁ ଏକ ମହିଳା ଙ୍କୁ ଘରେ ରଖିଲେ,ସେ ସବୁ କାମକୁ ଅର୍ଥାତ୍ ପିଲାମାନଙ୍କର ଯନ୍ନ ନେବା ସହିତ ରୋଷେଇ ଓ ସ୍ବାମୀଙ୍କର ଅଫିସ ଗଲା ବେଳକୁ ଟିଫିନ୍ ସଜାଡ଼ିବା, ଜୋତା ସଫାକରି ରେଡି କରିବା ଅତ୍ୟନ୍ତ ଯନ୍ନ ର ସହିତ କରୁଥିଲେ ... ସମସ୍ତେ ତାଙ୍କୁ ଭାରି ଭଲ ପାଉଥିଲେ...

    ପ୍ରଣତି ଦେବୀ ଆଧୁନିକା ମହିଳା ହୋଇ ଥିବାରୁ ଷ୍ଟାଟସ୍ ମେଣ୍ଟେନ୍ କରି କ୍ଲବ ପାର୍ଟି ରେ ନିଜକୁ ବ୍ୟସ୍ତ ରଖୁଥିଲେ, ଅତି ବିଳାସ ବ୍ୟସନରେ ସେମାନଙ୍କ ଜୀବନ ଶୈଳୀ କଟୁ ଥିଲା...


       ଆସ୍ତେ ଆସ୍ତେ ସେ ଅନୁଭବ କଲେ ତାଙ୍କ ସ୍ବାମୀ ତାଙ୍କୁ କରଛଡା ଦେଉଛନ୍ତି... ବାହାରେ ଟୁର୍ ରେ ଯାଇ ବହୁଦିନ କଟାଉଛନ୍ତି...ତାଙ୍କ ମନରେ ସନ୍ଦେହ ଜାତ ହେଲା, ଏହି ସନ୍ଦେହ ଯୋଗୁଁ ବହୁତ ଝଗଡା ଲାଗି ପାରିବାରିକ ଅଶାନ୍ତି ବଢ଼ିବାକୁ ଲାଗିଲା, ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା... ସେମାନେ ମଧ୍ୟ ଅତି ଚିଡାଳୁ ହେଇଗଲେ.....

         ସ୍ବାମୀ ମଦ ନିଶାରେ ଚୁର ହୋଇ ଘରକୁ ଆସୁଥିଲେ... ଏହି ଅଶାନ୍ତି ଶାଇ ପଡିଶା କୁ ବ୍ୟାପିଲା...ବଡ଼ ଘର ବଡ ଗୁମର କଥା.... ଝିଅ ଟି ବଡ଼ ହୋଇ ଯାଇଥିବାରୁ କଥା କଥାକେ ମାଆ ର ସପକ୍ଷ ନେଇ ବାପାଙ୍କୁ ଗାଳି ଦେଉଥିଲା...ଏ ସବୁ ଭିତରେ ଆଉ ଗୋଟିଏ ମଞ୍ଜି ରହିଥିଲା.…

         ବାବୁ ଜଣକ ଟୁର୍ କହି ବାହାରକୁ ଯାଆନ୍ତି ମଝିରେ ମଝିରେ କୁଆଡେ ଏହି କେୟାର ଟେକର ମଧ୍ୟ ଛୁଟି ନିଅନ୍ତି.. ତାଙ୍କୁ ଧରି ଏହି ମହାଶୟ ବାହାରେ ମ‌ଉଜରେ ଲିପ୍ତ ରହନ୍ତି.. ପ୍ରଥମେ ପ୍ରଥମେ ସେ ଜାଣି ପାରୁ ନ ଥିଲେ କିନ୍ତୁ ଏହି ଶାଇ ପଡ଼ିଶା ହିଁ ଏହି ଚୋରା ପିରତି ଧରି ପ୍ରଣତି ମାଡାମ୍ ଙ୍କୁ କହିଲେ.... ତେଣୁ ସେ ରେଡ୍ ହାଣ୍ଡେଡ୍ ଧରିବା ପାଇଁ ଆୟା ଟିକୁ ଛୁଟି ଦେଇ ସିବିଆଇ ପରି ପଛରେ ଲାଗି ପଡ଼ିଲେ... ସତକୁ ସତ ଏହି ଚୋରା ପ୍ରେମ କୁ ଧରିଲେ...ତା ପରେ ଯେଉଁ ପରିସ୍ଥିତି ଉପୁଜିଲା ତାହା ବଡ଼ ହୃଦୟ ବିଦାରକ ଅଟେ....

   ଝିଅ ଏହିସବୁ ଘଟଣା ପରେ ମା କୁ କାନ୍ଦି ଘରେ ଆଉ ରହିବନି ବୋଲି କହିଲା..ମା ଓ ଝିଅ ଦୁହେଁ ମିଶି ଆୟାକୁ ବହୁତ ପିଟିଲେ... ଏହାକୁ ବାବୁ ଜଣକ ବିରୋଧ କରି ବାରୁ ତାଙ୍କ ଉପରେ ମଧ୍ୟ ଉତ୍ତମ ମଧ୍ୟମ ବସିଗଲା... ସ୍ବାମୀ ଜଣକ ଡ୍ରାଇଭସ୍ କରିବାକୁ କହି ପ୍ରବଳ ପାଟିତୁଣ୍ଡ ଓ ଜିଦ୍ କରି ବସିଲେ....


          ଝିଅ ଟିକୁ ଏହି ଗଣ୍ଡଗୋଳରୁ ଦୂରରେ ରଖିବା ପାଇଁ ଭୂବନେଶ୍ବରରେ ଏକ ବଡ଼ ନାମକରା ହଷ୍ଟେଲରେ ରଖିଲେ.. କାରଣ ସେ ଅତି ମେଧାବୀ ଛାତ୍ରୀ ଅଟେ ତେଣୁ ତା ଭବିଷ୍ୟତ କଥା ଭାବି ସେ ଛାଡି ଥିଲେ...

  

    ବାପା ସହିତ ଝିଅ ପୁରାପୁରି କଥାବାର୍ତ୍ତା ବନ୍ଦ କରିଦେଲା... ଯେଉଁ ବାପା ର ଅତି ଗେହ୍ଲେଇ ଥିଲା.. ସେହି ମଣିଷ କୁ ଅତି ଘୃଣା ଦୃଷ୍ଟିରେ ‌‌‌‌‌‌‌‌‌‌‌‌‌‌‌‌‌‌‌

ଦେଖିଲା...ପୁଅ ଅଜା ଘର ଛାଡ଼ି ଆସିବାକୁ ମନା କଲା, ଶେଷରେ ସେ ପାଇଟି ବାଲି କୁ ସବୁଦିନ ପାଇଁ ବାହାର କରିଦେଲେ... ଶୁଣିବାକୁ ପାଇଲେ ସ୍ବାମୀ ମହାଶୟ ରାତି ରାତି ତା ଘରେ କଟ‌ଉଛନ୍ତି..ତା ଛଡା ବହୁ ଝିଅ ମାନଙ୍କ ସହିତ ମଧୂଚନ୍ଦ୍ରିକା ରେ ବୁଡି ରହୁଛନ୍ତି.. ପ୍ରଣତି ଦେବୀ ଙ୍କ ମାନସିକ ଅବସ୍ଥା ବିଗିଡି ବାକୁ ଲାଗିଲା କାରଣ ତାଙ୍କ ସ୍ବାମୀ ତାଙ୍କୁ ବାଡେଇ ଘରୁ ବାହାର କରିଦେଲେ... ଏହି ଭଳି ଦିନ ତାଙ୍କୁ ଦେଖିବାକୁ ମିଳିବ ବୋଲି ସେ କେବେ ସ୍ବପ୍ନରେ ଭାବିନଥିଲେ...ସେ ଭୂବନେଶ୍ବରରେ ଏକ ଘର ଭଡ଼ା ନେଇ ରହିଲେ.... ଝିଅ ଟିର ହଷ୍ଟେଲ ରୁ ଫୋନ୍ ପାଇବା ପରେ ପାଗଳ ପ୍ରାୟ ବୁଲୁଛନ୍ତି...

         

      ମୋ ସହିତ ତାଙ୍କର ପରିଚୟ ଏକ ବନ୍ଧୁ ଙ୍କର ମାଧ୍ୟମରେ ହୋଇଥିଲା କାରଣ ଏତେ ମାର୍ଜିତ, ଉଚ୍ଚ ଶିକ୍ଷିତ ମହିଳା ଭାବରେ ସମସ୍ତେ ତାଙ୍କୁ ଭାରି ଭଲ ପାଉଥିଲେ, ମୁଁ ମଧ୍ୟ ସମ ଭାବରେ ସମ୍ମାନ ଜଣାଉଥିଲି... ତାଙ୍କର ଏହି ଭଳି ପରିସ୍ଥିତି ଦେଖି ବହୁତ ଦୁଃଖ ଲାଗିଲା...

  

    ରିପୋର୍ଟ ଆସିଲା ଆତ୍ମହତ୍ୟା ..ଯାହାକୁ ସେ ସହଯେ ଗ୍ରହଣ କରୁ ନଥିଲେ ଓ ମୋତେ କହିଲେ ବାପାଙ୍କର କୁ କାର୍ଯ୍ୟକୁ ସବୁବେଳେ ସେ ବିରୋଧ କରି ଆସୁଥିଲା ସେଥିପାଇଁ ବାଟରୁ ହଟାଇବା ପାଇଁ ଲୋକ ଲଗେଇ ମଡ଼ର୍ର କରିଛନ୍ତି... ମୁଁ ମନେ ମନେ ଭାବୁଥିଲି ଏତେ ପ‌ଇସା, ଏତେ ଉଚ୍ଚ ଶ୍ରେଣୀର ଅଥଚ ସନ୍ଦେହ,ଚାରିତ୍ରିକ ସ୍ଖଳନ, ନିଶାଦ୍ରବ୍ୟ ପୁରାପୁରି ସୁଖି ପରିବାରକୁ ଡୁବେଇ ତଳିତଳାନ୍ତ କରିଦେଲା, ପ୍ରକୃତରେ ନିରୀହ ଛୁଆଟି ଷଡ଼ଯନ୍ତ୍ରର ଶିକାର ହେଇଛି ନା ପାରିବାରିକ ଅଶାନ୍ତି ରେ ନିଜ ଜୀବନ କୁ ନିଜେ ହାରିଛି ନା ଆଉ କିଛି ରହସ୍ୟ ?


       ଏହି ଲେଖାଟି ସମାଜକୁ ମୋର ବାର୍ତ୍ତା ଅଟେ.... ଦୟାକରି ସନ୍ଦେହ ଋପକ ବଳୟ ଭିତରୁ ବାହାରନ୍ତୁ, ନିଶାଦ୍ରବ୍ୟ ରୁ ମୁକ୍ତ ରୁହନ୍ତୁ ଓ ଚରିତ୍ର ସଂହାର ନ କରି ଦାମ୍ପତ୍ୟମୟ ଜୀବନ କୁ ସ୍ବଛଳ ରଖନ୍ତୁ, ସୁଖି ପରିବାର ଗଠନ କରନ୍ତୁ ।


Rate this content
Log in

Similar oriya story from Tragedy