Mira Biswal

Romance Others

4.1  

Mira Biswal

Romance Others

*_ସର୍ତ୍ତ_*

*_ସର୍ତ୍ତ_*

2 mins
270


ଦୀପା ,ଦୀପା କୁଆଡ଼େ ଗଲୁ କଲେଜ ଯିବାକୁ ବାକୁ ଡେରି ହଉଛି ପରା,ଆସେ ଯିବା। ଦିପକ ଆମ ଦୀପା ପିଲାଦିନ ର ସାଙ୍ଗ । ଦୁହେଁ ଏକାଠି ପିଲାଦିନ ରୁ ଖାଇବା, ଖେଳିବା, ସ୍କୁଲ ଯିବା ଠାରୁ ଆରମ୍ଭ କରି କଲେଜ ଯିବା ପର୍ଯ୍ୟନ୍ତ ସବୁକିଛି ସାଙ୍ଗ ହୋଇ କରିଛନ୍ତି।ଦୁହେଁ ଏବେ ଯୁକ୍ତ ତିନି ପ୍ରଥମ ବର୍ଷରେ ପାଠପଢୁଛନ୍ତି।ଦିପକ ଜଣେ ମଧ୍ୟବିତ୍ତ ପରିବାରର ପିଲା। ସେଇଥିପାଇଁ ଦୀପା ର ବାପା ଦିପକ ସହିତ ମିଳାମିଶା କୁ ପସନ୍ଦ କରନ୍ତିନି।ଦୀପା ର ବାପା ଜଣେ ଉଚ୍ଚ କୋଟିର ବିଜିନେସ୍ ମ୍ୟାନ। ଦୀପା ତାଙ୍କର ଅଲିଅଳି ଝିଅ। କେଉଁଥିରେ ତାର ଅଭାବ ନାହିଁ।ସବୁକିଛି ସେ ଖୋଜିବା ଆଗରୁ ତା ପାଖରେ ଆସି ପହଞ୍ଚି ଯାଏ। 

       ଏ ସବୁକୁ ଦେଖି ଦିପକ ଦୀପା କୁ କିଛି କହିପାରେ ନାହିଁ। ଆଜି କିନ୍ତୁ ଦିପକ ସାହସର ସହିତ ଆସିଛି, ଦୀପା କୁ ତା ମନ ର କଥା କହିବ। ଦୁହେଁ ସାଙ୍ଗ ହୋଇ କଲେଜ ରୁ ଫେରୁଛନ୍ତି, ଦୀପା ମୁଁ ତତେ କିଛି କହିବା କୁ ଚାହୁଁଛି ! ହଁ କହ କଣ କହିବୁ, କହ ନା ।

ମୁଁ ମାନେ ମୁଁ କହିବାକୁ ଚାହୁଁଛି,ଆରେ ଏତେ ମୁଁ, ମାନେ କଣ ହଉଛୁ, କହନା କଣ କହିବୁ।

 ଦେଖ ମତେ ବୁଲେଇ ବଙ୍କେଇ କହିବା ଆସେନି, ମୁଁ ସିଧାସଳଖ କହିଦେଉଛି, ମୁଁ ତତେ ଭଲପାଏ।ଦୀପା ହସି ହସି କହିଲା 

ମାନେ କଣ କହୁଛୁ ତୁ, ହଁ ତୁ ମୋତେ ଭଲପାଉ ଏକଥା ମୁଁ ଜାଣିଛି, ତୁ ପୁଣି କଣ ପାଇଁ କହୁଛୁ। ଦୀପକ ବିସ୍ମୟ ଭାବରେ ଦୀପା ର ମୁହଁ କୁ ଚାହିଁଲା, ଆଉ ଇଂରାଜୀରେ କହିଲା I LOVE YOU. ଦୀପା ଦିପକ କୁ କିଛି ନକହି ସେଠାରୁ ଚାଲିଗଲା। ୟାରି ଭିତରେ ତିନିଦିନ ବିତିଗଲାଣି, ଦୀପା ଘର ବାହାରକୁ ବାହାରୁନି, ମୋ ସହିତ ସହିତ କଥା ହଉନି, କି କଲେଜ ବି ଆସୁନି।

       ଆଜି ଦୀପା ଦୀପକ କୁ ଦେଖାକରିବାକୁ କହିଛି। ଦୀପକ ଡରି ଡରି ଦୀପା ପାଖକୁ ଯାଇଛି, ଆଉ ସରି ବୋଲି କହିଛି । ଦୀପା କହିଛି ମୋର କିଛି *_ସର୍ତ୍ତ_* ଆଛି। ଯଦି ତୁମେ ସେସବୁ କୁ ମାନିବ ମୁଁ ତୁମ ସହିତ ସାରାଜୀବନ ରହିବି। 

     ତୁମ କୁ ମୋ ବାପାଙ୍କ ସମକକ୍ଷ ହେବାକୁ ପଡ଼ିବ। ସେ ପର୍ଯ୍ୟନ୍ତ ତୁମେ ମୋର ବନ୍ଧୁ ହୋଇ କି ରହିବ। କଣ ତୁମେ ଏସବୁ ରେ ରାଜି। ଦିପକ ସବୁକିଛି ମଥା ପାତି ମାନିନେଲା। 

    

     ଦୀର୍ଘ ଛଅବର୍ଷ ପରେ.........

ଦୀପକ ଆଜି ଆଇ ପି ଏସ୍ ଟପର। ଦୀପା ମଧ୍ୟ ଜଣେ ଅଧ୍ୟାପିକା। ଦୀପକ ଆଜି ବୁଝିଛି ସେଦିନ ଦୀପା ରଖିଥିବା ସର୍ତ୍ତର ମହତ୍ତ୍ୱ କଣ। ସେ କେବଳ ନିଜ ପରିବାର ର ଗର୍ବ ନୁହେଁ, ଦେଶର ମଥା ମଧ୍ୟ ଉଚ୍ଚାକରିଛି । 

 ଭଲପାଇବା ଏମିତି ଏକ ଅଦୃଶ୍ୟ ଶକ୍ତି ଯିଏକି ମଣିଷ ଅଜାଣତରେ ମଣିଷ କୁ ପରିବର୍ତ୍ତନ କରିଦେଇଥାଏ। ଯାହା ଦିପକ କୁ ଆଇ ପି ଏସ୍ କରିପାରିଛି। 


Rate this content
Log in

More oriya story from Mira Biswal

Similar oriya story from Romance