STORYMIRROR

Mira Biswal

Inspirational

4  

Mira Biswal

Inspirational

ବାପା ପଇଁ ଚିଠି ଟିଏ

ବାପା ପଇଁ ଚିଠି ଟିଏ

2 mins
31

 ମୁଁ ଜଣେ ତୁମକୁ ଏ ପତ୍ର ମୁଁ କେବେ ପଠେଇ ପାରିବିନି, କାରଣ ତୁମେ ସେଇ ଅଫରା ରାଇଜ ର ଅତିଥି ଯୋଉଠୁ କେହି କେବେ ଫେରିନି..... ତଥାପି ଆଶା ଆଉ ଭରଷା ରେ ଏ ଚିଠି ଟି ତୁମ ପାଇଁ ଲେଖୁଛି କେବଳ ମୋ ମନକୁ ବୁଝେଇବା ପାଇଁ। ତୁମେ ଜାଣ ଆଜି ତୁମ କଥା ବହୁତ ମନେ ପଡ଼ୁଚି, କଥାରେ ଅଛି "ବାପା ଥିବା ପିଲା ସଭାରେ ହାରେନା" ।ଜୀବନ ର ଯୁଦ୍ଧ ରେ ଯେତେବେଳ ଅନୁଭ ହଉଚି କି ମୁଁ ହାରିଯାଇଛି ତୁମର ଅଭାବ ସେତେ ବେଶି ଅନୁଭବ ହଉଚି, ଜାଣିଚି ବହୁତ କମ୍ ସମୟ ତୁମ ସହ ଆମର ସମ୍ପର୍କ, ତୁମକୁ ବୁଝିବା ଆଗରୁ,ବାପା ର ଅସ୍ତିତ୍ବ ଜୀବନ ରେ ବୁଝିବା ଆଗରୁ ତୁମେ ଆମକୁ ଛାଡି ଚାଲି ଯାଇଥିଲା । ଜାଣିଛ ଜୀବନ ରେ ମା କେବେ ବି ତୁମ ଅଭାବ ଅନୁଭବ ହେବାକୁ ଦେଇନି, ଭାଇ ବୟସରେ ସାନ ହେଲେ ବି ନିଜେ ନ ପିନ୍ଧି, ନିଜେ ନଖାଇ, ନିଜର ସବୁ ଇଚ୍ଛା କୁ ଭୁଲି ମୋର ସବୁ ଇଚ୍ଛା ,ସବୁ ସ୍ବପ୍ନ କୁ ପୁରଣ କରିବା ପାଇଁ ଚେଷ୍ଟା କରିଛି। ତୁମେ ତ ଜାଣ ମୁଁ ଜିଦିଆ ଝିଅ ଟା। କିଛି ବୁଝେନି ଯେଉଁ ଟା ଦରକାର ସେଇଟା ଆଣିବା ବା ଯାଏ, ସେଇଟା ନ ମିଳିଲେ କେତେ, ରାଗ, କେତେ ଋଷା। ମୁଁହ ରୁ କଥା ସରିବା ଆଗରୁ ଭାଇ ଅନିକି ଦେଇଦିଏ, ମା ର ହଜାରେ ମନା ପରେବି ସେ ଦିଏ,କୁହେ ତାର ଯାହା ଦରକାର ସେ ନାଉ,ସେତେ ଯେମିତି ସେ ଜାଣିଥିଲା ଆଗକୁ ମୋ ଇଚ୍ଛା ,ମୋ ଖୁସି ସବୁ ପାଣି ଫୋଟକା ପରି ମିଳେଇ ଯିବା, ସେଥିପାଇଁ ସେ ମୋ ପାଇଁ କହିବା ଆଗରୁ କରିଦେଇଥିଲା। ତୁମେ ଜାଣିଛ ବାପା ନଥିବାର ର ଅନୁଭବ ହବନି ବୋଲି ମା କି ଭାଇ କେବେ କୌଣସି ଜିନିଷ ପାଇଁ ମନା କରନ୍ତି ନି । ଆଜି ସେମାନେ ଏମିତି ଗୋଟେ ଜାଗାରେ ଛାଡି ଦେଇଛନ୍ତି ଯୋଉଠି ତୁମ ର ଅସ୍ଥି ଅସ୍ତିତ୍ବ ,ତୁମ ଆବଶ୍ୟକତା , ଆଉ ତୁମ ଉପସ୍ଥିତି ଏକାନ୍ତ କାମ୍ୟ ମନେହେଉଛି। କେହି କେହି କୁହନ୍ତି ତୁମ ବାବା ଥିଲେ ତୁମ ଲାଇଫ ଏମିତି ହୋଇନଥନ୍ତା, ତୁମେ ଏତେ ପଇସା ଖର୍ଚ୍ଚ କରିନଥାନ୍ତି, ତୁମେ ଏତେ ଫ୍ରୀ ମାଇଣ୍ଡେଡେ ହୋଇ ନଥାନ୍ତ । ମୁଁ ଜଣେ ତୁମେ ଥିଲେ ମୁଁ ସମାଜ କୁ ଡରିନଥାନ୍ତି, ତୁମେ ସବୁବେଳେ ପଛରେ ଛିଡ଼ା ହୋଇ ଆଗକୁ ବଢିବାର ସାହସ ଦେଇଥାନ୍ତ।ସବୁ ଖରାପ ପରିସ୍ଥିତି ରେ ସାଥ ଦେଇଥାନ୍ତ ............. ତୁମେ ନଥିବାର ଅନୁଭବ ଜୀବନ ରେ ଅନେକ ଯନ୍ତ୍ରଣା କୁ ଚାପି ରଖି ହସିବା କୁ ବଧ୍ଯ୍ୟ କରୁଛି। ଏ ଚିଠି ଯଦି ତୁମେ ପାଖରେ ପହଞ୍ଚି ଯାଏ ଏ ଚିଠି ପଢ଼ି ଫେରିଆସିବାକୁ ମୋର ଅନୁରୋଧ ରହିଲା। ଇତି ତୁମର ଅବୁଝା ଝିଅ.........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational